ୟାଦ୍ ଭାସେମ୍ – ଦି ୱାର୍ଲ୍ଡ ହୋଲୋକାଷ୍ଟ ରିମେମ୍ବରାନ୍ସ ସେଣ୍ଟର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
February 26th, 09:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହିତ ଆଜି ଜେରୁସାଲେମରେ ୟାଦ୍ ଭାସେମ୍ – ଦି ୱାର୍ଲ୍ଡ ହୋଲୋକାଷ୍ଟ ରିମେମ୍ବରାନ୍ସ ସେଣ୍ଟର ପରିଦର୍ଶନ କରିଥିଲେ ଏବଂ ହୋଲୋକାଷ୍ଟ ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ ସ୍ମାରକ କକ୍ଷରେ ଆୟୋଜିତ ଏକ ଗମ୍ଭୀର ସମାରୋହରେ ଅଂଶଗ୍ରହଣ କରିଥିଲେ । ଏହି ସମାରୋହରେ କ୍ୟାଣ୍ଟର ଦ୍ୱାରା “ଅଲ୍ ମାଲେହ ରହମିମ୍”ର ମର୍ମସ୍ପର୍ଶୀ ପାଠ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନାମ ପୁସ୍ତକ ହଲ୍ ମଧ୍ୟ ପରିଦର୍ଶନ କରିଥିଲେ, ଯେଉଁଠାରେ ହୋଲୋକାଷ୍ଟ ପୀଡିତଙ୍କ ବ୍ୟକ୍ତିଗତ କାହାଣୀ ପ୍ରଦର୍ଶିତ ହେଉଛି ।PM visits Yad Vashem Memorial Museum, homage to victims of holocaust
July 04th, 08:58 pm
PM Narendra Modi today paid homage to the victims of the holocaust at Yad Vashem Memorial Museum in Israel. Israeli PM Benjamin Netanyahu also accompanied the Prime Minister.