ପଡକାଷ୍ଟରେ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପର ଓଡ଼ିଆ ଅନୁବାଦ
March 16th, 11:47 pm
ମୋର ଶକ୍ତି ମୋଦୀ ହେବାରେ ନୁହେଁ; ଏହା ୧୪୦ କୋଟି ଭାରତୀୟଙ୍କ ଠାରୁ ଆସିଛି, ହଜାର ହଜାର ବର୍ଷର ଆମ ଦେଶର ସମୃଦ୍ଧ ସାଂସ୍କୃତିକ ଏବଂ ଐତିହାସିକ ପରମ୍ପରାରୁ ଆସିଛି। ଏହା ହିଁ ମୋର ପ୍ରକୃତ ଶକ୍ତି । ମୁଁ ଯେଉଁଠିକୁ ବି ଯାଏ, ମୁଁ ମୋଦୀ ଭାବେ ଯାଏ ନାହିଁ- ବେଦ ଠାରୁ ଆରମ୍ଭ କରି ବିବେକାନନ୍ଦ ପର୍ଯ୍ୟନ୍ତ ଆମ ସଭ୍ୟତାର ହଜାର ହଜାର ବର୍ଷ ପୁରୁଣା ମହାନ ପରମ୍ପରାକୁ ମୁଁ ସାଙ୍ଗରେ ନେଇ ଯାଇଥାଏ। ମୁଁ ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ବ କରୁଛି, ସେମାନଙ୍କ ସ୍ୱପ୍ନ ଏବଂ ସେମାନଙ୍କ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛି । ସେଥିପାଇଁ ଯେତେବେଳେ ମୁଁ ବିଶ୍ୱର କୌଣସି ନେତାଙ୍କ ସହ ହାତ ମିଳାଉଛି, ତାହା କେବଳ ମୋଦୀଙ୍କ ହାତ ନୁହେଁ- ଏହା ୧୪୦ କୋଟି ଭାରତୀୟଙ୍କ ହାତ। ମୋର ଶକ୍ତି ମୋର ନୁହେଁ; ଏହା ହେଉଛି ଭାରତର ଶକ୍ତି । ଯେତେବେଳେ ବି ଆମେ ଶାନ୍ତି କଥା କହୁଛୁ, ବିଶ୍ୱ ଶୁଣେ, କାରଣ ଏହା ମହାତ୍ମା ଗାନ୍ଧୀଙ୍କ ଦେଶ ବୁଦ୍ଧଙ୍କ ଭୂମି। ଆମେ ସଂଘର୍ଷକୁ ନୁହେଁ; ଆମେ ଶାନ୍ତିକୁ ସମର୍ଥନ କରୁଛୁ। ଆମେ ପ୍ରକୃତି ସହିତ ସଂଘର୍ଷ ଚାହୁଁନାହୁଁ କିମ୍ବା ଜାତି ମାନଙ୍କ ମଧ୍ୟରେ ସଂଘର୍ଷ ଚାହୁଁନାହୁଁ - ଆମେ ଏପରି ଦେଶ ଯିଏ ସହଯୋଗରେ ବିଶ୍ୱାସ କରୁ । ଶାନ୍ତି ପ୍ରତିଷ୍ଠା ଦିଗରେ ଯଦି ଆମେ କୌଣସି ପ୍ରକାର ଅବଦାନ ଦେଇପାରିବା, ତେବେ ଆମେ ସବୁବେଳେ ତାହା କରିବାକୁ ଚେଷ୍ଟା କରୁଛୁ। ମୋ ଜୀବନ ଅତ୍ୟଧିକ ଦାରିଦ୍ର୍ୟରୁ ବାହାରିଥିଲା, ତଥାପି ଆମେ କେବେ ବି ଏହା ଦ୍ୱାରା ବୋଝ ଅନୁଭବ କରିନଥିଲୁ। ସାରା ଜୀବନ ଜୋତା ପିନ୍ଧିଥିବା ବ୍ୟକ୍ତି ଯଦି ହଠାତ୍ ଏହାକୁ ହରାଇଥାନ୍ତି, ତେବେ ସେମାନେ ହୁଏତ ସଂଘର୍ଷ କରିପାରନ୍ତି। କିନ୍ତୁ ଯେଉଁମାନେ କେବେ ଜୋତା ପିନ୍ଧି ନାହାନ୍ତି, ସେମାନଙ୍କ ପାଇଁ ଏଥିରୁ ବଞ୍ଚିତ ହେବାର କୌଣସି ଭାବନା ନଥାଏ- ଆମେ କେବଳ ସେମାନଙ୍କ ଭଳି ଜୀବନ ଅତିବାହିତ କରୁଛୁ।ଏକ ପଡ୍କାଷ୍ଟରେ ଲେକ୍ସ ଫ୍ରିଡ୍ମ୍ୟାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର
March 16th, 05:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପଡ୍କାଷ୍ଟରେ ଲେକ୍ସ ଫ୍ରିଡ଼ମ୍ୟାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ମନଖୋଲା ଆଲୋଚନାରେ କାହିଁକି ସେ ଉପବାସ କରନ୍ତି ଓ ଉପବାସ କରିବାରେ କିପରି ସକ୍ଷମ ହୁଅନ୍ତି ବୋଲି ପ୍ରଶ୍ନ କରାଯିବାରୁ ଉପବାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ସମ୍ମାନ ଭାବେ ଗ୍ରହଣ କରିଥିବାରୁ ଲେକ୍ସ ଫ୍ରିଡମ୍ୟାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ପ୍ରଧାନମନ୍ତ୍ରୀ। ଶ୍ରୀ ମୋଦୀ କହିଥିଲେ, ଭାରତରେ ଧାର୍ମିକ ପରମ୍ପରା ଦୈନନ୍ଦିନ ଜୀବନ ସହିତ ଓତଃପ୍ରୋତ ଭାବେ ଜଡ଼ିତ। ଭାରତର ସୁପ୍ରିମକୋର୍ଟଙ୍କ ବ୍ୟାଖ୍ୟା ଅନୁସାରେ ହିନ୍ଦୁ ଧର୍ମ କେବଳ ଧାର୍ମିକ ବିଧି ବିଧାନ ନୁହେଁ। ବରଂ ଏହା ହେଉଛି ମଣିଷ ଜୀବନକୁ ପଥ ପ୍ରଦର୍ଶନ କରୁଥିବା ଏକ ଦର୍ଶନ। ସେ କହିଥିଲେ ଯେ, ଶୃଙ୍ଖଳିତ ଜୀବନ ପାଇଁ ଉପବାସ ହେଉଛି ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହା ଜଣକର ଅନ୍ତଃ ଓ ବାହ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ, ଉପବାସ ଜଣକର ଇନ୍ଦ୍ରିୟଗୁଡ଼ିକୁ ଆହୁରି ଶକ୍ତିଶାଳୀ କରିଥାଏ, ସେମାନଙ୍କୁ ଆହୁରି ସମ୍ବେଦନଶୀଳ ଓ ସଚେତନ କରିଥାଏ। ସେ ନିଜ ଅନୁଭବରୁ କହିଥିଲେ ଯେ, ଉପବାସ ସମୟରେ କୌଣସି ଟିକିଏ ସୂକ୍ଷ୍ମ କଥାକୁ ମଧ୍ୟ ଜଣେ ସ୍ପଷ୍ଟ ଭାବେ ମନେ ରଖିପାରେ। ସେ ଆହୁରି କହିଥିଲେ, ଚିନ୍ତନ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଥାଏ ଉପବାସ। ଏହା ନୂଆ ଦୃଷ୍ଟିକୋଣ ପ୍ରଦାନ କରିବା ସହିତ ଅଭିନବ ଚିନ୍ତନ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଥାଏ। ଶ୍ରୀ ମୋଦୀ ସ୍ପଷ୍ଟ କରିଥିଲେ ଯେ, କେବଳ ଖାଦ୍ୟ ନ ଖାଇବା ଉପବାସ ନୁହେଁ, ଏହା ହେଉଛି ପ୍ରସ୍ତୁତି ଓ ବିଶୁଦ୍ଧିକରଣର ଏକ ବୈଜ୍ଞାନିକ ପ୍ରକ୍ରିୟା। ସେ କହିଥିଲେ ଯେ, ଉପବାସ କରିବା ପୂର୍ବରୁ ବେଶ୍ କିଛି ଦିନ ଆୟୁର୍ବେଦିକ୍ ଓ ଯୋଗ ଜରିଆରେ ସେ ନିଜ ଶରୀରକୁ ଉପବାସ ପାଇଁ ପ୍ରସ୍ତୁତ କରନ୍ତି। ଏହି ସମୟରେ ନିୟମିତ ଓ ପର୍ଯ୍ୟାପ୍ତ ଭାବେ ପାଣି ପିଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଉପବାସ ଆରମ୍ଭ ହେବା ମାତ୍ରେ ଏହାକୁ ସେ ସମର୍ପଣ ଓ ଆତ୍ମଶୃଙ୍ଖଳା ଏକ କାମ ବୋଲି ବିଚାର କରନ୍ତି। ଏହା ସହିତ ଗଭୀର ଆତ୍ମଚିନ୍ତନ ଓ ଧ୍ୟାନକୁ ଗୁରୁତ୍ୱ ଦିଅନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପବାସ କରିବାର ଏହି ଅଭ୍ୟାସ ତାଙ୍କର ନିଜ ଜୀବନର ଏକ ଘଟଣାରୁ ଆରମ୍ଭ ହୋଇଥିଲା। ସ୍କୁଲରେ ପଢୁଥିବା ବେଳେ ମହାତ୍ମା ଗାନ୍ଧିଙ୍କ ପ୍ରେରଣାରୁ ହୋଇଥିବା ଏକ ଅଭିଯାନରୁ ଏହା ଆରମ୍ଭ ହୋଇଥିଲା। ଯେତେବେଳେ ସେ ପ୍ରଥମ ଥର ଉପବାସ କରିଥିଲେ, ତାଙ୍କ ଶରୀରରେ ଅଧିକ ଶକ୍ତି ଓ ଚେତନା ଆସିଥିବାର ସେ ଅନୁଭବ କରିଥିଲେ। ଏଥିରୁ ସେ ନିଶ୍ଚିତ ହେଲେ ଯେ, ଉପବାସର ଏକ ବଡ଼ ପରିବର୍ତ୍ତନକାରୀ ଶକ୍ତି ଅଛି। ସେ ଉଲ୍ଲେଖ କରିଥିଲେ, ଉପବାସ ତାଙ୍କୁ ମାନ୍ଦା କରିନଥାଏ, ବରଂ ଏହା ତାଙ୍କ କାର୍ଯ୍ୟଦକ୍ଷତାକୁ ଆହୁରି ବୃଦ୍ଧି କରିଥାଏ। ଉପବାସ ସମୟରେ ତାଙ୍କ ମନକୁ ସ୍ୱତଃପ୍ରବୃତ୍ତ ଭାବେ ସକରାତ୍ମକ ଚିନ୍ତନ ଓ ସୃଜନଶୀଳତା ଆପେ ଆପେ ଆସିଥାଏ। ନିଜକୁ ପରିପ୍ରକାଶ କରିବାରେ ଏହା ଏକ ଅତୁଳନୀୟ ଅନୁଭବ ପ୍ରଦାନ କରିଥାଏ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।ରାଜସ୍ଥାନର ଶିକରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ/ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
July 27th, 12:00 pm
ରାଜସ୍ଥାନର ରାଜ୍ୟପାଳ ଶ୍ରୀମାନ କାଲରାଜ ମିଶ୍ର ଜୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ଜୀ, ଅନ୍ୟ ସମସ୍ତ ମନ୍ତ୍ରୀଗଣ, ସଂସଦରେ ମୋର ସାଥିଗଣ, ବିଧାୟଗଗଣ ଏବଂ ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଆଜି ଏହି କାର୍ଯ୍ୟକ୍ରମରେ ଦେଶର ଲକ୍ଷ ଲକ୍ଷ ସ୍ଥାନରୁ ଆମ ସହ କୋଟି କୋଟି କୃଷକ ଆମ ସହିତ ଯୋଡ଼ି ହୋଇଛନ୍ତି । ମୁଁ ରାଜସ୍ଥାନର ଭୂମିରୁ ଦେଶର ସେହି କୋଟି କୋଟି କୃଷକମାନଙ୍କୁ ପ୍ରଣାମ କରୁଛି । ଏବଂ ରାଜସ୍ଥାନର ମୋର ପ୍ରିୟ ଭାଇ-ଭଉଣମାନେ ମଧ୍ୟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଶୋଭା ବୃଦ୍ଧି କରୁଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ ଓ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ
July 27th, 11:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଶିକରରେ ବିଭନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦେଶ ପାଇଁ ୧.୨୫ ଲକ୍ଷ ପିଏମ କିଶାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେସ), ଗନ୍ଧକ ପ୍ରଲେପ ଯୁକ୍ତ ଏକ ନୂଆ କିସମର ୟୁରିଆ ‘ୟୁରିଆ ଗୋଲ୍ଡ’, ୧୬୦୦ କୃଷକ ଉତ୍ପାଦନ ସଂଗଠନକୁ ଡିଜିଟାଲ ବାଣିଜ୍ୟ ଓପନ ନେଟୱର୍କ (ଓଏନଡିସି) ସହ ମିଶ୍ରଣ, ୮.୫ କୋଟି ହିତାଧିକାରୀଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି (ପିଏମକେଆଇଏସଏଏନ) ପାଇଁ ୧୭,୦୦୦ କୋଟି ଟଙ୍କାର ଚତୁର୍ଦଶ କିସ୍ତି ଜାରି, ପାଞ୍ଚଟି ମେଡିକାଲ କଲେଜ ଉଦଘାଟନ ସହ ସାତଟି ମେଡିକାଲ କଲେଜର ଶିଳାନ୍ୟାସ । ୫ଟି ମେଡିକାଲ କଲେଜ ଚିତ୍ତୋରଗଡ଼, ଧୋଲପୁର, ସିରୋହୀ, ଶିକର ଓ ଶ୍ରୀଗଙ୍ଗାନଗର ଠାରେ ଉଦଘାଟିତ ହୋଇଥିବା ବେଳେ ସାତଟି ମେଡିକାଲ କଲେଜ ବରନ, ବୁନ୍ଦି, କାରାଉଲି, ଝୁନଝୁନ, ସୱାଇ ମାଧୋପୁର, ଜୈସଲମେର ଓ ଟୋଙ୍କ ଠାରେ ଶିଳାନ୍ୟାସ ହୋଇଛି । ଏହାଛଡ଼ା ଉଦୟପୁର, ବାଂଶୱାରା, ପ୍ରତାପଗଡ଼ ଓ ଡୁଙ୍ଗରପୁର ଠାରେ ଜିଲ୍ଲାରେ ଛଅଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ଉଦଘାଟନ ହୋଇଥିବା ବେଳେ ଯୋଧପୁରର ଟିଭ୍ରୀ ଠାରେ ମଧ୍ୟ ଏକ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ ପ୍ରଧାନମନ୍ତ୍ରୀ କରିଛନ୍ତି ।This grand welcome ceremony at the White House is an honour for the 1.4 billion people of India: PM Modi
June 22nd, 11:48 pm
PM Modi said the grand welcome ceremony at the White House is a kind of honour for the 1.4 billion people of India. For the same he also expressed his gratitude to President Biden and First Lady Jill Biden. PM Modi said The societies and systems of both India and America are based on democratic principles.ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତ୍ତି
June 22nd, 11:19 pm
ଭାରତ-ଯୁକ୍ତରାଷ୍ଟ୍ର ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଭାଗୀଦାରିତା କେବଳ ଏହି ଦୁଇ ଦେଶ ନିମନ୍ତେ ନୁହେଁ ବରଂ ବୈଶ୍ୱିକ ଅର୍ଥନୀତି ନିମନ୍ତେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଆମେରିକା ଆଜି ଭାରତର ସର୍ବବୃହତ୍ ବାଣିଜ୍ୟ ଅଂଶୀଦାର । ଆମେ ବାଣିଜ୍ୟକୁ ନେଇ ବାକି ରହିଥିବା ସମସ୍ୟାର ପରିସମାପ୍ତି ପାଇଁ ଏକ ନୂତନ ଆରମ୍ଭ ପାଇଁ ସ୍ଥିର କରିଛୁ । ଆଇସିଇଟି ଯାହାର ଅର୍ଥ ହେଲା ଦୂରଦର୍ଶୀ ଓ ନୂଆ କରି ଆସୁଥିବା ପ୍ରଯୁକ୍ତି ନେଇ, ପଦକ୍ଷେପ ବୈଷୟିକ ସହଯୋଗର ମୁଖ୍ୟ ବିଷୟ ହୋଇଛି । ଆମର ସହଯୋଗ କୃତ୍ରିମ ମେଧା, ସେମିକଣ୍ଡକ୍ଟର, ମହାକାଶ, କ୍ୱାଣ୍ଟମ ଓ ଦୂରସଂଚାର ଭଳି କ୍ଷେତ୍ରରେ ସମ୍ପ୍ରସାରଣ କରି ଆମେ ଆମର ଦୃଢ଼ ଓ ଭବିଷ୍ୟତ ଭାଗିଦାରିତା ତିଆରି କରୁଛୁ । ଆମେରିକୀୟ ମାଇକ୍ରନ, ଗୁଗୁଲ ଓ ଆପ୍ଲାଏଡ ମାଟ୍ରିଆଲ୍ସ ପ୍ରଭୃତି କମ୍ପାନୀଙ୍କ ଭାରତରେ ନିବେଶ ଭବିଷ୍ୟତ ଭାଗିଦାରିତାର ଏକ ପ୍ରତୀକ ।ଆମେରିକାର ହ୍ୟୁଷ୍ଟନରେ ଭାରତୀୟ ସମୁଦାୟଙ୍କ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 22nd, 11:59 pm
ଧନ୍ୟବାଦ, ଧନ୍ୟବାଦ ରାଷ୍ଟ୍ରପତି ଟ୍ରମ୍ପ । ବହୁତ ବହୁତ ଧନ୍ୟବାଦ । ହାଓଡି ମାଇଁ ଫ୍ରେଣ୍ଡସ୍ (କେମିତି ଅଛନ୍ତି ବନ୍ଧୁମାନେ) । ଏ ଯେଉଁ ଦୃଶ୍ୟ, ଏ ଯେଉଁ ବାତାବରଣ, ଏହା ହେଉଛି ଅକଳ୍ପନୀୟ, ଆଉ ଯେତେବେଳେ ଟେକ୍ସାସ କଥା ଆସୁଛି, ସବୁ କଥା ଭବ୍ୟ ହୋଇଥିବ, ବିଶାଳ ହୋଇଥିବ, ଏହା ଟେକ୍ସାସର ସ୍ୱଭାବରେ ରହିଛି । ଆଜି ଟେକ୍ସାସ ଉତ୍ସାହ ଓ ଉଦ୍ଦୀପନା ଏଠାରେ ମଧ୍ୟ ପ୍ରତିଫଳିତ ହେଉଛି । ଏହି ବିଶାଳ ଜନ ସମୁଦାୟଙ୍କର ଉପସ୍ଥିତି କେବଳ ଗାଣିତିକ ହିସାବ ମଧ୍ୟରେ ସୀମିତ ନାହିଁ । ଆଜି ଆମେ ଏଠାରେ ଏକ ନୂତନ ଇତିହାସ ନିର୍ମାଣ ହେବା କଥା ଦେଖିପାରୁଛୁ ଆଉ ଏକ ନୂତନ କେମେଷ୍ଟ୍ରି ମଧ୍ୟ ।ଭାରତୀୟ ସମ୍ପ୍ରଦାୟଙ୍କ ଦ୍ୱାରା ହ୍ୟୁଷ୍ଟନରେ ଆୟୋଜିତ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
September 22nd, 11:58 pm
ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେକ୍ସାସର ହ୍ୟୁଷ୍ଟନଠାରେ ଥିବା ଏନଆରଜି ଷ୍ଟାଡିୟମରେ ଆୟୋଜିତ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ 50 ହଜାରରୁ ଅଧିକ ଲୋକଙ୍କୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମିଲ ହୋଇଥିଲେ ।ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଉପରାଷ୍ଟ୍ରପତିଙ୍କୁ ଭେଟିଲେ
June 27th, 12:40 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହ୍ୱାଇଟ ହାଉସଠାରେ ଆମେରିକା ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କୁ ସାକ୍ଷାତ କଲେ । ଦୁଇ ନେତା ପ୍ରମୁଖ କ୍ଷେତ୍ରରେ ଭାରତ-ଆମେରିକା ଭାଗିଦାରୀକୁ ମଜବୁତ କରିବା ଲାଗି ଅନେକ ପ୍ରସଙ୍ଗ ଉପରେ ବିଚାର-ବିମର୍ଶ କଲେ ।ଆମେରିକା ଆମର ମହତ୍ଵପୂର୍ଣ୍ଣ ସହଯୋଗୀ ବୋଲି ଆମେ ବିବେଚନା କରୁ : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ଟ୍ରମ୍ପ
June 27th, 03:33 am
ଆଜି ମିଡିଆକୁ ସମ୍ବୋଧିତ କରିବା ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଲେ ଯେ ,ଭାରତ ଆମର ଭଲ ବନ୍ଧୁ । ସେ କହିଲେ ,ବିଶ୍ୱର ସବୁଠୁ ବଡ ଗଣତନ୍ତ୍ର ନେତାଙ୍କ ସ୍ୱାଗତ କରିବା ତାଙ୍କ ପାଇଁ ବହୁତ ସମ୍ମାନର କଥା ଏବଂ ବୈଠକରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ମଜବୁତ ମିଳିବ । ରାଷ୍ଟ୍ରପତି ଟ୍ରମ୍ପ ଭାରତର ସଂସ୍କୃତି ,ଐତିହ୍ୟ ଏବଂ ପରମ୍ପରା ଏବଂ ଭାରତର ଜନତାଙ୍କର ମଧ୍ୟ ପ୍ରଶଂସା କରିଛନ୍ତି । ଆମେରିକା ରାଷ୍ଟ୍ରପତି କହିଲେ ,''ଭାରତ ଏବଂ ଆମେରିକା ସର୍ବଦା ଏକ ବନ୍ଧୁ ହୋଇ ରହିବ ଏବଂ ଉଭୟ ଉଭୟଙ୍କୁ ସମ୍ମାନ କରିବ ।”ଆମେରିକାକୁ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ବୋଲି ଆମେ ବିବେଚନା କରୁ :ପ୍ରଧାନମନ୍ତ୍ରୀ ମୋଦୀ
June 27th, 03:22 am
ଆମେରିକା ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବକ୍ତବ୍ୟ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ,'' ଆମେରିକାକୁ ଆମର ପ୍ରମୁଖ କାର୍ଯ୍ୟକ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ବୋଲି ଆମେ ବିବେଚନା କରୁ ।'' ପ୍ରଧାନମନ୍ତ୍ରୀ କହିଲେ ଯେ ,ବ୍ୟବସାୟ ,ବାଣିଜ୍ୟ ଏବଂ ନିବେଶ ,ପ୍ରଯୁକ୍ତିବିଦ୍ୟା ଏବଂ ଜ୍ଞାନ ଅର୍ଥବ୍ୟବସ୍ଥା ଭାରତ-ଆମେରିକା ସହଯୋଗର ପ୍ରମୁଖ କ୍ଷେତ୍ର ।ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ,ହ୍ୱାଇଟ ହାଉସଠାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କଲେ
June 27th, 01:23 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷତ କରିଛନ୍ତି । ଦୁଇ ନେତା ଦ୍ୱିପାକ୍ଷିକ ଏବଂ ବିଭିନ୍ନ ଅନ୍ତଃରାଷ୍ଟ୍ରୀୟ ପ୍ରସଙ୍ଗ ଉପରେ ବିଚାରବିମର୍ଶ କରିଛନ୍ତି । ମିଡିଆକୁ ଏକ ସଂକ୍ଷିପ୍ତ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀ ସାଦର ସମ୍ବର୍ଦ୍ଧନା ଲାଗି ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ ଧର୍ମପତ୍ନୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ,''ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତ୍ୟନ୍ତ ହାର୍ଦ୍ଧିକତାର ସହ ସ୍ୱାଗତ କରିଥିଲେ । ମୁଁ ତାଙ୍କୁ ସ୍ୱାଗତ ଲାଗି ଧନ୍ୟବାଦ ଦେଉଛି । ”