ସେୟାର
 
Comments
The food grain under Phase V would entail an estimated food subsidy of Rs. 53,344.52 Crore
The total outgo of foodgrains in Phase V is expected to 163 MLT
After successful completion of Phase IV, Phase V will begin from December 1, 2021

ଆହୁରି ୪ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ର ସମ୍ପ୍ରସାରଣ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୦୭.୦୬.୨୦୨୧ରେ କରିଥିବା ଲୋକାଭିମୁଖି ଘୋଷଣାକୁ ଅନୁସରଣ କରି ତଥା କୋଭିଡ-୧୯ ଜନିତ ଆର୍ଥିକ ପ୍ରଭାବକୁ ପ୍ରଶମିତ କରିବା ଲାଗି କେନ୍ଦ୍ର କ୍ୟାବିନେଟ ଆଜି ଏହି ଯୋଜନାର ପଞ୍ଚମ ପର୍ଯ୍ୟାୟ ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଯାହାଫଳରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅଧୀନରେ ଆସୁଥିବା ସମସ୍ତ ହିତାଧିକାରୀ ଡିସେମ୍ବର ୨୦୨୧ ଠାରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ପିଏମଜିକେୱାଇ ଯୋଜନା ଅଧୀନରେ ମାଗଣାରେ ଖାଦ୍ୟଶସ୍ୟ ପାଇପାରିବେ। ସମସ୍ତ ହିତାଧିକାରୀମାନଙ୍କୁ ଆସନ୍ତା ୪ ମାସ ପାଇଁ ଯୋଜନାର ପଞ୍ଚମ ପର୍ଯ୍ୟାୟ ସମ୍ପ୍ରସାରଣର ଲାଭ ମିଳିବ । ଅନ୍ତ୍ୟୋଦୟ ଅନ୍ନ ଯୋଜନା ଏବଂ ପ୍ରାଥମିକ ପରିବାର ସମେତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଯୋଜନାର ହିତାଧିକାରୀ ପରିବାର ମଧ୍ୟ ଏହାର ଲାଭ ପାଇପାରିବେ ।

ପିଏମଜିକେଏୱାଇ ଯୋଜନାର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଯଥାକ୍ରମେ ୨୦୨୦ ଏପ୍ରିଲରୁ ଜୁନ୍ ଏବଂ ୨୦୨୦ ଜୁଲାଇରୁ ନଭେମ୍ବର ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇଥିଲା। ଏହାପରେ ୨୦୨୧ ମେ ମାସ ଠାରୁ ଜୁନ୍ ମାସ ପର୍ଯ୍ୟନ୍ତ ଯୋଜନାର ତୃତୀୟ ପର୍ଯ୍ୟାୟରେ ମାଗଣା ଖାଦ୍ୟଶସ୍ୟ ବଣ୍ଟନ କରାଯାଇଥିଲା । ଏହାପରେ ୨୦୨୧ ଜୁଲାଇ ଠାରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଯୋଜନାର ଚତୁର୍ଥ ପର୍ଯ୍ୟାୟକୁ କାର୍ଯ୍ୟକାରୀ କରାଯାଉଛି ।

ଡିସେମ୍ବର ୨୦୨୧ ଠାରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ପିଏମଜିକେଏୱାଇ ଯୋଜନାର ପଞ୍ଚମ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯିବା ଫଳରେ ସରକାର ଖାଦ୍ୟ ସବସିଡି ବାବଦରେ ଆନୁମାନିକ ୫୩,୩୪୪.୫୨ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଏହି ଯୋଜନାରେ ମୋଟ ୧୬୩ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟ ଶସ୍ୟ ବଣ୍ଟନ କରାଯିବ ବୋଲି ଅନୁମାନ କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଦେଶରେ କୋଭିଡ-୧୯ ମହାମାରୀ ବ୍ୟାପିବା କାରଣରୁ ଆର୍ଥିକ ଗତିବିଧି ବାଧାପ୍ରାପ୍ତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ମାର୍ଚ୍ଚ ୨୦୨୦ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଘୋଷଣା କରିଥିଲେ । ଏହି ଯୋଜନା ଅଧୀନରେ ୮୦ କୋଟି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ହିତାଧିକାରୀମାନଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ବିତରଣ କରିବା ଲାଗି ଘୋଷଣା କରାଯାଇଥିଲା । ପ୍ରତ୍ୟେକ ହିତାଧିକାରୀମାନଙ୍କୁ ମାସିକ ୫ କିଗ୍ରା ଲେଖାଏଁ ଚାଉଳ କିମ୍ବା ଗହମ ବଣ୍ଟନ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଥିଲେ । ସେମାନଙ୍କୁ ଏନଏଫଏସଏ ଯୋଜନାରେ ମାସିକ ନିୟମିତ ଖାଦ୍ୟଶସ୍ୟ ବ୍ୟତୀତ ଏବଂ ଅତିରିକ୍ତ ଏହି ଖାଦ୍ୟଶସ୍ୟ ଦିଆଯିବ ବୋଲି ସରକାର କହିଥିଲେ । ଯାହାଫଳରେ କୋଭିଡ ଜନିତ ଆର୍ଥିକ ସଂକଟ ସମୟରେ ଦେଶର ଗରିବ, ବଞ୍ଚିତ, ଅସହାୟ ପରିବାର/ ହିତାଧିକାରୀମାନଙ୍କୁ ଯଥେଷ୍ଟ ପରିମାଣରେ ଖାଦ୍ୟଶସ୍ୟ ମିଳିପାରିବ । ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ୪ଟି ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋଟ ୬୦୦ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ ପ୍ରଦାନ କରାଯାଇସାରିଛି । ଖାଦ୍ୟ ସବସିଡି ବାବଦରେ ୨.୦୭ ଲକ୍ଷ କୋଟି ଟଙ୍କା ସରକାର ଖର୍ଚ୍ଚ କରିଛନ୍ତି ।

ଦେଶରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ଖାଦ୍ୟଶସ୍ୟ ବିତରଣ ଜାରି ରହିଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମୋଟ୍ ୯୩.୮% ଖାଦ୍ୟ ଶସ୍ୟ ଉଠାଣ କରିସାରିଛନ୍ତି । ଜୁଲାଇ ୨୦୨୧ ମାସ ପାଇଁ ୯୩.୯% ଅର୍ଥାତ୍ ୩୭.୩୨ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ, ଅଗଷ୍ଟ ୨୦୨୧ ପାଇଁ ୯୩.୬% ଅର୍ଥାତ୍ ୩୭.୨୦ ଲକ୍ଷ ମେଟ୍ରିକ ଟନ, ସେପ୍ଟେମ୍ବର ୨୦୨୧ ପାଇଁ ୯୨.୮% ଅର୍ଥାତ ୩୬.୮୭ ଲକ୍ଷ ମେଟ୍ରିକ ଟନ୍, ଅକ୍ଟୋବର ୨୦୨୧ ପାଇଁ ୮୯% ଅର୍ଥାତ୍ ୩୫.୪ ଲକ୍ଷ ମେଟ୍ରିକ ଟନ ଏବଂ ନଭେମ୍ବର ୨୦୨୧ ପାଇଁ ୪୫% ଅର୍ଥାତ୍ ୧୭.୯ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ବିତରଣ କରାଯାଇସାରିଛି । ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ପାଞ୍ଚ ମାସ ମଧ୍ୟରେ ଯଥାକ୍ରମେ ୭୪.୬୪ କୋଟି, ୭୪.୪ କୋଟି, ୭୩.୭୫ କୋଟି, ୭୦.୮ କୋଟି ଏବଂ ୩୫.୮ କୋଟି ହିତାଧିକାରୀ ଲାଭାନ୍ୱିତ ହୋଇଛନ୍ତି ।

ପୂର୍ବ ପର୍ଯ୍ୟାୟର ଅଭିଜ୍ଞତାକୁ ଆଧାର କରି ପିଏମଜିକେଏୱାଇ ପଞ୍ଚମ ପର୍ଯ୍ୟାୟର ପ୍ରଦର୍ଶନ ମଧ୍ୟ ଉଚ୍ଚସ୍ତରୀୟ ରହିବ ବୋଲି ଆଶା କରାଯାଉଛି ।

ସର୍ବମୋଟ ପିଏମଜିକେଏୱାଇର ପ୍ରଥମରୁ ପଞ୍ଚମ ପର୍ଯ୍ୟାୟକୁ କାର୍ଯ୍ୟକାରୀ କରିବା ଲାଗି ସରକାର ପାଖାପାଖି ୨.୬୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ।

 

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Exceptional': PM Modi lauds HAL's record revenue of ₹26,500 crore

Media Coverage

'Exceptional': PM Modi lauds HAL's record revenue of ₹26,500 crore
...

Nm on the go

Always be the first to hear from the PM. Get the App Now!
...
PM condoles demise of Indian Cricketer, Salim Durani
April 02, 2023
ସେୟାର
 
Comments

The Prime Minister, Shri Narendra Modi has expressed deep grief over the demise of Indian Cricketer, Salim Durani.

In a tweet thread, the Prime Minister said;

“Salim Durani Ji was a cricketing legend, an institution in himself. He made a key contribution to India’s rise in the world of cricket. On and off the field, he was known for his style. Pained by his demise. Condolences to his family and friends. May his soul rest in peace.”

“Salim Durani Ji had a very old and strong association with Gujarat. He played for Saurashtra and Gujarat for a few years. He also made Gujarat his home. I have had the opportunity to interact with him and was deeply impressed by his multifaceted persona. He will surely be missed.”