ସାଉଦି ଆରବ ରାଜ୍ୟକୁ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ଗସ୍ତ ସମାପନ ଅବସରରେ ମିଳିତ ବିବୃତି
April 23rd, 12:44 pm
କ୍ରାଉନ୍ ପ୍ରିନ୍ସ ତଥା ସାଉଦି ଆରବ ରାଜ୍ୟର ପ୍ରଧାନମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ ବିନ୍ ଅବଦୁଲଅଜିଜ୍ ଅଲ୍ ସୌଦଙ୍କ ନିମନ୍ତ୍ରଣକ୍ରମେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ଏପ୍ରିଲ ୨୨ ତାରିଖରେ ସାଉଦି ଆରବ ରାଜ୍ୟ ଗସ୍ତରେ ଯାଇଥିଲେ।ପ୍ରଧାନମନ୍ତ୍ରୀଙ୍କ ସାଉଦି ଆରବ ଗସ୍ତରୁ ମିଳିଥିବା ସଫଳତାର ତାଲିକା
April 23rd, 02:25 am
୨୨ ଏପ୍ରିଲ ୨୦୨୫ରେ ଜେଦାହରେ ହୋଇଥିବା ଭାରତ-ସାଉଦି ଆରବ ରଣନୀତିକ ସହଭାଗିତା ପରିଷଦ (ଏସ୍ପିସି)ର ଦ୍ୱିତୀୟ ବୈଠକରେ ସହ-ଅଧ୍ୟକ୍ଷତା କରିଥିଲେ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ସାଉଦି ଆରବର ଯୁବରାଜ ତଥା ମହାମହିମ ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ। ଏସ୍ପିସି ଅଧୀନରେ ଥିବା ବିଭିନ୍ନ କମିଟି, ସବ୍ କମିଟି ଓ କାର୍ଯ୍ୟକାରୀ ଗୋଷ୍ଠୀର କାମର ସମୀକ୍ଷା କରିଥିଲା ଏହି ପରିଷଦ ଯେଉଁଥିରେ ରହିଛି ରାଜନୀତି, ପ୍ରତିରକ୍ଷା,ସୁରକ୍ଷା, ବାଣିଜ୍ୟ, ପୁଂଜି ନିବେଶ, ଶକ୍ତି, ଟେକ୍ନୋଲଜି, କୃଷି, ସଂସ୍କୃତି ଓ ଦୁଇ ଦେଶର ନାଗରିକଙ୍କ ମଧ୍ୟରେ ଥିବା ସଂପର୍କ। ଏହି ଆଲୋଚନା ପରେ ଦୁଇର ନେତା ବୈଠକର କାର୍ଯ୍ୟ ବିବରଣୀରେ ସ୍ୱାକ୍ଷର କରିଥିଲେ।ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁସଲିମ ୱାର୍ଲ୍ଡ ଲିଗର ମହାସଚିବ
April 23rd, 02:23 am
ମୁସଲିମ ୱାର୍ଲ୍ଡ ଲିଗର ମହାସଚିବ ଶେଖ ଡକ୍ଟର ମହମ୍ମଦ ବିନ୍ ଅବଦୁଲକରିମ୍ ଅଲ୍-ଇସା ଆଜି ଜେଦ୍ଦାହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ସେ ଜମ୍ମୁ-କାଶ୍ମୀରରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର କଡା ନିନ୍ଦା କରିଛନ୍ତି ଏବଂ ଜୀବନ ହରାଇଥିବା ନିର୍ଦ୍ଦୋଷ ଲୋକଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।ଭାରତ-ସାଉଦି ଆରବ ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ
April 23rd, 02:20 am
ଚଳିତବର୍ଷ ଏପ୍ରିଲ ୨୨ ତାରିଖରେ ସାଉଦି ଆରବ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜେଦାହ ରୟାଲ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ସାଉଦି କ୍ରାଉନ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନ ।ସାଉଦି ଆରବର ଜେଦ୍ଦାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
April 22nd, 04:29 pm
ସାଉଦି ଆରବର ଜେଦ୍ଦାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାଉଦି ଆକାଶ ମାର୍ଗରେ ପ୍ରବେଶ କରିବା ପରେ ସାଉଦି ବାୟୁସେନାର ବିମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନକୁ ସୁରକ୍ଷା ଦେଇ ଜେଦ୍ଦା ଅଭିମୁଖେ ଯାତ୍ରା କରିଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜେଦ୍ଦାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ସେ ସାଉଦି ଆରବରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।ସାଉଦି ଆରବ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
April 22nd, 08:30 am
ମଙ୍ଗଳବାରଠାରୁ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ସାଉଦି ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ନିଜ ଅଭିଭାଷଣ ରଖିଛନ୍ତି । ସାଉଦି କ୍ରାଉନ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ ସଲମନଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣରେ ମୋଦୀ ସାଉଦି ଗସ୍ତ କରୁଥିବା କହିଛନ୍ତି ।Prime Minister Narendra Modi to visit Saudi Arabia
April 19th, 01:55 pm
PM Modi to visit Saudi Arabia at the invitation of His Royal Highness Prince Mohammed bin Salman. India and Saudi Arabia share close and friendly ties. This visit will provide an opportunity to further deepen and strengthen our multi-faceted partnership, as well as to exchange views on various regional and international issues of mutual interest.ରିୟାଦଠାରେ ସାଉଦୀ ଆରବ ଯୁବରାଜଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
October 29th, 08:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଉଦୀ ଆରବର ମହାମହିମ ଯୁବରାଜ ଅବଦୁଲଅଜିଜ ବିନ ସଲମାନ ଅଲ ସାଉଦଙ୍କ ସହ ମତ ବିନିମୟ କରିଛନ୍ତି । ଏହି ବୈଠକରେ ଶକ୍ତି ସଂକ୍ରାନ୍ତ ଅନେକ ବିଷୟରେ ଆଲୋଚନା କରାଯାଇଥିଲା ଯାହାକି ଭାରତ-ସାଉଦୀ ଆରବ ବନ୍ଧୁତ୍ୱକୁ ଅଧିକ ଶକ୍ତି ଦେଇଥିଲା । ପ୍ରଧାନମନ୍ତ୍ରୀ କହିଲେ ଯେ ଶକ୍ତି ହେଉଛି ଆମ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ।ରିୟାଦଠାରେ ସାଉଦୀ ଆରବ ରାଜାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
October 29th, 08:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଉଦୀ ଆରବର ରାଜା ମହାମହିମ ସଲମାନ ବିନ ଅବଦୁଲଅଜିଜ ଅଲ ସାଉଦଙ୍କୁ ଆଜି ରିୟାଦଠାରେ ଭେଟିଛନ୍ତି । ବିଶ୍ଵସ୍ତରରେ ସେ ଜଣେ ସମ୍ମାନସ୍ପଦ ନେତା । ସାଉଦୀ ଆରବ ସହ ଅଧିକ ସହଯୋଗ ବୃଦ୍ଧି ନେଇ ଅନେକ ବିଷୟରେ ସେମାନେ ଆଲୋଚନା କରିଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।PM highlights 5 Big Trends for Global Business at Future Investment Initiative Forum in Riyadh!
October 29th, 07:21 pm
PM Modi delivered the keynote address at the Future Investment Initiative Forum in Riyadh, Saudi Arabia. The PM highlighted five major trends as the keys to future prosperity: the impact of technology, the importance of infrastructure, the revolution in human resources, care for the environment and business-friendly governance.ଦରିଦ୍ରତମ ବ୍ୟକ୍ତିଙ୍କୁ ସଶକ୍ତ କରିବା ଓ ସେମାନଙ୍କ ପାଇଁ ଏକ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା ମୋର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ
October 29th, 07:20 pm
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ସମ୍ବୋଧନରେ କହିଲେ ଯେ ତାଙ୍କର ଲକ୍ଷ୍ୟ ହେଉଛି ଦରିଦ୍ରତମ ବ୍ୟକ୍ତିଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ପାଇଁ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା । ପ୍ରଧାନମନ୍ତ୍ରୀ କହିଲେ ଯେ, ସେ ସବୁବେଳେ ବିଶ୍ୱକୁ ଉନ୍ନତ କରିବାରେ ଭାରତ କିପରି ଭାବେ ଯୋଗଦାନ କରିପାରିବ ସେନେଇ ଚିନ୍ତା କରି ଆସୁଛନ୍ତି । ଭାରତରେ ଚାଲୁଥିବା ଆମର କାର୍ଯ୍ୟକ୍ରମ ସମଗ୍ର ବିଶ୍ୱରେ ଚାଲୁଥିବା ଏପରି କାର୍ଯ୍ୟକ୍ରମକୁ ଅଧିକ ମଜଭୁତ କରିବ । ଉଦାହରଣ ସ୍ୱରୂପ ବିଶ୍ଵରୁ 2030 ସୁଦ୍ଧା ଯକ୍ଷ୍ମା ଦୂର କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଆମର ଲକ୍ଷ୍ୟ ରହିଛି 2025 ସୁଦ୍ଧା ଭାରତକୁ ଯକ୍ଷ୍ମା ମୁକ୍ତ କରିବା । ଭାରତ ଏଥିରେ ସଫଳ ହେଲେ ସମଗ୍ର ବିଶ୍ୱ ଅଧିକ ସୁସ୍ଥ ହେବ ।ରିୟାଦରେ ଜୋର୍ଡାନ ରାଜାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
October 29th, 02:18 pm
ଆଜି ସାଉଦୀ ଆରବର ରିୟାଦଠାରେ ଅନୁଷ୍ଠିତ ଭବିଷ୍ୟତ ନିବେଶ ପଦକ୍ଷେପ (FII) ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୋର୍ଡାନର ହାଶେମାଇଟ ରାଜ୍ୟର ରାଜା ମହାମହିମ ଅବଦୁଲ୍ଲା ଦ୍ଵିତୀୟ ବିନ ଅଲ-ହୁସେନଙ୍କୁ ଭେଟିଛନ୍ତି । 2018 ଫେବୃଆରୀ 27 ମାର୍ଚ୍ଚ 1 ମଧ୍ୟରେ ରାଜାଙ୍କର ଭାରତ ଗସ୍ତ ସମୟରେ ସ୍ୱାକ୍ଷରିତ ବୁଝାମଣା ଓ ରାଜିନାମା ସମେତ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ୀଭୁତ କରିବା ନେଇ ଉଭୟ ନେତା ମତ ବିନିମୟ କରିଥିଲେ । ସେମାନେ ମଧ୍ୟପ୍ରାଚ୍ୟ ଶାନ୍ତି ପ୍ରକ୍ରିୟା ଓ ଅନ୍ୟାନ୍ୟ ଆଞ୍ଚଳିକ ବିକାଶ ସମ୍ବନ୍ଧରେ ଆଲୋଚନା କରିଥିଲେ । ଆତଙ୍କବାଦ ମୁକାବିଲା ନେଇ ସହଯୋଗ ବିଷୟରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିଲେ ।ସାଉଦୀ ଆରବ ସହ ରଣନୈତିକ ଭାଗିଦାରୀ ପରିଷଦ ରାଜିନାମା ଦ୍ୱାରା ଉଭୟ ପକ୍ଷ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ: ପ୍ରଧାନମନ୍ତ୍ରୀ
October 29th, 11:08 am
ସାଉଦୀ ଆରବ ସହ ରଣନୈତିକ ଭାଗିଦାରୀ ପରିଷଦ ରାଜିନାମା ଫଳରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି ।PM Modi arrives in Riyadh, Saudi Arabia
October 29th, 09:36 am
PM Narendra Modi arrived at Riyadh, Saudi Arabia, where he will hold bilateral talks as well as attend several programmes.ସାଉଦି ଆରବ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
October 28th, 03:36 pm
ଅକ୍ଟୋବର 29, 2019ରେ ଦିନିକିଆ ଗସ୍ତରେ ସାଉଦି ଆରବ ଯାତ୍ରା କରୁଛି । ସାଉଦି ଆରବର ମହାମାନ୍ୟ ରାଜା ସଲମାନ ବିନ ଅବଦୁଲ ଅଜୀଜ ଅଲ-ସଉଦଙ୍କ ନିମନ୍ତ୍ରଣରେ ରିୟାଦଠାରେ ଆୟୋଜିତ ହେଉଥିବା ତୃତୀୟ ଭବିଷ୍ୟତ ନିବେଶ ପଦକ୍ଷେପ ବୈଠକର ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗଦେବି ।PM Modi conferred Saudi Arabia's highest civilian honour, the King Abdulaziz Sash
April 03rd, 10:26 pm
PM Modi meets HM King Salman bin Abdulaziz Al Saud
April 03rd, 10:00 pm
Prime Minister Modi meets business leaders in Saudi Arabia
April 03rd, 01:40 pm
Celebrating Nari Shakti: PM visits TCS centre in Riyadh
April 03rd, 11:56 am
PM Modi shares snacks with L&T workers in Riyadh
April 03rd, 12:35 am