ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
June 29th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ, ଅଭିନନ୍ଦନ। ଆପଣମାନେ ଏବେ ଯୋଗର ଶକ୍ତି ଏବଂ ‘ଆନ୍ତର୍ଜାତିକ ଯୋଗଦିବସ’ର ସ୍ମୃତିରେ ପରିପୂର୍ଣ୍ଣ ଥିବ । ଏଥର ମଧ୍ୟ ଜୁନ୍ ୨୧ ତାରିଖ ଦିନ ଦେଶ-ଦୁନିଆର କୋଟି କୋଟି ଲୋକେ ‘ଆନ୍ତର୍ଜାତିକ ଯୋଗ ଦିବସ’ରେ ଅଂଶଗ୍ରହଣ କଲେ । ଆପଣମାନଙ୍କର ମନେଥିବ, ୧୦ ବର୍ଷ ପୂର୍ବେ ଏହାର ଶୁଭାରମ୍ଭ ହୋଇଥିଲା । ଏବେ ୧୦ ବର୍ଷରେ ଏହି ପରମ୍ପରା ପୂର୍ବବର୍ଷ ଅପେକ୍ଷା ଅଧିକରୁ ଅଧିକ ଭବ୍ୟ ହୋଇଚାଲିଛି । ଏହା ଏ ଦିଗକୁ ମଧ୍ୟ ସଂକେତ କରୁଛି କି ଅଧିକରୁ ଅଧିକ ଲୋକ ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାଉଛନ୍ତି । ଆମେମାନେ ଏଥର ମଧ୍ୟ ଯୋଗ ଦିବସର ଅନେକ ଚିତ୍ତାକର୍ଷକ ଛବି ଦେଖିଛୁ । ବିଶାଖାପାଟନମର ସମୁଦ୍ରକୂଳରେ ୩ ଲକ୍ଷ ଲୋକ ଏକାଠି ଯୋଗାଭ୍ୟାସ କଲେ । ବିଶାଖାପାଟନମଠାରୁ ହିଁ ଆଉ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଲା । ଦୁଇ ହଜାରରୁ ଅଧିକ ଆଦିବାସୀ ଛାତ୍ରମାନେ ୧୦୮ ମିନିଟ୍ ପର୍ଯ୍ୟନ୍ତ ୧୦୮ ଥର ସୂର୍ଯ୍ୟ ନମସ୍କାର କଲେ । ଚିନ୍ତା କରନ୍ତୁ ତ, କେତେ ଶୃଙ୍ଖଳା, କେତେ ସମର୍ପଣ ଭାବ ରହିଥିବ ତାଙ୍କର । ଆମର ନୌବାହିନୀର ଜାହାଜ ଉପରେ ମଧ୍ୟ ଯୋଗର ଭବ୍ୟ ଦୃଶ୍ୟମାନ ଦେଖିବାକୁ ମିଳିଲା । ତେଲଙ୍ଗାନାରେ ୩ ହଜାର ଦିବ୍ୟାଙ୍ଗ ସାଥୀମାନେ ଏକସଙ୍ଗେ ଯୋଗ ଶିବିରରେ ଅଂଶଗ୍ରହଣ କଲେ । ସେମାନେ ଦେଖାଇଦେଲେ ଯେ ଯୋଗ କେଉଁଭଳି ଭାବରେ ସଶକ୍ତିକରଣର ମଧ୍ୟ ଗୋଟିଏ ମାଧ୍ୟମ । ଦିଲ୍ଲୀର ଜନସାଧାରଣ ଯୋଗକୁ ସ୍ୱଚ୍ଛ ଯମୁନା ସଂକଳ୍ପ ସହ ସଂଯୁକ୍ତ କଲେ ଏବଂ ଯମୁନା କୂଳରେ ଯାଇ ଯୋଗାଭ୍ୟାସ କଲେ । ଜମ୍ମୁ କାଶ୍ମୀରରେ ଚେନ୍ନାବ ପୋଲ ଯାହା ବିଶ୍ୱର ସବୁଠାରୁ ଉଚ୍ଚତା ବିଶିଷ୍ଟ ରେଳପୋଲ, ସେଠାରେ ମଧ୍ୟ ଲୋକେ ଯୋଗାଭ୍ୟାସ କଲେ । ହିମାଳୟର ବରଫାବୃତ ଶିଖର ଏବଂ ITBPର ଯବାନ, ସେଠାରେ ମଧ୍ୟ ଯୋଗାଭ୍ୟାସ ଦେଖିବାକୁ ମିଳିଲା, ସାହାସ ଏବଂ ସାଧନା ଏକାଠି ଦେଖିବାକୁ ମିଳିଲା । ଗୁଜୁରାଟର ଜନସାଧାରଣ ମଧ୍ୟ ଏକ ନୂତନ ଇତିହାସ ସୃଷ୍ଟି କଲେ । ୱଡନଗରରେ ୨୧୨୧ (ଦୁଇହଜାର ଶହେ ଏକୋଇଶ) ଜଣ ଏକସଙ୍ଗେ ଭୁଜଙ୍ଗାସନ କଲେ ଏବଂ ନୂତନ ରେକର୍ଡ ସୃଷ୍ଟି କଲେ । ନ୍ୟୁୟର୍କ, ଲଣ୍ଡନ, ଟୋକିଓ, ପ୍ୟାରିସ୍, ବିଶ୍ୱର ପ୍ରତ୍ୟେକ ବଡ଼ ସହରରୁ ଯୋଗର ଛବି ଆସିଲା ଏବଂ ପ୍ରତ୍ୟେକ ଛବିରେ ଗୋଟିଏ ବିଶେଷ କଥା ଦେଖିବାକୁ ମିଳିଲା ତାହା ହେଉଛି ଶାନ୍ତି, ସ୍ଥିରତା ଏବଂ ସନ୍ତୁଳନ । ଏଥରର ଥିମ୍ ମଧ୍ୟ ବହୁତ ସ୍ୱତନ୍ତ୍ର ଥିଲା, ‘Yoga for One Earth, One Health’, ଅର୍ଥାତ୍, ‘ଏକ ପୃଥିବୀ – ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ । ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ଦିଗ ଯାହା ଆମକୁ ‘ବସୁଧୈବ କୁଟୁମ୍ବକମ୍’ର ଅନୁଭୂତି ପ୍ରଦାନ କରୁଛି । ଏଥରର ଯୋଗ ଦିବସର ଭବ୍ୟତା ଅଧିକରୁ ଅଧିକ ଲୋକଙ୍କ ଦ୍ୱାରା ଯୋଗକୁ ଆପଣାଇବାକୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି ମୋର ବିଶ୍ୱାସ ।ମରିସସ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 24th, 09:54 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ଡକ୍ଟର ନବୀନଚନ୍ଦ୍ର ରାମଗୁଲାମଙ୍କ ସହ ଆଜି ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।While building a healthy planet, let us ensure that no one is left behind: PM Modi at World Health Assembly
May 20th, 04:42 pm
PM Modi addressed the 78th World Health Assembly, aligning India’s vision with One World for Health. He showcased India’s scalable health models like Ayushman Bharat, tech-driven solutions, and affordable access initiatives. Encouraging inclusion, collaboration and holistic well-being, he called for united global action to ensure no one is left behind.ଜେନେଭାରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ସମାବେଶର ୭୮ ତମ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 20th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜେନେଭାରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ସମାବେଶର ୭୮ତମ ଅଧିବେଶନକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି, ସେ ସମସ୍ତ ଉପସ୍ଥିତ ଲୋକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ, ଏହି ବର୍ଷର ବିଷୟବସ୍ତୁ 'ସ୍ୱାସ୍ଥ୍ୟ ପାଇଁ ଗୋଟିଏ ବିଶ୍ୱ' ଉପରେ ଆଲୋକପାତ କରିଥିଲେ ଏବଂ ଏହା ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ଭାରତର ଦୃଷ୍ଟିକୋଣ ସହିତ ସମନ୍ୱିତ ବୋଲି ଗୁରୁତ୍ୱାରୋପ କରିଥିଲେ। ସେ ୨୦୨୩ ବିଶ୍ୱ ସ୍ୱାସ୍ଥ୍ୟ ସମାବେଶରେ ତାଙ୍କର ଅଭିଭାଷଣକୁ ମନେ ପକାଇଥିଲେ, ଯେଉଁଠାରେ ସେ 'ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ' ବିଷୟରେ ଉଲ୍ଲେଖ କରିଥିଲେ। ସେ ମତ ଦେଇଥିଲେ ଯେ , ଏକ ସୁସ୍ଥ ବିଶ୍ୱର ଭବିଷ୍ୟତ ଅନ୍ତର୍ଭୁକ୍ତିକରଣ, ଏକ ସମନ୍ୱିତ ଦୃଷ୍ଟିକୋଣ ଏବଂ ସହଯୋଗ ଉପରେ ନିର୍ଭର କରେ।