ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭାବରେ 2003 ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ବାଗତ ଆରମ୍ଭ ହୋଇଥିଲା
ଦେଶରେ ଏହା ପ୍ରଥମ ପ୍ରକାରର ପ୍ରଯୁକ୍ତି ଭିତ୍ତିକ ଅଭିଯୋଗ ସମାଧାନ କାର୍ଯ୍ୟକ୍ରମ
ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଟେକ୍ନୋଲୋଜିର ଗୁରୁତ୍ବପୂର୍ଣ୍ଣ ଭୂମିକା ବିଷୟରେ ତତ୍କାଳୀନ ସିଏମ୍ ମୋଦୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଅନୁଭବ କରିଥିଲେ
ସ୍ବାଗତ ର ସ୍ବତନ୍ତ୍ରତା ହେଉଛି ଏହା ସାଧାରଣ ନାଗରିକଙ୍କୁ ତାଙ୍କ ଅଭିଯୋଗକୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରେ
ଏହା ଶୀଘ୍ର, ଦକ୍ଷ ଏବଂ ସମୟ ସୀମା ମଧ୍ୟରେ ଅଭିଯୋଗର ସମାଧାନ ସୁନିଶ୍ଚିତ କରି ଜୀବନକୁ ସୁଗମ କରିଥାଏ
ଆଜି ପର୍ଯ୍ୟନ୍ତ 99% ରୁ ଅଧିକ ଅଭିଯୋଗ ସମାଧାନ ହୋଇଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 27 ଏପ୍ରିଲରେ ଗୁଜୁରାଟରେ ସ୍ବାଗତ ପଦକ୍ଷେପ ସମାପ୍ତ ହେବାର 20 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଅତୀତର ହିତାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ। 20 ବର୍ଷ ଧରି ସଫଳତାର ସହିତ ଗୁଜରାଟ ସରକାର ସ୍ବାଗତ ସପ୍ତାହ ପାଳନ କରୁଛନ୍ତି ।

ସ୍ବାଗତ (ଷ୍ଟେଟ୍‌ ୱାଇଡ୍ ଆଟେନସନ ଅନ୍ ଗ୍ରିଭାନ୍‌ସ ବାଏ ଆପ୍ଲିକେସନ ଅଫ୍ ଟେକ୍‌ନୋଲୋଜି) ଏପ୍ରିଲ୍ 2003 ରେ ଯେତେବେଳେ ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମର ମାଧ୍ୟମରେ ସେ ବିଶ୍ୱାସ କରୁଥିଲେ ଯେ ଜଣେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଦାୟିତ୍ବ ହେଉଛି ତାଙ୍କ ରାଜ୍ୟବାସୀଙ୍କ ସମସ୍ୟାର ସମାଧାନ। ଏହି ସଂକଳ୍ପ ସହିତ, ଜୀବନର ସହଜତାକୁ ପ୍ରୋତ୍ସାହିତ କରିବା ପାଇଁ ଟେକ୍ନୋଲୋଜିର ଲାଭକୁ ଶୀଘ୍ର ହୃଦୟଙ୍ଗମ କରିବା ସହିତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୋଦୀ ଏହାର ପ୍ରଥମ ପ୍ରକାରର ପ୍ରଯୁକ୍ତିଭିତ୍ତିକ ଅଭିଯୋଗ ସମାଧାନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ନାଗରିକ ଏବଂ ସରକାରଙ୍କ ମଧ୍ୟରେ ଦୈନନ୍ଦିନ ଅଭିଯୋଗକୁ ଶୀଘ୍ର, ଦକ୍ଷ ଏବଂ ସମୟ ସୀମା ମଧ୍ୟରେ ସମାଧାନ କରିବା ଯେଉଁଥିରେ ଟେକ୍ନୋଲୋଜି ବ୍ୟବହାର ଏକ ସେତୁ ଭାବରେ କାର୍ଯ୍ୟ କରିଥାଏ। ସମୟ ସହିତ, ସ୍ବାଗତ ଲୋକଙ୍କ ଜୀବନରେ ଏକ ପରିବର୍ତ୍ତନଶୀଳ ପ୍ରଭାବ ଆଣିଲା ଏବଂ କାଗଜହୀନ, ସ୍ୱଚ୍ଛ ଏବଂ ଅସୁବିଧାମୁକ୍ତ ଭାବରେ ସମସ୍ୟାର ସମାଧାନ ପାଇଁ ଏକ ପ୍ରଭାବଶାଳୀ ଉପକରଣ ହୋଇଗଲା।

ସ୍ବାଗତ ର ସ୍ୱତନ୍ତ୍ରତା ହେଉଛି ଏହା ସାଧାରଣ ଲୋକଙ୍କୁ ତାଙ୍କ ଅଭିଯୋଗକୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରେ । ଏହା ପ୍ରତ୍ୟେକ ମାସର ଚତୁର୍ଥ ଗୁରୁବାରରେ ଅନୁଷ୍ଠିତ ହୋଇଥାଏ ଯେଉଁଥିରେ ମୁଖ୍ୟମନ୍ତ୍ରୀ ନାଗରିକଙ୍କ ସହ ଅଭିଯୋଗର ସମାଧାନ ପାଇଁ ଯୋଗାଯୋଗ କରିଥାନ୍ତି। ଅଭିଯୋଗର ତୁରନ୍ତ ସମାଧାନ ମାଧ୍ୟମରେ ଲୋକ ଏବଂ ସରକାରଙ୍କ ମଧ୍ୟରେ ବ୍ୟବଧାନ ଦୂର କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି। କାର୍ଯ୍ୟକ୍ରମ ଅଧୀନରେ ଏହା ନିଶ୍ଚିତ ହୋଇଛି ଯେ ପ୍ରତ୍ୟେକ ଆବେଦନକାରୀଙ୍କୁ ନିଷ୍ପତ୍ତି ବିଷୟରେ ଅବଗତ କରାଯାଇଛି। ସମସ୍ତ ଆବେଦନ ଗୁଡ଼ିକର ପ୍ରକ୍ରିୟା ଅନଲାଇନରେ ଉପଲବ୍ଧ । ଆଜି ପର୍ଯ୍ୟନ୍ତ ଦାଖଲ ହୋଇଥିବା 99% ରୁ ଅଧିକ ଅଭିଯୋଗର ସମାଧାନ ହୋଇଛି।

ସ୍ବାଗତ ଅନଲାଇନ୍ ପ୍ରୋଗ୍ରାମରେ ଚାରୋଟି ଉପାଦାନ ଅଛି: ରାଜ୍ୟ ସ୍ବାଗତ, ଜିଲ୍ଲା ସ୍ବାଗତ, ତାଲୁକା ସ୍ବାଗତ ଏବଂ ଗ୍ରାମ ସ୍ବାଗତ।  ରାଜ୍ୟ ସ୍ବାଗତ ସମୟରେ ମୁଖ୍ୟମନ୍ତ୍ରୀ ନିଜେ ଜନ ଶୁଣାଣିରେ ଯୋଗ ଦିଅନ୍ତି । ଜିଲ୍ଲା କଲେକ୍ଟର ଜିଲ୍ଲା ସ୍ବାଗତ ଦାୟିତ୍ବରେ ଥିବାବେଳେ ମାମଲତଦାର ଏବଂ ଜଣେ କ୍ଲାସ -1 ଅଧିକାରୀ ତାଲୁକା ସ୍ବାଗତ ର ମୁଖ୍ୟ ଅଟନ୍ତି । ଗ୍ରାମ ସ୍ବାଗତ ରେ, ନାଗରିକମାନେ ପ୍ରତ୍ୟେକ ମାସର 1 ରୁ 10 ତାରିଖ ମଧ୍ୟରେ ତଲାତି / ମନ୍ତ୍ରୀରେ ଆବେଦନ କରନ୍ତି। ଏହାର ସମାଧାନ ପାଇଁ ତାଲୁକା ସ୍ବାଗତ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ । ଏଥିସହ, ନାଗରିକଙ୍କ ପାଇଁ ଏକ ଲୋକ ଫରିଆଦ କାର୍ଯ୍ୟକ୍ରମ ମଧ୍ୟ କାର୍ଯ୍ୟକ୍ଷମ ରହିଛି ଯେଉଁଠାରେ ସେମାନେ ସ୍ବାଗତ ୟୁନିଟ୍ ରେ ନିଜର ଅଭିଯୋଗ ଦାଖଲ କରିଥାନ୍ତି।

ଜନସାଧାରଣ ସେବାରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ପ୍ରତିକ୍ରିୟାଶୀଳତା ପାଇଁ 2010 ରେ ମିଳିତ ଜାତିସଂଘର ଜନସେବା ପୁରସ୍କାର ସମେତ ସ୍ବାଗତ ଅନଲାଇନ୍ କାର୍ଯ୍ୟକ୍ରମକୁ ବର୍ଷ ବର୍ଷ ଧରି ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
2.396 million households covered under solar rooftop scheme PMSGMBY

Media Coverage

2.396 million households covered under solar rooftop scheme PMSGMBY
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Highlights Sanskrit Wisdom in Doordarshan’s Suprabhatam
December 09, 2025

Prime Minister Shri Narendra Modi today underscored the enduring relevance of Sanskrit in India’s cultural and spiritual life, noting its daily presence in Doordarshan’s Suprabhatam program.

The Prime Minister observed that each morning, the program features a Sanskrit subhāṣita (wise saying), seamlessly weaving together values and culture.

In a post on X, Shri Modi said:

“दूरदर्शनस्य सुप्रभातम् कार्यक्रमे प्रतिदिनं संस्कृतस्य एकं सुभाषितम् अपि भवति। एतस्मिन् संस्कारतः संस्कृतिपर्यन्तम् अन्यान्य-विषयाणां समावेशः क्रियते। एतद् अस्ति अद्यतनं सुभाषितम्....”