ସେୟାର
 
Comments
The UN needs to address the crisis of confidence it currently faces: PM Modi
For today’s interconnected world, we need a reformed multilateralism that reflects today’s realities: PM at UN
India is one of the largest contributors to the UN Peacekeeping Missions: PM Modi

ମହାମହିମ ଶ୍ରୀ ବଲ୍କାନ ବୋଜକିର, ମହାସଭା ଅଧ୍ୟକ୍ଷ,

ମାନ୍ୟବର ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିମାନେ,

ନମସ୍କାର!

75 ବର୍ଷ ପୂର୍ବେ ଯୁଦ୍ଧର ବିଭୀଷିକା ମଧ୍ୟରୁ ଏକ ନୂତନ ଆଶାର କିରଣ ସୃଷ୍ଟି ହୋଇଥିଲା । ମାନବ ଇତିହାସରେ ପ୍ରଥମ ଥର ସାରା ବିଶ୍ୱ ପାଇଁ ଏକ ସଂସ୍ଥା ଗଢା ଯାଇଥିଲା । ମିଳିତ ଜାତିସଂଘ ଚାର୍ଟରର ପ୍ରତିଷ୍ଠାତା ସ୍ୱାକ୍ଷରକାରୀ ଭାବେ ଭାରତ ସେହି ମହାନ ଦୃଷ୍ଟିକୋଣର ଅଂଶୀଦାର ଥିଲା । ସମୁଦାୟ ସୃଷ୍ଟିକୁ ଏକ ପରିବାର ଭାବେ ବିବେଚନା କରୁଥିବା ଭାରତୀୟ ଦର୍ଶନ ‘ବସୁଧୈବ କୁଟୁମ୍ବକମ’ ଏଥିରେ ପ୍ରତିବିମ୍ବିତ ହୋଇଥିଲା ।

ମିଳିତ ଜାତିସଂଘ ଯୋଗୁଁ ଆଜି ବିଶ୍ୱ ଉନ୍ନତ ହୋଇପାରିଛି । ମିଳିତ ଜାତିସଂଘର ପତାକା ତଳେ ଶାନ୍ତି ଓ ବିକାଶକୁ ତ୍ୱରାନ୍ୱିତ କରିଥିବା ସଭିଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ଭାରତର ବିଶେଷ ଅବଦାନ ଥିବା ମିଳିତ ଜାତିସଂଘ ଶାନ୍ତି ମିଶନ ମଧ୍ୟ ଏଥିରେ ସାମିଲ ରହିଛି ।

ତେବେ, ଆମେ ଅନେକ କିଛି ହାସଲ କରିଥିଲେ ମଧ୍ୟ ମୂଳ ମିଶନ ଏବେ ବି ଅପୂର୍ଣ୍ଣ ରହିଛି । ଆମେ ଯେଉଁ ବ୍ୟାପକ ଘୋଷଣା ପତ୍ର ଆପଣାଇଛୁ ସେଥିରୁ ଜଣାପଡୁଛି ଯେ, ବିବାଦ ରୋକିବା, ବିକାଶ ସୁନିଶ୍ଚିତ କରିବା, ପରିବେଶ ପରିବର୍ତନ ରୋକିବା, ତାରତମ୍ୟ ଦୂର କରିବା ଓ ଡିଜିଟାଲ ପ୍ରଯୁକ୍ତିଗୁଡିକର ଲାଭ ଉଠାଇବା ଆଦି କ୍ଷେତ୍ରରେ ଏବେ ବି ଅନେକ କିଛି କରିବାକୁ ପଡିବ । ଘୋଷଣା ପତ୍ରରେ ମିଳିତ ଜାତିସଂଘରେ ସଂସ୍କାରର ଆବଶ୍ୟକତାକୁ ମଧ୍ୟ ସ୍ୱୀକାର କରାଯାଇଛି ।

ଆମେ ଆଜିର ଆହ୍ୱାନକୁ ପୁରୁଣା ଢାଂଚାରେ ମୁକାବିଲା କରିପାରିବା ନାହିଁ । ବ୍ୟାପକ ସଂସ୍କାର ବିନା ମିଳିତ ଜାତିସଂଘ ବିଶ୍ୱସନୀୟତା ସଙ୍କଟ ଭୋଗୁଛି ।

ଆଜିର ପରସ୍ପର ସହ ଜଡିତ ବିଶ୍ୱ ପାଇଁ ବାସ୍ତବିକତାକୁ ଦର୍ଶାଉଥିବା, ଅଂଶୀଦାରମାନଙ୍କ କଥା ଶୁଣିବା, ସମସାମୟିକ ସମସ୍ୟା ଦୂର କରିବା ଓ ମାନବ କଲ୍ୟାଣରେ ଧ୍ୟାନ କେନ୍ଦ୍ରିତ କରୁଥିବା ବହୁପକ୍ଷୀୟ ସଂସ୍କାରର ଆବଶ୍ୟକତା ରହିଛି ।

ଏହି ମର୍ମରେ ଅନ୍ୟ ସମସ୍ତ ଦେଶଙ୍କ ସହିତ କାମ କରିବାକୁ ଭାରତ ତତ୍ପର ଅଛି ।

Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
PM Modi highlights M-Yoga app in International Yoga Day address. Here's all you need to know

Media Coverage

PM Modi highlights M-Yoga app in International Yoga Day address. Here's all you need to know
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 21, 2021
June 21, 2021
ସେୟାର
 
Comments

#YogaDay: PM Modi addressed on the occasion of seventh international Yoga Day, gets full support from citizens

India praised the continuing efforts of Modi Govt towards building a New India