ରାଇସିନା ବାର୍ତ୍ତାଳାପ- 2021

Published By : Admin | April 13, 2021 | 20:05 IST
The Covid-19 pandemic has presented us an opportunity to reshape the world order, to reorient our thinking: PM Modi
Humanity as a whole must be at the center of our thinking and action: PM Modi
We must remember that we hold this planet merely as trustees for our future generations: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭର୍ଚ୍ଚୁଆଲ୍ ଫର୍ମାଟରେ ରୁଆଣ୍ଡା ରାଷ୍ଟ୍ରପତି ମହାମହୀମ ପଲ୍ କାଗାମେ ଏବଂ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡରିକ୍ସେନଙ୍କ ସହ ମିଳିତ ଭାବେ ରାଇସିନା ବାର୍ତ୍ତାଳାପ 2021ର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ।

ଏହି ସମ୍ମାନଜନକ ରାଇସିନା ବାର୍ତ୍ତାଳାପର ଷଷ୍ଠ ସଂସ୍କରଣକୁ ମିଳିତ ଭାବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଭରସିଜ୍ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିଲା । ଏପ୍ରିଲ 13 ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ଏହି ସମ୍ମିଳନୀର ଶୀର୍ଷକ ରଖାଯାଇଛି: “ଭର୍ଚ୍ଚୁଆଲ୍ ୱାର୍ଲ୍ଡ: ଆଉଟବ୍ରେକ୍ସ, ଆଉଟ୍ଲାୟର୍ସ ଆଣ୍ଡ୍ ଆଉଟ୍ ଅଫ୍ କଣ୍ଟ୍ରେଲ୍” (ଭର୍ଚ୍ଚୁଆଲ୍ ବିଶ୍ୱ: ପ୍ରକୋପ, ବାହ୍ୟ କାରକମାନଙ୍କ କାରଣ ଏବଂ ନିୟନ୍ତ୍ରଣହୀନତା) ।

ଏହି ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ରାଇସିନା ବାର୍ତ୍ତାଳାପର ଚଳିତ ସଂସ୍କରଣ ମାନବ ଇତିହାସର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଏବଂ କୋଭିଡ଼ 19 ପୃଷ୍ଠଭୂମିରେ ଅନୁଷ୍ଠିତ ହେଉଛି ଯାହା ସମଗ୍ର ବିଶ୍ୱକୁ ଏକବର୍ଷରୁ ଅଧିକ ସମୟ ଧରି ସଂପୂର୍ଣ୍ଣ ରୂପେ ଆକ୍ରାନ୍ତ କରି ରଖିଛି ।  ପ୍ରଧାନମନ୍ତ୍ରୀ ଏହି ପରିପ୍ରେକ୍ଷୀରେ ଆହ୍ୱାନ ଜଣାଇ କହିଛନ୍ତି ଯେ ବୈଶ୍ୱିକ ସମ୍ପ୍ରଦାୟ ଏହି ସ୍ଥାୟୀ ପ୍ରଶ୍ନ ଉପରେ ବର୍ତ୍ତମାନ ପୃଷ୍ଠଭୂମିରେ ଗୁରୁତ୍ୱର ସହ ଚିନ୍ତା କରିବାର ସମୟ ଆସିଛି ।

ବର୍ତ୍ତମାନର ବୈଶ୍ୱିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ ମାନବ ସମାଜକୁ ଏବେ ବର୍ତ୍ତମାନର ବାସ୍ତବତା ସହିତ ଖାପ ଖୁଆଇବାକୁ ହେବ ଏବଂ ଏହାର କାରଣ ଏବଂ ଲକ୍ଷଣକୁ ଅନୁଧ୍ୟାନ କରି ସମାଧାନର ସୂତ୍ର ବାହାର କରିବାକୁ ପଡ଼ିବ । ବର୍ତ୍ତମାନ ଯାହାକିଛି ଚିନ୍ତା କରାଯାଉଛି ଅବା ପଦକ୍ଷେପ ଗ୍ରହଣ କରାଯାଉଛି ତାହା ମାନବ ସମାଜ କୈନ୍ଦ୍ରିକ ହେବା ଉଚିତ ଯଦ୍ୱାରା ବର୍ତ୍ତମାନର ସମସ୍ୟା ସହିତ ଆଗାମୀ କାଲିର ଚାଲେଞ୍ଜକୁ ମଧ୍ୟ ମୁକାବିଲା କରାଯାଇପାରିବ ।

ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗକୁ ବିସ୍ତୃତ ଭାବେ ବ୍ୟାଖ୍ୟା କରି କହିଲେ ଯେ ଭାରତ ବର୍ତ୍ତମାନ କରୋନା ମହାମାରୀକୁ ଯେଉଁଭଳି ଭାବେ ମୁକାବିଲା କରୁଛି, ସେଥିରେ ଘରୋଇ ଆବଶ୍ୟକତା ପୂରଣ ସହିତ ଅନ୍ୟାନ୍ୟ ରାଷ୍ଟ୍ରଙ୍କ ଆବଶ୍ୟକତା ମଧ୍ୟ ପୂରଣ ହୋଇପାରୁଛି । ସେ କହିଲେ ଯେ ଏହି ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ବିବିଧ ସମସ୍ୟାବଳୀର ସମାଧାନ ନିମନ୍ତେ ମିଳିତ ପ୍ରୟାସ କରାଯିବା ଉଚିତ । ଏହା ବୈଶ୍ୱିକ ହିତ ସାଧନ ପ୍ରୟାସ ମଜଭୁତ ହୋଇପାରିବ ବୋଲି ସେ ମତ ପୋଷଣ କରିଥିଲେ ।

Click here to read PM's speech

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Oh My God! Maha Kumbh drives 162% jump in flight bookings; hotels brimming with tourists

Media Coverage

Oh My God! Maha Kumbh drives 162% jump in flight bookings; hotels brimming with tourists
NM on the go

Nm on the go

Always be the first to hear from the PM. Get the App Now!
...
Commissioning of three frontline naval combatants will strengthen efforts towards being global leader in defence: PM
January 14, 2025

The Prime Minister Shri Narendra Modi today remarked that the commissioning of three frontline naval combatants on 15th January 2025 will strengthen our efforts towards being a global leader in defence and augment our quest towards self-reliance.

Responding to a post on X by SpokespersonNavy, Shri Modi wrote:

“Tomorrow, 15th January, is going to be a special day as far as our naval capacities are concerned. The commissioning of three frontline naval combatants will strengthen our efforts towards being a global leader in defence and augment our quest towards self-reliance.”