ଦେଶର ଯୁବକ ମାନଙ୍କୁ ବିକଶିତ ଭାରତ @୨୦୪୭ ପରିକଳ୍ପନାରେ ନିଜ ଯୋଗଦାନ ଦେବା ପାଇଁ ଏକ ମଂଚ ପ୍ରଦାନ କରିବ ଏହି ପଦକ୍ଷେପ
ଦେଶବ୍ୟାପୀ ରାଜଭବନ ମାନଙ୍କରେ ଆୟୋଜିତ କର୍ମଶାଳାରେ ପ୍ରଧାନମନ୍ତ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ଅନୁଷ୍ଠାନ ମୁଖ୍ୟମାନଙ୍କୁ ସମ୍ବୋଧିତ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୧, ୨୦୨୩ ପୂର୍ବାହ୍ନ ସାଢ଼େ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ 'ବିକଶିତ ଭାରତ @୨୦୪୭: ଭଏସ୍ ଅଫ୍ ୟୁଥ୍‌' ର ଶୁଭାରମ୍ଭ କରିବେ । ସାରା ଦେଶର ରାଜଭବନ ମାନଙ୍କରେ ଆୟୋଜିତ କର୍ମଶାଳାରେ ପ୍ରଧାନମନ୍ତ୍ରୀ ବିଶ୍ୱବିଦ୍ୟାଳୟର କୁଳପତି, ଅନୁଷ୍ଠାନ ମୁଖ୍ୟ ଏବଂ ଅଧ୍ୟାପକ ମାନଙ୍କୁ ସମ୍ବୋଧିତ କରିବେ, ଯାହା ଏହି ପଦକ୍ଷେପର ପ୍ରତୀକ ହେବ ।

ଦେଶର ବିଭିନ୍ନ ଜାତୀୟ ଯୋଜନା ପ୍ରଣୟନ, ପ୍ରାଥମିକତା ଏବଂ ଲକ୍ଷ୍ୟ ପ୍ରାପ୍ତ କରିବା କ୍ଷେତ୍ରରେ ଦେଶର ଯୁବକ ମାନଙ୍କୁ ସକ୍ରିୟ ଭାବରେ ସାମିଲ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ । ଏହି ଦୃଷ୍ଟିକୋଣ ଅନୁଯାୟୀ, 'ବିକଶିତ ଭାରତ @୨୦୪୭ : ଭଏସ୍ ଅଫ୍ ୟୁଥ୍‌' ଅଭିଯାନ ଦେଶର ଯୁବକ ମାନଙ୍କୁ ବିକଶିତ ଭାରତ @୨୦୪୭  ପରିକଳ୍ପନାରେ ନିଜ ବିଚାରର ଯୋଗଦାନ କରିବା ପାଇଁ ଏକ ମଂଚ ପ୍ରଦାନ କରିବ । ଏହି କର୍ମଶାଳା ବିକଶିତ ଭାରତ @୨୦୪୭ ପାଇଁ ଯୁବପିଢ଼ିଙ୍କୁ ସେମାନଙ୍କ ଚିନ୍ତାଧାରା ଏବଂ ପରାମର୍ଶ ବାଣ୍ଟିବା ନିମନ୍ତେ ନିୟୋଜିତ କରିବାର ପ୍ରକ୍ରିୟା ଆରମ୍ଭ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ ।

ସ୍ୱାଧୀନତାର ୧୦୦ ତମ ବର୍ଷ , ଅର୍ଥାତ୍ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ବିକଶିତ ଭାରତ@୨୦୪୭ ଅଭିଯାନର ଲକ୍ଷ୍ୟ ରହିଛି । ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ପ୍ରଗତି, ପରିବେଶ ନିରନ୍ତରତା ଏବଂ ସୁଶାସନ ସମେତ ବିକାଶର ବିଭିନ୍ନ ଦିଗକୁ ଏହି ଦୃଷ୍ଟିକୋଣରେ ଅନ୍ତର୍ଭୁକ୍ତ କରାଯାଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How Bigger, Quieter & Deadlier INS Aridhaman Is A Game-Changer For India's Nuclear Deterrence

Media Coverage

How Bigger, Quieter & Deadlier INS Aridhaman Is A Game-Changer For India's Nuclear Deterrence
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
April 05, 2026

Prime Minister Narendra Modi will share 'Mann Ki Baat' on Sunday, April 26th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.