ସେୟାର
 
Comments
In the last four years, our government has focussed on improving healthcare infrastructure: PM Modi
Ayushman Bharat has benefitted nearly seven lakh people across the country in just 100 days: PM
Healthcare sector has the potential to generate employment opportunities for the youth: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦଠାରେ ଅତ୍ୟାଧୁନିକ ଏବଂ ବିଶେଷ ସୁବିଧା ଥିବା ସାର୍ବଜନୀନ ହସପିଟାଲ-ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଚିକିତ୍ସା ବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନକୁ ଲୋକାର୍ପଣ କରିଛନ୍ତି । ଅହମ୍ମଦାବାଦ ମୁନିସିପାଲ କର୍ପୋରେସନ ଦ୍ୱାରା ନିର୍ମିତ 78ମିଟର ଉଚ୍ଚତା ଏବଂ 1500 ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ ଏକ ଏୟାର ଆମ୍ବୁଲାନ୍ସ ସହିତ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି ।

ପ୍ରଧାନମନ୍ତ୍ରୀ ଡାକ୍ତରଖାନାରେ ଥିବା ସମସ୍ତ ସୁବିଧାକୁ ତଦାରଖ କରିଥିଲେ । ଏକ ବିଶ୍ୱସ୍ତରୀୟ ଡାକ୍ତରଖାନା ପ୍ରତିଷ୍ଠା କରିବା ନେଇ ଅହମ୍ମଦାବାଦ ମୁନିସିପାଲ କର୍ପୋରେସନର ପ୍ରୟାସକୁ ପ୍ରଶଂସା କରି ସେ କହିଲେ, “ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଚିକିତ୍ସା ବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନ ଦେଶର ଅନ୍ୟାନ୍ୟ ସରକାରୀ ଡାକ୍ତରଖାନାମାନଙ୍କ ପାଇଁ ଏକ ମଡେଲ ହେବ ।”

750 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା 17 ମହଲାର ଏହି ହସ୍ପିଟାଲ କମ ଖର୍ଚ୍ଚରେ ବିଶ୍ୱସ୍ତରୀୟ ସେବା ପ୍ରଦାନ କରିବ ଏବଂ ଏହାକୁ ଆୟୁଷ୍ମାନ ଭାରତ ସହ ସଂପୃକ୍ତ କରାଯିବ । ଏହି ଅବସରରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ମୋଦୀ ଆୟୁଷ୍ମାନ ଭାରତକୁ ଗୁରୁତ୍ୱ ପ୍ରଦାନ କରି କହିଲେ, “ଆୟୁଷ୍ମାନ ଭାରତ କାରଣରୁ ପ୍ରତ୍ୟେକ ଛୋଟ ସହରମାନଙ୍କରେ ନୂତନ ଡାକ୍ତରଖାନା ନିର୍ମାଣର ବର୍ଦ୍ଧିତ ଆବଶ୍ୟକତା ଦେଖାଦେଇଛି । ଖୁବ ବେଗରେ ନୂତନ ଡାକ୍ତରଖାନା ଖୋଲାଯାଉଛି,ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫଙ୍କ ଚାହିଦା ବୃଦ୍ଧି ପାଉଛି ଏବଂ ଏଥିପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆସୁଥିବା ଯୁବକମାନଙ୍କ ପାଇଁ ଅଧିକ ନିଯୁକ୍ତିର ସୁଯୋଗ ସୃଷ୍ଟି ହେଉଛି ।”

ପ୍ରଧାନମନ୍ତ୍ରୀ କହିଲେ ଯେ ଗତ କିଛି ବର୍ଷ ଧରି ଦେଶରେ ସ୍ୱାସ୍ଥ୍ୟସେବା ସୁବିଧା ଏବଂ ମେଡିକାଲ ଶିକ୍ଷା କ୍ଷେତ୍ରରେ ବ୍ୟାପକ ଉନ୍ନତି ହୋଇଛି ଯାହାକି ନାଗରିକମାନଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ କରିବାରେ ଅନେକ ପରିମାଣରେ ସହାୟକ ହେବ ।”

ଗରିବ ଜନସାଧାରଣଙ୍କ ସମସ୍ୟା ଏବଂ ଏହାର ସମାଧାନ ନେଇ ଆବଶ୍ୟକତାର ବ୍ୟଗ୍ରତା ସେତେବେଳେ ଜଣାପଡିଥିଲା ଯେତେବେଳେ ପ୍ରଧାନମନ୍ତ୍ରୀ କହିଲେ ଯେ, “ସରକାର ଗରିବମାନଙ୍କ ସହିତ ଠିଆ ହୋଇଛନ୍ତି ଏବଂ ସେମାନଙ୍କୁ ପ୍ରମୁଖତା ପ୍ରଦାନ କରିବା ସ୍ୱାସ୍ଥ୍ୟ ସେବାକୁ ବ୍ୟାପକ କରିବା ଏବଂ ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା ଅନ୍ତର୍ଗତ କମ ମୂଲ୍ୟରେ ଜେନେରିକ ଔଷଧ ପ୍ରଦାନ ବ୍ୟବସ୍ଥାରୁ ଜଣାପଡିଥାଏ । ଦେଶବ୍ୟାପୀ ପାଖାପାଖି 5000 ପ୍ରଧାନମନ୍ତ୍ରୀ ଜନ ଔଷଧ କେନ୍ଦ୍ର ଖୋଲଯାଇଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ସରକାର ସମସ୍ତଙ୍କୁ ସମାନ ସୁବିଧା ପ୍ରଦାନ କରିବା ନେଇ ସଂକଳ୍ପବଦ୍ଧ ଏବଂ ସାଧାରଣ ବର୍ଗର ଗରିବ ଜନସାଧାରଣଙ୍କ ପାଇଁ ଶତକଡା 10 ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବା ଏହି ଦିଗରେ ଏକ ପଦକ୍ଷେପ । ଏହି ଉଦ୍ଦେଶ୍ୟରେ ଶିକ୍ଷାନୁଷ୍ଠାନମାନଙ୍କରେ ସିଟ ସଂଖ୍ୟା ଶତକଡା 10 ପ୍ରତିଶତ ବୃଦ୍ଧି କରାଯାଉଛି । ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନମାନଙ୍କରେ ସାଧାରଣ ବର୍ଗର ଗରିବମାନଙ୍କୁ ଶତକଡା 10 ପ୍ରତିଶତ ସଂରକ୍ଷଣ ସୁବିଧା ଲାଗୁ କରିବାରେ ପ୍ରଥମ ରାଜ୍ୟ ହୋଇଥିବାରୁ ସେ ଗୁଜରାଟ ସରକାରଙ୍କୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ହାଲକା ଭାବେ କହିଥିଲେ ଯେ ନୂତନ ବର୍ଷରେ ଏହା ହେଉଛି ଗୁଜରାଟକୁ ତାଙ୍କର ପ୍ରଥମ ଗସ୍ତ ଯେତବେଳେ କି ପର୍ବର ଋତୁ ଚାଲିଛି । ତେଣୁ ଅହମ୍ମଦାବାଦର ଜନସାଧାରଣଙ୍କୁ ଏକ ବିରାଟ ସ୍ୱାସ୍ଥ୍ୟସେବା ସୁବିଧା ଉତ୍ସର୍ଗ କରିବାଠାରୁ ଉତ୍ତମ ସମୟ ଆଉ କିଛି ନହୋଇପାରେ । ସେ କହିଲେ ଯେ ଦେଶରେ ଖୁବ କମ ମୁନିସିପାଲ କର୍ପୋରେସନ ଏହିପରି ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ସୁବିଧା ପ୍ରତିଷ୍ଠା କରିଛନ୍ତି । ଅହମ୍ମଦାବାଦର ମେୟର ଭାବେ ସର୍ଦ୍ଦାର ପଟେଲଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ, ଯିଏକି ସହରର ସ୍ୱାସ୍ଥ୍ୟ, ପରିମଳ ଏବଂ ପରିଛନ୍ନତା ରକ୍ଷା ନେଇ ନେତୃତ୍ୱ ପ୍ରଦାନ କରିବାରେ ଉଦାହରଣ ସୃଷ୍ଟି କରିଥିଲେ ।

ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଏହି ସାରାଂଶ ମନ୍ତବ୍ୟ ସହିତ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ଯେ ସମସ୍ତଙ୍କୁ ସମାନ ସୁବିଧା ପ୍ରଦାନ କରିବା ଏବଂ ବିକାଶ ନେଇ ନିଜର ସଂକଳ୍ପବଦ୍ଧତା ରକ୍ଷା କରି ନୂତନ ଭାରତ ପାଇଁ ଆଗକୁ ବଢ଼ିବାର ମାର୍ଗ ହେଉଛି- ସବକା ସାଥ, ସବକା ବିକାଶ ।

 

 

 

 

 

Click here to read full text speech

ଭାରତର ଅଲିମ୍ପିଆନମାନଙ୍କୁ ପ୍ରେରଣା ଦିଅନ୍ତୁ! #Cheers4India
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Over 44 crore vaccine doses administered in India so far: Health ministry

Media Coverage

Over 44 crore vaccine doses administered in India so far: Health ministry
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 27, 2021
July 27, 2021
ସେୟାର
 
Comments

PM Narendra Modi lauded India's first-ever fencer in the Olympics CA Bhavani Devi for her commendable performance in Tokyo

PM Modi leads the country with efficient government and effective governance