ହିମାଚଳ ପ୍ରଦେଶର ଲୋକମାନେ ଆହ୍ୱାନକୁ ସୁଯୋଗରେ ପରିଣତ କରିଛନ୍ତି
“ଡବଲ ଇଞ୍ଜିନ ସରକାରଙ୍କ ପଦକ୍ଷେପ ପରେ ଗ୍ରାମ୍ୟ ସଡ଼କ, ରାଜପଥ ପ୍ରଶସ୍ତିକରଣ, ରେଳ ନେଟୱାର୍କର ସମ୍ପ୍ରସାରଣ ଏବଂ ଫଳାଫଳ ବର୍ତ୍ତମାନ ଦୃଶ୍ୟମାନ ହେଉଛି”
“ସଚ୍ଚୋଟ ନେତୃତ୍ୱ, ଶାନ୍ତି ପ୍ରେମୀ ପରିବେଶ, ଦେବା ଦେବୀଙ୍କ ଆଶୀର୍ବାଦ ଏବଂ କଠିନ ପରିଶ୍ରମ କରୁଥିବା ହିମାଚଳର ଲୋକ, ଏସବୁ ତୁଳନାତ୍ମକ ନୁହେଁ । ଦ୍ରୁତ ବିକାଶ ପାଇଁ ହିମାଚଳ ସବୁକିଛି ଆବଶ୍ୟକ କରୁଛି ।”

ହିମାଚଳ ଦିବସ ଅବସରରେ ଦେବଭୂମିର ସମସ୍ତ ଲୋକଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା ।

ଏହା ଅତ୍ୟନ୍ତ ସୁଖଦ ସଂଯୋଗ ଯେ ଦେଶ ସ୍ୱାଧୀନତାର ୭୫ତମ ବର୍ଷରେ, ହିମାଚଳ ପ୍ରଦେଶ ମଧ୍ୟ ନିଜର ୭୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ସ୍ୱାଧୀନତାର ଅମୃତ ମହୋତ୍ସବରେ, ହିମାଚଳ ପ୍ରଦେଶରେ ବିକାଶର ଅମୃତ ପ୍ରତି ରାଜ୍ୟବାସୀଙ୍କ ପର୍ଯ୍ୟନ୍ତ ନିରନ୍ତର ପହଂଚୁଥାଉ, ଏଥିପାଇଁ ଆମ ସମସ୍ତଙ୍କ ପ୍ରୟାସ ଜାରି ରହିଛି ।

ହିମାଚଳ ପାଇଁ ଅଟଳ ଜୀ ଏକଦା ଲେଖିଥିଲେ –

ବର୍ଫ ଢକିଁ ପର୍ବତମାଲାଏଁ,

ନଦୀୟାଁ, ଝରନେ, ଜଙ୍ଗଲ,

କିନ୍ନରିଓଁ କେ ଦେଶ,

ଦେବତା ଡୋଲେ ପଲ ପଲ!

ଅର୍ଥାତ୍ –

ବରଫ ଢଙ୍କା ପର୍ବତମାଳା,

ନଦୀ, ଝରଣା, ଜଙ୍ଗଲ,

ଅପସରୀଙ୍କର ଦେଶ ଏହି,

ଦେବ ବିଚରନ୍ତି ପ୍ରତି କ୍ଷଣ ।

ସୌଭାଗ୍ୟବଶତଃ ମତେ ମଧ୍ୟ ପ୍ରକୃତିର ଅମୂଲ୍ୟ ଉପହାର, ମାନବିକ ସାମର୍ଥ୍ୟର ପରାକାଷ୍ଠା ଏବଂ ପଥରର ଛାତିକୁ ଚିରି ନିଜର ଭାଗ୍ୟ ତିଆରି କରିଥିବା ହିମାଚଳବାସୀଙ୍କ ଗହଣରେ ରହିବାର, ସେମାନଙ୍କ ଦର୍ଶନ କରିବାର ବାରମ୍ବାର ଅବସର ମିଳିଛି ।

ବନ୍ଧୁଗଣ,

୧୯୪୮ରେ ଯେତେବେଳେ ହିମାଚଳ ପ୍ରଦେଶର ଗଠନ ହୋଇଥିଲା, ସେତେବେଳେ ସମ୍ମୁଖରେ ପାହାଡ ସଦୃଶ ଆହ୍ୱାନସବୁ ଭରି ରହିଥିଲା ।

କ୍ଷୁଦ୍ର ପାହାଡି ରାଜ୍ୟ ହୋଇଥିବା ଦୃଷ୍ଟିରୁ, କଠିନ ପରିସ୍ଥିତି ଏବଂ ଆହ୍ୱାନପୂର୍ଣ୍ଣ ଭୌଗୋଳିକ ଅବସ୍ଥାନ ଯୋଗୁଁ ସମ୍ଭାବନା ବଦଳରେ ଆଶଙ୍କା ଅଧିକ ଥିଲା । କିନ୍ତୁ ହିମାଚଳର ପରିଶ୍ରମୀ, ସଚ୍ଚୋଟ ଏବଂ କର୍ମଠ ଲୋକମାନେ ଏହି ଆହ୍ୱାନସବୁକୁ ସୁଯୋଗରେ ପରିଣତ କରି ଦେଲେ । ଉଦ୍ୟାନ କୃଷି, ବଳକା ବିଦ୍ୟୁତ ରାଜ୍ୟ, ସାକ୍ଷରତା ହାର, ଗାଁ ଗାଁ ପର୍ଯ୍ୟନ୍ତ ସଡକ ସୁବିଧା, ଘରେ ଘରେ ଜଳ ଓ ବିଜୁଳିର ସୁବିଧା, ଭଳି ଅନେକ ମାନକ ଏହି ପାହାଡି ରାଜ୍ୟର ପ୍ରଗତିକୁ ଦର୍ଶାଉଛି ।

ଗତ ୭-୮ ବର୍ଷ ହେଲା କେନ୍ଦ୍ର ସରକାରଙ୍କର ନିରନ୍ତର ଉଦ୍ୟମ ରହିଆସିଛି ଯେ ହିମାଚଳର ସାମର୍ଥ୍ୟକୁ, ସେଠାକାର ସୁବିଧା ସବୁକୁ ଆହୁରି ଅଧିକ ଉନ୍ନତ କରାଯାଉ । ଆମର ଯୁବା ସଥୀ ହିମାଚଳର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଜୟରାମ ଜୀଙ୍କ ସହ ମିଶି ଗ୍ରାମୀଣ ସଡକ, ରାଜପଥ ଗୁଡିକର ପ୍ରଶସ୍ତୀକରଣ, ରେଳବାଇ ନେଟୱାର୍କର ସମ୍ପ୍ରସାରଣର ଯେଉଁ ଦାୟିତ୍ୱ ଡବଲ ଇଞ୍ଜିନ ସରକାର ହାତକୁ ନେଇଛନ୍ତି ତାର ପରିଣାମ ଏବେ ଦିଶିବା ଆରମ୍ଭ ହୋଇଛି । ଯେମିତି ଯେମିତି ସଂଯୋଗ ଉତମ ହେବାରେ ଲାଗିଛି ସେହିଭଳି ଭାବରେ ହିମାଚଳର ପର୍ଯ୍ୟଟନ ନୂଆ ନୂଆ କ୍ଷେତ୍ର, ନୂଆ ନୂଆ ଅଂଚଳରେ ପ୍ରବେଶ କରି ଚାଲିଛି । ପ୍ରତି ନୂଆ କ୍ଷେତ୍ର ପର୍ଯ୍ୟଟକମାନଙ୍କ ପାଇଁ ପ୍ରକୃତି, ସଂସ୍କୃତି ଏବଂ ଆଡଭେନଚରର ନୂଆ ଅନୁଭବକୁ ସାଥିରେ ଧରି ପହଂଚିବାରେ ଲାଗିଛି, ଏବଂ ସ୍ଥାନୀୟ ଲୋକମାନଙ୍କ ପାଇଁ ରୋଜଗାର, ସ୍ୱରୋଜଗାରର ଅଫୁରନ୍ତ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରିବାରେ ଲାଗିଛି । ସ୍ୱାସ୍ଥ୍ୟ ସୁବିଧାଗୁଡିକୁ ଯେଉଁଭଳି ଭାବେ ଉନ୍ନତ କରାଯାଉଛି, ତାର ସୁଫଳ କରୋନାର ଦୃତ ଟିକାକରଣ ରୂପରେ ଆମକୁ ଦେଖିବାକୁ ମିଳୁଛି ।

ବନ୍ଧୁଗଣ,

ହିମାଚଳରେ ଯେତିକି ସମ୍ଭାବନା ରହିଛି, ସେସବୁକୁ ପୂର୍ଣ୍ଣମାତ୍ରାରେ ଆଗକୁ ଆଣିବା ପାଇଁ ଆମକୁ ଦୃତ ଗତିରେ କାର୍ଯ୍ୟ କରିବାର ଅଛି । ଆଗାମୀ ୨୫ ବର୍ଷରେ ହିମାଚଳର ସ୍ଥାପନା ଏବଂ ଦେଶର ସ୍ୱାଧୀନତାକୁ ୧୦୦ ବର୍ଷ ପୂରଣ ହେବ । ଏହା ଆମମାନଙ୍କ ପାଇଁ ନୂଆ ନୂଆ ସଙ୍କଳ୍ପର ଅମୃତକାଳ ଅଟେ । ଏହି କାଳଖଣ୍ଡରେ ଆମକୁ ହିମାଚଳକୁ ପର୍ଯ୍ୟଟନ, ଉଚ୍ଚଶିକ୍ଷା, ଗବେଷଣା, ଆଇ. ଟି, ଜୈବ ପ୍ରଯୁକ୍ତି, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପ୍ରାକୃତିକ କୃଷି ଭଳି କ୍ଷେତ୍ରଗୁଡିକରେ ଆହୁରି ଦୃତ ଗତିରେ ଆଗକୁ ନେବାକୁ ପଡିବ । ଚଳିତ ବର୍ଷର ବଜେଟରେ ଘୋଷିତ ‘ଭାଇବ୍ରାଂଟ ଭିଲେଜ ଯୋଜନା’ ଏବଂ ‘ପର୍ବତମାଳା ଯୋଜନା’ରୁ ମଧ୍ୟ ହିମାଚଳ ପ୍ରଦେଶକୁ ଅନେକ ଲାଭ ମିଳିବ । ଏହି ଯୋଜନାଗୁଡିକ ହିମାଚଳ ପ୍ରଦେଶରେ ଦୂର ଦୂରାନ୍ତ ଇଲାକାରେ ସଂଯୋଗ ମଧ୍ୟ ବୃଦ୍ଧି କରିବ । ପର୍ଯ୍ୟଟନକୁ ପ୍ରୋତ୍ସାହନ ଯୋଗାଇବ ଏବଂ ରୋଜଗାରର ନୂଆ ସୁଯୋଗ ମଧ୍ୟ ସୃଷ୍ଟି କରିବ । ଆମକୁ ହିମାଚଳର ସବୁଜିମାର ବିସ୍ତାର କରିବାର ଅଛି, ଜଙ୍ଗଲଗୁଡିକୁ ଅଧିକ ସମୃଦ୍ଧ କରିବାର ଅଛି । ଶୌଚାଳୟଗୁଡିକୁ ନେଇ ଉତମ କାର୍ଯ୍ୟ ହୋଇଥିବାବେଳେ ଏବେ ସ୍ୱଚ୍ଛତାର ପରବର୍ତୀ ମାନଦଣ୍ଡଗୁଡିକୁ ମଧ୍ୟ ପ୍ରୋତ୍ସାହିତ ହେଉ, ଏଥିପାଇଁ ଜନ ଭାଗିଦାରୀକୁ ଆହୁରି ବୃଦ୍ଧି କରିବାକୁ ହେବ ।

ବନ୍ଧୁଗଣ,

କେନ୍ଦ୍ରର ଜନ କଲ୍ୟାଣକାରୀ ଯୋଜନାଗୁଡିକୁ ଜୟରାମ ଜୀଙ୍କ ସରକାର ଏବଂ ତାଙ୍କର ପୂରା ଟିମ ଖୁବ ବିସ୍ତାର ଦେଇଛନ୍ତି । ବିଶେଷକରି ସାମାଜିକ ସୁରକ୍ଷା ମାମଲାରେ ହିମାଚଳରେ ପ୍ରଶଂସନୀୟ କାର୍ଯ୍ୟ ହେଉଛି । ସଚ୍ଚୋଟ ନେତୃତ୍ୱ, ଶାନ୍ତିପ୍ରିୟ ବାତାବରଣ, ଦେବାଦେବୀଙ୍କ ଆଶୀର୍ବାଦ ଏବଂ ପରିଶ୍ରମର ପରାକାଷ୍ଠା ରଖିଥିବା ହିମାଚଳବାସୀଙ୍କର ଏ ସବୁକିଛି ଅତୁଳନୀୟ ଅଟେ । ହିମାଚଳ ନିକଟରେ ଦୃତ ବିକାଶ ପାଇଁ ଆବଶ୍ୟକ ପ୍ରତ୍ୟେକ ଜିନିଷ ମହଜୁଦ ରହିଛି । ସମୃଦ୍ଧ ଏବଂ ସଶକ୍ତ ଭାରତର ନିର୍ମାଣରେ ହିମାଚଳ ନିଜର ଯୋଗଦାନକୁ ନିରନ୍ତର ଭାବରେ ବିସ୍ତାର କରିଚାଲୁ । ଏହା ହିଁ ମୋର ଶୁଭକାମନା ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India vehicle retail sales seen steady in December as tax cuts spur demand: FADA

Media Coverage

India vehicle retail sales seen steady in December as tax cuts spur demand: FADA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 9, 2025
December 09, 2025

Aatmanirbhar Bharat in Action: Innovation, Energy, Defence, Digital & Infrastructure, India Rising Under PM Modi