ଦିଲ୍ଲୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 08th, 03:54 pm
ଆଜି, ଆମେ ସମସ୍ତେ ଦିଲ୍ଲୀରେ ବିକାଶକୁ ଏକ ନୂତନ ଗତି ଦେବା ପାଇଁ ଏଠାରେ ଏକତ୍ର ହୋଇଛୁ। କିଛି ସମୟ ପୂର୍ବରୁ ଏଠାଂରେ ୩୩,୫୦୦ କୋଟି ଟଙ୍କର ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି । ମେଟ୍ରୋର ସମ୍ପ୍ରସାରଣରୁ ଆରମ୍ଭ କରି ହଜାର ହଜାର ସରକାରୀ କର୍ମଚାରୀଙ୍କ ବାସଗୃହ ପର୍ଯ୍ୟନ୍ତ, ଦେଶର ରାଜଧାନୀରେ ସୁବିଧାଗୁଡିକର ନିରନ୍ତର ବିସ୍ତାର ହେଉଛି, ଏକ ନୂଆ ଶକ୍ତି ପ୍ରଦାନ କରାଯାଉଛି । ଆପଣମାନେ ଦିଲ୍ଲୀବାସୀ ଗୋଟିଏ ବର୍ଷ ପୂର୍ବରୁ ଯେଉଁ ନୂତନ ଆଶା ଏବଂ ସଂକଳ୍ପ ସହତ ଏଠାରେ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ କରିଥିଲେ, ତାହାର ପରିଣାମ ଆଜି ଏଠାରେ ହୋଇଥିବା ବିକାଶମୂଳକ କାର୍ଯ୍ୟରେ ଦୃଶ୍ୟମାନ ହେଉଛି । ମୁଁ ଦିଲ୍ଲୀର ସମସ୍ତ ନାଗରିକମାନଙ୍କୁ ଏହି ବିକାଶର ଏହି ନିରନ୍ତର ଧାରା ପାଇଁ ଅଭିନନ୍ଦନ ଜଣାଉଛି ।ଦିଲ୍ଲୀରେ ପ୍ରାୟ ₹୩୩,୫୦୦ କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 08th, 10:26 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀଠାରେ ପ୍ରାୟ ୩୩,୫୦୦ କୋଟି ଟଙ୍କା ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ, ଆଜି, ଆମେ ସମସ୍ତେ ଦିଲ୍ଲୀର ବିକାଶକୁ ଏକ ନୂତନ ଗତି ଦେବା ପାଇଁ ଏଠାରେ ଏକତ୍ରିତ ହୋଇଛୁ।ଦିଲ୍ଲୀ ଯଶୋଭୂମି ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 08th, 10:15 am
ମୋ କ୍ୟାବିନେଟ ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆଜୀ, ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ପ୍ରେମାସାନିଜୀ, ବିଭିନ୍ନ ରାଜ୍ୟର ପ୍ରତିନିଧିଗଣ, ବିଦେଶାଗତ ଅତିଥି, ଟେଲିକମ ସେକ୍ଟର ସହ ଜଡିତ ସମସ୍ତ ମାନ୍ୟ ଗଣ୍ୟଗଣ, ବିଭିନ୍ନ କଲେଜରୁ ଆସିଥିବା ଯୁବ ବନ୍ଧୁଗଣ, ଭଦ୍ର ମହିଳା ଓ ଅନ୍ୟମାନେ ।‘ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୫’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 08th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ନୂଆଦିଲ୍ଲୀ ଯଶୋଭୂମିଠାରେ ଏସିଆର ସର୍ବବୃହତ ଟେଲିକମ୍, ଗଣମାଧ୍ୟମ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ’ (ଆଇଏମସି) ୨୦୨୫ର ୯ମ ସଂସ୍କରଣକୁ ଉଦଘାଟନ କରିଛନ୍ତି। ଇଣ୍ଡିଆ ମୋବାଇଲ୍ କଂଗ୍ରେସର ସ୍ୱତନ୍ତ୍ର ସଂସ୍କରଣରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଅନେକ ଷ୍ଟାର୍ଟଅପ୍ ଆର୍ଥିକ ଠକେଇ ନିବାରଣ, କ୍ୱାଣ୍ଟମ୍ ଯୋଗାଯୋଗ, ୬ଜି, ଅପ୍ଟିକାଲ୍ ଯୋଗାଯୋଗ ଏବଂ ସେମିକଣ୍ଡକ୍ଟର ସମେତ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଉପସ୍ଥାପନା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏପରି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଉପସ୍ଥାପନା ଦେଖିବା ଦ୍ୱାରା, ଭାରତର ପ୍ରଯୁକ୍ତିବିଦ୍ୟା ଭବିଷ୍ୟତ ସକ୍ଷମ ହାତରେ ଥିବା ତାଙ୍କ ବିଶ୍ୱାସ ଆହୁରି ଦୃଢ଼ ହୁଏ। ସେ ଏହି କାର୍ଯ୍ୟକ୍ରମ ଏବଂ ସମସ୍ତ ନୂତନ ପଦକ୍ଷେପ ପାଇଁ ଶୁଭକାମନା ଜଣାଇଥିଲେ।୮ ଅକ୍ଟୋବରରେ :ଇଣ୍ଡିଆ ମୋବାଇଲ କଂଗ୍ରେସ’ର ୯ମ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
October 07th, 10:27 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ୮ ଅକ୍ଟୋବର ୨୦୨୫ ସକାଳ ପ୍ରାୟ ୯ଟା ୪୫ ମିନିଟ୍ ସମୟରେ ନୂଆଦିଲ୍ଲୀ ଯଶୋଭୂମିଠାରେ ଏସିଆର ସର୍ବବୃହତ ଟେଲିକମ୍, ମିଡିଆ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ୨୦୨୫’ର ୯ମ ସଂସ୍କରଣକୁ ଉଦଘାଟନ କରିବେ।ଦିଲ୍ଲୀର ଯଶୋଭୂମିରେ ‘ସେମିକନ୍ ଇଣ୍ଡିଆ -୨୦୨୫’ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 02nd, 10:40 am
କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ, ସେମି’ର ଅଧ୍ୟକ୍ଷ ଅଜିତ ମନୋଚା, ଭାରତ ଏବଂ ବିଦେଶର ସେମିକଣ୍ଡକ୍ଟର ଶିଳ୍ପର ସିଇଓ ଏବଂ ସେମାନଙ୍କ ସହଯୋଗୀ, ବିଭିନ୍ନ ଦେଶରୁ ଏଠାରେ ଉପସ୍ଥିତ ଆମର ଅତିଥି, ଷ୍ଟାର୍ଟ-ଅପ୍ ସହିତ ସମ୍ପୃକ୍ତ ଉଦ୍ୟୋଗୀ, ବିଭିନ୍ନ ରାଜ୍ୟର ମୋର ଯୁବ ଛାତ୍ର ବନ୍ଧୁ, ମହିଳା ଏବଂ ଭଦ୍ରବ୍ୟକ୍ତିଗଣ !ନୂଆଦିଲ୍ଲୀରେ ସେମିକନ୍ ଇଣ୍ଡିଆ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 02nd, 10:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଆଜି ନୂଆଦିଲ୍ଲୀର ଯଶୋଭୂମିଠାରେ ସେମିକନ୍ ଇଣ୍ଡିଆ - ୨୦୨୫ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତ ଏବଂ ବିଦେଶର ସେମିକଣ୍ଡକ୍ଟର ଶିଳ୍ପର ସିଇଓ ଏବଂ ସେମାନଙ୍କ ସହଯୋଗୀଙ୍କ ଉପସ୍ଥିତିକୁ ସ୍ୱୀକାର କରିଛନ୍ତି। ସେ ବିଭିନ୍ନ ଦେଶରୁ ଆସିଥିବା ବିଶିଷ୍ଟ ଅତିଥି, ଷ୍ଟାର୍ଟ-ଅପ୍ ସହ ଜଡିତ ଉଦ୍ୟୋଗୀ ଏବଂ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଛନ୍ତି।ପ୍ରଧାନମନ୍ତ୍ରୀ ୨ ସେପ୍ଟେମ୍ବରରେ ନୂଆଦିଲ୍ଲୀର ଯଶୋଭୂମିରେ 'ସେମିକନ୍ ଇଣ୍ଡିଆ – ୨୦୨୫'ର ଉଦଘାଟନ କରିବେ
September 01st, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨ ସେପ୍ଟେମ୍ବର ସକାଳ ପ୍ରାୟ ୧୦ ଟାରେ ନୂଆଦିଲ୍ଲୀର ଯଶୋଭୂମି ଠାରେ ‘ସେମିକନ ଇଣ୍ଡିଆ - ୨୦୨୫’ର ଉଦ୍ଘାଟନ କରିବେ, ଯାହା ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମ୍କୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୩ ସକାଳ ପ୍ରାୟ ୯:୩୦ ରେ ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରି ସିଇଓ ରାଉଣ୍ଡଟେବୁଲରେ ଅଂଶଗ୍ରହଣ କରିବେ।ୟୁଇଆର୍-II ଏବଂ ଦ୍ୱାରିକା ଏକ୍ସପ୍ରେସ-ୱେର ଦିଲ୍ଲୀ ସେକ୍ସନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 17th, 12:45 pm
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ନୀତିନ ଗଡ଼କରୀ ଜୀ, ହରିୟାଣାର ମୁଖ୍ୟମନ୍ତ୍ରୀ ନୟବ ସିଂହ ସୈନୀ ଜୀ, ଦିଲ୍ଲୀର ଉପ ରାଜ୍ୟପାଳ ବିନୟ ସକ୍ସେନା ଜୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭଉଣୀ ରେଖା ଗୁପ୍ତା ଜୀ, କେନ୍ଦ୍ରରେ ମନ୍ତ୍ରୀ ପରିଷଦର ମୋର ସହଯୋଗୀ ଅଜୟ ଟମ୍ମା ଜୀ, ହର୍ଷ ମାଲହୋତ୍ରା ଜୀ, ଦିଲ୍ଲୀ ଏବଂ ହରିୟାଣାର ସାଂସଦଗଣ, ଉପସ୍ଥିତ ମନ୍ତ୍ରୀଗଣ, ଅନ୍ୟ ଜନ ପ୍ରତିନିଧିଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧,୦୦୦ କୋଟି ଟଙ୍କାର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି
August 17th, 12:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ରୋହିଣୀ ଠାରେ ପ୍ରାୟ ୧୧,୦୦୦ କୋଟି ଟଙ୍କା ମୂଲ୍ୟର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ସ୍ଥାନର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ, କହିଥିଲେ ଯେ ଏକ୍ସପ୍ରେସୱେର ନାମ ଦ୍ୱାରକା ଏବଂ ଏହି କାର୍ଯ୍ୟକ୍ରମ ରୋହିଣୀରେ ଅନୁଷ୍ଠିତ ହେଉଛି। ସେ ଜନ୍ମାଷ୍ଟମୀର ଉତ୍ସବର ବାତାବରଣ ଉପରେ ଆଲୋକପାତ କରିଥିଲେ ଏବଂ ସେ ନିଜେ ଦ୍ୱାରକାଧୀଶଙ୍କ ଭୂମିରୁ ଆସିଥିବା ସଂଯୋଗ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ବାତାବରଣ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିରେ ଗଭୀର ଭାବରେ ପ୍ରଭାବିତ ହୋଇଛି।ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ କର୍ତ୍ତବ୍ୟ ଭବନର ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 06th, 07:00 pm
କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସହଯୋଗୀଗଣ, ଉପସ୍ଥିତ ମାନ୍ୟବର ସାଂସଦଗଣ, ସରକାରଙ୍କ ସମସ୍ତ କର୍ମଚାରୀଗଣ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ମହିଳା ଓ ଭଦ୍ରବ୍ୟକ୍ତିଗଣ!ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ କର୍ତ୍ତବ୍ୟ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
August 06th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ କର୍ତ୍ତବ୍ୟ ଭବନ-୩ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ଅଗଷ୍ଟ ମାସ ହେଉଛି ବିପ୍ଳବର ମାସ। ଅଗଷ୍ଟ ୧୫ ତାରିଖ ପୂର୍ବରୁ ଆଉ ଏକ ଐତିହାସିକ ମାଇଲଖୁଣ୍ଟ ଆସିଛି। ଭାରତ ଏକ ଆଧୁନିକ ଭାରତ ଗଠନ ସହିତ ଜଡିତ ଅନେକ ପ୍ରମୁଖ ସଫଳତାକୁ ଦେଖୁଛି। ନୂଆଦିଲ୍ଲୀ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ ନିକଟରେ ହୋଇଥିବା ଭିତ୍ତିଭୂମି ସମ୍ବନ୍ଧୀୟ ସ୍ଥାନଗୁଡ଼ିକର ତାଲିକା ଦେଇଥିଲେ। କର୍ତ୍ତବ୍ୟ ପଥ, ନୂତନ ସଂସଦ ଭବନ, ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ କମ୍ପ୍ଲେକ୍ସ, ଭାରତ ମଣ୍ଡପମ୍, ଯଶୋଭୂମି, ସହିଦମାନଙ୍କ ପାଇଁ ଉତ୍ସର୍ଗୀକୃତ ଜାତୀୟ ଯୁଦ୍ଧ ସ୍ମାରକୀ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଏବଂ ବର୍ତ୍ତମାନର କର୍ତ୍ତବ୍ୟ ଭବନ ବିଷୟରେ ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏଗୁଡ଼ିକ କେବଳ ନୂତନ କୋଠା କିମ୍ବା ନିୟମିତ ଭିତ୍ତିଭୂମି ନୁହେଁ । ଅମୃତ କାଳରେ, ଏକ ବିକଶିତ ଭାରତକୁ ଗଢ଼ି ତୋଳିବା ପାଇଁ ନୀତିଗୁଡ଼ିକ ଏହି ଢାଞ୍ଚାଗୁଡ଼ିକରେ ପ୍ରସ୍ତୁତ କରାଯିବ ଏବଂ ଆଗାମୀ ଦଶନ୍ଧିରେ ଦେଶର ଗତିପଥ ଏହି ଅନୁଷ୍ଠାନଗୁଡ଼ିକରୁ ସ୍ଥିର କରାଯିବ। ସେ କର୍ତ୍ତବ୍ୟ ଭବନର ଉଦ୍ଘାଟନରେ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହାର ନିର୍ମାଣରେ ସମ୍ପୃକ୍ତ ଥିବା ଇଞ୍ଜିନିୟର ଏବଂ ଶ୍ରମଜୀବୀମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।Delhi needs a government that works in coordination, not one that thrives on conflicts: PM Modi
January 31st, 03:35 pm
Addressing the huge rally in New Delhi’s Dwarka, PM Modi said, “Delhi needs a double-engine government at both the Centre and the state. You gave Congress years to govern, then the AAP-da took over Delhi. Now, give me the chance to serve Delhi with a double-engine government. I guarantee you that the BJP will leave no stone unturned in Delhi’s development. If this AAP-da continues, Delhi will keep falling behind in development. Delhi needs a government that believes in coordination, not confrontation.”PM Modi electrifies New Delhi’s Dwarka Rally with a High-Octane speech
January 31st, 03:30 pm
Addressing the huge rally in New Delhi’s Dwarka, PM Modi said, “Delhi needs a double-engine government at both the Centre and the state. You gave Congress years to govern, then the AAP-da took over Delhi. Now, give me the chance to serve Delhi with a double-engine government. I guarantee you that the BJP will leave no stone unturned in Delhi’s development. If this AAP-da continues, Delhi will keep falling behind in development. Delhi needs a government that believes in coordination, not confrontation.”ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 17th, 11:00 am
ଗତଥର ଯେତେବେଳେ ମୁଁ ଆପଣମାନଙ୍କ ମଧ୍ୟକୁ ଆସିଥିଲି, ସେତେବେଳେ ଲୋକସଭା ନିର୍ବାଚନ ଆଉ ଦୂରରେ ନଥିଲା। ସେହି ସମୟରେ ମୁଁ ଆପଣମାନଙ୍କ ବିଶ୍ୱାସ ଯୋଗୁଁ କହିଥିଲି ଯେ ପରବର୍ତ୍ତୀ ସମୟରେ ମଧ୍ୟ ମୁଁ ନିଶ୍ଚିତ ଭାବେ ଇଣ୍ଡିଆ ମୋବିଲିଟି ଏକ୍ସପୋକୁ ଆସିବି । ଦେଶ ତୃତୀୟ ଥର ପାଇଁ ଆମକୁ ଆଶୀର୍ବାଦ ଦେଇଛି, ଆପଣମାନେ ପୁଣି ଥରେ ମୋତେ ଏଠାକୁ ଡାକିଛନ୍ତି, ମୁଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି ।ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 17th, 10:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଭାରତର ସର୍ବବୃହତ ମୋବିଲିଟି ଏକ୍ସପୋ ‘ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ -୨୦୨୫’କୁ ଉଦଘାଟନ କରିଛନ୍ତି । ସଭାକୁ ସମ୍ବୋଧିତ କରି ସେ କ୍ରମାଗତଭାବେ ତୃତୀୟଥର ପାଇଁ ସରକାର ଗଠନ ଲାଗି ନିର୍ବାଚିତ ହୋଇଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଚଳିତ ବର୍ଷ ଜାତୀୟ ରାଜଧାନୀ ଅଞ୍ଚଳର ଆଉ ଦୁଇଟି ସ୍ଥାନକୁ ଏହି ପ୍ରଦର୍ଶନୀର କାୟା ବିସ୍ତାର ହୋଇଥିବା ଉଲ୍ଲେଖ କରି ସେ ଏହି ବର୍ଷର ମୋବିଲିଟି ଏକ୍ସପୋକୁ ବହୁତ ବଡ଼ ଆକାର ନେଇଥିବା କହିଛନ୍ତି। ଗତବର୍ଷ ଏହି ପ୍ରଦର୍ଶନୀରେ ୮୦୦ରୁ ଅଧିକ ପ୍ରଦର୍ଶକ ଏବଂ ଦେଢ଼ ଲକ୍ଷରୁ ଅଧିକ ଦର୍ଶକ ଆସିଥିଲେ। ଏଥର ଏଠାରେ ଦର୍ଶକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଇଛି। ଚଳିତ ପ୍ରଦର୍ଶନୀ ସମୟରେ ଅର୍ଥାତ ଆସନ୍ତା ୫ ଦିନ ମଧ୍ୟରେ ଅନେକ ନୂଆ ଯାନ ଏଠାରେ ଉନ୍ମୋଚନ କରାଯିବ ଏବଂ ଏଥିରେ ବହୁ ପ୍ରତିନିଧି ଯୋଗ ଦେବେ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି। ଏହି ଅବିବୃଦ୍ଧି ଭାରତରେ ଯାତାୟାତ କ୍ଷେତ୍ରର ଭବିଷ୍ୟତ ସହ ଜଡ଼ିତ ବହୁତ ସକାରାତ୍ମକ ଦିଗକୁ ଦର୍ଶାଉଛି ବୋଲି ସେ ମତ ରଖିଛନ୍ତି। । କାର୍ଯ୍ୟକ୍ରମ ସ୍ଥଳରେ ପ୍ରଦର୍ଶନୀ ପରିଦର୍ଶନ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଭାରତର ଅଟୋମୋବାଇଲ ଶିଳ୍ପ ଚମତ୍କାର ସୃଷ୍ଟି ସହ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିଛି। ସେ ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।୧୭ ଜାନୁଆରୀରେ ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
January 16th, 04:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଜାନୁଆରୀ ୨୦୨୫ ସକାଳ ପ୍ରାୟ ୧୦:୩୦ରେ ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ର ଉଦ୍ଘାଟନ କରିବେ। ଏହା ଭାରତର ସର୍ବବୃହତ ମୋବିଲିଟି ଏକ୍ସପୋ ।Every citizen of Delhi is saying – AAP-da Nahin Sahenge…Badal Ke Rahenge: PM Modi
January 05th, 01:15 pm
Prime Minister Narendra Modi addressed a massive and enthusiastic rally in Rohini, Delhi today, laying out a compelling vision for the city’s future under BJP’s governance. With resounding cheers from the crowd, the Prime Minister called upon the people of Delhi to usher in an era of good governance by ending a decade of administrative failures and empowering a “double-engine government” to transform the capital into a global model of urban development.PM Modi Calls for Transforming Delhi into a World-Class City, Highlights BJP’s Vision for Good Governance
January 05th, 01:00 pm
Prime Minister Narendra Modi addressed a massive and enthusiastic rally in Rohini, Delhi today, laying out a compelling vision for the city’s future under BJP’s governance. With resounding cheers from the crowd, the Prime Minister called upon the people of Delhi to usher in an era of good governance by ending a decade of administrative failures and empowering a “double-engine government” to transform the capital into a global model of urban development.Bharat Tex 2024 is an excellent platform to highlight India's exceptional capabilities in the textile industry: PM Modi
February 26th, 11:10 am
PM Modi inaugurated Bharat Tex 2024, one of the largest-ever global textile events to be organized in the country at Bharat Mandapam in New Delhi. He said that Bharat Tex connects the glorious history of Indian tradition with today’s talent; technology with traditions and is a thread to bring together style/sustainability/ scale/skill.