ରାଷ୍ଟ୍ରପତିଙ୍କ ଅଭିଭାଷଣ ଏକ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପକୁ ସ୍ପଷ୍ଟ ଭାବେ ଦୃଢ କରିଥାଏ: ପ୍ରଧାନମନ୍ତ୍ରୀ
ଆମେ ଗରିବଙ୍କୁ ମିଥ୍ୟା ସ୍ଲୋଗାନ ଦେଇନାହୁଁ, ବରଂ ପ୍ରକୃତ ବିକାଶ ଦେଇଛୁ, ଆମ ସରକାର ସମାଜର ସମସ୍ତ ବର୍ଗଙ୍କ ପାଇଁ କାମ କରିଛି : ପ୍ରଧାନମନ୍ତ୍ରୀ
ଜନ କଲ୍ୟାଣ ପାଇଁ ସମ୍ବଳ ଖର୍ଚ୍ଚ ସୁନିଶ୍ଚିତ କରିବାରେ ଆମେ ବିଶ୍ୱାସ କରୁ: ପ୍ରଧାନମନ୍ତ୍ରୀ
ଆମ ସରକାର ମଧ୍ୟବିତ୍ତ ବର୍ଗଙ୍କୁ ନେଇ ଗର୍ବିତ ଏବଂ ସର୍ବଦା ଏହି ବର୍ଗକୁ ସମର୍ଥନ କରିବେ: ପ୍ରଧାନମନ୍ତ୍ରୀ
ଭାରତ ନିଜର ଯୁବ ଶକ୍ତିଙ୍କ ପାଇଁ ଗର୍ବିତ; 2014 ମସିହାରୁ ଆମେ ଦେଶର ଯୁବକମାନଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିଛୁ ଏବଂ ସେମାନଙ୍କ ଆକାଂକ୍ଷା ଉପରେ ଗୁରୁତ୍ୱ ଦେଉଛୁ, ଆଜି ଆମର ଯୁବପିଢ଼ି ପ୍ରତ୍ୟେକ କ୍ଷେତ୍ରରେ ସଫଳ ହେଉଛନ୍ତି: ପ୍ରଧାନମନ୍ତ୍ରୀ
ଆମେ ଏକ ଆକାଂକ୍ଷୀ ଭାରତ ଗଠନ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାମର୍ଥ୍ୟର ଲାଭ ଉଠାଉଛୁ: ପ୍ରଧାନମନ୍ତ୍ରୀ
ସମ୍ବିଧାନରେ ନିହିତ ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ଏକ ଅତୁଟ ପ୍ରତିବଦ୍ଧତା ରହିଛି: ପ୍ରଧାନମନ୍ତ୍ରୀ
ଜନସେବାର ଅର୍ଥ ରାଷ୍ଟ୍ର ନିର୍ମାଣ : ପ୍ରଧାନମନ୍ତ୍ରୀ
ସମ୍ବିଧାନ ପ୍ରତି ଆମର ପ୍ରତିବଦ୍ଧତା ଆମକୁ ଦୃଢ଼ ଏବଂ ଜନ-କଲ୍ୟାଣକାରୀ ନିଷ୍ପତ୍ତି ନେବାକୁ ପ୍ରେରଣା ଦେଇଥାଏ: ପ୍ରଧାନମନ୍ତ୍ରୀ
ଆମ ସରକାର ଅନୁସୂଚିତ ଜାତି, ଜନଜାତି ଏବଂ ଓବିସି ସମ୍ପ୍ରଦାୟର ଲୋକଙ୍କ ପାଇଁ ସର୍ବାଧିକ ସୁଯୋଗ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିଛନ୍ତି: ପ୍ରଧାନମନ୍ତ୍ରୀ
ଦେଶର ଏକତା ମଜବୁତ କରିବା ସହିତ ଗରିବ ଏବଂ ଅବହେଳିତଙ୍କ ଯତ୍ନ କିପରି ନିଆଯାଏ ତାହା ଆମ ସରକାର ଦର୍ଶାଇଛନ୍ତି: ପ୍ରଧାନମନ୍ତ୍ରୀ
ସମ୍ପୂର୍ଣ୍ଣତା ଉପରେ ଗୁରୁତ୍ୱ ଦେବା ଉତ୍କୃଷ୍ଟ ଫଳାଫଳ ସୃଷ୍ଟି କରୁଛି: ପ୍ରଧାନମନ୍ତ୍ରୀ
ଗତ ଦଶନ୍ଧିରେ, ଏମଏସଏମଇ କ୍ଷେତ୍ରକୁ ଅଭୂତପୂର୍ବ ସମର୍ଥନ ଦିଆଯାଇଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ଦେଇଛନ୍ତି। ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗତକାଲି ଏବଂ ଆଜି ଆଲୋଚନାରେ ଅଂଶଗ୍ରହଣ କରିଥିବା ସମସ୍ତ ମାନ୍ୟବର ସାଂସଦଙ୍କ ଯୋଗଦାନକୁ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଗଣତନ୍ତ୍ରର ପରମ୍ପରାରେ ଆବଶ୍ୟକ ସ୍ଥଳେ ପ୍ରଶଂସା ଏବଂ ଆବଶ୍ୟକ ସ୍ଥଳେ କିଛି ନକାରାତ୍ମକ ମନ୍ତବ୍ୟ ସାମିଲ ଥାଏ, ଯାହା ସ୍ୱାଭାବିକ। ଚତୁର୍ଦ୍ଦଶ ଥର ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିବାକୁ ସୁଯୋଗ ଦେଇଥିବାରୁ ସେ ଜନସାଧାରଣଙ୍କୁ କୃତଜ୍ଞତା ବ୍ୟକ୍ତ କରିଥିଲେ। ଏହି ଆଲୋଚନାରେ ଭାଗ ନେଇଥିବା ସମସ୍ତଙ୍କୁ ସେମାନଙ୍କର ବିଚାର ପାଇଁ ସେ ପ୍ରଶଂସା କରିଥିଲେ।

2025 ସୁଦ୍ଧା ଏକବିଂଶ ଶତାବ୍ଦୀର ଏକ ଚତୁର୍ଥାଂଶ ବିତିଯିବ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ସ୍ୱାଧୀନତା ପରେ ବିଂଶ ଶତାବ୍ଦୀ ଏବଂ ଏକବିଂଶ ଶତାବ୍ଦୀର ପ୍ରଥମ 25 ବର୍ଷରର ସଫଳତାକୁ ସମୟ ବିଚାର କରିବ। ସେ ଗୁରୁତ୍ୱାରୋପ କରିଥିଲେ ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଏକ ବିସ୍ତୃତ ଅଧ୍ୟୟନ ଦର୍ଶାଉଛି ଯେ ଏହା ଆଗାମୀ 25 ବର୍ଷର ଦୂରଦୃଷ୍ଟି ଏବଂ ଏକ ବିକଶିତ ଭାରତ ପ୍ରତି ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଥାଏ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଏକ ବିକଶିତ ଭାରତର ସଂକଳ୍ପକୁ ସୁଦୃଢ଼ କରିଥାଏ, ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଥାଏ ଏବଂ ସାଧାରଣ ଲୋକଙ୍କୁ ପ୍ରେରଣା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ ଜୋର୍‌ ଦେଇ କହିଥିଲେ ।

ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଗତ 10 ବର୍ଷ ମଧ୍ୟରେ 25 କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳି ପାରିଛନ୍ତି, ଯାହା ଏକାଧିକ ଅଧ୍ୟୟନ ଦ୍ୱାରା ପ୍ରମାଣିତ ହୋଇଛି। ସେ କହିଥିଲେ ଯେ ଗରିବ ଏବଂ ଅଭାବୀଙ୍କ ପ୍ରତି ସରକାରଙ୍କ ସମର୍ପଣ ଏବଂ ସର୍ବାଧିକ ସମ୍ବେଦନଶୀଳତାର ସହ ଯୋଜନାଗୁଡ଼ିକର ପ୍ରଭାବୀ କାର୍ଯ୍ୟାନ୍ୱୟନ ଯୋଗୁଁ ଏହି ପ୍ରୟାସ ସମ୍ଭବ ହୋଇପାରିଛି। ଯେତେବେଳେ ବାସ୍ତବତା ଜାଣିଥିବା ଲୋକମାନେ ତୃଣମୂଳ ସ୍ତରରେ ଲୋକଙ୍କ ପାଇଁ କାମ କରନ୍ତି, ସେତେବେଳେ ତୃଣମୂଳ ସ୍ତରରେ ପରିବର୍ତ୍ତନ ଅନିବାର୍ଯ୍ୟ ଏବଂ ନିଶ୍ଚିତ ହୋଇଥାଏ। ଶ୍ରୀ ମୋଦୀ କହିଥିଲେ, ‘‘ଆମ ସରକାର ଗରିବଙ୍କୁ ମିଥ୍ୟା ସ୍ଲୋଗାନ ଦେଇନାହାନ୍ତି, ବରଂ ପ୍ରକୃତ ବିକାଶ କରିଛନ୍ତି।’’ ତାଙ୍କ ସରକାର ଗରିବଙ୍କ ଯନ୍ତ୍ରଣା ଏବଂ ମଧ୍ୟବିତ୍ତ ଶ୍ରେଣୀର ଆକାଂକ୍ଷାକୁ ବୁଝି ସମାଜର ସମସ୍ତ ବର୍ଗଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ହେଲେ କିଛି ଲୋକଙ୍କ ପାଖରେ ଏଭଳି ଚିନ୍ତାଧାରା ଅଭାବ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବର୍ଷା ଋତୁ ସମୟରେ କଚ୍ଚା ଘର ଏବଂ ଝୁମ୍ପୁଡ଼ିରେ ରହିବା ପ୍ରକୃତରେ କଷ୍ଟଦାୟକ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଏପର୍ଯ୍ୟନ୍ତ ଗରିବଙ୍କୁ ଚାରି କୋଟି ଘର ବଣ୍ଟନ କରିଛନ୍ତି। ଖୋଲା ସ୍ଥାନରେ ଶୌଚ କରିବାରେ ମହିଳାମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଉପରେ ଆଲୋକପାତ କରି ସେ କହିଥିଲେ ଯେ ମହିଳାମାନଙ୍କ ଅସୁବିଧାକୁ ହ୍ରାସ କରିବା ପାଇଁ ସରକାର 12 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ସରକାର ‘ହର ଘର ଜଲ’ ଯୋଜନା ଜରିଆରେ ପ୍ରତ୍ୟେକ ଘରକୁ ନଳ ଯୋଗେ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେଉଛନ୍ତି। ସ୍ୱାଧୀନତାର 75 ବର୍ଷ ପରେ ମଧ୍ୟ ପାଖାପାଖି 75 ପ୍ରତିଶତ କିମ୍ବା 16 କୋଟିରୁ ଅଧିକ ପରିବାରରେ ନଳ ଯୋଗେ ଜଳ ସଂଯୋଗ ନାହିଁ। ସେ କହିଥିଲେ ଯେ ସରକାର ଗତ 5 ବର୍ଷ ମଧ୍ୟରେ 12 କୋଟି ପରିବାରକୁ ନଳ ଯୋଗେ ଜଳ ସଂଯୋଗ ସୁନିଶ୍ଚିତ କରିଛନ୍ତି ଏବଂ ଏହି କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଗରିବଙ୍କ ପାଇଁ କରାଯାଇଥିବା କାର୍ଯ୍ୟର ଉଲ୍ଲେଖ ବିଷୟରେ ବିବରଣୀ ପ୍ରଦାନ କରି ଶ୍ରୀ ମୋଦୀ କହିଥିଲେ ଯେ ସମସ୍ୟାକୁ ଚିହ୍ନଟ କରିବା ଯଥେଷ୍ଟ ନୁହେଁ, ବରଂ ଏହାର ସମାଧାନ ସୁନିଶ୍ଚିତ କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ସେ କହିଥିଲେ ଯେ, ତାଙ୍କ ସରକାର ସମସ୍ୟାର ସମାଧାନ ଉପରେ ସମର୍ପିତ ହୋଇ କାମ କରିଛି ଯାହା ଗତ ଦଶ ବର୍ଷ ମଧ୍ୟରେ ସରକାରଙ୍କ କାମ ଏବଂ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ପ୍ରତିଫଳିତ ହୋଇଛି ।

ପ୍ରଧାନମନ୍ତ୍ରୀ ଅତୀତର ସେହି ପରିସ୍ଥିତି ଉପରେ ଆଲୋକପାତ କରିଥିଲେ, ଯେତେବେଳେ ଖର୍ଚ୍ଚ ହୋଇଥିବା ପ୍ରତ୍ୟେକ ଟଙ୍କା ମଧ୍ୟରୁ ମାତ୍ର 15 ପଇସା ଉଦ୍ଦିଷ୍ଟ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରୁଥିଲା। ସେ ଜୋର ଦେଇ କହିଥିଲେ ଯେ, ସରକାରଙ୍କ ‘ସଞ୍ଚୟ ସହିତ ବିକାଶ’ର ମଡେଲ ଲୋକଙ୍କ ଅର୍ଥ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହୃତ ହେବା ସୁନିଶ୍ଚିତ କରିଥାଏ। ଶ୍ରୀ ମୋଦୀ କହିଥିଲେ ଯେ ଜନଧନ-ଆଧାର-ମୋବାଇଲ (ଜେଏଏମ) ତ୍ରୟ ସହିତ ସରକାର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଆରମ୍ଭ କରିଛନ୍ତି ଏବଂ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ 40 ଲକ୍ଷ କୋଟି ଟଙ୍କା ଜମା କରିଛନ୍ତି। ପ୍ରଧାନମନ୍ତ୍ରୀ ବିଶେଷ ଭାବେ କହିଥିଲେ, ପୂର୍ବରୁ ଅନ୍ୟ କାହା ନାମରେ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ଦ୍ୱାରା ପ୍ରାୟ 10 କୋଟି ଲୋକ ବେଆଇନ ଭାବେ ଉପକୃତ ହେଉଥିଲେ। ଗତ 10 ବର୍ଷ ମଧ୍ୟରେ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଏଭଳି ଭୂତ ହିତାଧିକାରୀମାନଙ୍କୁ ହଟାଇ ଦିଆଯାଇଥିଲା ଏବଂ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରକୃତ ହିତାଧିକାରୀଙ୍କୁ ଯୋଡ଼ା ଯାଇଥିଲା। ଏହା ଦ୍ୱାରା ପ୍ରାୟ 3 ଲକ୍ଷ କୋଟି ଟଙ୍କା ଭୁଲ୍ ଲୋକଙ୍କ ହାତରେ ପଡ଼ିବାରୁ ରକ୍ଷା ପାଇଛି ବୋଲି ସେ କହିଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ସରକାର ସରକାରୀ କ୍ରୟରେ ଟେକ୍ନୋଲୋଜିର ବ୍ୟାପକ ଉପଯୋଗ କରିଛନ୍ତି, ଜିଇଏମ (ସରକାରୀ ଇ-ମାର୍କେଟପ୍ଲେସ୍) ପୋର୍ଟାଲ ମାଧ୍ୟମରେ ସ୍ୱଚ୍ଛତା ଆଣିଛନ୍ତି, ଯାହା ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦ୍ୱାରା ମଧ୍ୟ ବ୍ୟବହୃତ ହେଉଛି। ଜିଇଏମ ପୋର୍ଟାଲ ମାଧ୍ୟମରେ କରାଯାଇଥିବା କ୍ରୟ ପାରମ୍ପରିକ କ୍ରୟ ପଦ୍ଧତି ତୁଳନାରେ ଅଧିକ ଶସ୍ତା ହୋଇଛି, ଯାହାର ଫଳସ୍ୱରୂପ ସରକାରଙ୍କ ପାଇଁ 1,15,000  କୋଟି ଟଙ୍କା ସଞ୍ଚୟ ହୋଇଛି।

ଶ୍ରୀ ମୋଦୀ ଜୋର ଦେଇ କହିଥିଲେ ଯେ ସ୍ୱଚ୍ଛ ଭାରତ ଅଭିଯାନକୁ ପ୍ରଥମେ ଉପହାସ କରାଯାଇଥିଲା, ଅନେକ ଏହାକୁ ଏକ ଭୁଲ କିମ୍ବା ପାପ ବୋଲି ବିବେଚନା କରିଥିଲେ। ସମାଲୋଚନା ସତ୍ତ୍ୱେ, ଏହି ପରିମଳ ପ୍ରୟାସ କାରଣରୁ, ବିଗତ ବର୍ଷଗୁଡ଼ିକରେ ସରକାର ସରକାରୀ କାର୍ଯ୍ୟାଳୟରୁ ଅଦରକାରୀ ସାମଗ୍ରୀ ବିକ୍ରି କରି 2300 କୋଟି ଟଙ୍କା ରୋଜଗାର କରିଛନ୍ତି ବୋଲି ସେ ଗର୍ବର ସହ କହିଥିଲେ। ମହାତ୍ମା ଗାନ୍ଧୀଙ୍କ ନ୍ୟାସଧାରୀ ନୀତିକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସେ ହେଉଛନ୍ତି ଜନସାଧାରଣଙ୍କ ସମ୍ପତ୍ତିର ଜଣେ ନ୍ୟାସୀ ଏବଂ ପ୍ରତ୍ୟେକ ପଇସା ସଞ୍ଚୟ କରିବା ଏବଂ ତାହାକୁ ଉପଯୁକ୍ତ ଭାବେ ଉପଯୋଗ ପାଇଁ ସେ ପ୍ରତିଶ୍ରୁତିବଦ୍ଧ।

ଇଥାନଲ ମିଶ୍ରଣ ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଇନ୍ଧନ ଆତ୍ମନିର୍ଭରଶୀଳ ନୁହେଁ ଏବଂ ବାହ୍ୟ ଉତ୍ସ ଉପରେ ନିର୍ଭରଶୀଳ। ସେ କହିଥିଲେ ଯେ ଇଥାନଲ ମିଶ୍ରଣ ପ୍ରବର୍ତ୍ତନ ପେଟ୍ରୋଲ ଏବଂ ଡିଜେଲ ଉପରେ ଖର୍ଚ୍ଚ ହ୍ରାସ କରିଛି, ଯାହାଫଳରେ 1 ଲକ୍ଷ କୋଟି ଟଙ୍କାର ସଞ୍ଚୟ ହୋଇଛି। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଏହି ରାଶି ସିଧାସଳଖ କୃଷକମାନଙ୍କୁ ଲାଭାନ୍ୱିତ କରିଛି ଏବଂ ସେମାନଙ୍କ ପକେଟକୁ ପ୍ରାୟ 1 ଲକ୍ଷ କୋଟି ଟଙ୍କା ଆସିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ସେ ସଞ୍ଚୟ ବିଷୟରେ କଥା ହୁଅନ୍ତି, ସେତେବେଳେ ତାଙ୍କର ବିଗତ ଦିନ ଦିନ କଥା ମନେ ପଡ଼ିତାଏ। ପୂର୍ବରୁ ଖବରକାଗଜଗୁଡ଼ିକ ଲକ୍ଷ-କୋଟି ଟଙ୍କାର ଠକେଇ ବିଷୟ ଉପରେ ଆଧାରିତ ଶୀର୍ଷକ ପରିପୂର୍ଣ୍ଣ ରହୁଥିଲା। ଏଭଳି ଦୁର୍ନୀତିକୁ ଏବେ ଦଶ ବର୍ଷ ବିତିଗଲାଣି ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ଏବେ ଦେଶର ଲକ୍ଷ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇଛି। ଏହି ସଞ୍ଚୟକୁ ଜନସାଧାରଣଙ୍କ ସେବା ପାଇଁ ବ୍ୟବହାର କରାଯାଇଛି।

ବିଭିନ୍ନ ପଦକ୍ଷେପ ଯୋଗୁଁ ଲକ୍ଷ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇଛି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ସ୍ପଷ୍ଟ କରିଛନ୍ତି ଯେ ଏହି ପାଣ୍ଠି ବିଶାଳ ପ୍ରାସାଦ ନିର୍ମାଣ ପାଇଁ ବ୍ୟବହୃତ ହୋଇନାହିଁ ବରଂ ରାଷ୍ଟ୍ର ନିର୍ମାଣରେ ବିନିଯୋଗ କରାଯାଇଛି। ସେ କହିଥିଲେ ଯେ ତାଙ୍କ କାର୍ଯ୍ୟକାଳର 10 ବର୍ଷ ପୂର୍ବରୁ ଭିତ୍ତିଭୂମି ବଜେଟ 1.8 ଲକ୍ଷ କୋଟି ଟଙ୍କା ଥିଲା, ଏହା ତୁଳନାରେ ଆଜି ଭିତ୍ତିଭୂମି ବଜେଟ 11 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଆଲୋଚନା କରିଛନ୍ତି। ଭାରତର ମୂଳଦୁଆ ସୁଦୃଢ଼ ହେଉଛି। ସଡ଼କ, ରାଜପଥ, ରେଳପଥ ଏବଂ ଗ୍ରାମୀଣ ସଡ଼କ ଭଳି କ୍ଷେତ୍ରରେ ବିକାଶ ପାଇଁ ଦୃଢ଼ ମୂଳଦୁଆ ପକାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

‘‘ନ୍ୟାସଧାରିତାର ନୀତି ମାଧ୍ୟମରେ ଗୁରୁତ୍ୱ ଦିଆଯାଇଥିବା ଅନୁସାରେ ସରକାରୀ କୋଷାଗାରରେ ସଞ୍ଚୟ ଅପରିହାର୍ଯ୍ୟ’’, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ତଥାପି, ସାଧାରଣ ନାଗରିକମାନେ ମଧ୍ୟ ଏହିପରି ସଞ୍ଚୟରୁ ଉପକୃତ ହେବା ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ଜନସାଧାରଣଙ୍କ ସଞ୍ଚୟ ସୁନିଶ୍ଚିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ରୋଗ କାରଣରୁ ନାଗରିକମାନଙ୍କ ଖର୍ଚ୍ଚରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ସେ କହିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନା ଲୋକମାନଙ୍କ ପାଖାପାଖି 1.2 ଲକ୍ଷ କୋଟି ଟଙ୍କା ସଞ୍ଚୟ କରିଛି। ଜନଔଷଧି କେନ୍ଦ୍ରର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ 60-70 ବର୍ଷରୁ କମ୍ ବୟସର ବୟସ୍କ ସଦସ୍ୟ ଥିବା ପରିବାରଗୁଡ଼ିକ ପାଇଁ ଚିକିତ୍ସା ଖର୍ଚ୍ଚ ଯଥେଷ୍ଟ ହୋଇପାରିଛି ଏବଂ ଜନଔଷଧି କେନ୍ଦ୍ରଗୁଡ଼ିକ ଔଷଧ ଉପରେ 80 ପ୍ରତିଶତ ରିହାତି ପ୍ରଦାନ କରି ପରିବାରଗୁଡ଼ିକର ଚିକିତ୍ସା ଖର୍ଚ୍ଚ ଉପରେ ପ୍ରାୟ 30,000 କୋଟି ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିଛନ୍ତି।

ଶ୍ରୀ ମୋଦୀ ୟୁନିସେଫର ଆକଳନ ଉପରେ ଆଲୋକପାତ କରିଥିଲେ ଯେ ଉପଯୁକ୍ତ ପରିମଳ ଏବଂ ଶୌଚାଳୟ ଥିବା ପରିବାରଗୁଡ଼ିକ ବାର୍ଷିକ ପ୍ରାୟ 70,000 ଟଙ୍କା ସଞ୍ଚୟ କରିଥା’ନ୍ତି। ସ୍ୱଚ୍ଛ ଭାରତ ଅଭିଯାନ, ଶୌଚାଳୟ ନିର୍ମାଣ ଏବଂ ସ୍ୱଚ୍ଛ ଜଳ ଯୋଗାଣ ଭଳି ପଦକ୍ଷେପଗୁଡ଼ିକ ଦ୍ୱାରା ସାଧାରଣ ପରିବାରଗୁଡ଼ିକୁ ମିଳୁଥିବା ଗୁରୁତ୍ୱପୂର୍ଣ୍ଣ ଲାଭ ଉପରେ ସେ ଆଲୋକପାତ କରିଥିଲେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ‘ନଳ ସେ ଜଲ’ ପଦକ୍ଷେପକୁ ପ୍ରଶଂସା କରାଯାଇଥିବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ, ଏହି ପଦକ୍ଷେପ ମାଧ୍ୟମରେ ସ୍ୱଚ୍ଛ ଜଳ ଉପଲବ୍ଧ ହେବା ଦ୍ୱାରା ପରିବାରଗୁଡ଼ିକ ଅନ୍ୟ ରୋଗ ସମ୍ବନ୍ଧୀୟ ଚିକିତ୍ସା ଖର୍ଚ୍ଚରେ ବାର୍ଷିକ ହାରାହାରି 40,000 ଟଙ୍କା ସଞ୍ଚୟ କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏଭଳି ଅନେକ ଯୋଜନା ରହିଛି ଯାହା ସାଧାରଣ ନାଗରିକଙ୍କୁ ସେମାନଙ୍କ ଖର୍ଚ୍ଚ ସଞ୍ଚୟ କରିବାରେ ସହାୟକ ହୋଇଛି।

ଲକ୍ଷ ଲକ୍ଷ ନାଗରିକଙ୍କୁ ମାଗଣା ଶସ୍ୟ ବଣ୍ଟନ ଦ୍ୱାରା ପରିବାରଗୁଡ଼ିକର ଯଥେଷ୍ଟ ସଞ୍ଚୟ ହୋଇଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ ଯୋଜନା ଦ୍ୱାରା ପରିବାରଗୁଡ଼ିକର ବିଦ୍ୟୁତ ଖର୍ଚ୍ଚରେ ବାର୍ଷିକ ହାରାହାରି 25 ହଜାର ଟଙ୍କାରୁ 30 ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହୋଇପାରିଛି। ଏହାବ୍ୟତୀତ, ଉତ୍ପାଦିତ ଯେକୌଣସି ଅତିରିକ୍ତ ବିଦ୍ୟୁତକୁ ଆୟ ପାଇଁ ବିକ୍ରି କରାଯାଇପାରିବ। ବିଭିନ୍ନ ପଦକ୍ଷେପ ମାଧ୍ୟମରେ ସାଧାରଣ ନାଗରିକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସଞ୍ଚୟ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ ଏଲ.ଇ.ଡି. ବଲବ୍‌ ଅଭିଯାନ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ସେମାନଙ୍କ କାର୍ଯ୍ୟକାଳ ପୂର୍ବରୁ ଏଲ.ଇ.ଡି. ବଲବ 400 ଟଙ୍କାରେ ବିକ୍ରି ହେଉଥିଲା। ଏହି ଅଭିଯାନ କାରଣରୁ, ମୂଲ୍ୟ 40 ଟଙ୍କାକୁ ହ୍ରାସ ପାଇଥିଲା, ଯାହାର ଫଳସ୍ୱରୂପ ବିଦ୍ୟୁତ ସଞ୍ଚୟ ହୋଇଥିଲା ଏବଂ ଆଲୋକୀକରଣ ବୃଦ୍ଧି ପାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅଭିଯାନ ନାଗରିକମାନଙ୍କୁ ପ୍ରାୟ 20,000 କୋଟି ଟଙ୍କା ସଞ୍ଚୟ କରିଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଯେଉଁ କୃଷକମାନେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡର ବୈଜ୍ଞାନିକ ଉପଯୋଗ କରିଛନ୍ତି, ସେମାନେ ଏକର ପିଛା 30,000 ଟଙ୍କା ସଞ୍ଚୟ କରି ଉଲ୍ଲେଖନୀୟ ଭାବେ ଉପକୃତ ହୋଇଛନ୍ତି।

ଆୟକର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଗତ ଦଶ ବର୍ଷ ମଧ୍ୟରେ ସରକାର ଆୟକର ହାର ହ୍ରାସ କରିଛନ୍ତି, ଯାହାଦ୍ୱାରା ମଧ୍ୟମ ବର୍ଗଙ୍କ ପାଇଁ ସଞ୍ଚୟ ବୃଦ୍ଧି ପାଇଛି। ସେ ଉଲ୍ଲେଖ କରିଥିଲେ ଯେ 2013-14 ରେ, କେବଳ 2 ଲକ୍ଷ ଟଙ୍କା ଆୟକରରୁ ମୁକ୍ତ ହୋଇଥିବାବେଳେ ଆଜି 12 ଲକ୍ଷ ଟଙ୍କା ଆୟକରରୁ ସମ୍ପୂର୍ଣ୍ଣ ମୁକ୍ତ। ପ୍ରଧାନମନ୍ତ୍ରୀ କହିଥିଲେ ଯେ 2014, 2017, 2019 ଏବଂ 2023 ମସିହା ମଧ୍ୟରେ ସରକାର ନିରନ୍ତର ଭାବେ ରିହାତି ପ୍ରଦାନ କରିବା ଦିଗରେ କାର୍ଯ୍ୟ କରିଛନ୍ତି ଏବଂ 75,000 ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ବା ମାନକ ଛାଡ଼ ସହିତ, ବେତନଭୋଗୀ ବ୍ୟକ୍ତିମାନଙ୍କୁ ଏପ୍ରିଲ 1 ତାରିଖ ଠାରୁ 12.75  ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ।

ଭୂତଳ ବାସ୍ତବତା ଠାରୁ ଦୂରେଇ ରହିବା ଏବଂ ବଡ଼ ବଡ଼ କଥା କହିବାକୁ ନେଇ ପୂର୍ବ ସରକାରମାନଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଏକବିଂଶ ଶତାବ୍ଦୀ ବିଷୟରେ ଆଲୋଚନା କରୁଥିବା ନେତାମାନେ ବିଂଶ ଶତାବ୍ଦୀର ଆବଶ୍ୟକତାକୁ ମଧ୍ୟ ପୂରଣ କରିପାରିନଥିଲେ। ସେ ଦୁଃଖ ପ୍ରକାଶ କରିଥିଲେ ଯେ ଦଶନ୍ଧି ଦଶନ୍ଧି ପୂର୍ବରୁ ପୂରଣ କରାଯିବାକୁ ଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିବାରେ ଦେଶ 40-50 ବର୍ଷ ପଛରେ ରହିଛି। ଶ୍ରୀ ମୋଦୀ କହିଥିଲେ ଯେ 2014 ମସିହାରୁ, ଯେତେବେଳେ ଜନସାଧାରଣଙ୍କୁ ସେବା କରିବାର ସୁଯୋଗ ଦିଆଯାଇଥିଲା, ସରକାର ଯୁବବର୍ଗଙ୍କ ଉପରେ ବ୍ୟାପକ ଧ୍ୟାନ ଦେଇଛନ୍ତି, ସେମାନଙ୍କ ଆକାଂକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଏବଂ ସେମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛନ୍ତି। ଫଳସ୍ୱରୂପ, ଯୁବପିଢ଼ି ଏବେ ଗର୍ବର ସହ ନିଜର ପ୍ରତିଭା ଏବଂ ସଫଳତା ପ୍ରଦର୍ଶନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ର, ପ୍ରତିରକ୍ଷା କ୍ଷେତ୍ରକୁ ଉନ୍ମୁକ୍ତ କରିବା ଏବଂ ସେମିକଣ୍ଡକ୍ଟର ମିଶନର ଶୁଭାରମ୍ଭ ଉପରେ ଆଲୋକପାତ କରିଥିଲେ। ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ନୂତନ ଯୋଜନା ଆରମ୍ଭ କରାଯାଇଛି ଏବଂ ଷ୍ଟାର୍ଟଅପ୍ ଇଣ୍ଡିଆ ଇକୋସିଷ୍ଟମ୍ ସମ୍ପୂର୍ଣ୍ଣ ବିକଶିତ ହୋଇଛି। ଏହାବ୍ୟତୀତ, ସେ ଉଲ୍ଲେଖ କରିଥିଲେ ଯେ ଚଳିତ ବଜେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ଛାଡ଼, ଯାହା ଅନେକ ଧ୍ୟାନ ଆକର୍ଷଣ କରିଛି। ଏହାବ୍ୟତୀତ, ପ୍ରଧାନମନ୍ତ୍ରୀ ଆଣବିକ ଶକ୍ତି କ୍ଷେତ୍ରକୁ ଖୋଲିବା ପାଇଁ ଘୋଷଣା କରିଥିଲେ, ଯାହା ଦେଶ ପାଇଁ ଦୀର୍ଘକାଳୀନ ସକାରାତ୍ମକ ପ୍ରଭାବ ଏବଂ ପରିଣାମ ଆଣିବ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, 3ଡି ପ୍ରିଣ୍ଟିଂ, ରୋବୋଟିକ୍ସ ଓ ଭର୍ଚୁଆଲ ରିଅଲିଟିର ଗୁରୁତ୍ୱ ଏବଂ ଗେମିଂ କ୍ଷେତ୍ରରେ ପ୍ରୟାସକୁ ଉଲ୍ଲେଖ କରି ଶ୍ରୀ ମୋଦୀ ଦେଶର ଯୁବକମାନଙ୍କୁ ଭାରତକୁ ବିଶ୍ୱବ୍ୟାପୀ ଗେମିଂର ସୃଜନଶୀଳ ରାଜଧାନୀରେ ପରିଣତ କରିବାକୁ ଉତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅର୍ଥ କେବଳ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନୁହେଁ, ବରଂ ଆକାଂକ୍ଷୀ ଭାରତ ମଧ୍ୟ। ବିଭିନ୍ନ ବିଦ୍ୟାଳୟରେ 10,000 ଅଟଳ ଟିଙ୍କରିଂ ଲ୍ୟାବ୍ର ପ୍ରଚଳନ ଉପରେ ସେ ଆଲୋକପାତ କରିଥିଲେ, ଯେଉଁଠାରେ ଛାତ୍ରଛାତ୍ରୀମାନେ ସେମାନଙ୍କ ରୋବୋଟିକ୍ସ ସୃଷ୍ଟି ଦ୍ୱାରା ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି। ଚଳିତ ବଜେଟରେ 50,000 ଅଟଳ ଟିଙ୍କରିଂ ଲ୍ୟାବ ପାଇଁ ବ୍ୟବସ୍ଥା ରହିଛି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଭାରତର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମିଶନ ବିଶ୍ୱବ୍ୟାପୀ ଆଶାବାଦ ସୃଷ୍ଟି କରିଛି ଏବଂ ବିଶ୍ୱ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଞ୍ଚରେ ଭାରତର ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି।

ଚଳିତ ବର୍ଷର ବଜେଟରେ ଡିପ୍‌ ଟେକ୍‌ କ୍ଷେତ୍ରରେ ନିବେଶକୁ ସାମିଲ କରାଯିବା ଉଚିତ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ପୂର୍ଣ୍ଣ ଭାବେ ପ୍ରଯୁକ୍ତିବିଦ୍ୟା ପରିଚାଳିତ ଏକବିଂଶ ଶତାବ୍ଦୀରେ ଦ୍ରୁତ ଅଗ୍ରଗତି କରିବା ପାଇଁ ଡିପ୍‌ ଟେକ୍‌ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ିବା ଆବଶ୍ୟକ। ସେ କହିଥିଲେ ଯେ ସରକାର ଯୁବବର୍ଗଙ୍କ ଭବିଷ୍ୟତକୁ ଧ୍ୟାନରେ ରଖି ନିରନ୍ତର କାର୍ଯ୍ୟ କରୁଛନ୍ତି। ତେବେ ନିର୍ବାଚନ ସମୟରେ ଭତ୍ତା ପ୍ରତିଶ୍ରୁତି ଦେଇ ଯୁବବର୍ଗଙ୍କୁ ପ୍ରତାରଣା କରୁଥିବା, କିନ୍ତୁ ପ୍ରତିଶ୍ରୁତି ପାଳନ କରୁନଥିବା କେତେକ ରାଜନୈତିକ ଦଳକୁ ସେ ସମାଲୋଚନା କରିଥିଲେ । ସେ କହିଥିଲେ ଯେ ଏହି ଦଳଗୁଡ଼ିକ ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ବିପର୍ଯ୍ୟୟ ପାଲଟିଛନ୍ତି।

ହରିୟାଣାର ସାମ୍ପ୍ରତିକ ଘଟଣାକ୍ରମ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିନା ମୂଲ୍ୟରେ କିମ୍ବା ମଧ୍ୟସ୍ଥିରେ ନିଯୁକ୍ତି ପ୍ରଦାନ କରିବାର ପ୍ରତିଶ୍ରୁତି ସରକାର ଗଠନ ହେବା ପରେ ଶୀଘ୍ର ପୂରଣ କରାଯାଇଥିଲା। ସେ ହରିୟାଣାର କ୍ରମାଗତ ତୃତୀୟ ଐତିହାସିକ ବିଜୟକୁ ଖୁସିର ସହ ଉଲ୍ଲେଖ କରିଥିଲେ ଏବଂ ଏହାକୁ ରାଜ୍ୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ବର୍ଣ୍ଣନା କରିଥିଲେ। ସେହିଭଳି, ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ଐତିହାସିକ ଫଳାଫଳକୁ ସ୍ୱୀକାର କରିଥିଲେ ଏବଂ ଶାସକ ଦଳ ଜିତିଥିବା ଅଭୂତପୂର୍ବ ସଂଖ୍ୟକ ଆସନ ବିଷୟରେ ଉଲ୍ଲେଖ କରି ଲୋକଙ୍କ ଆଶୀର୍ବାଦକୁ ସଫଳତାର ଶ୍ରେୟ ଦେଇଥିଲେ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଥିରେ ସମ୍ବିଧାନର 75 ବର୍ଷ ପୂରଣ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ସମ୍ବିଧାନର ଧାରା ବ୍ୟତୀତ ଏହାର ଭାବନା ମଧ୍ୟ ଜୀବନ୍ତ ରହିବା ଆବଶ୍ୟକ ଏବଂ ଆମେ ଏହା ସହିତ ଛିଡ଼ା ହେବା ଉଚିତ। ଶ୍ରୀ ମୋଦୀ କହିଥିଲେ ଯେ ଯେପରି ରାଜ୍ୟପାଳମାନେ ନିଜ ନିଜ ଅଭିଭାଷଣରେ ନିଜ ନିଜ ରାଜ୍ୟର କାର୍ଯ୍ୟକୁ ଉପସ୍ଥାପନ କରନ୍ତି, ସେହିଭଳି ରାଷ୍ଟ୍ରପତିଙ୍କ ଅଭିଭାଷଣରେ ପୂର୍ବ ବର୍ଷର ସରକାରଙ୍କ କାର୍ଯ୍ୟ ବିଷୟରେ ଉଲ୍ଲେଖ କରିବା ଏକ ପରମ୍ପରା। ସେ ଗୁରୁତ୍ୱାରୋପ କରିଥିଲେ ଯେ ଯେତେବେଳେ ଗୁଜରାଟ ରାଜ୍ୟ ଏହାର 50ତମ ବାର୍ଷିକୀ ପାଳନ କରିଥିଲା ଏବଂ ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ, ସେତେବେଳେ ସମ୍ବିଧାନ ଏବଂ ଗଣତନ୍ତ୍ରର ପ୍ରକୃତ ଭାବନା ପ୍ରଦର୍ଶିତ ହୋଇଥିଲା। ସେ କହିଥିଲେ ଯେ ସୁବର୍ଣ୍ଣ ଜୟନ୍ତୀ ବର୍ଷରେ, ଗତ 50 ବର୍ଷ ମଧ୍ୟରେ ବିଧାନସଭାରେ ରାଜ୍ୟପାଳମାନଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ଭାଷଣକୁ ଏକ ପୁସ୍ତକରେ ସଂକଳିତ କରିବା ଲାଗି ସେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ, ଯାହା ଏବେ ସମସ୍ତ ପାଠାଗାରରେ ଉପଲବ୍ଧ। ଏହି ଭାଷଣଗୁଡ଼ିକୁ ପ୍ରକାଶ କରିବାରେ ତାଙ୍କ ପ୍ରଶାସନ ଗର୍ବ ଅନୁଭବ କରୁଛି ବୋଲି ସେ କହିଥିଲେ। ସମ୍ବିଧାନର ଭାବନାକୁ ବୁଝିବା, ସେହି ଅନୁସାରେ ବଞ୍ଚିବା ଏବଂ ସେଥିପାଇଁ ଉତ୍ସର୍ଗୀକୃତ ହେବା ଲାଗି ସେ ସେମାନଙ୍କର ପ୍ରତିବଦ୍ଧତାକୁ ରେଖାଙ୍କିତ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ 2014ରେ ସେ କ୍ଷମତାକୁ ଆସିଥିଲେ, ସେତେବେଳେ କୌଣସି ସ୍ୱୀକୃତିପ୍ରାପ୍ତ ବିରୋଧୀ ଦଳ ନଥିଲା, କାରଣ କାହାକୁ ଆବଶ୍ୟକ ସଂଖ୍ୟକ ଆସନ ମିଳିନଥିଲା। ଅନେକ ଆଇନ ସରକାରଙ୍କୁ ସ୍ୱାଧୀନ ଭାବରେ କାର୍ଯ୍ୟ କରିବାକୁ ଅନୁମତି ଦେଇଥିଲା, ଏବଂ ଅନେକ କମିଟିରେ ବିରୋଧୀ ଦଳର ନେତାଙ୍କୁ ସାମିଲ କରିବା ପାଇଁ ବ୍ୟବସ୍ଥା ଥିଲା, କିନ୍ତୁ କେହି ନଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସମ୍ବିଧାନର ଭାବନା ଏବଂ ଗଣତନ୍ତ୍ରର ମୂଲ୍ୟବୋଧକୁ ଦୃଷ୍ଟିରେ ରଖି, ସ୍ୱୀକୃତିପ୍ରାପ୍ତ ବିରୋଧୀ ଦଳର ଅନୁପସ୍ଥିତି ସତ୍ତ୍ୱେ ସେ ସର୍ବବୃହତ ଦଳର ନେତାଙ୍କୁ ବୈଠକକୁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ଗଣତନ୍ତ୍ରର ସାର ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି। ଶ୍ରୀ ମୋଦୀ କହିଥିଲେ ଯେ ଅତୀତରେ ପ୍ରଧାନମନ୍ତ୍ରୀ ଫାଇଲଗୁଡ଼ିକୁ ସ୍ୱାଧୀନ ଭାବେ ପରିଚାଳନା କରୁଥିଲେ। ତେବେ ତାଙ୍କ ପ୍ରଶାସନ ଏହି ପ୍ରକ୍ରିୟାରେ ବିରୋଧୀ ଦଳ ନେତାଙ୍କୁ ସାମିଲ କରିଛି ଏବଂ ସେମାନଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ଆଇନ ମଧ୍ୟ ପ୍ରଣୟନ କରିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ନିର୍ବାଚନ ଆୟୋଗ ଗଠନ ହେବ, ସେତେବେଳେ ବିରୋଧୀ ଦଳର ନେତାମାନେ ନିଷ୍ପତ୍ତି ନେବାର ପ୍ରକ୍ରିୟାର ଅଂଶବିଶେଷ ହେବେ, ଯାହା ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଆଗକୁ ବଢ଼ିବା ଲାଗି ସେମାନଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।

ଦିଲ୍ଲୀରେ ଅନେକ ସ୍ଥାନରେ ପରିବାରଗୁଡ଼ିକର ଘରୋଇ ସଂଗ୍ରହାଳୟ ରହିଥିବା ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଯେତେବେଳେ ଜନସାଧାରଣଙ୍କ ଅର୍ଥ ବ୍ୟବହାର କରିବାର କଥା ଆସେ, ସେତେବେଳେ ଗଣତନ୍ତ୍ର ଏବଂ ସମ୍ବିଧାନର ଭାବନା ଅନୁଯାୟୀ କାମ କରିବା ଗୁରୁତ୍ୱପୂର୍ଣ୍ଣ। ସେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ନିର୍ମାଣ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଥିରେ ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ତାଙ୍କ ପୂର୍ବସୂରୀଙ୍କ ପର୍ଯ୍ୟନ୍ତ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଜୀବନ ଏବଂ କାର୍ଯ୍ୟ ପ୍ରଦର୍ଶିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟରେ ସାମିଲ ମହାନ ନେତାଙ୍କ ପରିବାର ସଦସ୍ୟ ସଂଗ୍ରହାଳୟ ପରିଦର୍ଶନ କରନ୍ତୁ ଏବଂ ସଂଗ୍ରହାଳୟକୁ ଆହୁରି ସମୃଦ୍ଧ କରିବା ପାଇଁ ପରାମର୍ଶ ଦିଅନ୍ତୁ, ଯାହାଦ୍ୱାରା ଯୁବ ପିଢ଼ିକୁ ପ୍ରେରଣା ମିଳିବ ବୋଲି ଶ୍ରୀ ମୋଦୀ ଆଶା ପ୍ରକଟ କରି କହିଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ ନିଜ ପାଇଁ ବଞ୍ଚିବା ସାଧାରଣ କଥା, କିନ୍ତୁ ସମ୍ବିଧାନ ପାଇଁ ବଞ୍ଚିବା ହେଉଛି ଏକ ଉଚ୍ଚତର ଆହ୍ୱାନ ଯାହା ପ୍ରତି ସେ ସଂକଳ୍ପବଦ୍ଧ।

‘‘ଯେତେବେଳେ କ୍ଷମତା ସେବା ପାଇଁ ବ୍ୟବହୃତ ହୁଏ, ତାହା ରାଷ୍ଟ୍ର ନିର୍ମାଣ ଆଡ଼କୁ ନେଇଯାଏ, କିନ୍ତୁ ଯେତେବେଳେ କ୍ଷମତା ଉତ୍ତରାଧିକାରୀ ହୋଇଯାଏ, ଏହା ଲୋକମାନଙ୍କୁ ଧ୍ୱଂସ କରିଥାଏ’’, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଦୃଢ଼ତାର ସହ କହିଥିଲେ ଯେ ସେମାନେ ସମ୍ବିଧାନର ଭାବନାକୁ ଅନୁସରଣ କରନ୍ତି ଏବଂ ବିଭାଜନକାରୀ ରାଜନୀତିରେ ଲିପ୍ତ ହୁଅନ୍ତି ନାହିଁ। ସେ ଜାତୀୟ ଏକତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଉତ୍ସର୍ଗୀକୃତ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିର ନିର୍ମାଣକୁ ସ୍ମରଣ କରିଥିଲେ କାରଣ ସମ୍ବିଧାନ ଅନୁଯାୟୀ ବଞ୍ଚିବାକୁ ତାଙ୍କର ପ୍ରତିବଦ୍ଧତା ତାଙ୍କ କାର୍ଯ୍ୟକୁ ଅନୁପ୍ରାଣିତ କରିଥିଲା।

କିଛି ଲୋକ ଖୋଲାଖୋଲି ଭାବେ ସହରୀ ନକ୍ସଲମାନଙ୍କ ଭାଷା ବ୍ୟବହାର କରିବା ଦୁର୍ଭାଗ୍ୟଜନକ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଯେଉଁମାନେ ଏହି ଭାଷା କହୁଛନ୍ତି ଏବଂ ଭାରତକୁ ଆହ୍ୱାନ ଦେଉଛନ୍ତି, ସେମାନେ ସମ୍ବିଧାନ କିମ୍ବା ଦେଶର ଏକତାକୁ ବୁଝିପାରିବେ ନାହିଁ।

ଜାମ୍ମୁ-କାଶ୍ମୀର ଏବଂ ଲଦାଖକୁ ସାତ ଦଶନ୍ଧି ଧରି ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଇଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ସମ୍ବିଧାନ ଏବଂ ଉଭୟ ଜାମ୍ମୁ-କାଶ୍ମୀର ଏବଂ ଲଦାଖର ଲୋକଙ୍କ ପ୍ରତି ଅନ୍ୟାୟ। ସେ ଗୁରୁତ୍ୱାରୋପ କରିଥିଲେ ଯେ ସେମାନେ ସମ୍ବିଧାନର ଭାବନାକୁ ବୁଝନ୍ତି ଏବଂ ଏହାକୁ ପାଳନ କରନ୍ତି, ଯେଉଁଥିପାଇଁ ସେମାନେ ଏଭଳି କଠୋର ନିଷ୍ପତ୍ତି ନିଅନ୍ତି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଧାରା 370 ଉଚ୍ଛେଦ ହେବା ପରେ ଏହି ଅଞ୍ଚଳର ଲୋକମାନେ ଏବେ ଦେଶର ଅନ୍ୟ ନାଗରିକଙ୍କ ଭଳି ସମାନ ଅଧିକାର ଉପଭୋଗ କରୁଛନ୍ତି। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ସେମାନେ ସମ୍ବିଧାନର ଭାବନାକୁ ବୁଝନ୍ତି ଏବଂ ସେହି ଅନୁସାରେ ଜୀବନଯାପନ କରନ୍ତି, ଯେଉଁଥିପାଇଁ ସେମାନେ ଏଭଳି ଦୃଢ଼ ନିଷ୍ପତ୍ତି ନିଅନ୍ତି।

ସମ୍ବିଧାନ ଭେଦଭାବକୁ ଅନୁମତି ଦିଏ ନାହିଁ ବୋଲି  ଶ୍ରୀ ମୋଦୀ ଜୋର ଦେଇ କହିଥିଲେ । ସେ ପକ୍ଷପାତପୂର୍ଣ୍ଣ ମାନସିକତାରେ ରହୁଥିବା ଲୋକଙ୍କୁ ସମାଲୋଚନା କରିଥିଲେ ଏବଂ ମୁସଲମାନ ମହିଳାମାନଙ୍କ ଉପରେ ଲାଗୁ କରାଯାଇଥିବା ଅସୁବିଧା ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ତିନି ତଲାକ୍ ଉଚ୍ଛେଦ କରି ସେ ସମ୍ବିଧାନ ଅନୁଯାୟୀ ମୁସଲମାନ ଝିଅମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିଛନ୍ତି।

ତାଙ୍କ ସରକାର କ୍ଷମତାରେ ଥିବା ସମୟରେ ଦୂରଦୃଷ୍ଟିର ସହ କାର୍ଯ୍ୟ କରିଛି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ହତାଶା ଏବଂ ନିରାଶା ଦ୍ୱାରା ପରିଚାଳିତ କିଛି ଲୋକଙ୍କ ଦ୍ୱାରା ବ୍ୟବହୃତ ବିଭାଜନକାରୀ ଭାଷା ଉପରେ ଚିନ୍ତା ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ପରିକଳ୍ପନା ଅନୁଯାୟୀ ଯେଉଁମାନେ ପଛରେ ରହିଯାଇଛନ୍ତି, ସେମାନଙ୍କ ଉପରେ ତାଙ୍କର ସର୍ବଦା ଧ୍ୟାନ ରହିଛି। ଶ୍ରୀ ମୋଦୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଉତ୍ତର-ପୂର୍ବ ଏବଂ ଆଦିବାସୀ ବ୍ୟାପାର ପାଇଁ ପୃଥକ ମନ୍ତ୍ରଣାଳୟ ଗଠନ ଉପରେ ଆଲୋକପାତ କରିଥିଲେ, ଯାହା ସମାବେଶୀ ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି।

ଭାରତର ଦକ୍ଷିଣ ଏବଂ ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ମତ୍ସ୍ୟଜୀବୀ ସମ୍ପ୍ରଦାୟର ଯଥେଷ୍ଟ ଉପସ୍ଥିତି ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଛୋଟ ଆଭ୍ୟନ୍ତରୀଣ ଜଳ ଅଞ୍ଚଳରେ ରହୁଥିବା ଲୋକଙ୍କ ସମେତ ଏହି ସମ୍ପ୍ରଦାୟଗୁଡ଼ିକର କଲ୍ୟାଣ ଉପରେ ବିଚାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ମତ୍ସ୍ୟଜୀବୀମାନଙ୍କ ଆବଶ୍ୟକତାକୁ ପୂରଣ କରିବା ଏବଂ ସେମାନଙ୍କ ଜୀବିକା ନିର୍ବାହ ପାଇଁ ତାଙ୍କ ସରକାର ମତ୍ସ୍ୟଚାଷ ପାଇଁ ଏକ ପୃଥକ ମନ୍ତ୍ରଣାଳୟ ଗଠନ କରିଛନ୍ତି।

ସମାଜର ଅବହେଳିତ ବର୍ଗର ସାମର୍ଥ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦକ୍ଷତା ବିକାଶ ଉପରେ ଧ୍ୟାନ ଦେଇ ନୂତନ ସୁଯୋଗ ସୃଷ୍ଟି କରାଯାଇପାରିବ, ଯାହାଦ୍ୱାରା ସେମାନଙ୍କ ଆକାଂକ୍ଷାକୁ ଏକ ନୂତନ ଜୀବନ ମିଳିପାରିବ। ଏହାଦ୍ୱାରା ଦକ୍ଷତା ବିକାଶ ପାଇଁ ଏକ ପୃଥକ ମନ୍ତ୍ରଣାଳୟ ସୃଷ୍ଟି ହୋଇଥିଲା। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଗଣତନ୍ତ୍ରର ପ୍ରାଥମିକ କର୍ତ୍ତବ୍ୟ ହେଉଛି ସାଧାରଣ ନାଗରିକମାନଙ୍କୁ ମଧ୍ୟ ସୁଯୋଗ ପ୍ରଦାନ କରିବା। କୋଟି କୋଟି ଲୋକଙ୍କୁ ଯୋଡ଼ୁଥିବା ଭାରତର ସମବାୟ କ୍ଷେତ୍ରର ବିକାଶ ଏବଂ ସୁଦୃଢ଼ୀକରଣ ପାଇଁ ସରକାର ସମବାୟ ପାଇଁ ଏକ ପୃଥକ ମନ୍ତ୍ରଣାଳୟ ଗଠନ କରିଛନ୍ତି। ଏହା ତାଙ୍କର ଦୂରଦୃଷ୍ଟିକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କିଛି ଲୋକଙ୍କ ପାଇଁ ଜାତି ବିଷୟରେ ଆଲୋଚନା କରିବା ଏକ ଫେଶନ ହୋଇଗଲାଣି । ଗତ 30-35 ବର୍ଷ ଧରି ବିଭିନ୍ନ ଦଳର ଓବିସି ସାଂସଦମାନେ ପଛୁଆ ବର୍ଗ ଆୟୋଗକୁ ସାମ୍ବିଧାନିକ ମାନ୍ୟତା ପାଇଁ ଦାବି କରି ଆସୁଥିଲେ। ତାଙ୍କ ସରକାର ହିଁ ଓବିସି ଆୟୋଗଙ୍କୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିବା ସେ କହିଥିଲେ । ପଛୁଆ ବର୍ଗ ଆୟୋଗ ଏବେ ସାମ୍ବିଧାନିକ ଢାଞ୍ଚାର ଅଂଶବିଶେଷ ବୋଲି ସେ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ କ୍ଷେତ୍ରରେ ଅନୁସୂଚିତ ଜାତି, ଜନଜାତି ଏବଂ ଓବିସି ସମ୍ପ୍ରଦାୟ ପାଇଁ ସର୍ବାଧିକ ସୁଯୋଗ ପ୍ରଦାନ କରିବା ଲାଗି ସେ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି। ଦେଶ ଆଗରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇ ସେ ପଚାରିଥିଲେ, ଏପରି କୌଣସି ସମୟ ଆସିଛି କି ଯେତେବେଳେ ଗୋଟିଏ ଏସସି ପରିବାରର ତିନି ଜଣ ସାଂସଦ ଏକାଠି ସଂସଦରେ ରହିଛନ୍ତି, କିମ୍ବା ଗୋଟିଏ ଏସସି ପରିବାରର ତିନି ଜଣ ସାଂସଦ ଏକ ସମୟରେ ସଂସଦରେ ରହିଛନ୍ତି। କେତେକ ବ୍ୟକ୍ତି ଯାହା କୁହନ୍ତି ଏବଂ କରନ୍ତି ସେଥିରେ ଥିବା ସ୍ପଷ୍ଟ ପାର୍ଥକ୍ୟ ଉପରେ ସେ ଆଲୋକପାତ କରିଥିଲେ, ଯାହା ସେମାନଙ୍କ ପ୍ରତିଶ୍ରୁତି ଏବଂ ବାସ୍ତବତା ମଧ୍ୟରେ ଏକ ବିରାଟ ପାର୍ଥକ୍ୟକୁ ପ୍ରତିଫଳିତ କରେ।

ସାମାଜିକ ଉତ୍ତେଜନା ସୃଷ୍ଟି ନକରି ଏକତା ବଜାୟ ରଖିବାର ଗୁରୁତ୍ୱକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏସସି ଏବଂ ଏସଟି ସମ୍ପ୍ରଦାୟର ସଶକ୍ତିକରଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ ଏକ ଉଦାହରଣ ଦେଇ କହିଥିଲେ ଯେ 2014 ପୂର୍ବରୁ ଦେଶରେ 387ଟି ମେଡ଼ିକାଲ କଲେଜ ଥିଲା। ଆଜି ଏହି ସଂଖ୍ୟା 780କୁ ବୃଦ୍ଧି ପାଇଛି, ଯାହାର ଫଳସ୍ୱରୂପ ଉପଲବ୍ଧ ଡାକ୍ତରୀ ସିଟ୍‌ ସଂଖ୍ୟା ବୃଦ୍ଧି ପାଇଛି। ସେ ଉଲ୍ଲେଖ କରିଥିଲେ ଯେ 2014 ପୂର୍ବରୁ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ 7,700 ଏମବିବିଏସ ସିଟ୍‌ ଥିଲା। ଦଶ ବର୍ଷର କାର୍ଯ୍ୟ ପରେ, ଏହି ସଂଖ୍ୟା 17,000 କୁ ବୃଦ୍ଧି ପାଇଛି । ଫଳରେ ଦଳିତ ସମ୍ପ୍ରଦାୟ ପାଇଁ ଡାକ୍ତର ହେବାର ସୁଯୋଗରେ ଉଲ୍ଲେଖନୀୟ ଉନ୍ନତି ଘଟିଛି । ସାମାଜିକ ଉତ୍ତେଜନା ସୃଷ୍ଟି ନକରି ଏବଂ ପରସ୍ପରର ମର୍ଯ୍ୟାଦାକୁ ସମ୍ମାନ ଦେଇ ଏହା ହୋଇପାରିଛି ବୋଲି ସେ କହିଥିଲେ । ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ 2014 ମସିହା ପୂର୍ବରୁ, ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ 3,800 ଏମବିବିଏସ ସିଟ୍ ଥିଲା। ଆଜି ଏହି ସଂଖ୍ୟା ପାଖାପାଖି 9,000କୁ ବୃଦ୍ଧି ପାଇଛି। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ 2014 ପୂର୍ବରୁ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ 14,000ରୁ କମ୍ ଏମବିବିଏସ ଆସନ ଥିଲା। ଆଜି ଏହି ସଂଖ୍ୟା ପାଖାପାଖି 32,000କୁ ବୃଦ୍ଧି ପାଇଛି, ଯାହାଦ୍ୱାରା 32,000 ଓବିସି ଛାତ୍ରଛାତ୍ରୀ ଡାକ୍ତର ହୋଇପାରିବେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ବିଗତ ଦଶ ବର୍ଷ ମଧ୍ୟରେ ପ୍ରତି ସପ୍ତାହରେ ଏକ ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି, ପ୍ରତିଦିନ ଏକ ନୂତନ ଆଇଟିଆଇ ଖୋଲାଯାଉଛି ଏବଂ ପ୍ରତି ଦୁଇ ଦିନରେ ଏକ ନୂତନ ମହାବିଦ୍ୟାଳୟର ଉଦଘାଟନ କରାଯାଉଛି। ଏସସି, ଏସଟି ଏବଂ ଓବିସି ଯୁବକମାନଙ୍କ ପାଇଁ ସୁଯୋଗରେ ଉଲ୍ଲେଖନୀୟ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଶ୍ରୀ ମୋଦୀ କହିଲେ, ‘‘ଆମେ ସମସ୍ତ ଯୋଜନାରେ 100 ପ୍ରତିଶତ ପରିପୂର୍ଣ୍ଣତା ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ, ଯାହାଦ୍ୱାରା କୌଣସି ହିତାଧିକାରୀ ବଞ୍ଚିତ ହେବେ ନାହିଁ।’’ କେବଳ ଅଳ୍ପ କିଛି ଲୋକଙ୍କୁ ସୁବିଧା ମିଳୁଥିବା ପୁରୁଣା ମଡେଲକୁ ପ୍ରତ୍ୟାଖ୍ୟାନ କରି ସେ ଜୋର ଦେଇ କହିଥିଲେ ଯେ ଯେଉଁମାନେ ଏହି ସୁବିଧା ପାଇବାକୁ ଯୋଗ୍ୟ, ସେମାନେ ଏହାକୁ ପାଇବା ଉଚିତ। ପ୍ରଧାନମନ୍ତ୍ରୀ ତୁଷ୍ଟିକରଣ ରାଜନୀତିକୁ ସମାଲୋଚନା କରିଥିଲେ ଏବଂ କହିଥିଲେ ଯେ ଏକ ବିକଶିତ ଭାରତ ଗଠନ କରିବା ପାଇଁ ଦେଶ ତୁଷ୍ଟିକରଣରୁ ଦୂରେଇ ସନ୍ତୋଷର ପଥରେ ଅଗ୍ରସର ହେବା ଉଚିତ। ସମାଜର ପ୍ରତ୍ୟେକ ବର୍ଗ ବିନା କୌଣସି ଭେଦଭାବରେ ନିଜର ଅଧିକାର ପାଇବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ । ତାଙ୍କ ମତରେ, ଶତପ୍ରତିଶତ ପରିପୂର୍ଣ୍ଣତା ହାସଲ କରିବାର ଅର୍ଥ ହେଉଛି ପ୍ରକୃତ ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା ଏବଂ ସମ୍ବିଧାନ ପ୍ରତି ସମ୍ମାନ।

ସମସ୍ତଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ହେଉଛି ସମ୍ବିଧାନର ଭାବନା ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି କର୍କଟ ଦିବସ ଏବଂ ଦେଶ ତଥା ବିଶ୍ୱରେ ସ୍ୱାସ୍ଥ୍ୟ ଉପରେ ବ୍ୟାପକ ଆଲୋଚନା ହେଉଛି। ସେ କହିଥିଲେ ଯେ ରାଜନୈତିକ ସ୍ୱାର୍ଥ ଦ୍ୱାରା ପ୍ରେରିତ ହୋଇ କିଛି ଲୋକ ଗରିବ ଏବଂ ବୟସ୍କଙ୍କ ସ୍ୱାସ୍ଥ୍ୟସେବାରେ ବାଧା ସୃଷ୍ଟି କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆୟୁଷ୍ମାନ କାର୍ଡଧାରୀମାନଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରୁଥିବା ଆୟୁଷ୍ମାନ ଭାରତ ଯୋଜନା ସହିତ ସ୍ୱତନ୍ତ୍ର ଘରୋଇ ଡାକ୍ତରଖାନା ସମେତ 30,000 ଡାକ୍ତରଖାନା ଯୋଡ଼ି ହୋଇଛି। ତେବେ କେତେକ ରାଜନୈତିକ ଦଳ ନିଜର ସଂକୀର୍ଣ୍ଣ ମାନସିକତା ଏବଂ ତ୍ରୁଟିପୂର୍ଣ୍ଣ ନୀତି କାରଣରୁ ଗରିବଙ୍କ ପାଇଁ ଏହି ଡାକ୍ତରଖାନାଗୁଡ଼ିକର ଦ୍ୱାର ବନ୍ଦ କରିଦେଇଛନ୍ତି, ଯାହା କର୍କଟ ରୋଗୀମାନଙ୍କୁ ପ୍ରଭାବିତ କରୁଛି। ଭାରତରେ ଆୟୁଷ୍ମାନ ଯୋଜନା ଅଧୀନରେ କର୍କଟ ଚିକିତ୍ସା ଠିକ୍ ସମୟରେ ଆରମ୍ଭ ହୋଇଥିବା ସମ୍ପର୍କରେ ଜନସ୍ୱାସ୍ଥ୍ୟ ପତ୍ରିକା ଲାନସେଟ୍ ଦ୍ୱାରା ନିକଟରେ କରାଯାଇଥିବା ଏକ ଅଧ୍ୟୟନକୁ ଉଲ୍ଲେଖ କରି, ଶ୍ରୀ ମୋଦୀ କହିଥିଲେ କର୍କଟ ରୋଗର ସ୍କ୍ରିନିଂ ଏବଂ ଚିକିତ୍ସାରେ ସରକାରଙ୍କ ଗମ୍ଭୀରତା ଉପରେ ଗୁରୁତ୍ୱାରୋପ କରାଯାଉଛି । ଶୀଘ୍ର ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା କର୍କଟ ରୋଗୀମାନଙ୍କୁ ବଞ୍ଚାଇପାରିବ। ଭାରତରେ ଏହି ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ଲକ୍ଷ୍ୟ କରି ଲାନସେଟ୍ ଆୟୁଷ୍ମାନ ଯୋଜନାକୁ ଶ୍ରେୟ ଦେଇଥିଲା।

କର୍କଟ ରୋଗର ଔଷଧକୁ ଶସ୍ତା କରିବା ପାଇଁ ଏହି ବଜେଟରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଯାହା କର୍କଟ ରୋଗୀମାନଙ୍କୁ ବିଶେଷ କରି କର୍କଟ ଦିବସରେ ଲାଭାନ୍ୱିତ କରିବ। ସେ ସମସ୍ତ ମାନ୍ୟବର ସାଂସଦମାନଙ୍କୁ ସେମାନଙ୍କ ନିର୍ବାଚନମଣ୍ଡଳୀର ରୋଗୀଙ୍କ ପାଇଁ ଏହି ସୁବିଧାର ଉପଯୋଗ କରିବାକୁ ଅନୁରୋଧ କରିଥିଲେ। ସୀମିତ ସଂଖ୍ୟକ ଡାକ୍ତରଖାନା କାରଣରୁ ରୋଗୀମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ବିଷୟରେ ସେ ଉଲ୍ଲେଖ କରିଥିଲେ ଏବଂ 200ଟି ଡେ-କେୟାର୍ କେନ୍ଦ୍ର ପ୍ରତିଷ୍ଠା କରିବାର ନିଷ୍ପତ୍ତି ଘୋଷଣା କରିଥିଲେ। ଏହି କେନ୍ଦ୍ରଗୁଡ଼ିକ ଉଭୟ ରୋଗୀ ଏବଂ ସେମାନଙ୍କ ପରିବାରକୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିବ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ବୈଦେଶିକ ନୀତି ଉପରେ ଆଲୋଚନାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କେତେକ ବ୍ୟକ୍ତି ପରିପକ୍ୱ ହେବା ପାଇଁ ବୈଦେଶିକ ନୀତି ଉପରେ କହିବାର ଆବଶ୍ୟକତା ଅନୁଭବ କରନ୍ତି, ଯଦିଓ ଏହା ଦେଶକୁ ଆଘାତ ଦିଏ। ସେ ପରାମର୍ଶ ଦେଇଥିଲେ ଯେ ଯେଉଁମାନେ ପ୍ରକୃତରେ ବୈଦେଶିକ ନୀତି ପ୍ରତି ଆଗ୍ରହୀ, ସେମାନେ ଜଣେ ବିଶିଷ୍ଟ ବୈଦେଶିକ ନୀତି ବିଦ୍ୱାନଙ୍କ ଦ୍ୱାରା ଲିଖିତ ପୁସ୍ତକ ‘‘ଜେଏଫକେର ଫରଗଟେନ କ୍ରାଇସିସ’’ ପଢ଼ିବା ଉଚିତ। ଏହି ପୁସ୍ତକରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଏବଂ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଜନ୍ ଏଫ୍ କେନେଡ଼ିଙ୍କ ମଧ୍ୟରେ ଆହ୍ୱାନପୂର୍ଣ୍ଣ ସମୟରେ ଗୁରୁତ୍ୱପୂର୍ଣ୍ଣ ଘଟଣା ଏବଂ ବାର୍ତ୍ତାଳାପ ବିଷୟରେ ବର୍ଣ୍ଣନା କରାଯାଇଛି।

ଗୋଟିଏ ଗରିବ ପରିବାରର ମହିଳା ହୋଇଥିବା ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ତାଙ୍କ ପ୍ରତି ହୋଇଥିବା ଅସମ୍ମାନକୁ ନେଇ ପ୍ରଧାନମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ ଜୋର ଦେଇ କହିଥିଲେ ଯେ ସେ ରାଜନୈତିକ ହତାଶାକୁ ବୁଝନ୍ତି, କିନ୍ତୁ ରାଷ୍ଟ୍ରପତିଙ୍କ ପ୍ରତି ଏପରି ଅସମ୍ମାନ ପଛର କାରଣକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ। ପଶ୍ଚାତଗାମୀ ମାନସିକତାକୁ ପଛରେ ପକାଇ ଭାରତ ମହିଳା ନେତୃତ୍ୱାଧୀନ ବିକାଶ ମନ୍ତ୍ରକୁ ଗ୍ରହଣ କରି ଆଗକୁ ବଢ଼ୁଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଯଦି ଜନସଂଖ୍ୟାର ଅଧା ଭାଗୀଦାର ହୋଇଥିବା ମହିଳାମାନଙ୍କୁ ସମ୍ପୂର୍ଣ୍ଣ ସୁଯୋଗ ଦିଆଯାଏ, ତେବେ ଭାରତ ଦ୍ୱିଗୁଣିତ ବେଗରେ ପ୍ରଗତି ହାସଲ କରିପାରିବ। ଏହି କ୍ଷେତ୍ରରେ 25 ବର୍ଷ କାର୍ଯ୍ୟ କରିବା ପରେ ହିଁ ତାଙ୍କର ବିଶ୍ୱାସ ଦୃଢ ହୋଇଛି। ସେ ଉଲ୍ଲେଖ କରିଥିଲେ ଯେ ବିଗତ ଦଶ ବର୍ଷ ମଧ୍ୟରେ, 10 କୋଟି ମହିଳା, ମୁଖ୍ୟତଃ ଅବହେଳିତ ଏବଂ ଗ୍ରାମୀଣ ପୃଷ୍ଠଭୂମିରୁ, ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ରେ ସାମିଲ ହୋଇଛନ୍ତି। ଏହି ମହିଳାମାନଙ୍କ ସାମର୍ଥ୍ୟ ବୃଦ୍ଧି ପାଇଛି, ସେମାନଙ୍କର ସାମାଜିକ ସ୍ଥିତିରେ ଉନ୍ନତି ଘଟିଛି, ଏବଂ ସରକାର ସେମାନଙ୍କ କାର୍ଯ୍ୟକୁ ଆଗକୁ ନେବାରେ ସାହାଯ୍ୟ କରିବା ପାଇଁ ସେମାନଙ୍କ ସହାୟତା 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏହି ପ୍ରୟାସଗୁଡ଼ିକ ଗ୍ରାମୀଣ ଅର୍ଥବ୍ୟବସ୍ଥା ଉପରେ ଅତ୍ୟନ୍ତ ସକାରାତ୍ମକ ପ୍ରଭାବ ପକାଇଛି।

ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଲଖପତି ଦିଦି ଅଭିଯାନର ଆଲୋଚନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ତୃତୀୟ ଥର ପାଇଁ ନୂତନ ସରକାର ଗଠନ ହେବା ପରଠାରୁ 50 ଲକ୍ଷରୁ ଅଧିକ ଲଖପତି ଦିଦି ପଞ୍ଜିକୃତ ହୋଇଛନ୍ତି। ସେ କହିଥିଲେ ଯେ ଏହି ପଦକ୍ଷେପ ଆରମ୍ଭ ହେବା ପରଠାରୁ ପାଖାପାଖି 1.25 କୋଟି ମହିଳା ‘ଲଖପତି ଦିଦି’ ହୋଇଛନ୍ତି ଏବଂ ଆର୍ଥିକ କାର୍ଯ୍ୟକ୍ରମ ଜରିଆରେ ତିନି କୋଟି ମହିଳାଙ୍କୁ ‘ଲଖପତି ଦିଦି’ କରିବା ଲକ୍ଷ୍ୟ ରହିଛି। ପ୍ରଧାନମନ୍ତ୍ରୀ ଗ୍ରାମାଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମନସ୍ତାତ୍ତ୍ୱିକ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଠାରେ ମହିଳାମାନେ ଡ୍ରୋନ୍ ଚଳାଉଛନ୍ତି, ଯାହାକୁ ନମୋ ଡ୍ରୋନ୍ ଦିଦି କୁହାଯାଏ, ମହିଳାମାନଙ୍କ ପ୍ରତି ସମ୍ପ୍ରଦାୟର ଧାରଣା ବଦଳାଇ ଦେଇଛି। ଏହି ଡ୍ରୋନ୍ ଦିଦିମାନେ କ୍ଷେତରେ କାମ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ମହିଳାମାନଙ୍କୁ ସଶକ୍ତ କରିବାରେ ମୁଦ୍ରା ଯୋଜନାର ଭୂମିକା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ, ଯେଉଁଥିରେ କୋଟି କୋଟି ମହିଳା ପ୍ରଥମ ଥର ପାଇଁ ଶିଳ୍ପ କ୍ଷେତ୍ରରେ ପ୍ରବେଶ କରିଥିଲେ ଏବଂ ଉଦ୍ୟୋଗୀ ଭୂମିକା ଗ୍ରହଣ କରିଥିଲେ।

ପରିବାରଗୁଡ଼ିକୁ ଯୋଗାଇ ଦିଆଯାଉଥିବା 4 କୋଟି ବାସଗୃହ ମଧ୍ୟରୁ ପ୍ରାୟ 75 ପ୍ରତିଶତ ମହିଳାଙ୍କ ନାମରେ ପଞ୍ଜିକୃତ ହୋଇଛି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ‘‘ଏହି ପରିବର୍ତ୍ତନ ଏକବିଂଶ ଶତାବ୍ଦୀର ଏକ ଶକ୍ତିଶାଳୀ ଏବଂ ସଶକ୍ତ ଭାରତର ମୂଳଦୁଆ ପକାଇଛି। ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ ନକରି ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରାଯାଇପାରିବ ନାହିଁ।’’ ସେ ଗ୍ରାମୀଣ ଅର୍ଥବ୍ୟବସ୍ଥାରେ କୃଷିର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ କୃଷକମାନେ ହେଉଛନ୍ତି ବିକଶିତ ଭାରତର ଏକ ଦୃଢ଼ ସ୍ତମ୍ଭ। ଗତ ଦଶନ୍ଧି ମଧ୍ୟରେ, 2014 ପରଠାରୁ କୃଷି ବଜେଟ୍ ଦଶଗୁଣ ବୃଦ୍ଧି ପାଇଛି, ଯାହା ଏକ ଉଲ୍ଲେଖନୀୟ ଲମ୍ଫ ଚିହ୍ନିତ କରିଛି।

ପ୍ରଧାନମନ୍ତ୍ରୀ କହିଥିଲେ, 2014 ପୂର୍ବରୁ ୟୁରିଆ ଦାବି କରିବା ସମୟରେ କୃଷକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ ଏପରିକି ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲେ। ସେ କହିଥିଲେ ଯେ ସେମାନଙ୍କୁ ରାତି ସାରା ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିଲା ଏବଂ କୃଷକମାନଙ୍କ ସାର ପ୍ରାୟତଃ କଳା ବଜାର ହେଉଥିଲା। ଶ୍ରୀ ମୋଦୀ କହିଥିଲେ ଯେ ଆଜି କୃଷକମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ମିଳୁଛି। ସେ କହିଥିଲେ ଯେ କୋଭିଡ-19 ସଙ୍କଟ ସମୟରେ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଥିଲା ଏବଂ ବୈଶ୍ୱିକ ମୂଲ୍ୟ ଆକାଶଛୁଆଁ ହୋଇଥିଲା। ଶ୍ରୀ ମୋଦୀ କହିଥିଲେ ଯେ ଆମଦାନୀ ହୋଇଥିବା ୟୁରିଆ ଉପରେ ଭାରତର ନିର୍ଭରଶୀଳତା ସତ୍ତ୍ୱେ ସରକାର ଏହାର ମୂଲ୍ୟ ବହନ କରିବାରେ ସଫଳ ହୋଇଥିଲେ। ସେ କହିଥିଲେ ଯେ ସରକାରଙ୍କ 3000 ଟଙ୍କା ମୂଲ୍ୟର ୟୁରିଆ ବ୍ୟାଗ କୃଷକମାନଙ୍କୁ 300 ଟଙ୍କାରୁ କମ୍ ମୂଲ୍ୟରେ ଉପଲବ୍ଧ କରାଯାଉଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ସେମାନଙ୍କର ନିରନ୍ତର ପ୍ରୟାସ କୃଷକମାନଙ୍କୁ ସର୍ବାଧିକ ଲାଭ ସୁନିଶ୍ଚିତ କରୁଛି।

ଶ୍ରୀ ମୋଦୀ କହିଥିଲେ, ‘‘ବିଗତ ଦଶ ବର୍ଷ ମଧ୍ୟରେ କୃଷକମାନଙ୍କ ପାଇଁ ସୁଲଭ ମୂଲ୍ୟର ସାର ସୁନିଶ୍ଚିତ କରିବା ପାଇଁ 12 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଏବଂ ପିଏମ କିଷାନ ସମ୍ମାନ ନିଧି ଜରିଆରେ ପ୍ରାୟ 3 ଲକ୍ଷ 50 ହଜାର କୋଟି ଟଙ୍କା ସିଧାସଳଖ କୃଷକମାନଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି।’’ ଏମଏସପିରେ ରେକର୍ଡ ବୃଦ୍ଧି ଉପରେ ଆଲୋକପାତ କରି ସେ କହିଥିଲେ ଯେ ଗତ ଏକ ଦଶନ୍ଧି ମଧ୍ୟରେ ଫସଲ କ୍ରୟ ତିନିଗୁଣ ବୃଦ୍ଧି ପାଇଛି। ସେ କହିଥିଲେ ଯେ ଆବଣ୍ଟନ କରାଯାଇଥିବା ଋଣ ରାଶିରେ ତିନିଗୁଣ ବୃଦ୍ଧି ସହିତ କୃଷକମାନଙ୍କ ଋଣକୁ ଅଧିକ ସୁଲଭ ଏବଂ ଶସ୍ତା କରାଯାଇଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କୃଷକମାନଙ୍କୁ ନିଜ ସୁବିଧାରେ ବଞ୍ଚିବାକୁ ଛାଡ଼ି ଦିଆଯାଉଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ କୃଷକମାନଙ୍କୁ 2 ଲକ୍ଷ କୋଟି ଟଙ୍କା ବଣ୍ଟନ କରାଯାଇଛି। ଜଳ ପରିଚାଳନା କ୍ଷେତ୍ରରେ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ବ୍ୟାପକ ଏବଂ ସମାବେଶୀ ଆଭିମୁଖ୍ୟ ବିଷୟରେ ଉଲ୍ଲେଖ କରି ସେ ବିଗତ ଦଶନ୍ଧିରେ ଜଳସେଚନ କ୍ଷେତ୍ରରେ ନିଆଯାଇଥିବା ଅଭୂତପୂର୍ବ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ କୃଷକମାନଙ୍କ କ୍ଷେତକୁ ଜଳ ଯୋଗାଇବା ପାଇଁ ବହୁ ଦଶନ୍ଧି ଧରି ପଡ଼ି ରହିଥିବା 100ରୁ ଅଧିକ ପ୍ରମୁଖ ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡକ୍ଟର ଆମ୍ବେଦକର ନଦୀ ସଂଯୋଗୀକରଣକୁ ସମର୍ଥନ କରିଥିଲେ, ଯାହା ବର୍ଷ ବର୍ଷ ଧରି ଅସମ୍ପୂର୍ଣ୍ଣ ରହିଥିଲା। ଆଜି କେନ୍-ବେତ୍ୱା ସଂଯୋଗ ପ୍ରକଳ୍ପ ଏବଂ ପାର୍ବତୀ-କାଳିସିନ୍ଧ-ଚମ୍ବଲ ସଂଯୋଗ ପ୍ରକଳ୍ପ ଭଳି ପ୍ରକଳ୍ପ ଆରମ୍ଭ ହୋଇଛି। ସେ ଗୁଜରାଟରେ ଅନୁରୂପ ନଦୀ ସଂଯୋଗୀକରଣ ପଦକ୍ଷେପର ସଫଳ ଅଭିଜ୍ଞତା ମଧ୍ୟ ବାଣ୍ଟିଥିଲେ।

‘‘ପ୍ରତ୍ୟେକ ଭାରତୀୟ ସାରା ବିଶ୍ୱରେ ଡାଇନିଂ ଟେବୁଲରେ ମେଡ ଇନ୍ ଇଣ୍ଡିଆ ଖାଦ୍ୟ ପ୍ୟାକେଟ୍ ଦେଖିବା ପାଇଁ ସ୍ୱପ୍ନ ଦେଖିବା ଉଚିତ୍’’, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଖୁସି ବ୍ୟକ୍ତ କରିଥିଲେ ଯେ ଭାରତୀୟ ଚା ଏବଂ କଫି ବର୍ତ୍ତମାନ ବିଶ୍ୱବ୍ୟାପୀ ଲୋକପ୍ରିୟ ହେବାରେ ଲାଗିଛି ଏବଂ କୋଭିଡ ପରବର୍ତ୍ତୀ ସମୟରେ ହଳଦୀର ଚାହିଦା ବୃଦ୍ଧି ପାଇଛି। ସେ କହିଥିଲେ ଯେ ଆଗାମୀ ସମୟରେ ଭାରତୀୟ ପ୍ରକ୍ରିୟାକୃତ ସାମୁଦ୍ରିକ ଖାଦ୍ୟ ଏବଂ ବିହାରର ମଖାନା ମଧ୍ୟ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଶ୍ରୀଅନ୍ନ ନାମରେ ଜଣାଶୁଣା ଭାରତର ବାଜରା ଅନ୍ତର୍ଜାତୀୟ ବଜାରରେ ଭାରତର ମର୍ଯ୍ୟାଦା ବୃଦ୍ଧି କରିବ।

ଏକ ବିକଶିତ ଭାରତ ପାଇଁ ଭବିଷ୍ୟତ ପାଇଁ ପ୍ରସ୍ତୁତ ସହରଗୁଡ଼ିକର ଗୁରୁତ୍ୱ ଉପରେ ରେଖାପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଦେଶ ଦ୍ରୁତ ଗତିରେ ସହରୀକରଣ ହେଉଛି, ଯାହାକୁ ଏକ ଆହ୍ୱାନ ପରିବର୍ତ୍ତେ ଏକ ସୁଯୋଗ ଭାବେ ଦେଖିବା ଉଚିତ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭିତ୍ତିଭୂମି ସମ୍ପ୍ରସାରଣ ସୁଯୋଗ ସୃଷ୍ଟି କରିଥାଏ, ଯେହେତୁ ଏହା ସଂଯୋଗ ବୃଦ୍ଧି ସମ୍ଭାବନା ବୃଦ୍ଧି କରିଥାଏ। ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶକୁ ସଂଯୋଗ କରୁଥିବା ପ୍ରଥମ ନମୋ ରେଳର ଉଦଘାଟନ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ ଏଥିରେ ଯାତ୍ରା କରିବାର ଅଭିଜ୍ଞତା ବାଣ୍ଟିଥିଲେ। ଭାରତର ସମସ୍ତ ପ୍ରମୁଖ ସହରରେ ପହଞ୍ଚିବା ପାଇଁ ଏଭଳି ସଂଯୋଗୀକରଣ ଏବଂ ଭିତ୍ତିଭୂମିର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ, ଯାହା ଦେଶର ଭବିଷ୍ୟତ ଦିଗକୁ ପ୍ରତିଫଳିତ କରିଥାଏ। ସେ କହିଥିଲେ ଯେ ଦିଲ୍ଲୀର ମେଟ୍ରୋ ରେଳ ନେଟୱାର୍କ ଦ୍ୱିଗୁଣିତ ହୋଇଛି ଏବଂ ବର୍ତ୍ତମାନ ମେଟ୍ରୋ ନେଟୱାର୍କ ଟାୟାର-2 ଏବଂ ଟାୟାର-3 ସହରକୁ ସମ୍ପ୍ରସାରିତ ହେଉଛି। ପ୍ରଧାନମନ୍ତ୍ରୀ ଗର୍ବର ସହ ଉଲ୍ଲେଖ କରିଥିଲେ ଯେ ଭାରତର ମେଟ୍ରୋ ନେଟୱାର୍କ 1,000 କିଲୋମିଟର ଅତିକ୍ରମ କରିଛି ଏବଂ ବର୍ତ୍ତମାନ ଅତିରିକ୍ତ 1,000 କିଲୋମିଟର ବିକଶିତ କରାଯାଉଛି, ଯାହା ଦ୍ରୁତ ପ୍ରଗତିର ସଙ୍କେତ ଦେଉଛି। ସେ ପ୍ରଦୂଷଣ ହ୍ରାସ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ଅନେକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ସାରା ଦେଶରେ 12,000 ବୈଦ୍ୟୁତିକ ବସ୍ ଚଳାଚଳ ଅନ୍ତର୍ଭୁକ୍ତ, ଯାହା ଦିଲ୍ଲୀକୁ ଏକ ଗୁରୁତ୍ୱପୂର୍ଣ୍ଣ ସେବା ମଧ୍ୟ ପ୍ରଦାନ କରିଥାଏ।

ପ୍ରମୁଖ ସହରରେ ଲକ୍ଷ ଲକ୍ଷ ଯୁବବର୍ଗ ଯୋଗ ଦେଉଥିବା ଗିଗ୍ ଅର୍ଥବ୍ୟବସ୍ଥାର ସମ୍ପ୍ରସାରଣ ବିଷୟରେ ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ ଇ-ଶ୍ରମ ପୋର୍ଟାଲରେ ଗିଗ୍ ବା ଅସଂଗଠିତ ଭାବେ କାମ କରୁଥିବା ଶ୍ରମିକଙ୍କ ପଞ୍ଜୀକରଣ ଏବଂ ଯାଞ୍ଚ ପରେ ପରିଚୟ ପତ୍ରର ବ୍ୟବସ୍ଥା ଘୋଷଣା କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଗିଗ୍ ଶ୍ରମିକମାନେ ଆୟୁଷ୍ମାନ ଯୋଜନାର ଲାଭ ପାଇବେ, ଯାହା ସେମାନଙ୍କୁ ସ୍ୱାସ୍ଥ୍ୟସେବା ପାଇବା ସୁନିଶ୍ଚିତ କରିବ । ସେ ଆକଳନ କରିଥିଲେ ଯେ ଦେଶରେ ବର୍ତ୍ତମାନ ପ୍ରାୟ 10 ନିୟୁତ ଗିଗ୍ ଶ୍ରମିକ ଅଛନ୍ତି ଏବଂ ଏହି କ୍ଷେତ୍ରକୁ ସମର୍ଥନ କରିବା ପାଇଁ ସରକାରଙ୍କ ବର୍ତ୍ତମାନର ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏମଏସଏମଇ. କ୍ଷେତ୍ର ଦ୍ୱାରା ଉପସ୍ଥାପିତ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗ ଉପରେ ଆଲୋକପାତ କରିଥିଲେ ଏବଂ ନିଯୁକ୍ତି ପାଇଁ ଏହାର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ। କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ଆତ୍ମନିର୍ଭର ଭାରତର ପ୍ରତୀକ ଏବଂ ଦେଶର ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି ବୋଲି ସେ କହିଥିଲେ। ସରକାରଙ୍କ ନୀତି ଏମଏସଏମଇ ପାଇଁ ସରଳତା, ସୁବିଧା ଓ ସମର୍ଥନ ଉପରେ ଧ୍ୟାନ ଦେଇଥାଏ, ଯେଉଁଥିରେ ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଏବଂ ଦକ୍ଷତା ବିକାଶ ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ପାଇଁ ମିଶନ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଇଛି।

ଏମଏସଏମଇ କ୍ଷେତ୍ରରେ ସଂସ୍କାର ପାଇଁ ନିଆଯାଇଥିବା ଅନେକ ପଦକ୍ଷେପ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ 2006 ମସିହାରେ ସ୍ଥାପିତ ଏମଏସଏମଇ ନିୟମାବଳୀକୁ ଗତ ଦଶନ୍ଧିରେ ଦୁଇଥର ନବୀକରଣ କରାଯାଇଥିଲା, ଯେଉଁଥିରେ 2020 ଏବଂ ଚଳିତ ବଜେଟ୍ ଅନ୍ତର୍ଭୁକ୍ତ ଥିଲା ଏବଂ ଏଥିରେ ଉଲ୍ଲେଖନୀୟ ଉନ୍ନତିକରଣ କରାଯାଇଥିଲା। ସେ ଏମଏସଏମଇ ଗୁଡ଼ିକୁ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା, ଆନୁଷ୍ଠାନିକ ଆର୍ଥିକ ସମ୍ବଳର ଆହ୍ୱାନର ମୁକାବିଲା ଏବଂ କୋଭିଡ ସଙ୍କଟ ସମୟରେ ଏମଏସଏମଇ କ୍ଷେତ୍ରକୁ ଦିଆଯାଇଥିବା ସ୍ୱତନ୍ତ୍ର ସହାୟତା ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ଖେଳନା ଏବଂ ବୟନ ଶିଳ୍ପ କ୍ଷେତ୍ର ଭଳି ଶିଳ୍ପ ଉପରେ ଧ୍ୟାନ ଦେବା, ନଗଦ ପ୍ରବାହ ସୁନିଶ୍ଚିତ କରିବା ଏବଂ ବନ୍ଧକ ମୁକ୍ତ ଋଣ ପ୍ରଦାନ ଉପରେ ଗୁରୁତ୍ୱ ଦେବା ବିଷୟରେ ଉଲ୍ଲେଖ କରିଥିଲେ, ଯାହାର ଫଳସ୍ୱରୂପ ନିଯୁକ୍ତି ସୃଷ୍ଟି ଏବଂ ନିଯୁକ୍ତି ସୁରକ୍ଷା ସୃଷ୍ଟି ହୋଇଥିଲା। କ୍ଷୁଦ୍ର ଶିଳ୍ପଗୁଡ଼ିକର ବ୍ୟବସାୟିକ କାର୍ଯ୍ୟକଳାପକୁ ସହଜ କରିବା ପାଇଁ ସ୍ୱତନ୍ତ୍ର କ୍ରେଡିଟ୍ କାର୍ଡ ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କଭରେଜ୍ ପ୍ରବର୍ତ୍ତନ ବିଷୟରେ ସେ ଉଲ୍ଲେଖ କରିଥିଲେ। ସେ ଗର୍ବର ସହ କହିଥିଲେ ଯେ 2014 ପୂର୍ବରୁ ଭାରତ ଖେଳନା ଆମଦାନୀ କରୁଥିଲା, କିନ୍ତୁ ଆଜି ଭାରତୀୟ ଖେଳନା ଉତ୍ପାଦନକାରୀମାନେ ସାରା ବିଶ୍ୱରେ ଖେଳନା ରପ୍ତାନୀ କରୁଛନ୍ତି, ଯାହା ଆମଦାନୀକୁ ଉଲ୍ଲେଖନୀୟ ଭାବେ ହ୍ରାସ କରୁଛି ଏବଂ ରପ୍ତାନୀରେ 239 ବୃଦ୍ଧି କରିଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଏମଏସଏମଇ ଦ୍ୱାରା ପରିଚାଳିତ ବିଭିନ୍ନ କ୍ଷେତ୍ର ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରୁଛି, ଯେଉଁଥିରେ ଭାରତରେ ନିର୍ମିତ ଉତ୍ପାଦ ଯେପରିକି ପୋଷାକ, ଇଲେକ୍ଟ୍ରୋନିକ୍ସ ଏବଂ ବୈଦ୍ୟୁତିକ ସାମଗ୍ରୀ ଅନ୍ୟ ଦେଶରେ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯାଇଛି।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଏକ ବିକଶିତ ଭାରତର ସ୍ୱପ୍ନ କେବଳ ସରକାରଙ୍କ ସ୍ୱପ୍ନ ନୁହେଁ, ବରଂ ଏହା 140 କୋଟି ଭାରତୀୟଙ୍କ ସ୍ୱପ୍ନ। ସେ ଉଲ୍ଲେଖ କରିଥିଲେ ଯେ ଭାରତ ଅତ୍ୟନ୍ତ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଛି ଏବଂ ଏହି ସ୍ୱପ୍ନକୁ ସାକାର କରିବା ଦିଗରେ ନିଜର ସାମର୍ଥ୍ୟ ଯୋଗଦାନ କରିବା ଲାଗି ସମସ୍ତଙ୍କୁ ଅନୁରୋଧ କରିଥିଲେ। ଆଗାମୀ 20-25 ବର୍ଷ ମଧ୍ୟରେ ଦେଶଗୁଡ଼ିକ ବିକଶିତ ହେବାର ବିଶ୍ୱ ସ୍ତରରେ ଅନେକ ଉଦାହରଣ ରହିଛି ଏବଂ ଭାରତ ଏହାର ଜନସାଂଖିକୀୟ ଲାଭ, ଗଣତନ୍ତ୍ର ଏବଂ ଚାହିଦା ସହିତ 2047 ମସିହା, ଭାରତ ସ୍ୱାଧୀନତାର 100 ବର୍ଷ ପାଳନ ସୁଦ୍ଧା ତାହା ହାସଲ କରିପାରିବ ବୋଲି ସେ କହିଥିଲେ।

ଅଧିକରୁ ଅଧିକ ଲକ୍ଷ୍ୟ ହାସଲ କରିବା ଏବଂ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଏକ ଆଧୁନିକ, ସକ୍ଷମ ଏବଂ ବିକଶିତ ଭାରତ ଗଠନ ପାଇଁ ପ୍ରତିବଦ୍ଧ ରହିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ ସମସ୍ତ ରାଜନୈତିକ ଦଳ, ନେତା ଏବଂ ନାଗରିକମାନଙ୍କୁ ଆହ୍ୱାନ କରିଥିଲେ ଯେ ସେମାନେ ରାଷ୍ଟ୍ରକୁ ସର୍ବୋପରି ପ୍ରାଥମିକତା ଦିଅନ୍ତୁ ଏବଂ ଏକ ବିକଶିତ ଭାରତର ସ୍ୱପ୍ନ ଦିଗରେ ମିଳିତ ଭାବେ କାର୍ଯ୍ୟ କରନ୍ତୁ। ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟ ଶେଷରେ ଅଭିଭାଷଣ ପାଇଁ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ବ୍ୟକ୍ତ କରିଥିଲେ ଏବଂ ଧନ୍ୟବାଦ ଜଣାଇଥିଲେ। ଏଥିସହିତ ସଦନର ସଦସ୍ୟମାନଙ୍କୁ ପ୍ରଶଂସା କରିଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Leads International Yoga Day Event In Kolkata, Says It Has Become 'World's Biggest Festival'

Media Coverage

PM Modi Leads International Yoga Day Event In Kolkata, Says It Has Become 'World's Biggest Festival'
NM on the go

Nm on the go

Always be the first to hear from the PM. Get the App Now!
...
Yoga connects us all and brings us together: PM Modi in Kolkata on International Yoga Day
June 21, 2026
Yoga connects us all and brings us together: PM
When yoga becomes a way of life, it becomes the foundation of human unity: PM
Yoga helps us tune our bodies to be flexible; It keeps our energy levels high: PM
Yoga teaches us the art of living a balanced life: PM
Yoga shows the path from mental well-being to physical well-being: PM

Honourable Governor Shri R. N. Ravi Ji, the energetic Chief Minister Shri Suvendu Adhikari Ji, my colleague in the Union Government Shri Prataprao Jadhav Ji, all other distinguished dignitaries present on the dais, all the participants gathered here in Kolkata, everyone joining this Yoga celebration from across India and around the world, and my dear fellow countrymen, My greetings to all of you.

 

June 21st is the day when, in some parts of the Earth, the longest duration of daylight occurs. And because of International Yoga Day, June 21st has also become the day of the world’s largest collective celebration. From different corners of the globe, extraordinary images of yoga are arriving. In India, from the Himalayas to the Indian Ocean, from the Northeast and Bengal in the east to Saurashtra in the west, the entire nation appears filled with the energy and consciousness of yoga. The whole country, the whole world, looks connected - and that is the true power of yoga. Yoga unites everyone, yoga brings everyone together. On this occasion, I extend my heartfelt greetings to the entire world, to all of humanity, on International Yoga Day.

 

Friends,

Today, on Yoga Day, I would like to commend the people of Kolkata for the Yoga of Cleanliness that has been created here, especially in Bengal. This is a wonderful initiative – the consistent efforts and civic duty that have been undertaken here for the Swachhata Se Swagat initiative have become a great inspiration for all our countrymen.

Friends,

Being in Bengal on the occasion of Yoga Day is truly special. This sacred land of Bengal, where saints like Bhagwan Ramakrishna Paramhansa were born, where Swami Vivekananda introduced yoga to the entire world, where great yogis like Maharshi Aurobindo were born, where Lahiri Mahasaya elevated the yoga tradition to new heights - experiencing collective yoga on this soil gives a unique spiritual feeling. Gurudev Rabindranath Tagore, born on this land, believed that the identity of man lies not in remaining separate, but in connecting with the world around him. This connection is the essence of yoga. Maharshi Aurobindo also said - our entire life is yoga, whether we are aware of it or not. When yoga becomes part of our nature, it becomes the foundation of human unity.

Friends,

Yoga is not merely a means of physical exercise. Yoga is not limited to any one age group. In India, we know and have seen that yoga is a light in human life, a union with consciousness and energy. That is why this year’s theme for International Yoga Day has been chosen as Yoga for Healthy Ageing. Even as age advances, we can remain healthy, energetic, and active - yoga shows us the way for this.

Friends,

When we speak of "Yoga for Healthy Aging," It means that we can work to ensure that age does not reduce human potential. Yoga can help human life to aspire for constant growth. Our target must be to be more flexible at 40 than we were at 20. Our target must be to be more energetic at 50 than we were at 30. Our target must be to be more resistant to lifestyle diseases at 70 than we were at 50. This is where Yoga can help us. It helps us tune our bodies to be flexible. It keeps our energy levels high, it also helps us maintain a calm stress-free life and helps keep lifestyle diseases away. Moreover, with regular practice, Yoga teaches us to remain lifelong learners of our own bodies and minds. The more we know about ourselves, the better we can manage ourselves. That is why, Yoga for Healthy Aging. This theme must be seen as one for people of all ages, not just for the elderly.

Friends,

In the Gita, Lord Krishna spoke about yoga: “Yukta ahara viharasya, yukta cheshtasya karmasu, Yukta swapnavabodhasya, yogo bhavati dukhaha.” This means through balanced food and recreation, balanced actions and duties, balanced sleep and wakefulness, yoga becomes the destroyer of sorrow. Balance is the foundation of yoga. Balance is also the foundation of our lives. Yet, in modern times, most people struggle with imbalance in life. Yoga teaches us the art of living in a balanced way. Yoga shows us the do’s and don’ts. And when we learn to guide our body properly, health becomes our natural state.

Friends,

Yoga does not only focus on our physical health. Yoga shows the path from mental health to physical health. That is why it is said in yoga - “Yukta cheshtasya karmasu” - meaning, awareness of what we should do and what we should not do. This awareness becomes a source of peace in our lives, and it also opens the path to world peace. That is why yoga today is not only essential for our personal lifestyle, but it is also a necessity for a better future of the world.

Friends,

On International Yoga Day, millions of people connect with yoga. But today gives us the opportunity to renew our shared resolve. Let us pledge that yoga will not be limited to just one day, yoga will not be confined to just one program. We will make yoga a part of our lives, a part of our families, and a part of future generations.

Friends,

In this direction, the initiative “Yoga 365” has also been advanced this year. Under this, a 100-day online yoga program was organized, which saw unprecedented public participation. More than 3 million people from 130 countries took part in it.

Friends,

When society is healthy, the nation becomes more capable, more prosperous, and more confident. I wish for all of you: “Sarve bhavantu sukhinah, sarve santu niramayah.” With this, I once again extend my heartfelt greetings to all of you on International Yoga Day.

Thank you very much!