ଭାରତ-ୟୁଏଇ ବ୍ୟାପକ ରଣନୀତିକ ସହଭାଗିତା ଏବଂ ଆଇଏମଇଇସି କରିଡରକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା
ପଶ୍ଚିମ ଏସିଆ ଓ ବ୍ୟାପକ ଅଞ୍ଚଳରେ ଦୀର୍ଘସ୍ଥାୟୀ ଶାନ୍ତି, ସ୍ଥିରତା ଏବଂ ନିରାପତ୍ତାକୁ ସମର୍ଥନ ସକାଶେ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ
ଭାରତୀୟ ସମୁଦାୟଙ୍କ କଲ୍ୟାଣକୁ ନିଶ୍ଚିତ କରିଥିବାରୁ ୟୁଏଇ ନେତୃତ୍ୱଙ୍କୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁନାଇଟେଡ ଆରବ ଏମିରେଟ୍ସର ଉପପ୍ରଧାନମନ୍ତ୍ରୀ ଏବଂ ବିଦେଶମନ୍ତ୍ରୀ ମହାମାନ୍ୟ ଶେଖ୍ ଅବଦୁଲ୍ଲା ବିନ୍ ଜାୟଦ ଅଲ୍ ନହୟାନଙ୍କୁ ସ୍ୱାଗତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ୟୁଏଇର ରାଷ୍ଟ୍ରପତି ମହାମାନ୍ୟ ଶେଖ୍ ମହମ୍ମଦ ବିନ୍ ଜାୟଦ ଅଲ୍ ନହୟାନଙ୍କ ପ୍ରତି ଶୁଭେଚ୍ଛା ଜଣାଇଥିଲେ । ଦୁଇ ଦେଶ ମଧ୍ୟରେ ନିୟମିତ ହେଉଥିବା ଉଚ୍ଚ ପ୍ରତିନିଧିସ୍ତରୀୟ ଆଲୋଚନା ଏବଂ ୨୦୨୪ ସେପ୍ଟେମ୍ବରରେ ଭାରତ ଗସ୍ତରେ ଆବୁଧାବିର ଯୁବରାଜ ମହାମାନ୍ୟ ଶେଖ୍ ଖାଲିଦ ବିନ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନହୟାନ ଭାରତ ଗସ୍ତରେ ଆସିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ, ଯାହାକି ଦ୍ୱିପାକ୍ଷିକ ସମ୍ପର୍କର ପିଢ଼ିଗତ ନିରନ୍ତରତା ।

ଦୁଇ ନେତା ରଣନୀତିକ ସହଭାଗିତା ଓ ପ୍ରଯୁକ୍ତି, ଶକ୍ତି ଓ ଜନସମ୍ପର୍କ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ଇଣ୍ଡିଆ-ମିଡଲ ଇଷ୍ଟ-ଇଉରୋପ କରିଡର (ଆଇଏମଇଇସି) ଲାଗୁକୁ ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଥିଲେ, ଯାହାକି ଆଞ୍ଚଳିକ ଯୋଗାଯୋଗ ଓ ସମୃଦ୍ଧିକୁ ବୃଦ୍ଧି ଦିଗରେ ଐତିହାସିକ ପଦକ୍ଷେପ ।

ମହାମାନ୍ୟ ଶେଖ୍ ଅବଦୁଲ୍ଲା ବିନ ଜାୟେଦ ଅଲ୍ ନହୟାନ ପଶ୍ଚିମ ଏସିଆର ବର୍ତ୍ତମାନର ସ୍ଥିତି ଉପରେ ଉଦବେଗ ପ୍ରକାଶ କରିଥିଲେ । ପଶ୍ଚିମ ଏସିଆ ଓ ବ୍ୟାପକ ଅଞ୍ଚଳରେ ଦୀର୍ଘସ୍ଥାୟୀ ଶାନ୍ତି, ସ୍ଥିରତା ଏବଂ ନିରାପତ୍ତାକୁ ସମର୍ଥନ ସକାଶେ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ।

ୟୁଏଇରେ ଥିବା ବିଶାଳ ଭାରତୀୟ ସମୁଦାୟଙ୍କ କଲ୍ୟାଣକୁ ନିଶ୍ଚିତ କରିଥିବାରୁ ୟୁଏଇର ନେତୃତ୍ୱକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।  

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s GDP To Grow 7% In FY26: Crisil Revises Growth Forecast Upward

Media Coverage

India’s GDP To Grow 7% In FY26: Crisil Revises Growth Forecast Upward
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 16, 2025
December 16, 2025

Global Respect and Self-Reliant Strides: The Modi Effect in Jordan and Beyond