ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିବଙ୍ଗତ ଶ୍ରୀ ବି.କେ. ମାଲହୋତ୍ରାଙ୍କ ବାସଭବନକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଶୋକସନ୍ତପ୍ତ ପରିବାରର ସଦସ୍ୟଙ୍କ ପ୍ରତି ନିଜର ସମବେଦନା ଜଣାଇଥିଲେ ।

ଶ୍ରୀ ବି.କେ. ମାଲହୋତ୍ରାଙ୍କ ଯୋଗଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଲେ, ଦିଲ୍ଲୀର ବିକାଶ ପାଇଁ ତାଙ୍କ ପ୍ରୟାସ ସବୁଦିନ ପାଇଁ ମନେ ରଖାଯିବ ।

ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଶ୍ରୀ ବି.କେ. ମାଲହୋତ୍ରା ଜୀଙ୍କ ବାସଭବନକୁ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଲି । ଦିଲ୍ଲୀର ବିକାଶ ଏବଂ ଦଳର ଉତ୍ତମ ପ୍ରଶାସନର କାର୍ଯ୍ୟସୂଚୀକୁ ଆଗେଇନେବାରେ ଭୂମିକା ନିମନ୍ତେ ସବୁଦିନ ପାଇଁ ମନେ ରହିବେ ।”
Went to the residence of late Shri VK Malhotra Ji and paid tributes to him. Also expressed condolences to his family. His contribution to Delhi's development and furthering our Party's good governance agenda will be forever remembered. pic.twitter.com/BCcxgwzZzO
— Narendra Modi (@narendramodi) September 30, 2025


