‘Restoring Balance’ is a global urgency: PM Modi highlights global health challenges at WHO Global Summit on Traditional Medicine
December 19th, 08:11 pm
PM Modi addressed the closing ceremony of the Second WHO Global Summit on Traditional Medicine in New Delhi. In his address, he noted that the summit is witnessing a confluence of traditional knowledge and modern practices. He highlighted that a special global discussion on Ashwagandha was organised during the summit. The PM called upon all stakeholders to advance traditional medicine with trust, respect and responsibility.ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ହୁ ବିଶ୍ୱ ସମ୍ମିଳନୀର ସମାପ୍ତି ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 19th, 07:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ହୁ ବିଶ୍ୱସ୍ତରୀୟ ସମ୍ମିଳନୀର ସମାପ୍ତି ସମାରୋହକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ଗତ ତିନି ଦିନ ଧରି, ପାରମ୍ପରିକ ଔଷଧ କ୍ଷେତ୍ରରେ ବିଶ୍ୱର ବିଶେଷଜ୍ଞମାନେ ଗମ୍ଭୀର ଏବଂ ଅର୍ଥପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏହି ଉଦ୍ଦେଶ୍ୟରେ ଭାରତ ଏକ ଦୃଢ଼ ମଞ୍ଚ ଭାବରେ କାର୍ଯ୍ୟ କରୁଥିବାରୁ ସେ ଖୁସି ପ୍ରକାଶ କରି ଏହି ପ୍ରକ୍ରିୟାରେ ‘ହୁ’ର ସକ୍ରିୟ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ ସମ୍ମିଳନୀର ସଫଳ ଆୟୋଜନ ପାଇଁ ହୁ, ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏବଂ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଥିଲେ।