“ଆତ୍ମନିର୍ଭର ଭାରତ” ମିଶନକୁ ପ୍ରୋତ୍ସାହନ ଯୋଗାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତୀୟ ରେଳକୁ ଷ୍ଟେସନ ପରିସର ଏବଂ ରେଳଗାଡ଼ିମାନଙ୍କରେ ସାର୍ବଜନୀନ ନିରାପତ୍ତା ଓ ସୁରକ୍ଷା ସେବା ଯୋଗାଇ ଦେବା ନିମନ୍ତେ ୭୦୦ ମେଗାହର୍ଜ ଫ୍ରିକ୍ୱେନ୍ସି ବ୍ୟାଣ୍ଡ୍‍ର ୫ ମେଗାହର୍ଜ ସ୍ପେକ୍ଟ୍ରମ୍‍ ଆବଣ୍ଟନ କରିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି ।

ଏହି ସ୍ପେକ୍ଟ୍ରମ ଉପଯୋଗ ଦ୍ୱାରା ଭାରତୀୟ ରେଳବାଇ ନିଜ ମାର୍ଗରେ ଏଲଟିଇ (ଲଙ୍ଗ ଟର୍ମ ଇଭୋଲ୍ୟୁସନ୍‍) ଆଧାରିତ ମୋବାଇଲ୍‍ ଟ୍ରେନ୍‍ ରେଡ଼ିଓ ସଂଚାର ପ୍ରଦାନ କରିବା ଭଳି କାର୍ଯ୍ୟ ସାକାର କରିପାରିବ । ଏହି ପରିଯୋଜନା ନିମନ୍ତେ ଆନୁମାନିକ ୨୫,୦୦୦ କୋଟି ଟଙ୍କାରୁ ଅଧିକ ରାଶି ନିବେଶ କରାଯିବ । ଏହି ପରିଯୋଜନା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସଂପୂର୍ଣ୍ଣ କରାଯିବ ।

ଏହା ବ୍ୟତୀତ, ଭାରତୀୟ ରେଳ ନିଜସ୍ୱ ଭାବେ ବିକାଶ ଘଟାଇଥିବା ଟ୍ରେନ୍‍ କୋଲିଜନ୍‍ ଆଭଏଡାନ୍ସ ସିଷ୍ଟମ୍‍କୁ ମଧ୍ୟ ମଂଜୁରୀ ପ୍ରଦାନ କରିଛି ଯାହା ରେଳଗାଡ଼ି ମଧ୍ୟରେ ଧକ୍କାରୁ ସୁରକ୍ଷା ପାଇବାରେ ସହାୟକ ହେବ ଏବଂ ଏହା ଦ୍ୱାରା ରେଳଯାତ୍ରୀମାନଙ୍କୁ ମଧ୍ୟ ଅଧିକ ସୁରକ୍ଷିତ କରାଯାଇପାରିବ ।

ଏହା ଦ୍ୱାରା ରେଳବାଇର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ବ୍ୟବସ୍ଥାରେ ରଣନୀତିକ ପରିବର୍ତ୍ତନ ଘଟିପାରିବ । ଏହା ବର୍ତ୍ତମାନ କାର୍ଯ୍ୟ କରୁଥିବା ଆଧାରଭୂତ ଢାଞ୍ଚାକୁ ଅଧିକ ଉପଯୋଗୀ କରିବା ସହିତ ଅଧିକ ଟ୍ରେନକୁ ସମାଯୋଜନ କରିବା ନିମନ୍ତେ ଲାଇନ କ୍ଷମତା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ ଓ ସୁରକ୍ଷିତ କରିବାରେ ସହାୟକ ହେବ । ଆଧୁନିକ ରେଳ ନେଟୱାର୍କ ପ୍ରସ୍ତୁତ ହେବା ଦ୍ୱାରା ପରିବହନ ଭଡ଼ା ମଧ୍ୟ କମ୍‍ ହେବ ଏବଂ ପରିବହନ କ୍ଷମତାରେ ସୁଧାର ଆସିପାରିବ । ଏଥି ସହ ବହୁରାଷ୍ଟ୍ରୀୟ ଉଦ୍ଦ୍ୟୋଗୀମାନଙ୍କୁ ‘ମେକ୍‍ ଇନ୍‍ ଇଣ୍ଡିଆ’ କାର୍ଯ୍ୟକ୍ରମ ଅଧୀନରେ ଭାରତରେ କାର୍ଯ୍ୟକାରୀ ହେଉଥିବା ବିନିର୍ମାଣ କାର୍ଯ୍ୟରେ ସାମିଲ ହେବାକୁ ମଧ୍ୟ ଆକର୍ଷିତ କରିବ । 

ଭାରତୀୟ ରେଳ ନିମନ୍ତେ ଏଲଟିଇର ଉଦ୍ଦେଶ୍ୟ ହେଲା ପରିଚାଳନା, ନିରାପତ୍ତା ଓ ସୁରକ୍ଷା ସହିତ ସଂଶ୍ଳିଷ୍ଟ ଏପ୍ଲିକେଶନ୍‍ ନିମନ୍ତେ ସୁରକ୍ଷିତ ତଥା ନିର୍ଭରଯୋଗ୍ୟ ଭଏସ୍‍, ଭିଡ଼ିଓ ଏବଂ ଡାଟା ସଂଚାର ସେବା ପ୍ରଦାନ କରିବା । ଏହାର ଉପଯୋଗ ଆଧୁନିକ ସିଗ୍ନାଲିଂ ଏବଂ ଟ୍ରେନ ସୁରକ୍ଷା ପ୍ରଣାଳୀଗୁଡ଼ିକ ନିମନ୍ତେ କାର୍ଯ୍ୟକାରୀ କରାଯିବ ଏବଂ ଲୋକୋ ପାଇଲଟ୍‍ ତଥା ରେଳଗାଡ଼ିମାନଙ୍କ ମଧ୍ୟରେ ବାଧାମୁକ୍ତ ସଂଚାର ସୁନିଶ୍ଚିତ କରିବା ନିମନ୍ତେ କାର୍ଯ୍ୟକାରୀ କରାଯିବ । ଏହି ଇଣ୍ଟରନେଟ ଅଫ୍‍ ଥିଙ୍ଗସ୍‍ (ଆଇଓଟି) ଆଧାରିତ ରିମୋଟ ମନିଟରିଂ ବିଶେଷ ଭାବେ କୋଚ୍‍, ୱାଗନ ଓ ଲୋକୋ ଉପରେ ଦୃଷ୍ଟି ରଖିପାରିବ ଏବଂ ଟ୍ରେନର ଡବାଗୁଡ଼ିକରେ ସିସିଟିଭି କ୍ୟାମେରାର ଜୀବନ୍ତ ଭିଡ଼ିଓ ଫିଡ଼୍‍, ଟ୍ରେନକୁ ସୁରକ୍ଷିତ ରଖିବା ଏବଂ ଦ୍ରୁତ ସଂଚାଳନକୁ ସୁନିଶ୍ଚିତ କରିବା ଲାଗି ସକ୍ଷମ ହୋଇପାରିବ ।

ଏଥିପାଇଁ ‘ଟ୍ରାଇ’ର ଅନୁମୋଦନ ଅନୁସାରେ ସ୍ୱଦେଶୀ ଉପଯୋଗ ଉପରେ ରୟାଲ୍ଟି ଶୁଳ୍କ ଏବଂ ଲାଇସେନ୍ସ ଶୁଳ୍କ ନିମନ୍ତେ ଦୂରସଂଚାର ବିଭାଗ ଦ୍ୱାରା ନିର୍ଦ୍ଧାରିତ ଫର୍ମୁଲା ଆଧାରରେ ସ୍ପେକ୍ଟ୍ରମ୍‍ ଶୁଳ୍କ ଧାର୍ଯ୍ୟ କରାଯାଇପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 27, 2026
June 27, 2026

Appreciation for PM Modi's Development-Focused and People-Centric Governance