ଦେଶର ଆତ୍ମନିର୍ଭରଶୀଳତାକୁ ସଶକ୍ତ କରୁଥିବା ଯୁବ ନେତୃତ୍ୱାଧିନ ପ୍ରଯୁକ୍ତିବିଦ୍ୟା ନବାଚାରକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

June 12th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢ଼ାଇବା ଏବଂ ଦେଶର ଆତ୍ମନିର୍ଭରଶୀଳତାକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭାରତର ଯୁବ ଉଦ୍ଭାବକମାନଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଗତ ୧୧ ବର୍ଷ ଧରି ଡିଜିଟାଲ ଇଣ୍ଡିଆ ଯୁବପିଢ଼ିଙ୍କୁ ନବସୃଜନ ତଥା ନୂତନ ଉଦ୍ଭାବନର ବ୍ୟବହାର କରିବା ପାଇଁ ସଶକ୍ତ କରିଛି । ଏହା ଦ୍ୱାରା ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ମହାଶକ୍ତି ଭାବରେ ଭାରତର ସ୍ଥିତି ସୁଦୃଢ଼ ହୋଇପାରିଛି ।