ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଆବୁଧାବୀ ଯୁବରାଜ ତଥା ୟୁଏଇ ସେନାର ଉପମୁଖ୍ୟ ମହାମହିମ ଶେଖ ମହମ୍ମଦ ବିନ ଦାୟେଦ ଅଲନାହ୍ୟାନ ଫେବୃୟାରୀ ୧୮, ୨୦୨୨ ଦିନ ଏକ ଭର୍ଚୁଆଲ ସମ୍ମିଳନୀରେ ଆଲୋଚନା କରିବେ । ଭାରତ ଏହାର ୭୫ବର୍ଷର ସ୍ୱାଧୀନତା ସମାରୋହ ଆଜାଦୀ କା ଅମ୍ରିତ ମହୋତ୍ସବ ଓ ୟୁଏଇ ଏହାର ୫୦ତମ ସ୍ଥାପନ ଦିବସ ପାଳନ କରୁଥିବା ବେଳେ ଉଭୟ ନେତା ପରସ୍ପରର ଐତିହାସିକ ବନ୍ଧୁତ୍ୱ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି ।

ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗ ଏବଂ ଉଭୟ ଦେଶର ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟାଗତ ଓ ସ୍ୱାର୍ଥ ସମ୍ବଳିତ ବିଷୟ ଉପରେ ଆଲୋଚନା କରିବେ ।

ନିକଟରେ ଭାରତ-ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ପ୍ରତ୍ୟେକ କ୍ଷେତ୍ରରେ ସୁଦୃଢ ହୋଇଛି ଓ ଉଭୟପକ୍ଷ ଏକ ବିସ୍ତୃତ ରଣନୀତିକ ଭାଗିଦାରିତା ନେଇ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ୨୦୧୫, ୨୦୧୮ ଓ ୨୦୧୯ରେ ୟୁଏଇ ପରିଦର୍ଶନ କରିଥିବାବେଳେ, ଆବୁଧାବି ଯୁବରାଜ ୨୦୧୬ ଓ ୨୦୧୭ରେ ଭାରତ ପରିଦର୍ଶନ ଆସିଥିଲେ । ମନ୍ତ୍ରିସ୍ତରୀୟ ପରିଦର୍ଶନ ଉଭୟପକ୍ଷ ମଧ୍ୟରେ ଜାରି ରହିଥିବାବେଳେ ଆମର ବୈଦେଶିକ ବ୍ୟାପାର ମନ୍ତ୍ରୀ ତିନିଥର ଓ ୟୁଏଇର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ୨୦୨୧ରେ ଥରେ ଭାରତ ଗସ୍ତ କରିଛନ୍ତି ।

ଉଭୟପକ୍ଷ କୋଭିଡ-୧୯ ବୈଶ୍ୱିକ ମହାମାରୀ କାଳରେ ସ୍ୱାସ୍ଥ୍ୟସେବା ଓ ଖାଦ୍ୟ ନିରାପତା କ୍ଷେତ୍ରରେ ସମନ୍ୱୟ ରକ୍ଷା କରିଥିବାବେଳେ, ଦ୍ୱିପାକ୍ଷିକ, ବାଣିଜ୍ୟ, ପୁଞ୍ଜିିବିନିଯୋଗ ଓ ଶକ୍ତି ସମ୍ପର୍କ ମଜବୁତ ରହିଛି । ଉଭୟପକ୍ଷ ଅକ୍ଷୟଶକ୍ତି, ଷ୍ଟାର୍ଟଅପ୍‌, ଫିନଟେକ ଇତ୍ୟାଦି କ୍ଷେତ୍ରରେ ସେମାନଙ୍କ ସହଯୋଗ ବ୍ୟାପକ କରୁଥିବାବେଳେ, ଭାରତ- ଦୁବାଇ ଏକ୍ସପୋ -୨୦୨୦ରେ ଏକ ବୃହତ ମଣ୍ଡପ ସହ ଅଂଶଗ୍ରହଣ କରିଥିଲେ ।

ଦ୍ୱିପାକ୍ଷିକ ସମ୍ପର୍କରେ ସବୁଠାରୁ ବଡ ପଦକ୍ଷେପ ହେଲା ବିସ୍ତୃତ ଆର୍ଥିକ ଭାଗିଦାରିତା ରାଜିନାମା (ସିଇପିଏ)। ସିଇପିଏ ପାଇଁ ରାଜିନାମା ୨୦୨୧ସେପ୍ଟେମ୍ବରରେ ଆରମ୍ଭ ହୋଇ ତାହା ଶେଷ ମଧ୍ୟ ହୋଇଛି । ଏହି ରାଜିନାମା ଭାରତ ଏବଂ ୟୁଏଇ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେଇଯିବ । ୟୁଏଇ ହେଉଛି ଭାରତ ତୃତୀୟ ବୃହତ୍ ବାଣିଜ୍ୟ ଭାଗିଦାରୀ ଓ ଦ୍ୱିପାକ୍ଷିକ ବାଣିଜ୍ୟ ଓ ପୁଞ୍ଜିବିନିଯୋଗ ରାଜିନାମା ଉଭୟ ଦେଶକୁ ଖୁବ୍ ଉଚ୍ଚକୁ ନେଇଯିବାର ଯଥେଷ୍ଟ ସମ୍ଭାବନା ରହିଛି । ୟୁଏଇରେ ଏକ ବୃହତ୍ ଭାରତୀୟ ସମାଜ ଯାହାର ସଂଖ୍ୟା ପ୍ରାୟ ୩୫ଲକ୍ଷ ପାଖାପାଖି ହେବ ବସବାସ କରନ୍ତି । ବୈଶ୍ୱିକ ମହାମାରୀ କାଳରେ ୟୁଏଇ ସରକାର ଭାରତୀୟମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ତାହାର ଭୂୟସୀ ପ୍ରଶଂସା କରିଛନ୍ତି । ଭାରତୀୟ ସମାଜରେ ୟୁଏଇର ବିକାଶ ଦିଗରେ ସହଯୋଗକୁ ମଧ୍ୟ ତାଙ୍କ ନେତୃତ୍ୱ ପ୍ରଶଂସା କରିଛନ୍ତି । କୋଭିଡ-୧୯ ବୈଶ୍ୱିକ ମହାମାରୀର ଭୟାବହତା ସତ୍ୱେ ୨୦୨୦ରେ ଉଭୟ ଦେଶ ମଧ୍ୟରେ ନାଗରିକମାନଙ୍କୁ ଯାତାୟତ ସୁବିଧା ପାଇଁ କରାଯାଇଥିବା ଜୈବ ବଳୟ ଯୋଗୁଁ ଉଭୟ ଦେଶ ତା’ର ପ୍ରଶଂସା କରିଛନ୍ତି ।

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India G20 Presidency: Monuments to Light Up With Logo, Over 200 Meetings Planned in 50 Cities | All to Know

Media Coverage

India G20 Presidency: Monuments to Light Up With Logo, Over 200 Meetings Planned in 50 Cities | All to Know
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ନଭେମ୍ବର 30, 2022
November 30, 2022
ସେୟାର
 
Comments

Citizens Cheer For A New India that is Reforming, Performing and Transforming With The Modi Govt.

Appreciation For PM Modi’s Vision Of Digitizing Public Procurement With the GeM Portal.