Cabinet approves extension and restructuring of Jal Jeevan Mission
March 10th, 04:12 pm
The Union Cabinet chaired by PM Modi has approved the Ministry of Jal Shakti’s proposal to restructure and reorient the implementation of the Jal Jeevan Mission. JJM 2.0 fosters the vision of Viksit Bharat @2047 with assured 24×7 rural drinking water supply by shifting from infrastructure-centric approach to a citizen-centric utility-based service delivery approach through Structural Reforms.Arya Vaidya Sala has played a significant role in preserving, protecting and advancing Ayurveda: PM Modi
January 28th, 02:39 pm
Addressing the centenary celebrations of Arya Vaidya Sala Charitable Hospital in Kerala, PM Modi said the institution has played a key role in preserving, protecting and advancing Ayurveda. Highlighting the growing holistic approach to healthcare, he noted the opening of 12,000 Ayush Wellness Centres. He expressed happiness that Arya Vaidyasala has consistently validated Ayurveda through science and research, and stressed that Ayurveda must increasingly adopt modern technology and AI.କେରଳର ଆର୍ଯ୍ୟ ବୈଦ୍ୟଶାଳା ଦାତବ୍ୟ ଚିକିତ୍ସାଳୟର ଶତବାର୍ଷିକୀ ସମାରୋହକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 28th, 02:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳସ୍ଥିତ ଆର୍ଯ୍ୟ ବୈଦ୍ୟଶାଳା ଦାତବ୍ୟ ଚିକିତ୍ସାଳୟର ଶତବାର୍ଷିକୀ ସମାରୋହକୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧନ କରିଛନ୍ତି। ସେ କହିଥିଲେ ଯେ, ଏହି ପବିତ୍ର ଅବସରରେ ସମସ୍ତଙ୍କ ସହିତ ଯୋଡ଼ିହେବା ତାଙ୍କ ପାଇଁ ଏକ ଆନନ୍ଦର ବିଷୟ। ଆୟୁର୍ବେଦର ସଂରକ୍ଷଣ, ସୁରକ୍ଷା ଓ ଉନ୍ନତି ଦିଗରେ ଆର୍ଯ୍ୟ ବୈଦ୍ୟଶାଳା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ନିଜର ୧୨୫ ବର୍ଷର ଯାତ୍ରାରେ ଏହି ଅନୁଷ୍ଠାନ ଆୟୁର୍ବେଦକୁ ଏକ ପ୍ରଭାବୀ ଚିକିତ୍ସା ବ୍ୟବସ୍ଥାରେ ପରିଣତ କରିଆସିଛି। ସେ ଏହି ଅବସରରେ ଆର୍ଯ୍ୟ ବୈଦ୍ୟଶାଳାର ପ୍ରତିଷ୍ଠାତା ବୈଦ୍ୟରତ୍ନ ପି.ଏ.ଓ୍ବାରିୟରଙ୍କ ଅବଦାନ ବିଷୟରେ ସ୍ମରଣ କରି କହିଥିଲେ, ଆୟୁର୍ବେଦ ପ୍ରତି ତାଙ୍କର ଆଭିମୁଖ୍ୟ ଓ ଜନ ମଙ୍ଗଳ ପ୍ରତି ସମର୍ପଣଭାବ ଅନୁପ୍ରାଣିତ କରିଚାଲିବ।2030 ପଥେ : ଏକ ମିଳିତ ଭାରତ-ୟୁରୋପୀୟ ସଂଘ ବିସ୍ତୃତ ରଣନୈତିକ ଏଜେଣ୍ଡା
January 27th, 06:48 pm
27 ଜାନୁୟାରୀ 2026 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଷୋଡଶ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ଅନୁମୋଦିତ ମିଳିତ ଭାରତ-ୟୁରୋପୀୟ ସଂଘ ବ୍ୟାପକ ରଣନୀତିକ ଏଜେଣ୍ଡାର ଉଦ୍ଦେଶ୍ୟ ହେଉଛି ଉଭୟ ଅଂଶୀଦାର ଏବଂ ବ୍ୟାପକ ବିଶ୍ୱ ପାଇଁ ପାରସ୍ପରିକ ଲାଭଦାୟକ, ଦୃଢ଼ ଏବଂ ପରିବର୍ତ୍ତନଶୀଳ ଫଳାଫଳ ପ୍ରଦାନ କରିବା ପାଇଁ ୟୁରୋପୀୟ ସଂଘ-ଭାରତ ସହଯୋଗକୁ ବିସ୍ତାର, ଗଭୀର ଏବଂ ଉନ୍ନତ ସମନ୍ୱୟ ମାଧ୍ୟମରେ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ।ପ୍ରଧାନମନ୍ତ୍ରୀ ପାରମ୍ପରିକ ଚିକିତ୍ସା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଦ୍ୱିତୀୟ ବୈଶ୍ୱିକ ଶିଖର ସମ୍ମିଳନୀର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିବେ
December 18th, 04:21 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ଡିସେମ୍ବର ୨୦୨୫ ଅପରାହ୍ଣ ପ୍ରାୟ ୪ଟା ୩୦ରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ପାରମ୍ପରିକ ଚିକିତ୍ସା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଦ୍ୱିତୀୟ ବୈଶ୍ୱିକ ଶିଖର ସମ୍ମିଳନୀରେ ଅଂଶ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ଉଦଯାପନୀ ସମାବେଶରେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମ ବୈଶ୍ୱିକ, ବିଜ୍ଞାନ ଆଧାରିତ ଏବଂ ଜନକୈନ୍ଦ୍ରିକ ପାରମ୍ପରିକ ଚିକିତ୍ସା କାର୍ଯ୍ୟସୂଚୀକୁ ରୂପରେଖ ଦେବା ଦିଗରେ ଭାରତର ବର୍ଦ୍ଧିତ ନେତୃତ୍ୱ ଏବଂ ଅଭ୍ରଣୀ ଭୂମିକାକୁ ଦର୍ଶାଉଛି ।ଇଥିଓପିଆ ସଂସଦର ମିଳିତ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 17th, 12:25 pm
ପ୍ରାଚୀନ ଜ୍ଞାନ ଓ ଆଧୁନିକ ଆକାଂକ୍ଷାର ସମନ୍ୱୟ ଥିବା ଏକ ଜାତିର ହୃଦୟସ୍ଥଳ ତଥା ଗଣତନ୍ତ୍ରର ଏହି ମନ୍ଦିରକୁ ଆସିଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେକରୁଛି। ଆପଣମାନଙ୍କ ସଂସଦ, ଆପଣମାନଙ୍କ ଜନତା ଏବଂ ଆପଣମାନଙ୍କ ଗଣତାନ୍ତ୍ରିକ ଯାତ୍ରା ପ୍ରତି ଗଭୀର ସମ୍ମାନର ସହିତ ମୁଁ ଏଠାକୁ ଆସିଛି।ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
December 17th, 12:12 pm
ପ୍ରଧାନମନ୍ତ୍ରୀ ଭାରତୀୟମାନଙ୍କ ପକ୍ଷରୁ ଇଥିଓପିଆ ସାଂସଦମାନଙ୍କୁ ବନ୍ଧୁତା ଏବଂ ସଦ୍ଭାବନାର ଶୁଭେଚ୍ଛା ଜଣାଇ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ସଂସଦକୁ ସମ୍ବୋଧିତ କରିବା ଏବଂ ଗଣତନ୍ତ୍ରର ଏହି ମନ୍ଦିର ମାଧ୍ୟମରେ, ଇଥିଓପିଆର ଭବିଷ୍ୟତ ଗଠନ କରୁଥିବା ସାଧାରଣ ଜନତା - କୃଷକ, ଉଦ୍ୟୋଗୀ, ଗର୍ବିତ ମହିଳା ଏବଂ ଯୁବକମାନଙ୍କ ସହ କଥା ହେବା ଏକ ସୌଭାଗ୍ୟର ବିଷୟ। ତାଙ୍କୁ ସର୍ବୋଚ୍ଚ ପୁରସ୍କାର - ‘ଗ୍ରେଟ୍ ଅନର ନିଶାନ ଅଫ ଇଥିଓପିଆ’ ପ୍ରଦାନ କରିବା ପାଇଁ ସେ ଇଥିଓପିଆର ଜନତା ଏବଂ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଦୁଇଦେଶର ଗୁରୁତ୍ବପୂର୍ଣ୍ଣ ସମ୍ପର୍କ କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଯେ, ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ରହିଆସିଥିବା ଦୀର୍ଘକାଳୀନ ସମ୍ପର୍କ ରଣନୈତିକ ସହଭାଗୀତା ସ୍ତରକୁ ଉନ୍ନୀତ ହୋଇଛି।Monsoon Session is a symbol of India’s rising stature, and democratic strength: PM Modi
July 21st, 10:30 am
PM Modi has addressed the media during the commencement of the Monsoon Session of Parliament. In his remarks, he touched upon the horrific Pahalgam massacre and lauded the unified voice of India’s political leadership in exposing Pakistan’s role. The PM also noted the global recognition of Digital India, particularly UPI. He affirmed that Naxalism and Maoism are on the decline and also hailed the success of Operation Sindoor.ମୌସୁମୀ ଅଧିବେଶନ ୨୦୨୫ର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି
July 21st, 09:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୌସୁମୀ ଅଧିବେଶନ ୨୦୨୫ ଆରମ୍ଭ ହେବା ପୂର୍ବରୁ ସଂସଦ ପରିସରରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ମୌସୁମୀ ଅଧିବେଶନକୁ ସମସ୍ତଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୌସୁମୀ ନବସୃଜନ ଏବଂ ନବୀକରଣର ପ୍ରତୀକ। ସେ ଏହା ମଧ୍ୟ କହିଥିଲେ ଯେ ସାରା ଦେଶରେ ବର୍ତ୍ତମାନର ପାଣିପାଗ ପରିସ୍ଥିତି ଅନୁକୂଳ ହେଉଛି ଯାହା କୃଷି ପାଇଁ ସମାନ ଭାବରେ ଲାଭଦାୟକ। ସେ କହିଥିଲେ ଯେ ବୃଷ୍ଟିପାତ କେବଳ ଗ୍ରାମୀଣ ଅର୍ଥନୀତି ଏବଂ ଦେଶର ସାମଗ୍ରିକ ଅର୍ଥନୈତିକ ଗଠନରେ ନୁହେଁ ବରଂ ପ୍ରତ୍ୟେକ ପରିବାରର ଆର୍ଥିକ କଲ୍ୟାଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଶ୍ରୀ ମୋଦୀ କହିଛନ୍ତି ଯେ ବର୍ତ୍ତମାନର ସୂଚନା ଆଧାରରେ, ଗତ ଦଶ ବର୍ଷ ତୁଳନାରେ ଚଳିତ ବର୍ଷ ଜଳଭଣ୍ଡାରର ସ୍ତର ତିନି ଗୁଣ ବୃଦ୍ଧି ପାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ବୃଦ୍ଧି ଆଗାମୀ ଦିନରେ ଭାରତର ଅର୍ଥନୀତିକୁ ଯଥେଷ୍ଟ ଲାଭ ଦେବ।Rio de Janeiro Declaration- Strengthening Global South Cooperation for a More Inclusive and Sustainable Governance
July 07th, 06:00 am
The leaders of BRICS countries, met in Rio de Janeiro, Brazil for the 17th BRICS Summit. The leaders reaffirmed their commitment to the BRICS spirit of mutual respect and understanding, sovereign equality, solidarity, democracy, openness, inclusiveness, collaboration and consensus. They strongly condemned terrorism and welcomed the inclusion of new countries as BRICS partner countries.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
June 29th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ, ଅଭିନନ୍ଦନ। ଆପଣମାନେ ଏବେ ଯୋଗର ଶକ୍ତି ଏବଂ ‘ଆନ୍ତର୍ଜାତିକ ଯୋଗଦିବସ’ର ସ୍ମୃତିରେ ପରିପୂର୍ଣ୍ଣ ଥିବ । ଏଥର ମଧ୍ୟ ଜୁନ୍ ୨୧ ତାରିଖ ଦିନ ଦେଶ-ଦୁନିଆର କୋଟି କୋଟି ଲୋକେ ‘ଆନ୍ତର୍ଜାତିକ ଯୋଗ ଦିବସ’ରେ ଅଂଶଗ୍ରହଣ କଲେ । ଆପଣମାନଙ୍କର ମନେଥିବ, ୧୦ ବର୍ଷ ପୂର୍ବେ ଏହାର ଶୁଭାରମ୍ଭ ହୋଇଥିଲା । ଏବେ ୧୦ ବର୍ଷରେ ଏହି ପରମ୍ପରା ପୂର୍ବବର୍ଷ ଅପେକ୍ଷା ଅଧିକରୁ ଅଧିକ ଭବ୍ୟ ହୋଇଚାଲିଛି । ଏହା ଏ ଦିଗକୁ ମଧ୍ୟ ସଂକେତ କରୁଛି କି ଅଧିକରୁ ଅଧିକ ଲୋକ ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାଉଛନ୍ତି । ଆମେମାନେ ଏଥର ମଧ୍ୟ ଯୋଗ ଦିବସର ଅନେକ ଚିତ୍ତାକର୍ଷକ ଛବି ଦେଖିଛୁ । ବିଶାଖାପାଟନମର ସମୁଦ୍ରକୂଳରେ ୩ ଲକ୍ଷ ଲୋକ ଏକାଠି ଯୋଗାଭ୍ୟାସ କଲେ । ବିଶାଖାପାଟନମଠାରୁ ହିଁ ଆଉ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଲା । ଦୁଇ ହଜାରରୁ ଅଧିକ ଆଦିବାସୀ ଛାତ୍ରମାନେ ୧୦୮ ମିନିଟ୍ ପର୍ଯ୍ୟନ୍ତ ୧୦୮ ଥର ସୂର୍ଯ୍ୟ ନମସ୍କାର କଲେ । ଚିନ୍ତା କରନ୍ତୁ ତ, କେତେ ଶୃଙ୍ଖଳା, କେତେ ସମର୍ପଣ ଭାବ ରହିଥିବ ତାଙ୍କର । ଆମର ନୌବାହିନୀର ଜାହାଜ ଉପରେ ମଧ୍ୟ ଯୋଗର ଭବ୍ୟ ଦୃଶ୍ୟମାନ ଦେଖିବାକୁ ମିଳିଲା । ତେଲଙ୍ଗାନାରେ ୩ ହଜାର ଦିବ୍ୟାଙ୍ଗ ସାଥୀମାନେ ଏକସଙ୍ଗେ ଯୋଗ ଶିବିରରେ ଅଂଶଗ୍ରହଣ କଲେ । ସେମାନେ ଦେଖାଇଦେଲେ ଯେ ଯୋଗ କେଉଁଭଳି ଭାବରେ ସଶକ୍ତିକରଣର ମଧ୍ୟ ଗୋଟିଏ ମାଧ୍ୟମ । ଦିଲ୍ଲୀର ଜନସାଧାରଣ ଯୋଗକୁ ସ୍ୱଚ୍ଛ ଯମୁନା ସଂକଳ୍ପ ସହ ସଂଯୁକ୍ତ କଲେ ଏବଂ ଯମୁନା କୂଳରେ ଯାଇ ଯୋଗାଭ୍ୟାସ କଲେ । ଜମ୍ମୁ କାଶ୍ମୀରରେ ଚେନ୍ନାବ ପୋଲ ଯାହା ବିଶ୍ୱର ସବୁଠାରୁ ଉଚ୍ଚତା ବିଶିଷ୍ଟ ରେଳପୋଲ, ସେଠାରେ ମଧ୍ୟ ଲୋକେ ଯୋଗାଭ୍ୟାସ କଲେ । ହିମାଳୟର ବରଫାବୃତ ଶିଖର ଏବଂ ITBPର ଯବାନ, ସେଠାରେ ମଧ୍ୟ ଯୋଗାଭ୍ୟାସ ଦେଖିବାକୁ ମିଳିଲା, ସାହାସ ଏବଂ ସାଧନା ଏକାଠି ଦେଖିବାକୁ ମିଳିଲା । ଗୁଜୁରାଟର ଜନସାଧାରଣ ମଧ୍ୟ ଏକ ନୂତନ ଇତିହାସ ସୃଷ୍ଟି କଲେ । ୱଡନଗରରେ ୨୧୨୧ (ଦୁଇହଜାର ଶହେ ଏକୋଇଶ) ଜଣ ଏକସଙ୍ଗେ ଭୁଜଙ୍ଗାସନ କଲେ ଏବଂ ନୂତନ ରେକର୍ଡ ସୃଷ୍ଟି କଲେ । ନ୍ୟୁୟର୍କ, ଲଣ୍ଡନ, ଟୋକିଓ, ପ୍ୟାରିସ୍, ବିଶ୍ୱର ପ୍ରତ୍ୟେକ ବଡ଼ ସହରରୁ ଯୋଗର ଛବି ଆସିଲା ଏବଂ ପ୍ରତ୍ୟେକ ଛବିରେ ଗୋଟିଏ ବିଶେଷ କଥା ଦେଖିବାକୁ ମିଳିଲା ତାହା ହେଉଛି ଶାନ୍ତି, ସ୍ଥିରତା ଏବଂ ସନ୍ତୁଳନ । ଏଥରର ଥିମ୍ ମଧ୍ୟ ବହୁତ ସ୍ୱତନ୍ତ୍ର ଥିଲା, ‘Yoga for One Earth, One Health’, ଅର୍ଥାତ୍, ‘ଏକ ପୃଥିବୀ – ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ । ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ଦିଗ ଯାହା ଆମକୁ ‘ବସୁଧୈବ କୁଟୁମ୍ବକମ୍’ର ଅନୁଭୂତି ପ୍ରଦାନ କରୁଛି । ଏଥରର ଯୋଗ ଦିବସର ଭବ୍ୟତା ଅଧିକରୁ ଅଧିକ ଲୋକଙ୍କ ଦ୍ୱାରା ଯୋଗକୁ ଆପଣାଇବାକୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି ମୋର ବିଶ୍ୱାସ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
May 25th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ସାରା ଦେଶ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ, ଆକ୍ରୋଶରେ ପୂର୍ଣ୍ଣ ଏବଂ ସଂକଳ୍ପବଦ୍ଧ । ଆଜି ପ୍ରତ୍ୟେକ ଭାରତୀୟର ସଂକଳ୍ପ ହେଉଛି, ଆମକୁ ଆତଙ୍କବାଦର ଅନ୍ତ ଘଟାଇବାକୁ ପଡ଼ିବ । ବନ୍ଧୁଗଣ, ଅପରେଶନ୍ ସିନ୍ଦୂର ସମୟରେ ଆମ ସେନାବାହିନୀ ଯେଉଁ ବୀରତ୍ୱ ପ୍ରଦର୍ଶନ କରିଛନ୍ତି, ତାହା ପ୍ରତ୍ୟେକ ଭାରତୀୟକୁ ଗର୍ବିତ କରିଛି । ଯେଉଁ ସଠିକତା ସହିତ ଆମ ସେନାବାହିନୀ ସୀମା ଆରପାରିରେ ରହିଥିବା ଆତଙ୍କବାଦୀ ଆଡ୍ଡାସ୍ଥଳୀଗୁଡ଼ିକୁ ଧ୍ୱଂସ କଲେ ତାହା ବେଶ୍ ଚମତ୍କାର । ଅପରେଶନ୍ ସିନ୍ଦୂର ସାରା ବିଶ୍ୱରେ ଆତଙ୍କ ବିରୁଦ୍ଧରେ ହେଉଥିବା ସଂଗ୍ରାମକୁ ନୂତନ ବିଶ୍ୱାସ ଏବଂ ଉତ୍ସାହରେ ଭରିଦେଇଛି ।While building a healthy planet, let us ensure that no one is left behind: PM Modi at World Health Assembly
May 20th, 04:42 pm
PM Modi addressed the 78th World Health Assembly, aligning India’s vision with One World for Health. He showcased India’s scalable health models like Ayushman Bharat, tech-driven solutions, and affordable access initiatives. Encouraging inclusion, collaboration and holistic well-being, he called for united global action to ensure no one is left behind.ଜେନେଭାରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ସମାବେଶର ୭୮ ତମ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 20th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜେନେଭାରେ ଅନୁଷ୍ଠିତ ବିଶ୍ୱ ସ୍ୱାସ୍ଥ୍ୟ ସମାବେଶର ୭୮ତମ ଅଧିବେଶନକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି, ସେ ସମସ୍ତ ଉପସ୍ଥିତ ଲୋକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ, ଏହି ବର୍ଷର ବିଷୟବସ୍ତୁ 'ସ୍ୱାସ୍ଥ୍ୟ ପାଇଁ ଗୋଟିଏ ବିଶ୍ୱ' ଉପରେ ଆଲୋକପାତ କରିଥିଲେ ଏବଂ ଏହା ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ଭାରତର ଦୃଷ୍ଟିକୋଣ ସହିତ ସମନ୍ୱିତ ବୋଲି ଗୁରୁତ୍ୱାରୋପ କରିଥିଲେ। ସେ ୨୦୨୩ ବିଶ୍ୱ ସ୍ୱାସ୍ଥ୍ୟ ସମାବେଶରେ ତାଙ୍କର ଅଭିଭାଷଣକୁ ମନେ ପକାଇଥିଲେ, ଯେଉଁଠାରେ ସେ 'ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ' ବିଷୟରେ ଉଲ୍ଲେଖ କରିଥିଲେ। ସେ ମତ ଦେଇଥିଲେ ଯେ , ଏକ ସୁସ୍ଥ ବିଶ୍ୱର ଭବିଷ୍ୟତ ଅନ୍ତର୍ଭୁକ୍ତିକରଣ, ଏକ ସମନ୍ୱିତ ଦୃଷ୍ଟିକୋଣ ଏବଂ ସହଯୋଗ ଉପରେ ନିର୍ଭର କରେ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
February 23rd, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’କୁ ଆପଣ ସମସ୍ତଙ୍କୁ ସ୍ୱାଗତ । ଏବେ ଚମ୍ପିଆନ୍ସ ଟ୍ରଫି ଚାଲିଛି ଏବଂ ଚାରିଆଡ଼େ କ୍ରିକେଟ୍ ବିଷୟରେ ଆଲୋଚନା ହେଉଛି । କ୍ରିକେଟରେ ଶତକର ରୋମାଞ୍ଚ କ’ଣ, ତାହା ତ ଆମେ ସମସ୍ତେ ଭଲ ଭାବେ ଜାଣୁଁ, କିନ୍ତୁ ଆଜି ମୁଁ ଆପଣ ସମସ୍ତଙ୍କୁ କ୍ରିକେଟ୍ ନୁହେଁ, ବରଂ ଭାରତ ମହାକାଶରେ ଯେଉଁ ଶତକ ହାସଲ କରିଛି ସେ ବିଷୟରେ କହିବାକୁ ଯାଉଛି । ଗତ ମାସରେ ଦେଶ ଇସ୍ରୋର ୧୦୦ତମ ରକେଟ୍ ପ୍ରେରଣର ସାକ୍ଷୀ ହେଲା । ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ଏଥିରୁ ମହାକାଶ ବିଜ୍ଞାନରେ ଆମର ନିତ୍ୟନୂତନ ଶିଖର ସ୍ପର୍ଶ କରିବାର ସଂକଳ୍ପ ବିଷୟରେ ମଧ୍ୟ ସୂଚନା ମିଳୁଛି । ଆମର ମହାକାଶ ଯାତ୍ରାର ଶୁଭାରମ୍ଭ ଅତି ସାଧାରଣ ଭାବେ ହୋଇଥିଲା । ଏଥିରେ ପ୍ରତି ପଦକ୍ଷେପରେ ଆହ୍ୱାନ ଥିଲା, କିନ୍ତୁ ଆମ ବୈଜ୍ଞାନିକମାନେ ବିଜୟ ଲାଭ କରି ଆଗକୁ ଆଗକୁ ବଢ଼ିଚାଲିଲେ । ସମୟ ସହିତ ମହାକାଶର ଏହି ଯାତ୍ରାରେ ଆମ ସଫଳତାର ତାଲିକା ଲମ୍ବା ହୋଇ ଚାଲିଲା । ଲଞ୍ଚ ଭେଇକିଲ୍ ନିର୍ମାଣ ହେଉ, ଚନ୍ଦ୍ରଯାନର ସଫଳତା ହେଉ, ମଙ୍ଗଳଯାନ ହେଉ, ଆଦିତ୍ୟ ଏଲ୍- ୱାନ୍ କିମ୍ବା ଗୋଟିଏ ରକେଟରେ ଏକାଥରରେ ୧୦୪ଟି ଉପଗ୍ରହ ପ୍ରେରଣର ଅଭୂତପୂର୍ବ ଅଭିଯାନ ହେଉ – ଇସ୍ରୋର ସଫଳତାର ପରିସର ବିଶାଳ ହୋଇଛି । ଗତ ୧୦ ବର୍ଷରେ ହିଁ ପ୍ରାୟଃ ୪୬୦ ଟି ଉପଗ୍ରହ ଲଞ୍ଚ୍ କରାଯାଇଛି ଏବଂ ଏଥିରେ ଅନ୍ୟ ଦେଶମାନଙ୍କର ମଧ୍ୟ ଅନେକ ଉପଗ୍ରହ ରହିଛି । ଗୋଟିଏ ବଡ଼ କଥା ହେଉଛି ଯେ, ଆମ ମହାକାଶ ବିଜ୍ଞାନୀମାନଙ୍କ ଦଳରେ ନାରୀଶକ୍ତିର ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାଦେଖି ମଧ୍ୟ ମୋତେ ବହୁତ ଖୁସି ଲାଗୁଛି ଯେ, ଆଜି ମହାକାଶ କ୍ଷେତ୍ର ଆମ ଯୁବବର୍ଗଙ୍କର ପ୍ରିୟ ହୋଇଯାଇଛି । କିଛି ବର୍ଷ ପୂର୍ବେ ଏ କଥା କିଏ ବା ଚିନ୍ତା କରିଥିବ ଯେ, ଏହି କ୍ଷେତ୍ରରେ ଷ୍ଟାର୍ଟ-ଅପ୍ ଏବଂ ଘରୋଇ କମ୍ପାନୀଗୁଡ଼ିକର ସଂଖ୍ୟା ଶହ ଶହ ହୋଇଯିବ । ଆମର ଯେଉଁ ଯୁବକ-ଯୁବତୀ ଜୀବନରେ କିଛି ରୋମାଂଚକର ଏବଂ ଉତ୍ସାହଜନକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ମହାକାଶ କ୍ଷେତ୍ର ଗୋଟିଏ ସୁନ୍ଦର ବିକଳ୍ପ ହେବାକୁ ଯାଉଛି ।ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ
February 04th, 07:00 pm
ମୁଁ ମାନ୍ୟବର ରାଷ୍ଟ୍ରପତିଜୀଙ୍କ ସମ୍ୱୋଧନ ଉପରେ ଧନ୍ୟବାଦ ଜଣାଇବାକୁ ଆଜି ଏଠାରେ ଉପସ୍ଥିତ ହୋଇଛି। ଗତକାଲି ଏବଂ ଆଜି ବିଳମ୍ୱିତ ରାତି ପର୍ଯ୍ୟନ୍ତ, ସମସ୍ତ ମାନ୍ୟବର ସାଂସଦମାନେ ସେମାନଙ୍କ ଚିନ୍ତାଧାରା ଦ୍ୱାରା କୃତଜ୍ଞତାର ସହ ସମୃଦ୍ଧ କରିଥିଲେ। ଅନେକ ସମ୍ମାନନୀୟ ଅଭିଜ୍ଞ ସାଂସଦ ମଧ୍ୟ ନିଜର ମତ ବ୍ୟକ୍ତ କରିଥିଲେ, ଏବଂ ସ୍ୱାଭାବିକ ଭାବେ ଗଣତନ୍ତ୍ରର ଏକ ପରମ୍ପରା ମଧ୍ୟ ରହିଛି, ଯେଉଁଠି ଆବଶ୍ୟକତା ଥିଲା, ସେଠାରେ ପ୍ରଶଂସା କରାଯାଉଥିଲା, ଯେଉଁଠି କିଛି ଅସୁବିଧା ଥିଲା, କିଛି ନକାରାତ୍ମକ କଥାବାର୍ତ୍ତା ମଧ୍ୟ ହେଉଥିଲା, କିନ୍ତନ୍ତୁ ଏହା ଅତି ସ୍ୱାଭାବିକ! ଅଧ୍ୟକ୍ଷ ମହୋଦୟ, ଏହା ମୋ ପାଇଁ ଏକ ବଡ଼ ସୌଭାଗ୍ୟ ଯେ ଦେଶର ଲୋକମାନେ ମୋତେ ୧୪ ତମ ଥର ଏହି ସ୍ଥାନରେ ବସି ରାଷ୍ଟ୍ରପତିଜୀଙ୍କ ଅଭିଭାଷଣ ପ୍ରତି କୃତଜ୍ଞତା ବ୍ୟକ୍ତ କରିବାର ସୁଯୋଗ ଦେଇଛନ୍ତି ଏବଂ ସେଥିପାଇଁ ମୁଁ ଆଜି ମଧ୍ୟ ଜନସାଧାରଣଙ୍କୁ ବହୁତ ସମ୍ମାନର ସହ କୃତଜ୍ଞତା ଜଣାଇବାକୁ ଚାହୁଁଛି, ଏବଂ ଯେଉଁମାନେ ଗୃହରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ଆଲୋଚନାକୁ ସମୃଦ୍ଧ କରିଥିଲେ ସେମାନଙ୍କୁ ମଧ୍ୟ ମୁଁ କୃତଜ୍ଞତା ଜଣାଉଛି।ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 04th, 06:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ଦେଇଛନ୍ତି। ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗତକାଲି ଏବଂ ଆଜି ଆଲୋଚନାରେ ଅଂଶଗ୍ରହଣ କରିଥିବା ସମସ୍ତ ମାନ୍ୟବର ସାଂସଦଙ୍କ ଯୋଗଦାନକୁ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଗଣତନ୍ତ୍ରର ପରମ୍ପରାରେ ଆବଶ୍ୟକ ସ୍ଥଳେ ପ୍ରଶଂସା ଏବଂ ଆବଶ୍ୟକ ସ୍ଥଳେ କିଛି ନକାରାତ୍ମକ ମନ୍ତବ୍ୟ ସାମିଲ ଥାଏ, ଯାହା ସ୍ୱାଭାବିକ। ଚତୁର୍ଦ୍ଦଶ ଥର ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିବାକୁ ସୁଯୋଗ ଦେଇଥିବାରୁ ସେ ଜନସାଧାରଣଙ୍କୁ କୃତଜ୍ଞତା ବ୍ୟକ୍ତ କରିଥିଲେ। ଏହି ଆଲୋଚନାରେ ଭାଗ ନେଇଥିବା ସମସ୍ତଙ୍କୁ ସେମାନଙ୍କର ବିଚାର ପାଇଁ ସେ ପ୍ରଶଂସା କରିଥିଲେ।ମେଦବହୁଳତା ବିରୋଧରେ ଲଢ଼ିବା ଏବଂ ତେଲ ବ୍ୟବହାର କମାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଡାକ୍ତର ଓ କ୍ରୀଡାବିତ୍ଙ୍କ ସମେତ ବିଭିନ୍ନ କ୍ଷେତ୍ରରୁ ସମର୍ଥନ
January 31st, 06:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ମେଦବହୁଳତା ବିରୋଧରେ ଲଢ଼େଇ ଏବଂ ତେଲ ବ୍ୟବହାର କମାଇବା ପାଇଁ ଆହ୍ୱାନ ଦେଇଛନ୍ତି । ଏହାକୁ ଡାକ୍ତର, କ୍ରୀଡାବିତ୍ ତଥା ଜୀବନର ବିଭିନ୍ନ ବର୍ଗର ଲୋକମାନଙ୍କ ନିକଟରୁ ବ୍ୟାପକ ସମର୍ଥନ ମିଳିଛି ।ଦିଲ୍ଲୀରେ ୧୨,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 05th, 12:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ୧୨,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସାହିବାବାଦ ଆରଆରଟିଏସ ଷ୍ଟେସନରୁ ନ୍ୟୁ ଅଶୋକ ନଗର ଆରଆରଟିଏସ ଷ୍ଟେସନ ପର୍ଯ୍ୟନ୍ତ ନମୋ ଭାରତ ଟ୍ରେନରେ ଯାତ୍ରା କରିଥିଲେ ପ୍ରଧାନମନ୍ତ୍ରୀ । ଆଞ୍ଚଳିକ ଯୋଗାଯୋଗ ବୃଦ୍ଧି ଏବଂ ଯାତ୍ରାକୁ ସହଜ କରିବା ଏହି ପ୍ରକଳ୍ପଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ରହିଛି ।ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 16th, 10:15 am
୧୦୦ ବର୍ଷ ପୂର୍ବେ ହିନ୍ଦୁସ୍ତାନ ଟାଇମ୍ସକୁ ଉଦଘାଟନକୁ ପୂଜ୍ୟ ବାପୁ କରିଥିଲେ.... ସେମାନେ ଗୁଜୁରାଟୀ ଭାଷୀ ଥିଲେ ଏବଂ ୧୦୦ ବର୍ଷ ପରେ ଆପଣମାନେ ଆଉ ଜଣେ ଗୁଜରାଟୀଙ୍କୁ ଡାକିଛନ୍ତି । ଏହି ଐତିହାସିକ ଯାତ୍ରା ପାଇଁ ମୁଁ ହିନ୍ଦୁସ୍ତାନ ଟାଇମ୍ସକୁ ଅଭିନନ୍ଦନ ଜଣାଉଛି ଏବଂ ଯେଉଁମାନେ ୧୦୦ ବର୍ଷର ଯାତ୍ରାରେ ଏହା ସହିତ ଜଡ଼ିତ ଅଛନ୍ତି, ଯେଉଁମାନେ ନିଜର ଭାତହାଣ୍ଡି ଭାବି କାମ କରିଛନ୍ତି, ସଂଘର୍ଷ କରିଛନ୍ତି, ସଙ୍କଟର ସମ୍ମୁଖୀନ ହୋଇଛନ୍ତି ..., କିନ୍ତୁ ଅଟଳ ରହିଛନ୍ତି । ସେମାନେ ସମସ୍ତେ ଆଜି ଅଭିନନ୍ଦନର ଯୋଗ୍ୟ, ଅଭିନନ୍ଦନର ଯୋଗ୍ୟ। ଆପଣ ସମସ୍ତଙ୍କ ପାଇଁ ୧୦୦ ବର୍ଷର ଯାତ୍ରା ବହୁତ ବଡ ହୋଇଛି । ଆପଣମାନେ ସମସ୍ତେ ଏହି ଅଭିନନ୍ଦନ ପାଇବାକୁ ଯୋଗ୍ୟ ଏବଂ ମୁଁ ଆପଣମାନଙ୍କୁ ଭବିଷ୍ୟତ ପାଇଁ ଅନେକ ଶୁଭେଚ୍ଛା ଜଣାଉଛି । ଯେତେବେଳେ ମୁଁ ଏଠାକୁ ଆସିଥିଲି, ମୁଁ ପରିବାର ସଦସ୍ୟଙ୍କୁ ଭେଟିଥିଲି, କିନ୍ତୁ ମୋତେ ୧୦୦ ବର୍ଷର ଯାତ୍ରାର ଏକ ଚମତ୍କାର ପ୍ରଦର୍ଶନୀ ଦେଖିବାର ସୁଯୋଗ ମିଳିଥିଲା । ମୁଁ ଆପଣମାନଙ୍କୁ ଏହା ମଧ୍ୟ କହିବି ଯେ ଯଦି ସମୟ ଅଛି, ତେବେ ସେଠାରେ କିଛି ସମୟ ବିତାନ୍ତୁ । ଏହା କେବଳ ଏକ ପ୍ରଦର୍ଶନୀ ନୁହେଁ, ମୁଁ କହୁଛି ଏହା ଏକ ଅନୁଭୂତି । ଏମିତି ଲାଗୁଥିଲା ଯେମିତି ୧୦୦ ବର୍ଷର ଇତିହାସ ଆମ ଆଖି ସାମ୍ନାରେ ବିତିଗଲା । ମୁଁ ସେହି ଦିନର ଖବରକାଗଜ ଦେଖିଲି ଯାହା ଦେଶ ସ୍ୱାଧୀନ ହେବା ଏବଂ ସମ୍ବିଧାନ ଗ୍ରହଣ ହେବା ଦିନ ଛପା ଯାଇଥିଲା । ବହୁତ ବଡ ବଡ ଲେଖକ, ମହାନୁଭବ ହିନ୍ଦୁସ୍ତାନ ଟାଇମ୍ସ ପାଇଁ ଲେଖୁଥିଲେ। ମାର୍ଟିନ ଲୁଥର କିଙ୍ଗ, ନେତାଜୀ ସୁଭାଷ ବାବୁ, ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ, ଅଟଳ ବିହାରୀ ବାଜପେୟୀ, ଡ. ଏମ୍.ଏସ୍ ସ୍ଵାମୀନାଥନ ଲେଖା ଆପଣଙ୍କ ଖବରକାଗଜକୁ ଉଜ୍ଜ୍ୱଳ କରିଛି । ପ୍ରକୃତରେ ଏକ ଲମ୍ବା ଯାତ୍ରା ପରେ ଆମେ ଏହି ସ୍ଥାନରେ ପହଞ୍ଚି ପାରିଛୁ । ସ୍ୱାଧୀନତା ପାଇଁ ଲଢ଼େଇ ଠାରୁ ଆରମ୍ଭ କରି ସ୍ୱାଧୀନତା ପରେ ଆଶାର ଅଥଳ ତଳବିହୀନ ସମୁଦ୍ରର ଚଢ଼ିବା ପର୍ଯ୍ୟନ୍ତ ଆମେ ଆଗକୁ ବଢ଼ିଛୁ। ଏହି ଯାତ୍ରା ନିଜେ ହିଁ ଅଭୂତପୂର୍ବ ଏବଂ ଏହା ଆଶ୍ଚର୍ଯ୍ୟଜନକ । ଅକ୍ଟୋବର ୧୯୪୭ରେ କଶ୍ମୀର ର ମିଶ୍ରଣ ପରେ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଯେଉଁ ଉତ୍ସାହ ଥିଲା ତାହା ମୁଁ ଆପଣଙ୍କ ଖବରକାଗଜ ରିପୋର୍ଟରେ ଅନୁଭବ କଲି | କିନ୍ତୁ ସେହି ମୁହୂର୍ତ୍ତରେ ମୁଁ ଏହା ମଧ୍ୟ ଅନୁଭବ କରିଥିଲି ଯେ କିପରି ୭ ଦଶନ୍ଧି ଧରି କାଶ୍ମୀରରେ ଅନିଶ୍ଚିତତା ପରିସ୍ଥିତି ହିଂସାରେ ଘେରି ରହିଥିଲା। ଆଜି ଆପଣଙ୍କ ଖବରକାଗଜ ଜମ୍ମୁ-କଶ୍ମୀରରେ ରେକର୍ଡ ଭୋଟିଂ ଭଳି ଖବର ପ୍ରକାଶ କରୁଛି, ଏହା ବିପରୀତ। ଗୋଟିଏ ପ୍ରକାରରେ ପ୍ରତ୍ୟେକ ଖବରକାଗଜକୁ ଏକ ପ୍ରକାର ଦେଖାଯିବ, ଆପଣଙ୍କ ଆଖି ସେଠାରେ ସ୍ଥିର ହୋଇଯିବ । ଗୋଟିଏ ପଟେ ଆସାମକୁ ଅଶାନ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ଖବର ଆସିଥିବା ବେଳେ ଅନ୍ୟପଟେ ଅଟଳଜୀ ବିଜେପିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଖବର ସାମ୍ନାକୁ ଆସିଥିଲା । ଆଉ କେତେ ଖୁସିର କଥା ଯେ ବିଜେପି ଆଜି ଆସାମରେ ସ୍ଥାୟୀ ଶାନ୍ତି ଆଣିବାରେ ବଡ଼ ଭୂମିକା ଗ୍ରହଣ କରୁଛି ।