ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ଶ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଠାରୁ ଏକ ଟେଲିଫୋନ କଲ ପାଇଥିଲେ । ସେ ଭାରତର 71ତମ ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଓ ଭାରତବାସୀଙ୍କୁ ନିଜର ହାର୍ଦ୍ଦିକ ଶୁଭକାମନା ଜ୍ଞାପନ କରିଥିଲେ ।
ଦୁଇ ନେତା 2020 ନବବର୍ଷ ଲାଗି ପରସ୍ପରକୁ ଶୁଭକାମନା ଓ ଅଭିନନ୍ଦନ ମଧ୍ୟ ଜଣାଇଥିଲେ ।

ଉଭୟ ନେତା ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ସମସ୍ତ କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କୃଷି, ଜଳ ଓ ଷ୍ଟାର୍ଟଅପ କ୍ଷେତ୍ରରେ ଅଭିନବ ପ୍ରୟାସ ଉପରେ ଗୁରୁତ୍ୱ ଦେଇଥିଲେ । ସେ ଦୁଇ ଦେଶ ମଧ୍ୟରେ ବିମାନ ଯୋଗାଯୋଗକୁ ସୁବିଧାଜନକ କରିବାର ପ୍ରୟାସକୁ ସ୍ୱାଗତ କରିଥିଲେ ।

ଦୁଇ ନେତା ପରସ୍ପରର ସ୍ୱାର୍ଥ ଜଡ଼ିତ ବୈଶ୍ୱିକ ଏବଂ କ୍ଷେତ୍ରୀୟ ପ୍ରସଙ୍ଗରେ ବିଚାର ବିନିମୟ କରିଥିଲେ । ସେମାନେ କ୍ଷେତ୍ରରେ ଆଗାମୀ ପ୍ରୟାସ ଓ ଘଟଣାକ୍ରମ ସମ୍ବନ୍ଧରେ ପରସ୍ପରର ସହ ସମ୍ପର୍କରେ ରହିବା ଲାଗି ସହମତି ବ୍ୟକ୍ତ କରିଥିଲେ ।

 

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Nationwide rollout of Pradhan Mantri Digital Health Mission by PM Modi on September 27

Media Coverage

Nationwide rollout of Pradhan Mantri Digital Health Mission by PM Modi on September 27
...

Nm on the go

Always be the first to hear from the PM. Get the App Now!
...
PM Modi arrives in Washington
September 23, 2021
ସେୟାର
 
Comments

Prime Minister Narendra Modi arrived in Washington. In the USA, PM Modi will take part in a wide range of programmes, hold talks with world leaders including President Joe Biden, VP Kamala Harris and address the UNGA. The PM will also participate in the first in-person Quad Summit during this visit.