ପଶ୍ଚିମ ଏସିଆ ସଂଘର୍ଷ ଉପରେ ଲୋକସଭାରେ ପ୍ରଦତ୍ତ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 23rd, 02:15 pm

ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଏହା ଭାରତ ପାଇଁ ସୃଷ୍ଟି କରୁଥିବା ଆହ୍ବାନ ବିଷୟରେ କହିବାକୁ ମୁଁ ଏହି ମହାନ ସଦନକୁ ଆସିଛି। ପଶ୍ଚିମ ଏସିଆର ପରିସ୍ଥିତି ବର୍ତ୍ତମାନ ଚିନ୍ତାଜନକ। ଗତ ଦୁଇରୁ ତିନି ସପ୍ତାହ ଧରି, ଜୟଶଙ୍କର ଜୀ ଏବଂ ହରଦୀପ ପୁରୀ ଜୀ ଏହି ବିଷୟ ଉପରେ ସଦନକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି। ଏହି ସଙ୍କଟ ବର୍ତ୍ତମାନ ତିନି ସପ୍ତାହରୁ ଅଧିକ ସମୟ ଧରି ଜାରି ରହିଛି। ଏହା ବିଶ୍ୱ ଅର୍ଥନୀତି ଏବଂ ଲୋକଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଉଛି। ତେଣୁ, ସମଗ୍ର ବିଶ୍ୱ ସମସ୍ତ ପକ୍ଷଙ୍କୁ ଏହି ସଙ୍କଟର ଯଥାଶୀଘ୍ର ସମାଧାନ କରିବାକୁ ଅନୁରୋଧ କରୁଛି।

PM Modi addresses the Lok Sabha on the ongoing conflict in West Asia

March 23rd, 02:00 pm

Amid the West Asia conflict, PM Modi addressed the Lok Sabha and remarked that the whole world is urging all parties to work towards the earliest possible resolution of this crisis. Listing the various initiatives taken by the government to assist affected citizens, he reaffirmed India’s unwavering commitment to humanity and peace. He called upon the nation to remain united and cautioned against those who may seek to exploit the situation.

ରାଜ୍ୟସଭା ଅଧ୍ୟକ୍ଷ ଥିରୁ ସି.ପି. ରାଧାକୃଷ୍ଣନଙ୍କ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 01st, 11:15 am

ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି, ଏବଂ ଆଜି ଆମ ସମସ୍ତ ତଥା ଗୃହର ସମସ୍ତ ମାନନୀୟ ସଦସ୍ୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଆପଣଙ୍କୁ ସ୍ୱାଗତ କରିବା ଏବଂ ଆପଣଙ୍କ ମାର୍ଗଦର୍ଶନରେ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଏବଂ ଗୃହ ମାଧ୍ୟମରେ ଦେଶକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ଆପଣଙ୍କ ଅମୂଲ୍ୟ ମାର୍ଗଦର୍ଶନ ଗ୍ରହଣ କରିବା। ଏହା ଆମ ସମସ୍ତଙ୍କ ପାଇଁ ଏକ ମହାନ ସୁଯୋଗ। ଗୃହ ପକ୍ଷରୁ, ମୋ ପକ୍ଷରୁ, ମୁଁ ଆପଣଙ୍କୁ ହୃଦୟର ସହିତ ଅଭିନନ୍ଦନ ଏବଂ ଶୁଭକାମନା ଜଣାଉଛି। ମୁଁ ଆପଣଙ୍କୁ ଏହା ମଧ୍ୟ ଆଶ୍ୱସ୍ତି ଦେଉଛି ଯେ, ଏହି ଗୃହରେ ବସିଥିବା ସମସ୍ତ ମାନନୀୟ ସଦସ୍ୟ, ଉଚ୍ଚ ଗୃହର ମର୍ଯ୍ୟାଦା ବଜାୟ ରଖି, ସର୍ବଦା ଆପଣଙ୍କ ମର୍ଯ୍ୟାଦା ପ୍ରତି ସଚେତନ ରହିବେ ଏବଂ ସୌଜନ୍ୟ ବଜାୟ ରଖିବେ। ମୁଁ ଆପଣଙ୍କୁ ଏହା ଆଶ୍ୱସ୍ତି ଦେଉଛି।

ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ସି.ପି. ରାଧାକୃଷ୍ଣନଙ୍କ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ

December 01st, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାର ପ୍ରଥମ ଅଧ୍ୟକ୍ଷତା ପାଇଁ ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନଙ୍କୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଦିନକୁ ରାଜ୍ୟସଭାର ସମସ୍ତ ମାନ୍ୟବର ସଦସ୍ୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ଭାବରେ ବର୍ଣ୍ଣନା କରିଥିଲେ। ନୂଆ ଅଧ୍ୟକ୍ଷଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ କହିଥିଲେ, ଏହି ଗୃହ ଏବଂ ମୋ ପକ୍ଷରୁ, ମୁଁ ଆପଣଙ୍କୁ ମୋର ହୃଦୟରୁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ମୁଁ ଆପଣଙ୍କୁ ଏହା ମଧ୍ୟ ପ୍ରତିଶ୍ରୁତି ଦେଉଛି ଯେ, ଏହି ଉଚ୍ଚ ସଦନର ସମସ୍ତ ମାନ୍ୟବର ସଦସ୍ୟ ସର୍ବଦା ଏହି ମହାନ ଅନୁଷ୍ଠାନର ମର୍ଯ୍ୟାଦାକୁ ବଜାୟ ରଖିବେ ଏବଂ ନିଜର ମର୍ଯ୍ୟାଦାକୁ ବଜାୟ ରଖିବାରେ ସର୍ବଦା ସତର୍କ ରହିବେ। ଏହା ଆପଣଙ୍କ ପ୍ରତି ମୋର ଦୃଢ଼ ପ୍ରତିଶୃତି।

ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 01st, 10:15 am

ଏହି ଶୀତ କାଳୀନ ଅଧିବେଶନ, ଏହା କେବଳ ଏକ ରୀତିନୀତି ନୁହେଁ। ମୋର ବିଶ୍ୱାସ ଯେ, ଏହି ଶୀତକାଳୀନ ଅଧିବେଶନ ଦେଶକୁ ଦ୍ରୁତ ଗତିରେ ଆଗକୁ ନେବା ପାଇଁ ଚାଲିଥିବା ପ୍ରୟାସକୁ ଶକ୍ତି ଯୋଗାଇବା ପାଇଁ ମଧ୍ୟ କାର୍ଯ୍ୟ କରିବ। ଭାରତ ଗଣତନ୍ତ୍ରରେ ବଞ୍ଚିଛି, ସମୟ ସମୟରେ ଗଣତନ୍ତ୍ରର ଉତ୍ସାହ ଏବଂ ଉଦ୍ଦୀପନାକୁ ଏପରି ଭାବରେ ପ୍ରକାଶ କରିଛି ଯେ ଗଣତନ୍ତ୍ରରେ ବିଶ୍ୱାସ ଦୃଢ ହେବାରେ ଲାଗିଛି। ନିକଟରେ ବିହାରରେ ହୋଇଥିବା ନିର୍ବାଚନରେ ମତଦାନର ରେକର୍ଡ, ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି। ମାଆ ଏବଂ ଭଉଣୀମାନଙ୍କର ବର୍ଦ୍ଧିତ ଯୋଗଦାନ ଏକ ନୂତନ ଆଶା ସୃଷ୍ଟି କରୁଛି, ନିଜ ଉପରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି ହେଉଛି । ଗୋଟିଏ ପଟେ, ଗଣତନ୍ତ୍ରର ଶକ୍ତି ଏବଂ ଏହି ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଅର୍ଥବ୍ୟବସ୍ଥାର ଶକ୍ତି ଉପରେ ମଧ୍ୟ ବିଶ୍ୱର ତୀକ୍ଷଣ ନଜର ରହିଛି। ଭାରତ ପ୍ରମାଣ କରିଛି-ଗଣତନ୍ତ୍ର କାର୍ଯ୍ୟକ୍ଷମ କରିପାରିବ। ଯେଉଁ ଗତିରେ ଭାରତର ଅର୍ଥବ୍ୟବସ୍ଥା ଆଜି ନୂଆ ଶିଖର ଛୁଇଁଛି। ଏହା ଆମକୁ କେବଳ ନୂତନ ଆତ୍ମବିଶ୍ୱାସ ଦିଏ ନାହିଁ, ବରଂ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଅଗ୍ରସର ହେବାରେ ନୂତନ ଶକ୍ତି ମଧ୍ୟ ଦେଇଥାଏ।

ଶୀତକାଳୀନ ଅଧିବେଶନ-୨୦୨୫ ଆରମ୍ଭରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ

December 01st, 10:00 am

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ନିରନ୍ତର ଭାବରେ ଏହାର ଗଣତାନ୍ତ୍ରିକ ପରମ୍ପରାର ଗତିଶୀଳତା ଏବଂ ଆତ୍ମାକୁ ପ୍ରଦର୍ଶନ କରିଚାଲିଛି। ସାମ୍ପ୍ରତିକ ବିହାର ନିର୍ବାଚନର ଉଦାହରଣ ଦେଇ, ସେ ସେଠାରେ ହୋଇଥିବା ରେକର୍ଡ ମତଦାନକୁ ପ୍ରଶଂସା କରିଥିଲେ । ସେ ଏହାକୁ ଦେଶର ଗଣତାନ୍ତ୍ରିକ ଶକ୍ତିର ଏକ ଶକ୍ତିଶାଳୀ ପ୍ରମାଣ ବୋଲି କହିଥିଲେ। ସେ ମହିଳା ଭୋଟରଙ୍କ ବୃଦ୍ଧି ପାଉଥିବା ଅଂଶଗ୍ରହଣକୁ ମଧ୍ୟ ଏକ ଉଲ୍ଲେଖନୀୟ ଏବଂ ଉତ୍ସାହଜନକ ଧାରା ବୋଲି କହିଥିଲେ ଯାହା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନୂତନ ଆଶା ଏବଂ ନୂତନ ଆତ୍ମବିଶ୍ୱାସ ଆଣୁଛି । ସେ ଉଲ୍ଲେଖ କରିଥିଲେ ଯେ ଭାରତର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ମଜବୁତ ହେବା ସହିତ, ଏହି ଗଣତାନ୍ତ୍ରିକ ବ୍ୟବସ୍ଥାଗୁଡ଼ିକ କିପରି ଦେଶର ଅର୍ଥନୈତିକ କ୍ଷମତାକୁ ମଧ୍ୟ ମଜବୁତ କରିଚାଲିଛି ତାହା ଉପରେ ବିଶ୍ୱ ନଜର ରଖିଛି। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ପ୍ରମାଣ କରିଛି ଯେ ଗଣତନ୍ତ୍ର ସଫଳ ପରିଣାମ ପ୍ରଦାନ କରିପାରିବ। ଯେଉଁ ଗତିରେ ଭାରତର ଅର୍ଥନୈତିକ ଅବସ୍ଥା ନୂତନ ଉଚ୍ଚତାକୁ ଆରୋହଣ କରୁଛି ତାହା ନୂତନ ଆତ୍ମବିଶ୍ୱାସ ପ୍ରଦାନ କରୁଛି ଏବଂ ଆମେ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଥିବାବେଳେ ଏହା ଆମକୁ ନୂଆ ଶକ୍ତି ପ୍ରଦାନ କରୁଛି ।“

ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

November 25th, 10:31 am

ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି ଏବଂ ବାତାବରଣ ମଧ୍ୟ ଶୀତଳ ରହିବ। ଆମେ ୨୦୨୪ର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛୁ ଏବଂ ଦେଶ ଅଧିକ ଉତ୍ସାହର ସହିତ ଅଧିକ ଶକ୍ତି ଓ ଉତ୍କଣ୍ଠିତ ଭାବରେ ୨୦୨୫କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛି।

ରାଜ୍ୟସଭାରେ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ଙ୍କୁ ସ୍ୱାଗତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 07th, 03:32 pm

ସର୍ବ ପ୍ରଥମେ ମୁଁ ଆଦରଣୀୟ ସଭାପତି ମହାଶୟ, ଆପଣଙ୍କୁ ଏହି ସଦନ ତରଫରୁ ସମ୍ପୂର୍ଣ୍ଣ ଦେଶ ତରଫରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ଆପଣ ଏକ ସାଧାରଣ ପରିବାରରୁ ଆସି ସଂଘର୍ଷ ମଧ୍ୟରେ ଜୀବନ ଯାତ୍ରାକୁ ଆଗକୁ ବଢ଼ାଇ ଆପଣ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି, ତାହା ଦେଶର ଅନେକ ଲୋକଙ୍କ ପାଇଁ ବାସ୍ତବରେ ଏକ ପ୍ରେରଣାର କାରଣ ଅଟେ। ଏହି ଉଚ୍ଚ ସଦନରେ ଏହି ଗରିମାମୟ ଆସନକୁ ଆପଣ ସୁଶୋଭିତ କରୁଛନ୍ତି ଓ ମୁଁ କହିବି ଯେ କିଠାନାର ଲାଲ୍, ତାଙ୍କର ଉପଲବ୍ଧି ଦେଶ ଦେଖୁଛି ଓ ଦେଶର ଖୁସିର କୌଣସି ତୁଳନା ନାହିଁ।

PM addresses Rajya Sabha at the start of Winter Session of Parliament

December 07th, 03:12 pm

PM Modi addressed the Rajya Sabha at the start of the Winter Session of the Parliament. He highlighted that the esteemed upper house of the Parliament is welcoming the Vice President at a time when India has witnessed two monumental events. He pointed out that India has entered into the Azadi Ka Amrit Kaal and also got the prestigious opportunity to host and preside over the G-20 Summit.

ସଂସଦର ଶୀତକାଳୀନ ଅଧିବେଶନ 2021 ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

November 29th, 10:15 am

ସଂସଦର ଏହି ଅଧିବେଶନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ହିନ୍ଦୁସ୍ତାନର ଚାରିଆଡ଼େ ଏହି ଆଜାଦୀ କା ଅମୃତ ମହୋତ୍ସବ ନିମନ୍ତେ ସୃଜନଶୀଳ, ସକାରାତ୍ମକ, ଜନହିତ ଲାଗି, ରାଷ୍ଟ୍ରହିତ ଲାଗି ଉଦ୍ଦିଷ୍ଟ, ସାଧାରଣ ନାଗରିକମାନଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ୱାଧୀନତା ସଂଗ୍ରାମୀମାନେ ଯେଉଁ ସ୍ୱପ୍ନ ଦେଖିଥିଲେ ସେହି ସ୍ୱପ୍ନକୁ ପୂରଣ କରିବା ଲାଗି ସାଧାରଣ ନାଗରିକମାନେ ମଧ୍ୟ ନିଜର କୌଣସି ନା କୌଣସି ଦାୟିତ୍ୱ ନିର୍ବାହ କରିବା ଲାଗି ପ୍ରୟାସ କରୁଛନ୍ତି। ଏସବୁ ଖବର ଭାରତର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଅତ୍ୟନ୍ତ ଶୁଭ ସଙ୍କେତ।

Whenever it has been about national good, the Rajya Sabha has risen to the occasion: PM

November 18th, 01:48 pm

While addressing the Rajya Sabha, PM Modi said, “Two things about the Rajya Sabha stand out –its permanent nature. I can say that it is eternal. It is also representative of India’s persity. This House gives importance to India’s federal structure.” He added that the Rajya Sabha gave an opportunity to those away from electoral politics to contribute to the nation and its development.

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

November 18th, 01:47 pm

ରାଜ୍ୟସଭାର 250ତମ ଅଧିବେଶନ ଅବସରରେ ସଂସଦର ଉଚ୍ଚ ସଦନରେ ଅନୁଷ୍ଠିତ ସ୍ୱତନ୍ତ୍ର ଆଲୋଚନାରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିବୃତି ରଖିଛନ୍ତି ।

ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

November 18th, 10:09 am

ଏହା ହେଉଛି 2019ର ଶେଷ ଏବଂ ମହତ୍ୱପୂର୍ଣ୍ଣ ଅଧିବେଶନ । କାରଣ ରାଜ୍ୟସଭାର ଏହା ହେଉଛି 250ତମ ଅଧିବେଶନ । ନିଜ ଯାତ୍ରାର ଅନେକ ପ୍ରେରଣାପ୍ରଦ ସ୍ମୃତି ସହିତ ରାଜ୍ୟସଭାର 250ତମ ଅଧିବେଶନ ପ୍ରାରମ୍ଭ ହେଉଛି । ଏହିପରି ଏହି ଅଧିବେଶନ ସମୟରେ 26 ତାରିଖରେ ଆମ ସମ୍ବିଧାନ ଦିବସ ପଡିବ । ଏହା ଆମ ସମ୍ବିଧାନର 70ତମ ବର୍ଷ ହେବ । ଏହି ସମ୍ବିଧାନ ଦେଶର ଏକତା, ଅଖଣ୍ଡତା, ବିବିଧତା ଓ ସୌନ୍ଦର୍ଯ୍ୟକୁ ନିଜ ଭିତରେ ଜାବୁଡି ଧରିଛି ଏବଂ ଦେଶ ପାଇଁ ଏହା ହେଉଛି ପ୍ରେରଣାର ଉତ୍ସ ।

ସଂସଦରେ ସମସ୍ତ ବିଷୟରେ ଆଲୋଚନା କରିବା ପାଇଁ ସରକାର ଆଗ୍ରହୀ: ପ୍ରଧାନମନ୍ତ୍ରୀ

November 18th, 10:08 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଂସଦର ଚଳିତ ଅଧିବେଶନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଛନ୍ତି କାରଣ ଏହା ହେବ ରାଜ୍ୟସଭାର 250ତମ ଅଧିବେଶନ ଏବଂ ଭାରତୀୟ ସମ୍ବିଧାନର 70ତମ ବାର୍ଷିକୀ ।

ସଂସଦର ଶୀତ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

December 11th, 11:05 am

ଆପଣମାନଙ୍କୁ ସମସ୍ତଙ୍କୁ ଶୀତକାଳୀନ ଅଧିବେଶନକୁ ସ୍ୱାଗତ । ଏହି ଅଧିବେଶନ ବେସ ଗୁରୁତ୍ୱପୂର୍ଣ୍ଣ । ମୋର ଆଶା ଯେ ଜନକଲ୍ୟାଣ ଏବଂ ଦେଶର ଲାଭ ପାଇଁ ସାଧାରଣ ଗୁରୁତ୍ୱବହନ କରୁଥିବା ଏବଂ ଦେଶ ପାଇଁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ସମ୍ଭବ କାର୍ଯ୍ୟ ହାସଲ କରିବା ଦିଗରେ ଆମେ ସମସ୍ତେ ପ୍ରୟାସ କରିବା ।

ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

December 15th, 10:33 am

ସାଧାରଣତଃ ଦିପାବଳୀ ସହିତ ଶୀତ ଋତୁ ଆରମ୍ଭ ହୋଇଯାଇଥାଏ । ମାତ୍ର ବୈଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଏବେ ଥଣ୍ଡା ମଧ୍ୟ ଏତେ ମାତ୍ରାରେ ଅନୁଭବ ହେଉ ନାହିଁ ।

Government is ready for open debate on every issue: PM

November 16th, 10:59 am

PM Narendra Modi, in his statement ahead of winter session of Parliament said that Government is ready for open debate on every issue and hopes that it will create a conducive atmosphere for significant and fruitful decisions.

PM's statement to media ahead of the start of winter session

November 26th, 11:08 am