ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ପାଉରୀରେ ଏକ ବସ୍ ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଲାଗି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଟୁଇଟ୍ କରିଛି;
“ଉତ୍ତରାଖଣ୍ଡର ପାଉରୀରେ ବସ୍ ଦୁର୍ଘଟଣା ହୃଦୟବିଦାରକ ଅଟେ । ଏହି ଦୁଃଖଦ ସମୟରେ ମୋର ଚିନ୍ତାଧାରା ଶୋକସନ୍ତପ୍ତ ପରିବାରଙ୍କ ସହ ଅଛି । ମୁଁ ଆଶା କରୁଛି ଯେଉଁମାନେ ଆହତ ହୋଇଛନ୍ତି ସେମାନେ ଶୀଘ୍ର ସୁସ୍ଥ ହୋଇଯିବେ । ଉଦ୍ଧାର କାର୍ଯ୍ୟ ଚାଲିଛି । ଯେଉଁମାନେ ପ୍ରଭାବିତ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ : ପ୍ରଧାନମନ୍ତ୍ରୀ ମୋଦୀ”
The bus accident in Pauri, Uttarakhand is heart-rending. In this tragic hour my thoughts are with the bereaved families. I hope those who have been injured recover at the earliest. Rescue operations are underway. All possible assistance will be provided to those affected: PM Modi
— PMO India (@PMOIndia) October 5, 2022