ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡୋଡାରେ ଘଟିଥିବା ଦୁଃଖଦ ଘଟଣାରେ ବୀର ସେନା ଯବାନଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡୋଡା ଘଟଣାରେ ସେ ଗଭୀର ଭାବେ ମର୍ମାହତ, ଯେଉଁଥିରେ ଆମେ ଆମର ସାହସୀ ସେନା ଯବାନଙ୍କୁ ହରାଇଛୁ। ଦେଶ ପ୍ରତି ସେମାନଙ୍କର ସେବା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ।
ଶ୍ରୀ ମୋଦୀ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ ଏବଂ ପ୍ରଭାବିତମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି ବୋଲି କହିଥିଲେ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;
"ଡୋଡାରେ ଘଟିଥିବା ଦୁର୍ଘଟଣାରେ ଗଭୀର ଦୁଃଖିତ, ଯେଉଁଥିରେ ଆମେ ଆମର ସାହସୀ ସେନା ଯବାନଙ୍କୁ ହରାଇଛୁ। ଦେଶ ପ୍ରତି ସେମାନଙ୍କର ସେବା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଆହତମାନେ ଯଥାଶୀଘ୍ର ସୁସ୍ଥ ହୁଅନ୍ତୁ। ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି ।’’
Deeply anguished by the mishap in Doda, in which we have lost our brave army personnel. Their service to the nation will be remembered forever. May the injured recover at the earliest. All possible support is being provided to those affected.
— Narendra Modi (@narendramodi) January 22, 2026


