୩୧ ଆର୍ଦ୍ରଭୂମି ମାନ୍ୟତା ପ୍ରାପ୍ତ ସହର ତାଲିକାରେ ସ୍ଥାନ ପାଇଥିବାରୁ ଇନ୍ଦୋର ଓ ଉଦୟପୁରକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

January 25th, 05:52 pm

ବିଶ୍ୱର ୩୧ ଆର୍ଦ୍ରଭୂମି ମାନ୍ୟତା ପ୍ରାପ୍ତ ସହର ତାଲିକାରେ ସ୍ଥାନ ପାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇନ୍ଦୋର ଏବଂ ଉଦୟପୁରକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ଏହି ମାନ୍ୟତା ଭାରତର ନିରନ୍ତର ବିକାଶ ତଥା ପ୍ରକୃତି ଏବଂ ସହରୀ ଅଭିବୃଦ୍ଧି ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି ।