ସେୟାର
 
Comments
Fruits of science, technology and innovation must reach the common man and facilitate ease of living for the people: PM Modi
PM Modi urges PM-STIAC to establish strong linkages between educational institutions, R&D labs, industry and various government departments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ତାଙ୍କର ବିଜ୍ଞାନ, ପ୍ରଯୁକ୍ତି ଏବଂ ନବସୃଜନ ପରାମର୍ଶଦାତା ପରିଷଦ (ପିଏମ-ଏସଟିଆଇ) ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ପରିଷଦ ବିଜ୍ଞାନ ପ୍ରଯୁକ୍ତି ଏବଂ ନବସୃଜନ ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଥାଏ ଏବଂ ଏହି ବିଷୟଗୁଡ଼ିକ ଉପରେ ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟ ଦୃଷ୍ଟି ଅନୁଧ୍ୟାନ କରିଥାଏ ।

ପରିଷଦର ସଦସ୍ୟମାନେ ବିଜ୍ଞାନ ଏବଂ ପ୍ରଯୁକ୍ତିର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉପଯୁକ୍ତ ଗବେଷଣା ଓ ନବସୃଜନର ପୃଷ୍ଟପୋଷକତା ଲାଗି ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଜ୍ଞାନ, ପ୍ରଯୁକ୍ତି ଏବଂ ନବସୃଜନର ସୁଫଳ ସାଧାରଣ ଜନତାଙ୍କ ନିକଟରେ ପହଁଚିବା ସହ ଦୈନିକ ସମସ୍ୟାର ସମାଧାନ ଏବଂ ସହଜ ଜୀବନ ଧାରଣରେ ଉପଯୋଗ ହେବା ଉଚିତ । ପରିଷଦର ସଦସ୍ୟମାନଙ୍କୁ ଶିକ୍ଷା ପ୍ରତିଷ୍ଠାନ, ଗବେଷଣା ଏବଂ ବିକାଶ ପ୍ରୟୋଗଶାଳା, ଉଦ୍ୟୋଗ ଏବଂ ବିଭିନ୍ନ ସରକାରୀ ବିଭାଗ ଲାଗି ସୁଦୃଢ଼ ସମ୍ପର୍କ ପ୍ରତିଷ୍ଠା କରିବା ଦିଗରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନଦେଇଥିଲେ । ସେ ଦୋହରାଇଥିଲେ ଯେ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନରେ ନିଷ୍କ୍ରିୟତା ଶେଷ କରିବାର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ ଉଚିତ ପ୍ଲାଟଫର୍ମ ଏବଂ ବ୍ୟବସ୍ଥାକୁ ବିକଶିତ କରିବା ଲାଗି ପରାମର୍ଶ ଦେଇଥିଲେ, ଯାହା ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ପ୍ରତିଭାକୁ ଚିହ୍ନଟ କରିବ ଏବଂ ସେଗୁଡ଼ିକୁ ଜିଲ୍ଲା ଏବଂ କ୍ଷେତ୍ରୀୟ ସ୍ତରରେ ଅଟଳ ନବୋନ୍ଵେଷ ପ୍ରୟୋଗଶାଳା ସହ ଯୋଡ଼ିବ । ପ୍ରଧାନମନ୍ତ୍ରୀ ଏ ସନ୍ଦର୍ଭରେ କୃଷି ଆୟ ବୃଦ୍ଧି କରିବା,ରକ୍ତହୀନତା ଭଳି ପୁରୁଣା, ଆନୁବଂଶିକ, ବଂଶାନୁଗତ ରୋଗର ଚିକିତ୍ସା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସାଇବର ସୁରକ୍ଷା ଭଳି ପ୍ରମୁଖ କ୍ଷେତ୍ର ବିଷୟରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର କେ. ବିଜୟ ରାଘବନ, ପରିଷଦର ସଦସ୍ୟ  ଏବଂ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ଗଣ ପ୍ରଧାନମନ୍ତ୍ରୀଙ୍କ ସହିତ ବୈଠକରେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
20ଟି ଫୋଟଚିତ୍ର 20 ବର୍ଷର ସେବା ଓ ସମର୍ପଣର ବ୍ୟାଖ୍ୟା କରୁଛି
Explore More
ଦିୱାଲୀ ଅବସରରେ ଜମ୍ମୁ-କଶ୍ମୀର ନୌଶେରାରେ ଭାରତୀୟ ସଶସ୍ତ୍ରବାହିନୀର ସୈନିକମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ

ଲୋକପ୍ରିୟ ଅଭିଭାଷଣ

ଦିୱାଲୀ ଅବସରରେ ଜମ୍ମୁ-କଶ୍ମୀର ନୌଶେରାରେ ଭାରତୀୟ ସଶସ୍ତ୍ରବାହିନୀର ସୈନିକମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ
India exports Rs 27,575 cr worth of marine products in Apr-Sept: Centre

Media Coverage

India exports Rs 27,575 cr worth of marine products in Apr-Sept: Centre
...

Nm on the go

Always be the first to hear from the PM. Get the App Now!
...
PM bows to Sri Guru Teg Bahadur Ji on his martyrdom day
December 08, 2021
ସେୟାର
 
Comments

The Prime Minister, Shri Narendra Modi has paid tributes to Sri Guru Teg Bahadur Ji on his martyrdom day.

In a tweet, the Prime Minister said;

"The martyrdom of Sri Guru Teg Bahadur Ji is an unforgettable moment in our history. He fought against injustice till his very last breath. I bow to Sri Guru Teg Bahadur Ji on this day.

Sharing a few glimpses of my recent visit to Gurudwara Sis Ganj Sahib in Delhi."