ସେୟାର
 
Comments

ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଏବଂ ସୁରଟ ମେଟ୍ରୋ ରେଳ ପ୍ରକଳ୍ପର ଭୂମିପୂଜନ ଜାନୁୟାରୀ 18 ତାରିଖ ସକାଳ 10ଟା 30ରେ ଭିଡିଓ କନଫରେନ୍ସି ମାଧ୍ୟମରେ କରିବେ । ଗୁଜୁରାଟ ରାଜ୍ୟପାଳ, କେନ୍ଦ୍ର ଗୃହ ମନ୍ତ୍ରୀ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ରହିବେ । ଏହି ରେଳ ପ୍ରକଳ୍ପଗୁଡିକ ସମ୍ପୃକ୍ତ ସହରମାନଙ୍କରେ ପରିବେଶ ଅନୁକୂଳ ‘ସର୍ବସାଧାରଣ ଦ୍ରୁତଗାମୀ ପରିବହନ ବ୍ୟବସ୍ଥା’ ଯୋଗାଇଦେବ ।

ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ବିଷୟରେ

ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ 28.25 କିଲୋମିଟର ଲମ୍ବ ହେବା ସହିତ ଦୁଇଟି କରିଡର ବିଶିଷ୍ଟ ହେବ । କରିଡର-1ର ଲମ୍ବ 22.8 କିଲୋମିଟର ଏବଂ ଏହା ମୋଟେରା ଷ୍ଟାଡିୟମ ଠାରୁ ମହାତ୍ମାମନ୍ଦିର ପର୍ଯ୍ୟନ୍ତ ଯିବ । କରିଡର-2ର ଲମ୍ବ 5.4 କିଲୋମିଟର ଏବଂ ଏହା ଜିଏନ୍‍ଏଲ୍‍ୟୁ ରୁ ଜିଆଇଏଫ୍‍ଟି ସହର ପର୍ଯ୍ୟନ୍ତ ଯିବ । ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପର ମୋଟ୍‍ ନିର୍ମାଣ ମୂଲ୍ୟ 5384 କୋଟି ଟଙ୍କା ।

ସୁରଟ ମେଟ୍ରୋ ରେଳ ପ୍ରକଳ୍ପ ବିଷୟରେ

ସୁରଟ ମେଟ୍ରୋ ରେଳ ପ୍ରକଳ୍ପର ଲମ୍ବ 40.35 କିଲୋମିଟର ଏବଂ ଦୁଇଟି କରିଡର ହେବ । କରିଡର-1 ର ଲମ୍ବ 21.61 କିଲୋମିଟର ଏବଂ ଏହା ସରଥାନା ଠାରୁ ଡ୍ରିମ୍‍ ସିଟି ପର୍ଯ୍ୟନ୍ତ ହେବ । କରିଡର-2ର ଲମ୍ବ 18.74 କିଲୋମିଟର ଏବଂ ଏହା ଭେସାନରୁ ସାରୋଲି ପର୍ଯ୍ୟନ୍ତ ହେବ । ପ୍ରକଳ୍ପର ମୋଟ୍‍ ନିର୍ମାଣ ମୂଲ୍ୟ 12,020 କୋଟି ଟଙ୍କା ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
With 2.5 crore jabs on PM’s birthday, India sets new record for Covid-19 vaccines

Media Coverage

With 2.5 crore jabs on PM’s birthday, India sets new record for Covid-19 vaccines
...

Nm on the go

Always be the first to hear from the PM. Get the App Now!
...
ଜନ୍ମଦିନ ଶୁଭେଚ୍ଛା ଜଣାଇଥିବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ଅନ୍ୟ ବିଶ୍ୱ ନେତାଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ
September 17, 2021
ସେୟାର
 
Comments

ଜନ୍ମଦିନ ଶୁଭେଚ୍ଛା ଜଣାଇଥିବା ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ଅନ୍ୟ ବିଶ୍ୱ ନେତାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜଣାଇଛନ୍ତି ।

ରାଷ୍ଟ୍ରପତିଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମାନନୀୟ ରାଷ୍ଟ୍ରପତି ମହୋଦୟ, ଆପଣଙ୍କର ଏହି ଅମୂଲ୍ୟ ଶୁଭେଚ୍ଛା ବାର୍ତ୍ତା ପାଇଁ ହୃଦୟରୁ ସମ୍ମାନ ଜଣାଉଛି ।”  

ଉପରାଷ୍ଟ୍ରପତିଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଚିନ୍ତାଶୀଳ ଶୁଭେଚ୍ଛା ପାଇଁ ଧନ୍ୟବାଦ ଉପରାଷ୍ଟ୍ରପତି @ଏମଭେଙ୍କିଆନାଇଡୁ ଗାରୁ ।”  

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଟ୍ୱିଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶୁଭେଚ୍ଛା ପାଇଁ ଧନ୍ୟବାଦ ରାଷ୍ଟ୍ରପତି @ଗୋଟବାୟାଆର ।”

ନେପାଳ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଉଛି ପିଏମ @ଶେରବିଦେଉବା ।”  

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶୁଭେଚ୍ଛା ପାଇଁ ଧନ୍ୟବାଦ ବନ୍ଧୁ, ପିଏମ ରାଜପକ୍ଷ ।”

ଡୋମିନିକା ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆପଣଙ୍କ ଶୁଭେଚ୍ଛା ପାଇ ବେଶ କୃତଜ୍ଞ, ପିଏମ @ଏସକେରିଟଆର ।”  

ନେପାଳ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଧନ୍ୟବାଦ, ଶ୍ରୀ @କେପିଶର୍ମାଓଲି ।”