ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ ଟୀକାକରଣ ଅଭିଯାନ ୧୫୦ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ ଆମ ଟୀକାକରଣକୁ ସଫଳ କରିବା ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଖରେ ଭାରତ କୃତଜ୍ଞ ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଟୀକାକରଣ ସାମ୍ନାରେ ଏକ ଉଲ୍ଲେଖନୀୟ ଦିନ! ୧୫୦ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ଆମର ନାଗରିକମାନଙ୍କୁ ଅଭିନନ୍ଦନ । ଆମର ଟୀକାକରଣ ଅଭିଯାନ ନିଶ୍ଚିତ କରିଛି ଯେ ଏହାଦ୍ୱାରା ଅନେକ ଜୀବନ ବଞ୍ଚିଯାଇଛି । ଏହି ସମୟରେ ଆସନ୍ତୁ ଆମେ ମଧ୍ୟ ସମସ୍ତ କୋଭିଡ-୧୯ ସମ୍ବନ୍ଧୀୟ ମାର୍ଗଦର୍ଶିକା ଅନୁସରଣ କରିବା ।

ଯେଉଁମାନେ ଆମ ଟୀକାକରଣକୁ ସଫଳ କରିବା ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଖରେ ଭାରତ କୃତଜ୍ଞ । ଆମେ ଆମର ଡାକ୍ତର, ବୈଜ୍ଞାନିକ, ଉଦ୍ଭାବକ ଏବଂ ଲୋକଙ୍କୁ ଟୀକାକରଣ କରୁଥିବା ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଧନ୍ୟବାଦ ଦେଉଛୁ ।  ମୁଁ ସମସ୍ତ ଯୋଗ୍ୟ ଲୋକଙ୍କୁ ସେମାନଙ୍କର ଟିକା ନେବାପାଇଁ ଅନୁରୋଧ କରୁଛି । ଆସନ୍ତୁ ଏକାଠି ହୋଇ କୋଭିଡ-୧୯ ସହିତ ଲଢିବା ।” 

 

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
5 charts show why the world is cheering India's economy

Media Coverage

5 charts show why the world is cheering India's economy
...

Nm on the go

Always be the first to hear from the PM. Get the App Now!
...
ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
December 05, 2022
ସେୟାର
 
Comments
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର 25 ରବିବାର ଦିନ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ' ମାଧ୍ୟମରେ ଦେଶବାସୀକୁ ସମ୍ବୋଧିତ କରିବେ । ଯଦି ଆପଣଙ୍କ ପାଖରେ କିଛି ଅଭିନବ ପରାମର୍ଶ ଏବଂ ଅନ୍ତର୍ଦୃଷ୍ଟି ଅଛି ,ତ ଏହାକୁ ସିଧା ପ୍ରଧାନମନ୍ତ୍ରୀଙ୍କ ସହ ସେୟାର କରିବାର ଏକ ସୁଯୋଗ ଅଛି । ପ୍ରଧାନମନ୍ତ୍ରୀ ସେଥିରୁ କିଛି ଉତ୍ତମ ବିଚାର ଏବଂ ଅନ୍ତର୍ଦୃଷ୍ଟିକୁ ନିଜ ସମ୍ବୋଧନରେ ସାମିଲ କରିପାରନ୍ତି ।
 

ଆପଣଙ୍କ ବିଚାର ଏବଂ ପରାମର୍ଶକୁ ତଳେ ଦିଆଯାଇଥିବା ଟିପ୍ପଣୀ ବକ୍ସରେ ସେୟାର କରନ୍ତୁ ।