Modalities of COVID-19 vaccine delivery, distribution and administration discussed
Just like the focus in the fight against COVID has been on saving each and every life, the priority will be to ensure that vaccine reaches everyone: PM
CMs provide detailed feedback on the ground situation in the States

ଦେଶରେ କରୋନା ମହାମାରୀ (କୋଭିଡ୍‌-19)ର ସାଂପ୍ରତିକ ସ୍ଥିତି, ଏହାର ମୁକାବିଲାଜନିତ ଅଧିକ ପ୍ରସ୍ତୁତି ଏବଂ ପରିଚାଳନା ସଂପର୍କରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆୟୋଜିତ ଏହି ବୈଠକରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଭାଗ ନେଇଥିଲେ । ଏହି ବୈଠକରେ ସର୍ବାଧିକ ପ୍ରଭାବିତ 8ଟି ରାଜ୍ୟର କରୋନା ସ୍ଥିତି ସଂପର୍କରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ଆଲୋଚନା କରାଯାଇଥିଲା । ଏହି ରାଜ୍ୟଗୁଡିକ ହେଲା- ହରିୟାଣା, ଦିଲ୍ଲୀ, ଛତିଶଗଡ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ଗୁଜରାଟ ଓ ପଶ୍ଚିମବଙ୍ଗ । ଏହାଛଡା ବୈଠକରେ କୋଭିଡ୍‌ ଟିକାର ଯୋଗାଣ, ଆବଣ୍ଟନ ଏବଂ ପରିଚାଳନା ପଦ୍ଧତି ସଂପର୍କରେ ମଧ୍ୟ ବିଶେଷ ଆଲୋଚନା ହୋଇଥିଲା ।

ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଦୃଢ କରାଯିବ

ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ସମ୍ମୁଖୀନ ହୋଇଥିବା କରୋନା ମହାମାରୀର ମୁକାବିଲା ପାଇଁ ସମନ୍ୱିତ ପ୍ରୟାସ ଅବ୍ୟାହତ ରହିଛି । ଏହା ଫଳରେ ଦେଶରେ କରୋନା ମୃତ୍ୟୁ ହାର ଏବଂ ଆରୋଗ୍ୟଲାଭ ହାର ବିଶ୍ୱର ଅଧିକାଂଶ ଦେଶ ତୁଳନାରେ ଭଲ ଅଛି । କରୋନା ବିରୋଧୀ ଲଢେଇର ସଫଳ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ ଦେଶରେ କରୋନାର ଟେଷ୍ଟିଂ ଓ ଚିକିତ୍ସା ବ୍ୟବସ୍ଥାକୁ ଆହୁରି ସଂପ୍ରସାରିତ କରିବାକୁ ପଡିବ । ଆକ୍ରାନ୍ତଙ୍କୁ ଅକ୍ସିଜେନ (ଅମ୍ଳଜାନ) ଯୋଗାଣ ପାଇଁ ପିଏମ୍‌ କେୟାର ଫଣ୍ଡ ଉପରେ ସେ ଗୁରୁତ୍ୱ ଦେଇଥିଲେ । ଅକ୍ସିଜେନ ଉତ୍ପାଦନ କ୍ଷେତ୍ରରେ ଦେଶର ମେଡିକାଲ କଲେଜ ଓ ଜିଲାସ୍ତରୀୟ ହସ୍ପିଟାଲଗୁଡିକୁ ଆତ୍ମନିର୍ଭର କରିବା ପାଇଁ ଉଦ୍ୟମ ଜାରି ରହିଛି । ଏବେ ସମଗ୍ର ଦେଶରେ 160ଟି ନୂଆ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ବୈଠକରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।

କରୋନା ଘେନି ଜନତାଙ୍କ 4 ପର୍ଯ୍ୟାୟ ପ୍ରତିକ୍ରିୟା

ଦେଶରେ ଏବେ ଯେଉଁ କରୋନା ମହାମାରୀ ଲଢେଇ ଚାଲିଛି ସେ ନେଇ ଲୋକଙ୍କର ପ୍ରତିକ୍ରିୟା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ମହାମାରୀ ସଂପର୍କରେ ଜନତାଙ୍କ ପ୍ରତିକ୍ରିୟାକୁ ସାମଗ୍ରିକଭାବେ 4 ପର୍ଯ୍ୟାୟଭୁକ୍ତ କରିହେବ । ସେଥିରୁ ପ୍ରଥମଟି ହେଲା- ଭୟ । ଲୋକେ ଏହି ମହାମାରୀକୁ ନେଇ ପ୍ରଥମେ ଅତ୍ୟଧିକ ଭୟଭୀତ ହୋଇପଡିଥିଲେ ଏବଂ ଏହା ତାଙ୍କର ସ୍ୱାଭାବିକ ପ୍ରତିକ୍ରିୟା ଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଲୋକେ କ୍ରମଶଃ ଏହି କରୋନା ଭୂତାଣୁ ପ୍ରତି ଥିବା ସେମାନଙ୍କର ସନ୍ଦେହ ଦୃଷ୍ଟିରୁ ରୋଗ ଲୁଚାଇବା ପାଇଁ ଚେଷ୍ଟା କରୁଥିଲେ । ଅନେକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ନାନା ପ୍ରକାର ଭୟ କାରଣରୁ ଏହା ପ୍ରକାଶ କରୁ ନ ଥିଲେ ।  ତୃତୀୟ ପର୍ଯ୍ୟାୟରେ ଲୋକେ ସତ୍ୟକୁ ଗ୍ରହଣ କଲେ ଏବଂ ରୋଗ ପ୍ରତି ଅଧିକ ସତର୍କ ରହିବା ସହ ଏହାକୁ ବିଶେଷ ଗୁରୁତ୍ୱ ପ୍ରଦାନ କଲେ । ଚତୁର୍ଥ ପର୍ଯ୍ୟାୟରେ ଯେତେବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ବଢିଲା, ସେତେବେଳେ ଭୂତାଣୁ ପ୍ରତି ଥିବା ସେମାନଙ୍କର ଭ୍ରାନ୍ତ ଧାରଣା ବଦଳିବାକୁ ଲାଗିଲା ଏବଂ ସେମାନେ ବୁଝିପାରିଲେ ଯେ ରୋଗକୁ ଲୁଚାଇବାର ନୁହେଁ ବରଂ ଏହାକୁ ଅବହେଳା କରିବାର କୌଣସି କାରଣ ନାହିଁ । ତେଣୁ ରୋଗ ପ୍ରତି ସତର୍କ ରହିବା ସହ ଚିକିତ୍ସାକୁ ଲୋକମାନେ ଗୁରୁତ୍ୱ ଦେଲେ । ସବୁଠୁ ବଡ କଥା ହେଲା ଏହି ପର୍ଯ୍ୟାୟରେ କରୋନା ଭୂତାଣୁର ଭୟାବହତା ସଂପର୍କରେ ସେମାନେ ଭଳଭାବେ ଅବଗତ ହେଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ଦେଖାଯାଉଛି ଯେ କେତେକ ଦେଶରେ ଆଗରୁ ଯେଉଁଠି କରୋନା ସଂକ୍ରମଣ ଓ  ପ୍ରଭାବ କମ୍‌ ଥିଲା, ସେଠାରେ ଏବେ ଏହା ଗୁରୁତର ଆକାର ଧାରଣ କରିଛି । ଭାରତର କେତେକ ରାଜ୍ୟରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ସୁତରାଂ ସଂପୃକ୍ତ ରାଜ୍ୟ ପ୍ରଶାସନଗୁଡିକୁ ଅଧିକ ସତର୍କ ଓ ସକ୍ରିୟ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ଉପୁଜିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଆରଟି-ପିସିଆର ଟେଷ୍ଟ ସୁବିଧା ବଢାଇବା ବିଶେଷ ଜରୁରୀ ହୋଇଛି । ରୋଗୀମାନଙ୍କର, ବିଶେଷକରି ହୋମ୍‌ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ସ୍ଥିତିର ତଦାରଖ ଭଲଭାବେ କରାଯିବାର ଆବଶ୍ୟକତା ରହିଛି । ଏହାଛଡା ଗ୍ରାମାଞ୍ଚଳ ଓ ଗୋଷ୍ଠୀସ୍ତରରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ଉତ୍ତମ ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ବ୍ୟବସ୍ଥା କରି ଭୂତାଣୁ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଅଭିଯାନକୁ ଆହୁରି ଅଧିକ ବ୍ୟାପକ କରିବାର ଆବଶ୍ୟକତା ରହିଛି ।  ଆକ୍ରାନ୍ତଙ୍କ ମୃତ୍ୟୁ ହାର 1 ଶତାଂଶରୁ ତଳକୁ ଆଣିବା ଉପରେ ଲକ୍ଷ୍ୟଧାର୍ଯ୍ୟ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଟିକାଦାନକୁ ସୁସଂହତ ଓ ବ୍ୟବସ୍ଥିତ କରାଯିବ

ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ପୁନର୍ବାର ପ୍ରତିଶ୍ରୁତି ଦେଇଛନ୍ତି ଯେ ସରକାର କରୋନା ଟିକାର ବିକାଶ ଓ ଉତ୍ପାଦନ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଏ କ୍ଷେତ୍ରରେ ଟିକା ପ୍ରସ୍ତୁତ କରୁଥିବା ଭାରତୀୟ ବିଶେଷଜ୍ଞ ଗୋଷ୍ଠୀ ଏବଂ ଉତ୍ପାଦକଙ୍କ ସମେତ ଅନ୍ୟାନ୍ୟ ଦେଶର ସରକାର, ବହୁପାକ୍ଷିକ ସଂସ୍ଥା ଏବଂ ଆନ୍ତର୍ଜାତିକ କଂପାନୀଗୁଡିକ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ।  ସେ ଆହୁରି କହିଛନ୍ତି ଯେ ଲୋକଙ୍କୁ ଟିକା ଦେବା ପୂର୍ବରୁ ଏହାର ସବୁ ନିରାପତ୍ତା ଓ ଆବଶ୍ୟକ ବୈଜ୍ଞାନିକ ସର୍ତ୍ତାବଳୀକୁ ସୁନିଶ୍ଚିତ କରାଯିବ । କରୋନା ମହାମାରୀ ବିରୋଧୀ ଲଢେଇରେ ଯେପରି ପ୍ରତ୍ୟେକଟି ଜୀବନକୁ ବଞ୍ଚାଇବା ପାଇଁ ଅଗ୍ରାଧିକାର ଦିଆଯାଇ କାର୍ଯ୍ୟ କରାଯାଉଛି, ଟିକା ପ୍ରଦାନ କ୍ଷେତ୍ରରେ ସମାନ ନୀତି ଅବ୍ୟାହତ ରହିବ । ସମସ୍ତେ ଯେପରି ଟିକା ନେବାର ସୁଯୋଗ ପାଇବେ, ତାହାକୁ ନିଶ୍ଚିତ କରାଯିବ । ଆହୁରି ମଧ୍ୟ ଏହି ଟିକାଦାନ ଅଭିଯାନ ଯେପରି ସୁଗମ, ବ୍ୟବସ୍ଥିତ ଏବଂ ନିରନ୍ତରଭାବେ ଚାଲେ ତାହାକୁ ସୁନିଶ୍ଚିତ କରିବା ପାଇଁ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବୁସ୍ତରରେ ମିଳିତଭାବେ କାମ କରିବାର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟିକାଦାନ କ୍ଷେତ୍ରରେ କାହାକୁ ଅଗ୍ରାଧିକାର ଦିଆଯିବ ସେ ବିଷୟରେ ରାଜ୍ୟମାନଙ୍କ ସହ ପରାମର୍ଶକ୍ରମେ ସ୍ଥିର କରାଯାଉଛି । ସେହିଭଳି ଟିକାକୁ ସଂରକ୍ଷିତ କରିବା ପାଇଁ ଯେଉଁ ଅତିରିକ୍ତ ଶୀତଳ ଜଞ୍ଜିର ବା କୋଲ୍ଡ ଚେନର ଆବଶ୍ୟକତା ରହିଛି ସେ ସଂପର୍କରେ ମଧ୍ୟ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା ହୋଇଛି । ଏଥିପାଇଁ ରାଜ୍ୟ ସରକାରମାନେ ପ୍ରାଦେଶିକସ୍ତରର ଷ୍ଟିଅରିଂ କମିଟି ଏବଂ ରାଜ୍ୟ ତଥା ଜିଲାସ୍ତରୀୟ ଟାସ୍କଫୋର୍ସର କାର୍ଯ୍ୟ ରୀତିମତ ଅନୁଧ୍ୟାନ କରି ଏହି ଅଭିଯାନକୁ ଅଧିକ ପ୍ରଭାବଶାଳୀ ଓ ସଫଳ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ସେ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି, ଆମର ଅତୀତର ଅଭିଜ୍ଞତା କହୁଛି ଯେ ଟିକାକୁ ନେଇ ମିଛ କାହାଣୀ ଏବଂ ଗୁଜବ ବିଭିନ୍ନ ସ୍ତରରେ ସୃଷ୍ଟି ହୋଇଥାଏ । କରୋନା ଟିକାର ପାଶ୍ୱର୍ ପ୍ରତିକ୍ରିୟା ନେଇ ଗୁଜବ ସୃଷ୍ଟି ହୋଇପାରେ । ଅତଏବ ସେଥିପାଇଁ ଆମକୁ ସତର୍କ ରହିବାକୁ ପଡିବ । ଏଭଳି କିଛି ଉଦ୍ୟମ ଯେବେ ହୁଏ, ତାହାର ଉଚିତ ମୁକାବିଲା କରିବା ସହ ଟିକା ସଂପର୍କରେ ଲୋକଙ୍କ ମଧ୍ୟରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବାକୁ ହେବ । ଏଥିପାଇଁ ନାଗରିକ ସମାଜ, ଏନ୍‌ସିସି, ଏନ୍‌ଏସଏସ୍‌ର ଛାତ୍ରଛାତ୍ରୀ ତଥା ଗଣମାଧ୍ୟମର ସମସ୍ତ ସମ୍ଭାବ୍ୟ ସାହାଯ୍ୟ ସହଯୋଗ ନିଆଯିବା ଆବଶ୍ୟକ ।

ମୁଖ୍ୟମନ୍ତ୍ରୀମାନଙ୍କ ମତାମତ

ଏହି ସମୀକ୍ଷା ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କରୋନ ବିରୋଧୀ ଲଢେଇରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ରାଜ୍ୟ ସମୂହରେ ଆବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢାଇବା ନିମନ୍ତେ କେନ୍ଦ୍ର ସରକାର ଆବଶ୍ୟକ ସାହାଯ୍ୟ ସହଯୋଗ କରୁଥିବାରୁ ଧନ୍ୟବାଦ  ଜ୍ଞାପନ କରିଥିଲେ । ଏହି ଅବସରରେ ସେମାନେ ନିଜ ନିଜ ରାଜ୍ୟରେ କରୋନାର ବାସ୍ତବ ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସେମାନେ ମୁଖ୍ୟତଃ କରୋନାର ସଂକ୍ରମଣ, ଆରୋଗ୍ୟଲାଭ କରିଥିବା ଲୋକଙ୍କର ପରବର୍ତ୍ତୀ ଜଟିଳତା, ଟେଷ୍ଟିଂ ସୁବିଧା ବୃଦ୍ଧି ପାଇଁ ଅଧିକ ଭିତ୍ତିଭୂମି ସୃଷ୍ଟି, ରାଜ୍ୟର ସୀମାନ୍ତରେ ଟେଷ୍ଟିଂ ସୁବିଧା ଯୋଗାଣ, ପ୍ରତ୍ୟେକ ଘରକୁ  ଯାଇ ଲୋକଙ୍କ ପରୀକ୍ଷା କରିବା ବ୍ୟବସ୍ଥା, ଜନସମାରୋହକୁ ରୋକିବା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ, ଗହଳି ହଟାଇବା ପାଇଁ କର୍ଫ୍ୟୁ ବ୍ୟବସ୍ଥା ଲାଗୁ, ମାସ୍କ ବ୍ୟବହାର ପାଇଁ ଜନସଚେତନତା ସୃଷ୍ଟି ଆଦି ସଂପର୍କରେ ନିଜ ନିଜ ରାଜ୍ୟରେ ଚାଲିଥିବା କାର୍ଯ୍ୟକ୍ରମ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ । କରୋନା ଟିକା ପ୍ରଦାନ କିପରି ହେବ ସେ ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀମାନେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଦେଶର ସାଂପ୍ରତିକ କରୋନା ସ୍ଥିତି ସଂପର୍କରେ ଏକ ରିପୋର୍ଟ ପ୍ରଦାନ କରିଥିଲେ । ଏହାଛଡା ସଂକ୍ରମଣକୁ ରୋକିବା ପାଇଁ ସରକାର କି କି ପଦକ୍ଷେପ ନେଉଛନ୍ତି ତାହାର ସବିଶେଷ ସୂଚନା ଦେଇଥିଲେ । ତାଙ୍କ ରିପୋର୍ଟରେ ଟେଷ୍ଟିଂ ଲକ୍ଷ୍ୟ, ଟ୍ରେସିଂ ଓ ଟେଷ୍ଟିଂ, ଚିହ୍ନଟ ହୋଇଥିବା ସବୁ ସଂପୃକ୍ତ ବ୍ୟକ୍ତିଙ୍କୁ 72 ଘଣ୍ଟା ମଧ୍ୟରେ ଟେଷ୍ଟିଂ ସୁବିଧା ଯୋଗାଣ, ଆରଟି-ପିସିଆର ଟେଷ୍ଟିଂ ସଂଖ୍ୟା ବୃଦ୍ଧି, ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନୟନ ତଥା ରାଜ୍ୟମାନଙ୍କରୁ ସଂଗୃହୀତ ହୋଇଥିବା କରୋନା ସଂକ୍ରାନ୍ତ ଡାଟାର ସଂକଳନ ଓ ସଂଶୋଧନ ଆଦି ବିଷୟରେ ସୂଚନା ଦେଇଥିଲେ । ନୀତି ଆୟୋଗର ସ୍ୱାସ୍ଥ୍ୟ ବିଷୟକ ସଦସ୍ୟ ଡ. ଭି.କେ ପାଲ କରୋନା ଟିକାର ଯୋଗାଣ, ଆବଣ୍ଟନ ଓ ପରିଚାଳନା ସଂପର୍କରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ ।

 

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre launches Bhavya scheme to set up 100 industrial parks across country

Media Coverage

Centre launches Bhavya scheme to set up 100 industrial parks across country
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives in China mining accident
May 23, 2026

Prime Minister Shri Narendra Modi today expressed deep sadness over the tragic loss of lives resulting from a mining accident in the Shanxi Province of China.

On behalf of the people of India, the Prime Minister extended his heartfelt condolences to President Xi Jinping and the people of China. Shri Modi prayed that the bereaved families find strength in this tragic hour, while also wishing for the early and safe recovery of all remaining missing persons.

The Prime Minister posted on X:

"Saddened by the loss of lives in a mining accident in Shanxi Province in China. On behalf of the people of India, my condolences to President Xi Jinping and the people of China. May the bereaved families find strength in this tragic hour. Praying for the early and safe recovery of all remaining missing persons."