ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଫ୍ରାନ୍ସ ଗସ୍ତ ଅବସରରେ ସେଠାକାର ମହାମହିମ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ତାଙ୍କୁ ସ୍ୱାଗତ କରିବା ସହିତ  ଆଲୋଚନା କରିଥିଲେ । ଦୁଇ ନେତା ମଧ୍ୟରେ  ମେ ଚାରି ତାରିଖରେ ପ୍ୟାରିସଠାରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ପରେ ଭାରତ-ଫ୍ରାନ୍ସ ମିଳିତ ବିବୃତ୍ତି ପ୍ରକାଶ ପାଇଛି, ଯେଉଁଥିରେ ଦ୍ୱିପାକ୍ଷିକ କଥାବର୍ତ୍ତାର ବିଷୟବସ୍ତୁ  ସଂକ୍ଷେପରେ ସ୍ଥାନିତ  ହୋଇଛି ।

୨) ଭାରତ ଏବଂ ଫ୍ରାନ୍ସ ୧୯୯୮ରୁ ରଣକୌଶଳାତ୍ମ ଅଂଶୀଦାର (ଷ୍ଟାଟେଜିକ୍ ପାର୍ଟନର) ଭାବେ କାର୍ଯ୍ୟ କରିଆସୁଛନ୍ତି । ଏହି ସମ୍ପର୍କ ଗଭୀର ପାରସ୍ପରିକ ବିଶ୍ୱାସ ଉପରେ ଗଢିଉଠିଛି ଏବଂ ସମୟକ୍ରମେ ବେଶ୍ ସୁଦୃଢ ହୋଇଛି । ରଣକୌଶଳାତ୍ମକ ସ୍ୱୟଂଶାସନ, ଆନ୍ତର୍ଜାତିକ ଆଇନ ପ୍ରତି ଅତୁଟ ଅଙ୍ଗୀକାର, ସଫଳ ବହୁ ପାକ୍ଷିକତା ଓ ସଂସ୍କାର ଆଧାରିତ ବିଶ୍ୱ ବ୍ୟବସ୍ଥା ନିର୍ମାଣ ଏହି ଅଂଶୀଦାରୀରେ ଅଗ୍ରାଧିକାର ପାଇଛି । ଉଭୟ ଦେଶ ଗଣତନ୍ତ୍ରର ସୁରକ୍ଷା ଓ ବିକାଶ, ମୌଳିକ ସ୍ୱାଧୀନତା, ଆଇନର ଶାସନ ଓ ମାନବିକ ଅଧିକାରକୁ ସୁରକ୍ଷା ଦେବାକୁ ଅଙ୍ଗୀକୃତ ହୋଇ କାର୍ଯ୍ୟ କରିଆସୁଛନ୍ତି ।

୩) ମହାମାରୀ ପରିବର୍ତ୍ତୀ ବିଶ୍ୱ  ଭୂରାଜନୈତିକ ଆହ୍ୱାନର ସମ୍ମୁଖୀନ ହୋଇଥିବାବେଳେ ଉଭୟ ଭାରତ ଓ ଫ୍ରାନ୍ସ ନିଜର ସମ୍ପର୍କକୁ ଆହୁରି ସୁଦୃଢ କରି ମିଳିତଭାବେ ନୂଆ ଆହ୍ୱାନ ସବୁର ମୁକାବିଲା  କରିବାକୁ  ଏକମତ  ହୋଇଛନ୍ତି ।

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ

୪) ଭାରତ-ଫ୍ରାନ୍ସ ଭାଗିଦାରୀ ସମ୍ପର୍କର୍ର ମୌଳିକ ଲକ୍ଷ୍ୟ ହେଲା ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ତ୍ୱରାନ୍ୱିତ କରିବା । ଏହି ଅଞ୍ଚଳରେ ଦୁଇ ଦେଶ ଏକ ମୁକ୍ତ , ସ୍ୱାଧୀନ ଓ ନିୟମଭିତ୍ତିକ ବ୍ୟବସ୍ଥା ସ୍ଥାପନ କରି ସମ୍ପୃକ୍ତ ରାଷ୍ଟ୍ରଗୁଡିକର ସ୍ୱାର୍ଥ ରକ୍ଷା ଚାହାନ୍ତି । ଏହି ବ୍ୟବସ୍ଥାରେ ଆନ୍ତର୍ଜାତିକ ଆଇନ, ସାର୍ବଭୌମତ୍ୱକୁ ସମ୍ମାନ, ଆଞ୍ଚଳିକ ଆଖଣ୍ଡତାର ସୁରକ୍ଷା, ଜାହାଜ ଚଳାଚଳରେ ସ୍ୱାଧୀନତା ଆଦିକୁ ନିଶ୍ଚିତ କରିବାକୁ ଦୁଇପକ୍ଷ ରାଜି । ଏହାଛଡା ଏହି ଅଞ୍ଚଳରେ ଚାପ ଓ ବଳପ୍ରୟୋଗର ଅବସାନ ଘଟାଇ ଏକ  ମୁକ୍ତ ଓ ଶାନ୍ତ ପରିବେଶ ସୃଷ୍ଟି କରିବାକୁ ଭାରତ ଓ ଫ୍ରାନ୍ସ ଏକମତ ।

୫) ଭାରତ-ଫ୍ରାନ୍ସ ପ୍ରଶାନ୍ତ ମହାସାଗରୀୟ ଅଂଶୀଦାରୀରେ ପ୍ରତିରକ୍ଷା, ନିରାପତ୍ତା, ବାଣିଜ୍ୟ ନିବେଶ, ସ୍ୱାସ୍ଥ୍ୟ ସେବା, ସଂଯୋଗ ବ୍ୟବସ୍ଥା ଏବଂ ନିରନ୍ତର ବିକାଶ ଅଗ୍ରାଧିକାର ପାଇଛି । ଦ୍ୱିପାକ୍ଷିକ ସହଯୋଗ ବ୍ୟତୀତ ଭାରତ ଓ ଫ୍ରାନ୍ସ ଏହି ଅଂଚଳରେ ବିଭିନ୍ନ ସମଭାବାପନ୍ନ ଦେଶଙ୍କ  ସହିତ ନୂଆ ଅଂଶୀଦାରୀ ଗଢିବାକୁ ଚେଷ୍ଟା କରିବେ । ଏହି ସହଯୋଗ ଓ ସମନ୍ୱୟ ବିଭିନ୍ନ ଆଞ୍ଚଳିକ ସାଂଗନଠିକ ବ୍ୟବସ୍ଥା ମଧ୍ୟରେ ରକ୍ଷା କରାଯିବ । ପ୍ୟାରିସରେ ଅନୁଷ୍ଠିତ ପ୍ରଥମ ଭାରତ-ଫ୍ରାନ୍ସ ମନ୍ତ୍ରିସ୍ତରୀୟ ଫୋରମ୍ (ବୈଠକ) ୨୦୨୨ ଫେବୃୟାରୀରେ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଫ୍ରାନ୍ସ ୟୁରୋପୀୟ ସଂଘର ଅଧ୍ୟକ୍ଷ ଥିଲା ।

ସେତେବେଳେ ଭାରତ-ଫ୍ରାନ୍ସ ରଣକୌଶଳାତ୍ମକ ଅଂଶୀଦାରୀ ସହିତ ସାମିଲ ହେବାକୁ ୟୁରୋପୀୟ ସମୁଦାୟ ପରିଷଦ ଏକ ମହାତ୍‌କାଂକ୍ଷୀ କାର୍ଯ୍ୟସୂଚୀ ଆରମ୍ଭ କରିଥିଲା । ଏଥିରେ ଭାରତ ପ୍ରଶାନ୍ତ ମହାସାଗର ଅଂଚଳ ଅଗ୍ରାଧିକାର ପାଇଥିଲା ।

 ୬)ଭାରତ- ପ୍ରାନ୍ସ ସେମାନଙ୍କର ମିଳିତ ରଣକୌଶଳାତ୍ମକ ଜାରି  ଆହୁରି ଅଧିକ ନିବିଡ ଓ ସୁଦୃଢ କରିବାକୁ  ନିଜ ନିଜର ଅଙ୍ଗୀକାରକୁ ଦୋହରାଇଛନ୍ତି । ଏହାଛଡା ଭାରତ-ୟୁରୋପୀୟ ସଂଘ କନେକ୍ଟିଭିଟି ପାର୍ଟନରସିପ ଓ ୨୦୨୧ ମେ’ରେ ପୋର୍ଟୋରେ ଅନୁଷ୍ଠିତ ଭାରତ-ଇୟୁ ନେତାମାନଙ୍କ ଦ୍ୱାରା ଚୂଡାନ୍ତ ହୋଇଥିବା ଅନ୍ୟାନ୍ୟ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଦୁଇ ଦେଶ  ମଧ୍ୟ ରାଜି ହୋଇଛନ୍ତି । ଏବେ  ଆରମ୍ଭ ହୋଇଥିବା ଭାରତ-ଇୟୁ ବାଣିଜ୍ୟ ଓ ବୈଷୟିକ ପରିଷଦ  ସଂକ୍ରାନ୍ତ କାର୍ଯ୍ୟକୁ ଦୁଇ ଦେଶ ସ୍ୱାଗତ କରିଛନ୍ତି । ଏହି କାଉନସିଲ ବା ପରିଷଦ ବାଣିଜ୍ୟ, ଟେକ୍ନୋଲୋଜି, ନିରାପତ୍ତା ଆଦି କ୍ଷେତ୍ରରେ ରଣକୌଶଳାତ୍ମକ ଦିଗ ସମ୍ପର୍କରେ ଉତ୍ତମ ସମନ୍ୱୟ ରକ୍ଷା କରିବାରେ ସହାୟକ ହେବ । ବିଶେଷକରି ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ଭୌଗୋଳିକ ସୂଚକାଙ୍କ ଆଦି ସମ୍ପର୍କରେ ଭାରତ ଓ ଇୟୁ ମଧ୍ୟରେ ଯେଉଁ କଥାବାର୍ତ୍ତା ପୁନର୍ବାର ଆରମ୍ଭ ହେବାକୁ ଯାଉଛି ସେଥିରେ ଏହି କାଉନସିଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ।

ୟୁକ୍ରେନ

୭) ୟୁକ୍ରେନ ଉପରେ ବିନା କାରଣରେ ବେଆଇନଭାବେ ରୁଷିଆ ଯେଉଁ ଆକ୍ରମଣ କରିଛି ତାହାକୁ ଫ୍ରାନ୍ସ ଦୃଢ ନିନ୍ଦା କରିଛି । ପ୍ରଥମରୁ ଏହି ଆକ୍ରମଣକୁ ଫ୍ରାନ୍ସ ବିରୋଧ କରି ରୁଷିଆର କାର୍ଯ୍ୟକୁ ନିନ୍ଦା କରିଆସୁଛି ।

୮) ୟୁକ୍ରେନରେ ଏବେ ଯେଉଁ ଯୁଦ୍ଧ ଓ ମାନବିକ ସଂକଟ ସୃଷ୍ଟି ହୋଇଛି ସେ ନେଇ ଉଭୟ ଭାରତ ଓ ଫ୍ରାନ୍ସ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ୟୁକ୍ରେନରେ ବେସାମରିକ ଲୋକଙ୍କ ମୃତ୍ୟୁକୁ ଦେଇ ଦେଶ ଏକ ସ୍ୱରରେ ନିନ୍ଦା କରିବା ସହିତ ସଂଘର୍ଷରତ ପକ୍ଷଙ୍କ ମଧ୍ୟରେ କଥାବାର୍ତ୍ତା ଏବଂ କୂଟନୈତିକ ଉଦ୍ୟମ ଦ୍ୱାରା ତୁରନ୍ତ ଏହି ଲଢେଇର ଅବସାନ ପାଇଁ ଦୁଇ ଦେଶ ଆହ୍ୱାନ ଜଣାଇଚନ୍ତି । ସେଠାକାର ଜନତାଙ୍କ ଦୁଃଖ ଦୁର୍ଦ୍ଦଶା ତୁରନ୍ତ ଦୂର କରିବା ଉପରେ ଉଭୟ ଭାରତ ଓ ଫ୍ରାନ୍ସ ଗୁରୁତ୍ୱ ଦେଇଛନ୍ତି । ଉଭୟ ଦେଶ ଜାତିସଂଘ ସନନ୍ଦ, ଆନ୍ତର୍ଜାତିକ ଆଇନ ଏବଂ ସ୍ୱାଧୀନ ରାଷ୍ଟ୍ରମାନଙ୍କର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଆଖଣ୍ଡତାର ସୁରକ୍ଷା ଉପରେ ଜୋର ଦେଇ ତଦନୁସାରେ ୟୁକ୍ରେନ ସଂକଟର ସମାଧାନ କରିବାକୁ ମତ ଦେଇଛନ୍ତି । ଉଭୟ ଶ୍ରୀ ମୋଦୀ ଓ ଶ୍ରୀ ମ୍ୟାକ୍ରନ ୟୁକ୍ରେନ ଲଢେଇର ଆର୍ନ୍ତଜାତିକ ଓ ଆଞ୍ଚଳିକ ପ୍ରଭାବ ସମ୍ପର୍କରେ ମଧ୍ୟ ଆଲୋଚନା କରିବା ସହିତ ଏହାର ସମାଧାନ ପାଇଁ ଆବଶ୍ୟକ ସମନ୍ୱୟ ରକ୍ଷା କରିବାକୁ ଏକମତ ହୋଇଛନ୍ତି ।

 ୯) ଭାରତ ଓ ଫ୍ରାନ୍ସ ଏବେ ଖରାପ ହୋଇପଡିଥିବା ବିଶ୍ୱ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ସହିତ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧର ପରିଣାମ ଯୋଗୁଁ ଏହି ସଙ୍କଟ ସୃଷ୍ଟି ହୋଇଛି । ବିକାଶଶୀଳ ଦେଶଗୁଡିକର ଖାଦ୍ୟ ନିରାପତ୍ତା ବ୍ୟବସ୍ଥା, କୋଭିଡ ମହାମାରୀ ଦ୍ୱାରା ବିଗିଡି ଯାଇଥିବାବେଳେ ୟୁକ୍ରେନ ଲଢେଇ ପରିସ୍ଥିତିକୁ ଅଧିକ ଶୋଚନୀୟ କରିଥିବା ଦୁଇପକ୍ଷ ମତ ପ୍ରକାଶ କରିଛନ୍ତି । ବିଶ୍ୱର ଖାଦ୍ୟ ସଙ୍କଟ ଦୂର କରିବାକୁ ଏକ ସମନ୍ୱିତ ବହୁପାକ୍ଷିକ ପ୍ରୟାସ ପାଇଁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ଦୁଇ ଦେଶ ରାଜି ହୋଇଛନ୍ତି । ଏଥିପାଇଁ ମଧ ଦୁଇନେତା ଖାଦ୍ୟ ଓ କୃଷି ରେଜିଲେନ୍ସ ମିଶନ (ଫାର୍ମ) ମାଧ୍ୟମରେ କାମ କରିବାକୁ ଅଙ୍ଗୀକାର ପ୍ରକାଶ କରିଛନ୍ତି ।

 ୧୦)ଆଫଗାନିସ୍ଥାନ ସ୍ଥିତି ଘେନି ଉଭୟ ଭାରତ ଓ ଫ୍ରାନ୍ସ ଘୋର ଉଦ୍‌ବେଗ ପ୍ରକାଶ କରିବା ସହିତ କହିଛନ୍ତି ଯେ ସେଠାରେ ମାନବିକ ଅଧିକାର ଓ ମାନବୀୟ ସୁରକ୍ଷା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଆଫଗାନିସ୍ଥାନର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାର ସୁରକ୍ଷା କରାଯିବା ଉଚିତ  ବୋଲି ଭାରତ ଓ ଫ୍ରାନ୍ସ କହିଛନ୍ତି । ସେଠାରେ ଏକ ସମାବେଶୀ ପ୍ରତିନିଧିମୂଳକ ସରକାର ଗଠନ ହେବା ଆବଶ୍ୟକ ବୋଲି ଉଲ୍ଲେଖ କରି ମହିଳା, ଶିଶୁ ଓ ସଂଖ୍ୟାଲଘୁଙ୍କ ଅଧିକାର ସୁରକ୍ଷା ଉପରେ ଦୁଇଦେଶ ଗୁରୁତ୍ୱ ଦେଇଛନ୍ତି । ଜାତିସଂଘର ୨୫୯୩ତମ ପ୍ରସ୍ତାବ (୨୦୨୧) ଉପରେ ଦୁଇଦେଶ ଗୁରୁତ୍ୱ ଦେବା ସହିତ କହିଛନ୍ତି ଯେ ଆଫଗାନ ମାଟିକୁ ଆତଙ୍କବାଦର ପ୍ରସାର ପାଇଁ ବ୍ୟବହାର କରିବାକୁ କସ୍ମିନକାଳେ ସୁଯୋଗ ଦିଆଯିବା ଅନୁଚିତ । ଏହି ପ୍ରସଙ୍ଗରେ ଜାତିସଂଘ ନିରାପତ୍ତା ପରିଷଦ ସହିତ ଅନ୍ୟାନ୍ୟ ମଞ୍ଚରେ ମିଳିତଭାବେ ଉଦ୍ୟମ କରିବାକୁ ଦୁଇଦେଶ ରାଜି ହୋଇଛନ୍ତି ।

ରଣକୌଶଳାତ୍ମକ ସମ୍ପର୍କ

୧୧) ଦୁଇପକ୍ଷ ମଧ୍ୟରେ ଏକ ପ୍ରତିରକ୍ଷା କ୍ଷେତ୍ରରେ ଚାଲିଥିବା ସହଯୋଗ ଓ ଅଂଶୀଦାରୀଙ୍କୁ ନେଇ ଉଭୟ ପକ୍ଷ ସନ୍ତୋଷ ପ୍ରକାଶ କରିଛନ୍ତି । ମିଳିତ ସମରାଭ୍ୟାସ(ଶକ୍ତି, ବରୁଣ, ପେଗାସେ, ଡେଜାର୍ଟ ନାଇଟ୍ ଓ ଗରୁଡ) ଦ୍ୱାରା ଦୁଇପକ୍ଷ ମଧ୍ୟରେ ସାମରିକ କ୍ଷେତ୍ରରେ ଆବଶ୍ୟକସ୍ଥଳେ ସମନ୍ୱୟ ଓ ଆନ୍ତଃ ସଞ୍ଚାଳନତା ଅଧିକ ଭଲ ହେବ । ସେହିଭଳି ଦୁଇଦେଶ ମଧ୍ୟରେ ସାମୁଦ୍ରିକ ସମ୍ପର୍କ ଇତିମଧ୍ୟରେ ଏକ ନୂଆ ସ୍ତରରେ ପହଞ୍ଚିଛି । ଭାରତ ମହାସାଗରରେ ମିଳିତ ନୌ-ସମରାଭ୍ୟାସ ଓ ସହଯୋଗ ଜାରି ରଖିବାକୁ ଦୁଇ ଦେଶ ରାଜି ହୋଇଛନ୍ତି ।

୧୨) ଦୁଇ ଦେଶ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଥିବା ପୁରୁଣା ସହଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି । ପାରସ୍ପରିକ ବିଶ୍ୱାସର ଦୃଢ ଭିତ୍ତିଭୂମି ଉପରେ ଏହା ସମ୍ଭବ ହୋଇଥିବା ଉଭୟ  ଭାରତ ଓ ଫ୍ରାନ୍ସ କହିଛନ୍ତି । ଭାରତ ପାଇଁ ଛ’ଟି ସ୍କରପେନ ବୁଡାଜାହାଜ ନିର୍ମାଣ କରିବାକୁ ଫ୍ରାନ୍ସ ଯେଉଁ ବୈଷୟିକ ଜ୍ଞାନ କୌଶଳ ଯୋଗାଇ ଦେଇଛି ତାହା ଏହି ନିବିଡତା, ଗଭୀର ଆସ୍ଥା ଓ ବିଶ୍ୱାସର ପ୍ରତୀକ । ଭାରତ ମୁମ୍ବାଇରେ ଏହି ସବୁ ବୁଡାଜାହାଜ “ମେକ୍ ଇନ୍ ଇଣ୍ଡିଆ” କାର୍ଯ୍ୟକ୍ରମ ଅଧୀନରେ ନିର୍ମାଣ କରୁଛି । ସେହିଭଳି ଭାରତକୁ ଠିକ୍ ସମୟରେ ଫ୍ରାନ୍ସ ରାଫେଲ ଯୁଦ୍ଧ ବିମାନ ଯୋଗାଇ ଦେଇଛି  ଏବଂ ମହାମାରୀ ସତ୍ୱେ ଏହା ସୁରୁଖୁୁରରେ ଭାରତ ପହଞ୍ଚିଛି । ଏହା ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗର ବିଳଷ୍ଠ ଉଦାହରଣ ବୋଲି ଉଭୟ ପକ୍ଷ ମତ ଦେଇଛନ୍ତି । ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଭାରତ ଯେଉଁ ଉଦ୍ୟମ ଚଳାଇଛିି  ସେଥିରେ ଫ୍ରାନ୍ସର ସହଯୋଗକୁ ଭାରତ ଉଚ୍ଚ ପ୍ରଶଂସା କରିଛି ।

୧୩) ମହାକାଶ କ୍ଷେତ୍ରରେ ଭାରତ ଓ ଫ୍ରାନ୍ସ  ମଧ୍ୟରେ ଥିବା ୬୦ବର୍ଷର ସହଯୋଗ ଓ ଅଂଶୀଦାରୀକୁ ଦୁଇ ନେତା ପ୍ରଶଂସା କରିବା ସହିତ ମହାକାଶକୁ ସୁରକ୍ଷିତ କରି ଏହାକୁ ବିଶ୍ୱର କଲ୍ୟାଣ ପାଇଁ ବିନିଯୋଗ କରିବାକୁ ଗୁରୁତ୍ୱ ଦେଇଛନ୍ତି । ମହାକାଶ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆରମ୍ଭ କରିବାକୁ ଦୁଇପକ୍ଷ ରାଜି ହୋଇ ଏକ ବ୍ୟବସ୍ଥା ନିର୍ମାଣ କରିବାକୁ ଏକମତ ହୋଇଛନ୍ତି । ଦୁଇପକ୍ଷର ବିଶେଷଜ୍ଞମାନେ ଏହି ଆଲୋଚନାରେ  ଭାଗ ନେଇ ସହଯୋଗ ଭିତ୍ତିରେ ମାର୍ଗ ପ୍ରସ୍ତୁତ କରିବେ । ବିଶେଷକରି ମହାକାଶରେ ଯେଉଁ ନିରାପତ୍ତା ଓ ଅର୍ଥନୀତିକ ସମସ୍ୟା ସୃଷ୍ଟି ହୋଇଛି ତାହାର ସମାଧାନ ଦିଗରେ କାମ କରିବାକୁ ଉଭୟ ଦେଶ ରାଜି ହୋଇଛନ୍ତି  । ଏ ସଂକ୍ରାନ୍ତ ପ୍ରଥମ କଥାବାର୍ତ୍ତା ଚଳିତବର୍ଷ ଖୁବ୍ ଶୀଘ୍ର ଆରମ୍ଭ ହେବ ।

୧୫) ଷ୍ଟାର୍ଟ ଅପ୍ ବ୍ୟବସ୍ଥାର ବିକାଶ ପାଇଁ ଉଭୟ  ଫ୍ରାନ୍ସ ଓ ଭାରତ ମିଳିତଭାବେ କାମ କରିବେ । ଏ କ୍ଷେତ୍ରରେ ଯେଉଁ ସରକାରୀ-ଘରୋଇ ସହଯୋଗ ଆରମ୍ଭ ହୋଇଛି ତାହାକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି । ଷ୍ଟାର୍ଟ ଅପ୍ ମାଧ୍ୟମରେ ନୂଆ ନୂଆ ସୂତ୍ର ବାହାର କରି ସାଧାରଣ ସମସ୍ୟାଗୁଡିକୁ ଆଶୁ ସମାଧାନ ଉପରେ ଦୁଇପକ୍ଷ ଗୁରୁତ୍ୱ ଦେଉଛନ୍ତି । ଚଳିତବର୍ଷ ୟୁରୋପର ସର୍ବବୃହତ୍ ଡିଜିଟାଲ ମେଳା ଭିଭାଟେକ୍ ପ୍ୟାରିସରେ ଅନୁଷ୍ଠିତ ହେଉଛି । ଭାରତ ଏବର୍ଷର ପ୍ରଥମ ରାଷ୍ଟ୍ରଭାବେ ଏଥିରେ ଭାଗ ନେବେ ।

୧୬) ଦୁଇ ଦେଶ ନେତା ମଧ୍ୟ ସାଇବର ନିରାପତ୍ତା ଓ ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ନିଜର ଅଂଶୀଦାରକୁ ଅଧିକ ନିବିଡ କରିବାକୁ ଏକମତ ହୋଇଛନ୍ତି । ଇତିମଧ୍ୟରେ  ସି-ଡାକ୍ ଓ ଏଟିଓଏମ୍ ମଧ୍ୟରେ ସହଯୋଗ ସ୍ଥାପନ ଫଳରେ ଭାରତରେ ସୁପର କମ୍ପ୍ୟୁଟର ନିର୍ମାଣ ସମ୍ଭ ହୋଇଛି । ୫ଜି ଓ ୬ଜି ଟେଲିକମ୍ ବ୍ୟବସ୍ଥାରେ ଦୁଇପକ୍ଷ ମିଳିତଭାବେ କାମ କରିବାକୁ ରାଜି ହୋଇଛନ୍ତି ।

 ୧୭) ଜଇତାପୁର ଅକ୍ଷୟ ଶକ୍ତି କେନ୍ଦ୍ରର ସଫଳତା ପାଇଁ ଦୁଇ ନେତା ମିଳିତଭାବେ କାମ କରିବାକୁ ଘୋଷଣା କରିଛନ୍ତି । ଏହାଫଳରେ ଭାରତରେ ଅଙ୍ଗାରକାମ୍ଳମୁକ୍ତ ଇନ୍ଧନ/ଊର୍ଜା ଉତ୍ପାଦନ ପ୍ରୟାସ ତ୍ୱରାନ୍ୱିତ ହେବ । ଜଇତାପୁର ପ୍ରକଳ୍ପର ଅଗ୍ରଗତି ଘେନି ଦୁଇପକ୍ଷ ସନ୍ତୋଷ ପ୍ରକାଶ କରିଛନ୍ତି ।

୧୮) ଆତଙ୍କବାଦର ମୁକାବିଲା ଭାରତ-ଫ୍ରାନ୍ସ ସହଯୋଗର ଏକ ମୁଖ୍ୟ ବିଷୟବସ୍ତୁ ଏବଂ ଏହା ରଣକୌଶଳାତ୍ମକ ଅଂଶୀଦାରୀରେ  ଅଗ୍ରାଧିକାର ପାଇଛି । ବିଶେଷକରି ଭାରତ-ପ୍ରଶାନ୍ତ କ୍ଷେତ୍ର  ଆତଙ୍କବାଦୀରୁ ମୁକ୍ତ ରଖିବାକୁ ଦୁଇପକ୍ଷ ବିଶେଷ ଦେଉଚନ୍ତି । ସୀମାପାର ଆତଙ୍କବାଦ, ଆତଙ୍କବାଦୀକୁ ଅର୍ଥଯୋଗାଣ ସମେତ ସବୁପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୁଇଦେଶ ଦୃଢଭାବେ ନିନ୍ଦା କରିଛନ୍ତି । । ଆନ୍ତର୍ଜାତିକ ଆତଙ୍କବାଦ ବିରୋଧୀ ଲଢେଇରେ ସାମିଲ ହୋଇ କାକମ କରିବାକୁ ଦୁଇଦେଶ ପୁନର୍ବାର ନିଜର ନିଷ୍ପତ୍ତିକୁ ଦୋହରାଇଛନ୍ତି । ଆତଙ୍କବାଦୀଙ୍କୁ ଅର୍ଥଯୋଗାଣ, ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ, ଇଣ୍ଟରନେଟ୍‌କୁ ଆତଙ୍କବାଦ ପାଇଁ ବ୍ୟବହାର ଆଦି କାର୍ଯ୍ୟକୁ ଉଭୟ ନେତା ବିରୋଧ କରିବ ସହିତ ଏଥିପାଇଁ ବୈଶ୍ୱିକ ପ୍ରୟାସକୁ ଜୋରଦାର କରିବାକୁ ରାଜି ହୋଇଛନ୍ତି । ୨୦୨୨ରେ ଭାରତ “ନୋ ମନି ଫର ଟେରର” ଶୀର୍ଷକ ଏକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କରିବ । ଏଥିରେ ସହଯୋଗ କରିବାକୁ ଫ୍ରାନ୍ସ ରାଜି ହୋଇଛି ।

ଜଳବାୟୁସ୍ୱଚ୍ଛ ଊର୍ଜା ଓ ନିରନ୍ତର ବିକାଶ

୧୯) ପ୍ୟାରିସ ଚୁକ୍ତି ସ୍ୱାକ୍ଷରର ସାତବର୍ଷ ମଧ୍ୟରେ ଏବଂ ଆନ୍ତର୍ଜାତିକ ସୌର ମୈତ୍ରୀର ମିଳିତ ଆରମ୍ଭ ପରେ ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଭାରତ -ଫ୍ରାନ୍ସ ସହଯୋଗ ଏ କ୍ଷେତ୍ରରେ ନିବିଡ ଓ ଉତ୍ସାହ୍‌ଜନକ ହୋଇଛି । ଏ କ୍ଷେତ୍ରରେ ସ୍ୱଚ୍ଚ ଓ ଅକ୍ଷୟଶକ୍ତିର ଗୁରୁତ୍ୱ ଅଧିକ ଥିବାରୁ ଦୁଇ ଦେଶ ସୌର ମୈତ୍ରୀ ପ୍ରୟାସକୁ ଅଧିକ ସୁଦୃଢ ଓ ବ୍ୟାପକ କରିବାକୁ ଏକମତ ହୋଇଛନ୍ତି । ଜି-୭ ସହିତ ବିଭିନ୍ନ ମଂଚରେ ଅଣପାରମ୍ପରିକ ଓ ଅକ୍ଷୟଶକ୍ତି ର ଉତ୍ପାଦନ ଏବଂ ବ୍ୟବହାକୁ ବଢାଇବାକୁ ଉଭୟ କାର୍ଯ୍ୟ କରିବେ ଏବଂ ଏହି ଊର୍ଜା ଯେପରି ସୁଲଭ ମୂଲ୍ୟରେ ମିଳିବ ସେଥିôପ୍ରତି ଦୃଷ୍ଟି ଦେବେ । ଜାତୀୟ ହାଇଡ୍ରୋଜନ ମିଶନ ଅଧୀନରେ ଭାରତକୁ ଏକ ସବୁଜ ଉଦ୍‌ଜାନ ହବ୍‌ରେ ପରିଣତ କରିବାକୁ ଭାରତ ଫ୍ରାନ୍ସର ସହଯୋଗ ଲୋଡିଛି । ଫ୍ରାନ୍ସ ମଧ୍ୟ ଏଥିରେ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛି ।

୨୦)ଭାରତ-ପ୍ରଶାନ୍ତ କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟପାଇଁ ଋଣ ଯୋଗାଇ ଦେବାକୁ ଏଏଫଡି ଓ ଏକ୍‌ଜିମ୍ ବ୍ୟାଙ୍କ ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ତାହାକୁ ଦୁଇନେତା ସ୍ୱାଗତ କରିଛନ୍ତି । ଉଭୟ ପକ୍ଷ ମଧ୍ୟ ଏହି କାର୍ଯ୍ୟରେ ସହଯୋଗ ବଢାଇବାକୁ ରାଜି ହୋଇଛନ୍ତି । ଇତିମଧ୍ୟରେ ଗତ ଫେବୃୟାରୀ ମାସରେ ‘ଇଣ୍ଡୋ-ପ୍ୟାସିଫିକ୍ ପାର୍କସ୍ ପାର୍ଟନରସିପ’ ଦୁଇଦେଶର ସହଯୋଗରେ ଆରମ୍ଭ ହୋଇଛି । ପରିବେଶର ସୁରକ୍ଷା ପାଇଁ ଏହି ଅଞ୍ଚଳରେ ଥିବା ସୁରକ୍ଷିତ ଅଞ୍ଚଳ ଓ ପ୍ରାକୃତିକ ଉଦ୍ୟାନଗୁଡିକର ସୁରକ୍ଷା କରାଯିବ ।

୨୧)ଭାରତ ଓ ଫ୍ରାନ୍ସ ଉଭୟ ପ୍ଲାଷ୍ଟିକ ପ୍ରଦୂଷଣର ମୁକାବିଲା ପାଇଁ ଆଗ୍ରହୀ । ଏଥିପାଇଁ ଉତ୍ପାଦିତ ପ୍ଲାଷ୍ଟିକର ଜୀବନକାଳ ନିର୍ଦ୍ଧାରଣ ଓ ଅନ୍ୟାନ୍ୟ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଦୁଇ ଦେଶ ଆନ୍ତର୍ଜାତିକସ୍ତରରେ ଉଦ୍ୟମ ଆରମ୍ଭ କରି ଓ ଏକ ବିଧିବଦ୍ଧ ଆଇନଗତ ବ୍ୟବସ୍ଥା ସୃଷ୍ଟି ଦିଗରେ କାର୍ଯ୍ୟ କରିବେ । ଏହି କାର୍ଯ୍ୟରେ ସହଯୋଗ କରିବାକୁ ଉଭୟ ପକ୍ଷ ସବୁ ଦେଶକୁ ଅନୁରୋଧ କରିଛନ୍ତି ଏବଂ ଜରୁରୀ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ମତ ଦେଇଛନ୍ତି ।

୨୨) ଭାରତର ନିରନ୍ତର ସହର ବିକାଶ, ଜୈବିବିବିଧତା, ଊର୍ଜା ପରିବର୍ତ୍ତନ  ଓ ଅନ୍ୟାନ୍ୟ ଜଳବାୟୁ ଅନୁକୂଳ ପ୍ରକଳ୍ପକୁ ଫ୍ରାନ୍ସ ପ୍ରଶଂସା କରିଛି । ଏ କ୍ଷେତ୍ରରେ ସହାୟତା ଯୋଗାଇ ଦେବାକୁ ଫ୍ରାନ୍ସର ପ୍ରତିଶ୍ରୁତିକୁ ଭାରତ ସ୍ୱାଗତ ଜଣାଇଛି ।

୨୩) ବ୍ଲୁ ଇକନମି ଏବଂ ମହାସାଗର ପ୍ରଶାସନ ସଂକ୍ରାନ୍ତ ଦ୍ୱିପାକ୍ଷିକ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଉଭୟ ଫ୍ରାନ୍ସ ଓ ଭରତ ଏଥିରେ ସନ୍ତୋଷ ପ୍ରକାଶ କରିଛନ୍ତି । ସାମୁଦ୍ରିକ ସମ୍ପଦର ଉତ୍ତୋଳନ ଓ ବ୍ୟବହାର ବା ବ୍ଲୁ ଇକନମିର ଗୁରୁତ୍ୱ ଏବେ ଯଥେଷ୍ଟ ବଢିଛି । ଶୀଘ୍ର ଏହି ମିଳିତ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଦୁଇପକ୍ଷ ରାଜି ହୋଇଛନ୍ତି ।

୨୪) ନିଜର ସାମୁଦ୍ରିକ ପରିସୀମା ବାହାରେ ଥିବା ସାଗର ସମ୍ପଦ ଓ ଏହାର ଜୈବ ବିବିଧତାର ସୁରକ୍ଷା ଉପରେ ଦୁଇପକ୍ଷ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ଜାତିସଂଘର ବ୍ୟବସ୍ଥା ମଧ୍ୟରେ ଏକ ଆର୍ନ୍ତଜାତିକ ଆନ୍ତଃ ସରକାରୀ ସମ୍ମିଳନୀ ଆୟୋଜନକୁ ଉଭୟ  ଭାରତ ଓ ଫ୍ରାନ୍ସ ସମର୍ଥନ ଜଣାଇଛନ୍ତି ।  ସାମୁଦ୍ରିକ ସମ୍ପଦର ବୁଝିବିଚାରୀ ବ୍ୟବହାର ଏବଂ ସୁରକ୍ଷା ଉପରେ ଦୁଇନେତା ଗୁରୁତ୍ୱ ଦେଇ ଏଥିପାଇଁ ବିଶ୍ୱସ୍ତରରେ ଆଇନଗତ ବ୍ୟବସ୍ଥା ସୃଷ୍ଟି ସପକ୍ଷରେ ମତ ଦେଇଛନ୍ତି ।

୨୫) ଜି-୨୦ରେ ଦୃଢ ସହଯୋଗ ଓ ସମନ୍ୱୟ ରକ୍ଷା ଉପରେ ଦୁଇ ଦେଶ ରାଜି ହୋଇଥିବା ବେଳେ ଜାତିସଂଘ ନିରାପତ୍ତା ପରିଷଦର  ସ୍ଥାୟୀ ସଦସ୍ୟଭାବେ ଭାରତକୁ ଗ୍ରହଣ କରିବା ପ୍ରସ୍ତାବକୁ ଫ୍ରାନ୍ସ ଦୃଢ ସମର୍ଥନ ଜଣାଇଛି । ଏହାଛଡା ଭାରତକୁ ଆଣବିକ ଯୋଗାଣ ଗୋଷ୍ଠୀ (ଏନଏସ୍‌ଡି)ର ସଦସ୍ୟଭାବେ ଗ୍ରହଣ କରିବାକୁ ମଧ୍ୟ ଫ୍ରାନ୍ସ ତାର ସମର୍ଥନ ଦୋହରାଇଛି ।

୨୬) ଭାରତ ଓ ପ୍ରାନ୍ସ ମଧ୍ୟରେ ୨୦୨୧ ଅକ୍ଟୋବର ପହିଲାରେ ସ୍ୱାକ୍ଷରିତ ମାଇଗ୍ରେସନ ଓ ମବିଲିଟି (ଦେଶଟନ ଓ ଗମନାଗମନ)ଅଂଶଦାରୀ ଚୁକ୍ତିକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଉଭୟ ନେତା ରାଜି ହୋଇଛନ୍ତି । ଏହାଫଳରେ ଦୁଇଦେଶ ମଧ୍ୟରେ ନାଗରିରକଙ୍କ ଗମନାଗମନ ସହଜ ହେବ ।

୨୭) ଦୁଇଦେଶର ଛାତ୍ରଛାତ୍ରୀ , ସ୍ନାତକ,  ବୃତ୍ତିଧାରୀ ଓ କୁଶଳୀ ଶ୍ରମିକ ଉଭୟ ଦେଶକୁ କିପରି ଅଧିକାର ଅଧିକ ଯିବା ଆସିବା କରିପାରିବେ ସେଥିପାଇଁ ମିଳିତ ପଦକ୍ଷେପ ନେବାକୁ ଭାରତ ଓ ଫ୍ରାନ୍ସ ରାଜି ହୋଇଛନ୍ତି । ଏହି ବ୍ୟବସ୍ଥାକୁ ସୁଦୃଢ କରିବାର ସହିତ ବେଆଇନ ଭ୍ରମଣ ଓ ଦେଶାଟନକୁ ରୋକିବାକୁ ପଦକ୍ଷେପ ନେବାକୁ ଦୁଇ ପକ୍ଷ ନିଷ୍ପତ୍ତି ନେଇଛନ୍ତି । ୨୦୨୫ ସୁଦ୍ଧା ୨୦ହଜାର ଭାରତୀୟ ବିଦ୍ୟାର୍ଥୀଙ୍କୁ ନିଜ ଦେଶରେ ଅଧ୍ୟୟନ ପାଇଁ ସୁଯୋଗ ଦେବାକୁ ଫ୍ରାନ୍ସ ରାଜି ହୋଇଛି । ଏହାଛଡା ଦୁଇଦେଶ ମଧ୍ୟରେ ବ୍ୟବସାୟ, ବାଣିଜ୍ୟ, ଷ୍ଟାର୍ଟଅପ୍ ଓ ଇନୋଭେସନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି ।

୨୮) ଭାରତ ଓ ଫ୍ରାନ୍ସ ମଧ୍ୟରେ କଳା ସାଂସ୍କୃତିକ ସହଯୋଗ ଯଥେଷ୍ଟ ବଢିଛି । ଦୁଇ ଦେଶର କଳାକାର ଓ ଶିଳ୍ପୀମାନେ ଉଭୟ ରାଷ୍ଟ୍ରରେ ଉତ୍ସବ ଆୟୋଜନ, ବିଭିନ୍ନ କାର୍ଯ୍ୟକ୍ରମ  ଓ ପ୍ରଦର୍ଶନୀମାନ ଅଧିକ ସଂଖ୍ୟାରେ ଆୟୋଜନ କରିବାକୁ ଆଗ୍ରହୀ । ସେମାନେ ଏସବୁ କାର୍ଯ୍ୟକ୍ରମକୁୁ ମିଳିମିଶି ସଫଳ କରୁଛନ୍ତି । ଏହି ସମ୍ପର୍କକୁ ଅଧିକ ନିବିଡ କରିବାକୁ ଦୁଇଦେଶ ରାଜି ହୋଇଛନ୍ତି । ଭାରତୀୟ ସ୍ୱାଧୀନତାର ୭୫ତମ ବାର୍ଷିକୀ ଅବସରରେ ୨୦୨୨ ମାର୍ଚ୍ଚରୁ ଫ୍ରାନ୍ସ ପକ୍ଷରୁ ‘ବନଜୋର  ଇଣ୍ଡିଆ ଫେଷ୍ଟିଭାଲ’  ମାଧ୍ୟମରେ  ପାଳିତ ହେଉଛି । ଏଥିପାଇଁ ଭାରତର ବିଭିନ୍ନ ଭାଗରେ ଅନେକ କାର୍ଯ୍ୟକ୍ରମ ଓ ଉତ୍ସବ ପାଳନ କରାଯାଉଛି । ସେହିଭଳି ଭାରତ ମଧ୍ୟ ‘ନମସ୍ତେ ଫ୍ରାନ୍ସ’ ଉତ୍ସବ ପାଳନ କରୁଛି । ୨୦୨୨ ପ୍ୟାରିସ ବିଶ୍ୱ ପୁସ୍ତକ ମେଳାରେ ଭାରତ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲା । ସେହିଭଳି ନୂଆଦିଲ୍ଳୀରେ ଆୟୋଜିତ ହେବାକୁ ଯାଉଥିବା ପରବର୍ତ୍ତୀ ବିଶ୍ୱ ପୁସ୍ତକ ମେଳାରେ ଫ୍ରାନ୍ସ ସମ୍ମାନୀତ ଅତିଥିଭାବେ ଯୋଗଦେବ ।

୨୯) ୨୦୨୦ ଜାନୁୟାରୀ ୨୮ରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ସଂଗ୍ରହାଳୟ ଓ ଐତିହ୍ୟ ସଂଯୋଗ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ତଦନୁସାରେ ନୂଆଦିଲ୍ଲୀର ଏକ ଜାତୀୟ ସଂଗ୍ରହାଳୟ ସ୍ଥାପନ ପାଇଁ ଭାରତ ଫ୍ରାନ୍ସକୁ ‘ଜ୍ଞାନର ଅଂଶୀଦାର’ଭାବେ ଗ୍ରହଣ କରିବାକୁ ଭାରତ ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ ଫ୍ରାନ୍ସ ସରକାର ବିଚାର କରି ଦେଖିବାକୁ ରାଜି ହୋଇଛନ୍ତି ।

୩୦) ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ଫ୍ରାନ୍ସ ରାଷ୍ଟ୍ରପତି ମ୍ୟାକ୍ରନଙ୍କୁ ନିଜ ସୁବିଧା ଅନୁସାରେ ଶୀଘ୍ର ଭାରତ ଗସ୍ତରେ ଆସିବାକୁ ନିମନ୍ତ୍ରଣ ଜଣାଇଛନ୍ତି । ଏହି ଗସ୍ତ ଅବସରରେ ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗ, ପରସ୍ପର ସ୍ୱାର୍ଥଜଡିତ ବିଷୟ ଏବଂ ଅନ୍ୟାନ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରି ସହଯୋଗ ବୃଦ୍ଧି ସହିତ କାମ କରିବାର ସୁଯୋଗ ପାଇବେ ବୋଲି ଶ୍ରୀ ମୋଦୀ କହିଛନ୍ତି ।

 

Explore More
ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ପିଏମ୍ ମୋଦୀଙ୍କ ସହ

ଲୋକପ୍ରିୟ ଅଭିଭାଷଣ

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ପିଏମ୍ ମୋଦୀଙ୍କ ସହ
Agnipath Scheme is a game changer for rural women

Media Coverage

Agnipath Scheme is a game changer for rural women
...

Nm on the go

Always be the first to hear from the PM. Get the App Now!
...
ମୁମ୍ବାଇ ଠାରେ କୋଠା ଭୁଷୁଡି ଘଟଣାରେ ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
June 28, 2022
ସେୟାର
 
Comments
ପିଏମ୍‌ଏନ୍‌ଆରଏଫ୍‌ରୁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇ ଠାରେ କୋଠା ଭୁଷୁଡି ଘଟଣାରେ ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ସେ ମଧ୍ୟ ପିଏମ୍‌ଏନ୍‌ଆରଏଫ୍‌ରୁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

ପିଏମ୍‌ଓ ଏକ ଟୁଇଟ୍ କରି କହିଛି;

“ମୁମ୍ବାଇ ଠାରେ କୋଠା ଭୁଷୁଡି ଘଟଣା ଦୁଃଖ ଦେଇଛି । ଏହି ସମୟରେ ମୋର ଚିନ୍ତାଧାରା ପୀଡିତ ପରିବାର ସହିତ ରହିଛି ଏବଂ ଆହତଙ୍କ ପାଇଁ ପ୍ରାର୍ଥନା କରୁଛି । ପ୍ରତ୍ୟେକ ମୃତକଙ୍କ ନିକଟସମ୍ପର୍କୀୟଙ୍କୁ ପିଏମ୍‌ଏନ୍‌ଆରଏଫରୁ ୨ଲକ୍ଷ ଟଙ୍କା କରି ପ୍ରଦାନ କରାଯିବ । ଆହତ ମାନଙ୍କୁ ୫୦,୦୦୦ ଟଙ୍କା କରି ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।”