ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ୍‍ ଯୋଗେ ଜାପାନ ପ୍ରଧାନମନ୍ତ୍ରୀ ମହାମହୀମ ସୁଗା ୟୋସିହିଡ଼େଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ।

ଉଭୟ ନେତା ଗତ କିଛି ବର୍ଷ ମଧ୍ୟରେ ପାରସ୍ପରିକ ଆସ୍ଥା ଓ ସହଭାଗୀ ମୂଲ୍ୟବୋଧ ଆଧାରରେ ଭାରତ- ଜାପାନ ବିଶେଷ ରଣନୀତିକ ଓ ବୈଶ୍ୱିକ ସହଯୋଗ କ୍ଷେତ୍ରରେ ଯେଉଁ ସକାରାତ୍ମକ ପ୍ରଗତି ଦେଖାଇଛନ୍ତି ସେଥିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଗତ ବର୍ଷ ଠାରୁ କୋଭିଡ଼ ୧୯ ବୈଶ୍ୱିକ ମହାମାରୀ ସତ୍ତ୍ୱେ ଉଭୟ ରାଷ୍ଟ୍ର ମଧ୍ୟରେ ଯେଉଁ ଦ୍ୱିପାକ୍ଷିକ ଭାବ ତଥା ପାରସ୍ପରିକ ବିନିମୟ ଘଟିଛି ସେଥିରେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ନିକଟରେ ଉଭୟ ପକ୍ଷଙ୍କ ମଧ୍ୟରେ ସ୍ୱାକ୍ଷରିତ ବିଶେଷ କୁଶଳୀ ଶ୍ରମିକ (ଏସଏସଡବ୍ଲୁ) କ୍ଷେତ୍ରରେ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ସ୍ୱାଗତ କରିବା ସହ ଏହାର ଯଥାଶୀଘ୍ର ପ୍ରବର୍ତ୍ତନ ନିମନ୍ତେ ଆଶା ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ମୁମ୍ମାଇ ଅହମ୍ମଦାବାଦ ହାଇ ସ୍ୱିଡ୍‍ ରେଳ (ଏମଏଏଚଏସଆର) ପ୍ରକଳ୍ପ ହେଉଛି ଭାରତ- ଜାପାନ ଦ୍ୱିପାକ୍ଷିକ ରଣନୀତିକ ସହଭାଗୀତାର ପ୍ରକୃଷ୍ଟ ଉଦାହରଣ ଏବଂ ଏହାର ସଫଳ ରୂପାୟନ ନେଇ ସେ ଦୃଢ଼ ଆଶା ପ୍ରକଟ କରିଥିଲେ ।

ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ଜଡ଼ିତ ଅନ୍ୟାନ୍ୟ କ୍ଷେତ୍ରୀୟ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ ଏବଂ ସହମତ ପ୍ରକଟ କରିଥିଲେ ଯେ ଦୁଇ ଦେଶ ମଧ୍ୟରେ ସହଭାଗୀତା ଉଭୟଙ୍କ ପାଇଁ ଦେଖା ଦେଉଥିବା ସମାନ ଚାଲେଞ୍ଜର ମୁକାବିଲା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ପରିପ୍ରେକ୍ଷୀରେ ସେମାନେ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ସମାନ ଚିନ୍ତାଧାରାରେ ବିଶ୍ୱାସୀ ଅନ୍ୟ ରାଷ୍ଟ୍ର ଯଥା ଅଷ୍ଟ୍ରେଲିଆ ଓ ଆମେରିକା କ୍ୱାଦ୍‍ ପରାମର୍ଶଗୋଷ୍ଠୀ ଭାବେ ମୂଲ୍ୟବୋଧ ଓ ସହମତରେ ଏଭଳି ହିତକର ଆଲୋଚନାରେ ସାମିଲ ହୋଇପାରିବେ ଏବଂ ଏଭଳି ଆଲୋଚନା ଜାରି ରହିବା ଉଚିତ ।

ଉଭୟ ନେତା ୨୦୨୨ ମସିହାରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୦ତର ବାର୍ଷିକୀ ପୂରଣ ହେଉଥିବାରୁ ଏହି ଉପଲକ୍ଷେ ଏହାକୁ ଉପଯୁକ୍ତ ଭାବେ ପାଳନ କରିବା ନିମନ୍ତେ ସହମତ ପୋଷଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାର୍ଷିକ ଦ୍ୱିପାକ୍ଷିକ ଶିଖର ବୈଠକରେ ଯୋଗ ଦେବାକୁ ଯଥାଶୀଘ୍ର ଭାରତ ଗସ୍ତରେ ଆସିବା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ସୁଗାଙ୍କୁ ଆମନ୍ତ୍ରଣ ଜଣାଇଥିଲେ ।

Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
PM in Mann Ki Baat: No one should be left out of vaccine’s circle of safety

Media Coverage

PM in Mann Ki Baat: No one should be left out of vaccine’s circle of safety
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 26, 2021
September 26, 2021
ସେୟାର
 
Comments

PM Narendra Modi’s Mann Ki Baat strikes a chord with the nation

India is on the move under the leadership of Modi Govt.