ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଉଭୟ ପରିମାଣ ଏବଂ ଗୁଣବତ୍ତାକୁ ବୁଝାଇଥାଏ। ଜାତୀୟ ମାପବିଦ୍ୟା ସମାରୋହ, 2021କୁ ସମ୍ବୋଧିତ କରି ସେ ଜାତୀୟ ଆଣବିକ ଟାଇମସ୍କେଲ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ପ୍ରଣାଳୀକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ଏଥିସହିତ ସେ ଭିଡିଓ କନଫରେନ୍ସ ଜରିଆରେ ଜାତୀୟ ପରିବେଶ ମାନକ ଗବେଷଣାଗାରର ଆଧାରଶିଳା ସ୍ଥାପନ କରିଥିଲେ । “ଆମେ ସାରା ଦୁନିଆରେ କେବଳ ଭାରତୀୟ ଉତ୍ପାଦର ଅଳିଆ ଗଦା ସୃଷ୍ଟି କରିବା ନାହିଁ, ବରଂ ଭାରତୀୟ ଉତ୍ପାଦ କିଣୁଥିବା ଗ୍ରାହକର ହୃଦୟ ଜିଣିବା, ବିଶ୍ୱର ପ୍ରତ୍ୟେକ କୋଣରେ ଭାରତୀୟ ଉତ୍ପାଦ ପ୍ରତି ଅଧିକ ଚାହିଦା ଏବଂ ଗ୍ରହଣୀୟତା ବୃଦ୍ଧି କରିବା ଦିଗରେ ଆମକୁ ପ୍ରୟାସ କରିବାକୁ ପଡ଼ିବ”, ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବହୁଦଶନ୍ଧି ଧରି ଆମେ ଗୁଣବତ୍ତା ଓ ମାପନ ପାଇଁ ବିଦେଶୀ ମାନକ ଉପରେ ନିର୍ଭର କରୁଥିଲୁ। କିନ୍ତୁ ଏବେ ଭାରତର ଗତି, ପ୍ରଗତି, ଉତ୍ଥାନ, ଛବି ଏବଂ ସାମର୍ଥ୍ୟ ଆମ ନିଜର ମାନକ ଦ୍ବାରା ନିର୍ଦ୍ଧାରିତ ହେବ। ପ୍ରଧାନମନ୍ତ୍ରୀ କହିଥିଲେ,ମେଟ୍ରୋଲୋଜିର ଅର୍ଥ ହେଉଛି ମାପ ବିଦ୍ୟା ବା ମାପନ ସଂକ୍ରାନ୍ତ ବିଜ୍ଞାନ, ଏହା କୌଣସି ବୈଜ୍ଞାନିକ ଉପଲବ୍ଧି ଲାଗି ମଧ୍ୟ ମୌଳିକ ଭିତ୍ତିଭୂମି ଭଳି କାମ କରିଥାଏ। ମାପ ବିନା ଯେକୌଣସି ଗବେଷଣା ଆଗକୁ ବଢ଼ିପାରିବ ନାହିଁ। ଏପରିକି ଆମକୁ ନିଜର ଉପଲବ୍ଧିକୁ ମଧ୍ୟ କୌଣସି ନା କୌଣସି ପ୍ରକାରରେ ମାପିବାକୁ ହୋଇଥାଏ। ସେ କହିଥିଲେ ଯେଉଁ ଦେଶର ମେଟ୍ରୋଲୋଜି ଅଧିକ ବିଶ୍ୱସନୀୟ ହୁଏ ସାରା ବିଶ୍ୱରେ ସେହି ଦେଶର ବିଶ୍ୱସନୀୟତା ଅଧିକ ବଢ଼ିଥାଏ। ମେଟ୍ରୋଲୋଜି ଆମ ପାଇଁ ଦର୍ପଣ ଭଳି ଯାହା ବିଶ୍ୱରେ ଆମର ସ୍ଥିତିକୁ ପ୍ରତିଫଳିତ କରିଥାଏ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟ ହେଉଛି ପରିମାଣ ସହିତ ଗୁଣବତ୍ତା ମଧ୍ୟ ବୃଦ୍ଧି କରିବା। ଭାରତୀୟ ଉତ୍ପାଦ କିଣୁଥିବା ପ୍ରତ୍ୟେକ ଗ୍ରାହକଙ୍କ ହୃଦୟ ଜିଣିବା ଦିଗରେ ଆମକୁ ପ୍ରୟାସ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସାରା ବିଶ୍ୱରେ ମେଡ ଇନ ଇଣ୍ଡିଆର (ଭାରତ ପ୍ରସ୍ତୁତ ଉତ୍ପାଦ) ଚାହିଦା ରହିବା ସହିତ ଏହା ଗ୍ରହଣୀୟ ମଧ୍ୟ ହେବା ଉଚିତ। ଆମକୁ ବ୍ରାଣ୍ଡ ଇଣ୍ଡିଆକୁ ଗୁଣବତ୍ତା, ବିଶ୍ୱସନୀୟତାର ମଜବୁତ ସ୍ତମ୍ଭ ଉପରେ ଛିଡ଼ା କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଯେଉଁ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟର ଲୋକାର୍ପଣ କରାଯାଇଛି, ତାହା ଆମର ଉଦ୍ୟୋଗ ଜଗତକୁ ଗୁଣବତ୍ତାପୂର୍ଣ୍ଣ ଉତ୍ପାଦନ ପ୍ରସ୍ତୁତ କରିବା ଦିଗରେ ପ୍ରୋତ୍ସାହିତ କରିବ । ଏବେ ଖାଦ୍ୟ, ଖାଇବା ତେଲ, ଖଣି, ଭାରୀ ଧାତୁ, କୀଟନାଶକ, ଔଷଧ ଏବଂ ବୟନ ଭଳି ଅନେକ କ୍ଷେତ୍ରରେ ଆମର ‘ସାର୍ଟିଫାଏଡ ରେଫରେନ୍ସ ମ୍ୟାଟେରିଆଲ ସିଷ୍ଟମ’କୁ ମଜବୁତ କରିବା ଦିଗରେ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଅଛୁ। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏବେ ଆମେ ସେହି ଦିଗରେ ଆଗକୁ ବଢ଼ୁଅଛୁ ଯେଉଁଠି ଶିଳ୍ପକେନ୍ଦ୍ରିକ ଆଭିମୁଖ୍ୟ ବଦଳରେ ଉପଭୋକ୍ତା କୈନ୍ଦ୍ରିକ ଆଭିମୁଖ୍ୟ ରହିଥିବ । ସେ କହିଥିଲେ ଏହି ନୂଆ ମାନକ ଫଳରେ ସାରା ଦେଶର ବିଭିନ୍ନ ଜିଲ୍ଲାରେ ସେଠାକାର ଲୋକାଲ ଉତ୍ପାଦକୁ ଗ୍ଲୋବାଲ କରିବା ଲାଗି ହେଉଥିବା ପ୍ରୟାସକୁ ଅନେକ ଲାଭ ମିଳିପାରିବ, ବିଶେଷ କରି ଆମର ଏମଏସଏମଇ କ୍ଷେତ୍ର ବହୁତ ଲାଭବାନ ହୋଇପାରିବେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନ୍ତର୍ଜାତୀୟ ମାନ ଅନୁପାଳନ ଫଳରେ ବାହାରୁ ଯେଉଁସବୁ ମ୍ୟାନୁଫାକ୍ଚରିଂ କମ୍ପାନୀ ଭାରତ ଆସୁଛନ୍ତି ସେମାନଙ୍କୁ ଏଠାରେ ସ୍ଥାନୀୟ ଯୋଗାଣ ଶୃଙ୍ଖଳ ମିଳିପାରିବ। ସବୁଠୁ ବଡ଼କଥା ନୂଆ ମାନକ ଫଳରେ ଆମଦାନୀ ଏବଂ ରପ୍ତାନିର ଗୁଣବତ୍ତା ସୁନିଶ୍ଚିତ ହୋଇପାରିବ। ଏହା ଫଳରେ ଭାରତର ସାଧାରଣ ଉପଭୋକ୍ତାଙ୍କୁ ମଧ୍ୟ ଭଲ ସାମଗ୍ରୀ ମିଳିବ, ରପ୍ତାନିକାରୀଙ୍କ ସମସ୍ୟା ମଧ୍ୟ ହ୍ରାସ ପାଇବ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Unnati Sharma on winning Bronze in Women’s 63 kg Judo
August 02, 2026

The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.

The Prime Minister said that Unnati Sharma’s commitment and determination were clearly visible throughout the competition.

Shri Modi wished her continued success in all her future endeavours.

The Prime Minister wrote on X;

“More glory for India in Judo!

Congratulations to Unnati Sharma for winning the Bronze Medal in the Women's 63 kg category at the Commonwealth Games 2026. Her commitment and determination were clearly visible during the games. May she keep excelling in all her forthcoming endeavours.

#CWG2026”