ସେୟାର
 
Comments
PM Modi meets youth and children from Jammu and Kashmir
PM Modi discusses efforts being made by the Union Government to improve connectivity and infrastructure in
PM meets youth from Jammu and Kashmir, emphasizes the importance of sports, and sportsman spirit among people

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ-କାଶ୍ମୀରରୁ ଆସିଥିବା 100 ରୁ ଅଧିକ ପିଲା ଓ ଯୁବ ଗୋଷ୍ଠୀଙ୍କୁ ସାକ୍ଷାତ କରିଛନ୍ତି । “ୱତନ କୋ ଜାନୋ” ଅଭିଯାନର ଅଂଶସ୍ଵରୂପ ଏହି ଯୁବ ଛାତ୍ର ଗୋଷ୍ଠୀ ବର୍ତ୍ତମାନ ଭାରତର ବିଭିନ୍ନ କ୍ଷେତ୍ର ପରିଭ୍ରମଣ କରୁଛନ୍ତି ।

ଏହି ସାକ୍ଷାତ ବେଳେ ଜାମ୍ମୁ-କାଶ୍ମୀରର ଯୁବକ ଓ ପିଲାମାନେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟର ବିକାଶ ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିଥିଲେ । ବିଶେଷକରି ସେଠାକାର ଭିତ୍ତିଭୂମି ବିକାଶ, ରାଜ୍ୟରେ ଶିକ୍ଷା, ନିଯୁକ୍ତି ସୁଯୋଗ ଏବଂ କ୍ରିଡା ଭିତ୍ତିଭୂମିର ବିକାଶ ନେଇ ମତ ବିନିମୟ କରିଥିଲେ । ଏପରିକି ପିଲାମାନେ ପ୍ରଧାନମନ୍ତ୍ରୀ ଦିନସାରା କିଭଳି କାର୍ଯ୍ୟ କରୁଛନ୍ତି ତାହା ଉତ୍ସୁକତାର ସହ ଜାଣିବାକୁ ଚାହିଁଥିଲେ ।

ପିଲାମାନଙ୍କ ସହ ମତ ବିନିମୟ କାଳରେ ପ୍ରଧାନମନ୍ତ୍ରୀ ଜାମ୍ମୁ-କାଶ୍ମୀରର ଭିତ୍ତିଭୂମି ଉନ୍ନୟନ ଓ ସଂଯୋଗୀକରଣ ଲାଗି କେନ୍ଦ୍ର ସରକାର ନେଉଥିବା ପଦକ୍ଷେପଗୁଡିକ ସମ୍ପର୍କରେ ସୂଚନା ଦେଇଥିଲେ । ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରିଡା ଭାବନା ଏବଂ କ୍ରିଡା କ୍ଷେତ୍ରର ବିକାଶ ଉପରେ ସେ ଗୁରୁତ୍ଵ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ କଠିନ ପରିଶ୍ରମ କେବେହେଲେ ଏକ ସକାରାତ୍ମକ ମଣିଷକୁ କ୍ଳାନ୍ତି ଦିଏନାହିଁ । ବରଂ ନିର୍ଦ୍ଧାରିତ ସମୟରେ କର୍ତ୍ତବ୍ୟ ସମ୍ପାଦନ ମନରେ ଶାନ୍ତି ଆଣିଦେଇଥାଏ, ଯାହାକି ମାନସିକ ଅବସନ୍ନତା ଠାରୁ ବହୁ ଉର୍ଦ୍ଧ୍ଵରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି ମତ ବିନିମୟ କାଳରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟର ରାଷ୍ଟ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ମଧ୍ୟ ଉପସ୍ଥିତ ଥିଲେ ।



The Minister of State in the PMO, Dr. Jitendra Singh, was present on the occasion.

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Viral Video: Kid Dressed As Narendra Modi Narrates A to Z of Prime Minister’s Work

Media Coverage

Viral Video: Kid Dressed As Narendra Modi Narrates A to Z of Prime Minister’s Work
...

Nm on the go

Always be the first to hear from the PM. Get the App Now!
...
Social Media Corner 30th September 2022
September 30, 2022
ସେୟାର
 
Comments

The next-gen Vande Bharat 2.0 flagged off by PM Modi.

India is moving towards an era of all-round development under PM Modi’s government.