ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 18 ଜାନୁଆରୀ, 2019ରେ ଭାଏବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀର ନବମ ସଂସ୍କରଣକୁ ଉଦଘାଟନ କରିବେ । ରାଷ୍ଟ୍ରମୁଖ୍ୟ, ବିଶ୍ୱ ଉଦ୍ୟୋଗର ପ୍ରମୁଖ ଏବଂ ଚିନ୍ତାନାୟକମାନେ ନବମ ଭାଏବ୍ରାଣ୍ଟ ଗୁଜରାଟ ବିଶ୍ୱ ଶିଖର ସମ୍ମିଳନୀରେ ଯୋଗ ଦେବେ ।

ଏକ ‘ନୂତନ ଭାରତ’ ପାଇଁ ସାମଗ୍ରୀକ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇ ବିଶ୍ୱ,ଜାତୀୟ ଏବଂ ରାଜ୍ୟସ୍ତରୀୟ ଏଜେଣ୍ଡା ଉପରେ ଆଲୋଚନା ଲାଗି ନବମ ଭାଏବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀରେ ଏକ ମଞ୍ଚ ଯୋଗାଇ ଦେବ ।

ଏତଦବ୍ୟତୀତ ଭାଏବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀର ଅଂଶବିଶେଷ ସ୍ୱରୂପ ଫ୍ଲାଗଶିପ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଶିଖର ସମ୍ମିଳନୀର ନବମ ସଂସ୍କରଣରେ ସମ୍ପୂର୍ଣ୍ଣ ନୂଆ ମଞ୍ଚର ଶୁଭାରମ୍ଭ କରାଯିବ । ସମ୍ମିଳନୀର ଏହି ମଞ୍ଚରେ ଜ୍ଞାନର ଆଦାନପ୍ରଦାନକୁ ବିବିଧ କରିବା ଏବଂ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଯୋଗାଯୋଗ ସ୍ତରକୁ ତ୍ୱରାନ୍ୱିତ କରାଯିବ ।

ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଭାଏବ୍ରାଣ୍ଟ ଗୁଜରାଟର ବିଚାର ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାନସପ୍ରସ୍ତୁତି ଥିଲା । 2003ରେ ଆରମ୍ଭ ହେବା ପରଠାରୁ ଭାଏବ୍ରାଣ୍ଟ ଗୁଜରାଟ ବର୍ତ୍ତମାନ ବୈଶ୍ୱିକ ଯୋଗାଯୋଗ ମଞ୍ଚରେ ପରିଣତ ହୋଇଛି, ଏଥିରେ ଭାରତର ସବୁ ରାଜ୍ୟ ଅଂଶଗ୍ରହଣ କରୁଛନ୍ତି ଏବଂ ନିବେଶକୁ ପ୍ରୋତ୍ସାହିତ କରୁଛନ୍ତି । ବୈଶ୍ୱିକ ସାମାଜିକ-ଅର୍ଥନୈତିକ ବିକାଶ ଉପରେ ବିଚାର ଆଲୋଚନା କରିବା ଲାଗି ମଞ୍ଚ ପ୍ରଦାନ କରିବା ସହିତ ଜ୍ଞାନର ବିନିମୟ ଏବଂ ପ୍ରଭାବଶାଳୀ ଭାଗୀଦାରୀ ସୃଷ୍ଟି କରିବା ଦିଗରେ ଏହି ଶିଖର ସମ୍ମିଳନୀ ଏକ ମଞ୍ଚ ଭାବେ ଉଭା ହୋଇଛି ।

ଅଷ୍ଟମ ଭାଏବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀ ଜାନୁଆରୀ 2017ରେ ଆୟୋଜିତ ହୋଇଥିଲା,ଏଥିରେ 4 ଜଣ ରାଷ୍ଟ୍ରମୁଖ୍ୟ, ନୋବେଲ ବିଜେତା, ବିଶ୍ୱ ଉଦ୍ୟୋଗର ନେତୃବୃନ୍ଦ ଏବଂ ଚିନ୍ତାନାୟକଙ୍କ ସମେତ 100ରୁ ଅଧିକ ଦେଶର 25,000 ଉର୍ଦ୍ଧ୍ଵ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ ।

ଭାଏବ୍ରାଣ୍ଟ ଗୁଜରାଟ 2019ର ପ୍ରମୁଖ ଦିଗ

ଭାରତରେ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ) ସହ ଜଡ଼ିତ ଶିକ୍ଷା ଏବଂ ଗବେଷଣାରେ ଉପଲବ୍ଧ ସୁଯୋଗ ଉପରେ ଗୋଲ ଟେବୁଲ ବୈଠକ ଆୟୋଜନ କରାଯିବ ।

ଏହି ଗୋଲ ଟେବୁଲ ବୈଠକରେ ଭାରତର ପ୍ରମୁଖ ଶିକ୍ଷାବିତ୍ତ ଏବଂ ଭାରତ ଏବଂ ରାଜ୍ୟ ସରକାରଙ୍କ ନୀତି ନିର୍ମାତାମାନେ ଯୋଗଦେବେ ।

  • ଭାରତରେ ଷ୍ଟେମ ଶିକ୍ଷା ଏବଂ ଗବେଷଣାରେ ଉପଲବ୍ଧ ସୁଯୋଗ ଲାଗି ମାର୍ଗ ଚିତ୍ର (ରୋଡମ୍ୟାପ)ପ୍ରସ୍ତୁତ କରିବା ପାଇଁ ଏହି ଗୋଲ ଟେବୁଲରେ ଆଲୋଚନା କରାଯିବ ।
  • ଭବିଷ୍ୟବାଦୀ ପ୍ରଯୁକ୍ତି ଏବଂ ମହାକାଶ ଅନ୍ୱେଷଣ ଉପରେ ପ୍ରଦର୍ଶନୀ ଭବିଷ୍ୟତର ମହାକାଶ ଯାତ୍ରା ପାଇଁ ଦୃଷ୍ଟିକୋଣ ଉପସ୍ଥାପନ କରିବ
  • ବିଜ୍ଞାନପ୍ରଯୁକ୍ତିଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ) ଉପରେ ଅନ୍ତର୍ଜାତୀୟ ଶିଖର ସମ୍ମିଳନୀ
  • ଭାଏବ୍ରାଣ୍ଟ ଗୁଜରାଟ ବିଶ୍ୱ ବାଣିଜ୍ୟ ପ୍ରଦର୍ଶନୀ
  • ଏହି ଫ୍ଲାଗଶିପ ବାଣିଜ୍ୟ ପ୍ରଦର୍ଶନୀ 2 ଲକ୍ଷ ବର୍ଗମିଟର ଅଂଚଳରେ ବ୍ୟାପ୍ତ ହେବ ଏବଂ 25ଟି କ୍ଷେତ୍ରର ପ୍ରଦର୍ଶନୀକୁ ଦର୍ଶାଇବ ।
  • ଭାରତକୁ ଏସିଆର ଟ୍ରାନ୍ସ-ସିମେଣ୍ଟ ହବ ରୂପରେ ପ୍ରତିଷ୍ଠିତ କରିବା ଲାଗି ସେମିନାର ଆୟୋଜନ କରାଯିବ ।
  • ଗୁଜରାଟ ଏବଂ ଭାରତରେ ପରିବହନ କ୍ଷେତ୍ରର ଭବିଷ୍ୟତ ବିକାଶ ସଂକ୍ରାନ୍ତ ବିଷୟ ଉପରେ ସେମିନାରରେ ଆଲୋଚନା କରାଯିବ 
  • ମେକ ଇନ ଇଣ୍ଡିଆ ଉପରେ ସେମିନାର
  • ମେକ ଇନ ଇଣ୍ଡିଆ’ ସହ ଜଡ଼ିତ କାର୍ଯ୍ୟକ୍ରମ ଏବଂ ସରକାରଙ୍କ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ହସ୍ତକ୍ଷେପରୁ ମିଳୁଥିବା ସଫଳତାର କାହାଣୀକୁ ପ୍ରଦର୍ଶିତ କରାଯାଇ କାର୍ଯ୍ୟକ୍ରମର ସଫଳତାକୁ ସୁନିଶ୍ଚିତ କରାଯିବ ।
  • ପ୍ରତିରକ୍ଷା ଏବଂ ଏରୋସ୍ପେସ ପାଇଁ ଥିବା ସମ୍ଭାବନା ଉପରେ ସେମିନାର
  • ଗୁଜରାଟରେ ପ୍ରତିରକ୍ଷା ଏବଂ ଏରୋସ୍ପେସରେ ଉପଲବ୍ଧ ସୁଯୋଗ ପ୍ରତି ପ୍ରତିଯୋଗୀମାନଙ୍କୁ ସମ୍ବେଦନଶୀଳ କରାଯାଇପାରିବ ଏବଂ ଏଥିସହିତ ପ୍ରତିରକ୍ଷା ଏବଂ ଏରୋସ୍ପେଶ କ୍ଷେତ୍ରରେ ଏକ ଉତ୍ପାଦନ କେନ୍ଦ୍ର ରୂପରେ ଭାରତ ଏବଂ ଗୁଜରାଟର ଉତ୍ଥାନ ସହ ଜଡ଼ିତ ପରବର୍ତ୍ତୀ ମାର୍ଗ ଉପରେ ବିଚାର-ବିମର୍ଷ କରାଯିବ ।
  • ପରିବହନ ଆଧାରିତ ସହରୀ ବିକାଶ

ଅତ୍ୟାଧୁନିକ ପ୍ରଯୁକ୍ତି, ପାର୍କିଂ ବ୍ୟବସ୍ଥା, ବୈଦ୍ୟୁତିକ ବାହନ ଏବଂ ବିଗଡାଟାର ଉପଯୋଗକୁ ସାମିଲ କରି ସହରୀ ବିକାଶର ପରିଚାଳକ ଭାବେ ପରିବହନକୁ ଗ୍ରହଣ କରି ବାସୁପଯୋଗୀ ସହର ପ୍ରତିଷ୍ଠା କରିବା ଲାଗି ଏହି କାର୍ଯ୍ୟକ୍ରମରେ ବିଚାରଆଲୋଚନା କରାଯିବ ।

  • ନୂତନ ଭାରତ ପାଇଁ ନିରନ୍ତର ପ୍ରଯୁକ୍ତି ପରିଚାଳିତ କୃଷି
  • ବୟନ କନକ୍ଲେଭ-ନୂତନ ଭାରତ ନିର୍ମାଣ ପାଇଁ ଅଭିବୃଦ୍ଧି ସମ୍ଭାବନାକୁ ଉଜାଗର କରିବା

ନୂତନ ଭାରତ ଲାଗି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ଆଗକୁ ନେଇ ବୟନ କନକ୍ଲେଭରେ ଉଦ୍ୟୋଗ ନେତୃତ୍ୱ, ସରକାରୀ ନେତୃତ୍ୱ, ନୀତି ନିର୍ମାତା ଏବଂ ବିଚାରକମାନେ ଅଂଶଗ୍ରହଣ କରି ଭାରତରେ ବୟନ ଉଦ୍ୟୋଗର ଅଭିବୃଦ୍ଧି ବଜାୟ ରଖିବା ଏବଂ ନୂତନ ଭାରତ ନିର୍ମାଣ ଲାଗି ପଦକ୍ଷେପକୁ ସମର୍ଥନ କରିବା ଲାଗି ବିଚାରବିମର୍ଷ, ଚର୍ଚ୍ଚା, ପରବର୍ତ୍ତୀ ମାର୍ଗ ପର୍ଯ୍ୟନ୍ତ ପହଁଚିବା ପାଇଁ ପ୍ରୟାସ କରିବେ ।

 

 

ଭାରତର ଅଲିମ୍ପିଆନମାନଙ୍କୁ ପ୍ରେରଣା ଦିଅନ୍ତୁ! #Cheers4India
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
India's Remdesivir production capacity increased to 122.49 lakh vials per month in June: Government

Media Coverage

India's Remdesivir production capacity increased to 122.49 lakh vials per month in June: Government
...

Nm on the go

Always be the first to hear from the PM. Get the App Now!
...
PM congratulates Indian Navy and Cochin Shipyard limited for maiden sea sortie by 'Vikrant'
August 04, 2021
ସେୟାର
 
Comments

The Prime Minister, Shri Narendra Modi has congratulated Indian Navy and Cochin Shipyard limited for maiden sea sortie by the Indigenous Aircraft Carrier 'Vikrant'. The Prime Minister also said that it is a wonderful example of Make in India.

In a tweet, the Prime Minister said;

"The Indigenous Aircraft Carrier 'Vikrant', designed by Indian Navy's Design Team and built by @cslcochin, undertook its maiden sea sortie today. A wonderful example of @makeinindia. Congratulations to @indiannavy and @cslcochin on this historic milestone."