Oxygen Generation Plants to be set in Government hospitals in district head-quarters across the country
These plants are to be made functional as soon as possible: PM
These oxygen plants will ensure uninterrupted supply of oxygen in hospitals at district head-quarters

ଦେଶର ସମସ୍ତ ଡାକ୍ତରଖାନାକୁ ଯଥେଷ୍ଟ ପରିମାଣରେ ଅକ୍ସିଜେନ ଯୋଗାଣ ନିମନ୍ତେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସାରା ଦେଶରେ ଥିବା ବିଭିନ୍ନ ସରକାରୀ ଡାକ୍ତରଖାନା ପରିସରରେ 551ଟି ସମର୍ପିତ ପ୍ରେସର ସ୍ୱିଙ୍ଗ ଆଡ଼ଜର୍ପସନ (ପିଏସଏ) ମେଡ଼ିକାଲ ଅକ୍ସିଜେନ୍‌ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବା ଲାଗି ପିଏମ୍‌ କେୟାର୍ସ ପାଣ୍ଠିରୁ ନୀତିଗତ ମଞ୍ଜୁରି ମିଳିଛି। ଯଥାଶୀଘ୍ର ସମ୍ଭବ ଏସବୁ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ପ୍ଲାଣ୍ଟ ଜିଲ୍ଲାସ୍ତରରେ ଅକ୍ସିଜେନ ଉପଲବ୍ଧତା ବୃଦ୍ଧି କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ।

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଜିଲ୍ଲା ମୁଖ୍ୟାଳୟରେ ଥିବା ଚୟନିତ ସରକାରୀ ଡାକ୍ତରଖାନାରେ ଏହିସବୁ ସମର୍ପିତ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ଆବଶ୍ୟକ ସାମଗ୍ରୀ କ୍ରୟ କରାଯିବ।

ଏଥିପୂର୍ବରୁ ଚଳିତ ବର୍ଷ ପ୍ରାରମ୍ଭରେ ଦେଶର ବିଭିନ୍ନ ସରକାରୀ ଡାକ୍ତରଖାନାରେ 162ଟି ସମର୍ପିତ ପିଏସଏ ମେଡ଼ିକାଲ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରିବା ଲାଗି ପିଏମ କେୟାର୍ସ ପାଣ୍ଠିରୁ 201.58 କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା ।

ଜିଲ୍ଲା ମୁଖ୍ୟ ଡାକ୍ତରଖାନାଗୁଡ଼ିକରେ ପିଏସଏ ଅକ୍ସିଜେନ୍‌ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ଉଦ୍ଦେଶ୍ୟ ହେଉଛି ସରକାରୀ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଏସବୁ ଡାକ୍ତରଖାନାରେ ନିଜସ୍ୱ କ୍ୟାପ୍ଟିଭ ଅକ୍ସିଜେନ ଉତ୍ପାଦନ ସୁବିଧା କରିବା। ନିଜସ୍ୱ କ୍ୟାପ୍ଟିଭ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ଫଳରେ ଏହିସବୁ ଡାକ୍ତରଖାନା ଏବଂ ଏସବୁ ଜିଲ୍ଲାରେ ଅକ୍ସିଜେନ୍‌ ଆବଶ୍ୟକତା ପୂରଣ ହୋଇପାରିବ। ଏହାବ୍ୟତୀତ ନିଜସ୍ୱ ଅକ୍ସିଜେନ ଉତ୍ପାଦନ ହେଉଥିବା ଡାକ୍ତରଖାନା ଗୁଡ଼ିକରେ, ତରଳ ଭେଷଜ ଅମ୍ଳଜାନ ବା ଏଲଏମଓ  “ଟପ ଅପ୍‌” ଭାବେ ବ୍ୟବହୃତ ହେବ । ଏପରି ବ୍ୟବସ୍ଥା ଦ୍ୱାରା ସରକାରୀ ଡାକ୍ତରଖାନାରେ ହଠାତ୍‌ ଅକ୍ସିଜେନ୍‌ ଅଭାବ ସମସ୍ୟା ଦେଖାଦେବ ନାହିଁ ଏବଂ କୋଭିଡ–19 ରୋଗୀ ଓ ଏପରି ସୁବିଧା ଆବଶ୍ୟକ କରୁଥିବା ଅନ୍ୟ ରୋଗୀଙ୍କ ପାଇଁ ବାଧାମୁକ୍ତ ଅକ୍ସିଜେନ୍‌ ଯୋଗାଣ ସୁନିଶ୍ଚିତ ହୋଇପାରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The Bill to replace MGNREGS simultaneously furthers the cause of asset creation and providing a strong safety net

Media Coverage

The Bill to replace MGNREGS simultaneously furthers the cause of asset creation and providing a strong safety net
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 22, 2025
December 22, 2025

Aatmanirbhar Triumphs: PM Modi's Initiatives Driving India's Global Ascent