ଡକ୍ଟର ଆମ୍ବେଦକରଙ୍କ ଆଦର୍ଶର ମୂଳ ନୀତି ଥିଲା ଐକ୍ୟତା ଓ ସୁସଙ୍ଗତୀକରଣ :ପ୍ରଧାନମନ୍ତ୍ରୀ ମୋଦୀ

April 04th, 01:32 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ନବନିର୍ମିତ ୱେଷ୍ଟର୍ଣ୍ଣ କୋର୍ଟ ଆନେକ୍ସକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦୃଢ଼ ଭାବେ କହିଲେ ଯେ ,ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ନିର୍ଦ୍ଧାରିତ ପଥରେ କେନ୍ଦ୍ର ସରକାର ଚାଲୁଛନ୍ତି । ସେ କହିଲେ ,''ଡକ୍ଟର ଆମ୍ବେଦକରଙ୍କ ଆଦର୍ଶର ମୂଳ ନୀତି ଥିଲା ଐକ୍ୟତା ଓ ସୁସଙ୍ଗତୀକରଣ । ସମାଜରେ ଥିବା ଗରିବଙ୍କ ମଧ୍ୟରେ ଅତ୍ୟନ୍ତ ଗରିବମାନଙ୍କ ପାଇଁ କାର୍ଯ୍ୟ କରିବା ସରକାରଙ୍କ ନୀତି ।''

ୱେଷ୍ଟର୍ଣ୍ଣ କୋର୍ଟ ଆନେକ୍ସରେ ସାଂସଦମାନଙ୍କ ପାଇଁ ସାମୟିକ ଆବାସସ୍ଥଳୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

April 04th, 01:31 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଆଜି ନବନିର୍ମିତ ୱେଷ୍ଟର୍ଣ୍ଣ କୋର୍ଟ ଆନେକ୍ସକୁ ଉଦ୍ଘାଟନ କରିଛନ୍ତି । ଏହାକୁ ସାଂସଦମାନଙ୍କ ପାଇଁ ସାମୟିକ ଆବାସ୍ଥସ୍ଥଳୀ ଭାବେ ବ୍ୟବହାର କରାଯିବ ।