The North East will lead India's future growth: PM Modi at inauguration of Lokapriya Gopinath Bardoloi International Airport in Guwahati, Assam
December 20th, 03:20 pm
Marking a transformative milestone in Assam’s connectivity, PM Modi inaugurated the new terminal building of Lokapriya Gopinath Bardoloi International Airport in Guwahati. He emphasised that for him, the development of Assam is not only a necessity but also a responsibility and an accountability. The PM highlighted that in the past eleven years, development projects worth lakhs of crores of rupees have been initiated for Assam and the Northeast.PM Modi inaugurates New Terminal Building of Lokapriya Gopinath Bardoloi International Airport in Guwahati, Assam
December 20th, 03:10 pm
Marking a transformative milestone in Assam’s connectivity, PM Modi inaugurated the new terminal building of Lokapriya Gopinath Bardoloi International Airport in Guwahati. He emphasised that for him, the development of Assam is not only a necessity but also a responsibility and an accountability. The PM highlighted that in the past eleven years, development projects worth lakhs of crores of rupees have been initiated for Assam and the Northeast.କର୍ଣ୍ଣାଟକର ବେଙ୍ଗଲୁରରେ ବିଭିନ୍ନ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
August 10th, 01:30 pm
କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥାଓ୍ୱରଚନ୍ଦ ଗହଲୋଟ ଜୀ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜୀ, କେନ୍ଦ୍ରରେ ମୋର ସହଯୋଗୀ ମନୋହରଲାଲ ଖଟ୍ଟର ଜୀ, ଏଚ୍ ଡି କୁମାରସ୍ୱାମୀ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ବି. ସୋମନ୍ନା ଜୀ, ସୁଶ୍ରୀ ଶୋଭା ଜୀ, ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଜୀ, କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ ବି.ସୁରେଶ ଜୀ, ବିରୋଧୀ ଦଳ ନେତା ଆର୍. ଅଶୋକ ଜୀ, ସାଂସଦ ତେଜସ୍ୱୀ ସୂର୍ଯ୍ୟା ଜୀ, ଡାକ୍ତର ମଂଜୁନାଥ ଜୀ, ଏମଏଲଏ ବିଜୟେନ୍ଦ୍ର ୟେଡିୟୁରପ୍ପା ଜୀ ଓ କର୍ଣ୍ଣାଟକର ମୋର ଭାଇ ଓ ଭଉଣୀମାନେ,କର୍ଣ୍ଣାଟକର ବେଙ୍ଗାଲୁରୁରେ ପ୍ରାୟ ୨୨,୮୦୦ କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 10th, 01:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁରେ ପ୍ରାୟ ୭,୧୬୦ କୋଟି ଟଙ୍କା ମୂଲ୍ୟର ବାଙ୍ଗାଲୋର ମେଟ୍ରୋର ୟେଲୋ ଲାଇନର ଉଦଘାଟନ କରିଛନ୍ତି ଏବଂ ୧୫୬୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବାଙ୍ଗାଲୋର ମେଟ୍ରୋ ପର୍ଯ୍ୟାୟ - ୩ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେ ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ, , କର୍ଣ୍ଣାଟକର ଭୂମିରେ ପାଦ ଦେବା ପରେ ଏହି ସ୍ଥାନରେ ସେ ଆପଣାର ଭାବନାକୁ ଅନୁଭବ କରିଥିଲେ। କର୍ଣ୍ଣାଟକ ସଂସ୍କୃତିର ସମୃଦ୍ଧି, ଏହାର ଲୋକଙ୍କ ସ୍ନେହ ଏବଂ କନ୍ନଡ ଭାଷାର ମଧୁରତା, ଯାହା ହୃଦୟକୁ ଗଭୀର ଭାବରେ ସ୍ପର୍ଶ କରେ, ସେସବୁ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ବେଙ୍ଗାଲୁରୁର ଅଧିଷ୍ଠାତ୍ରୀ ଦେବୀ ଆନ୍ନାମ୍ମା ଥାଇଙ୍କ ଚରଣରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ଶହ ଶହ ବର୍ଷ ପୂର୍ବେ ନାଦପ୍ରଭୁ କେମ୍ପେଗୌଡ଼ା ବେଙ୍ଗାଲୁରୁ ସହରର ମୂଳଦୁଆ ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କେମ୍ପେଗୌଡ଼ା ପରମ୍ପରାକୁ ମୂଳରେ ରଖି ଏକ ସହରର କଳ୍ପନା କରିଥିଲେ ଏବଂ ପ୍ରଗତିର ନୂତନ ଶିଖରରେ ପହଞ୍ଚିଥିଲେ। ବେଙ୍ଗାଲୁରୁ ସର୍ବଦା ସେହି ଭାବନାକୁ ବଞ୍ଚାଇ ରଖିଛି ଏବଂ ଏହାକୁ ସଂରକ୍ଷଣ କରିଆସିଛି ଏବଂ ଆଜି, ବେଙ୍ଗାଲୁରୁ ସେହି ସ୍ୱପ୍ନକୁ ସାକାର କରୁଛି,ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।ଝରିଆ କୋଇଲା କ୍ଷେତ୍ରରେ ଅଗ୍ନିକାଣ୍ଡ ଓ ଭୂସ୍ଖଳନ ମୁକାବିଲା ଏବଂ ପ୍ରଭାବିତ ପରିବାରର ପୁନର୍ବାସ ପାଇଁ ସଂଶୋଧିତ ଝରିଆ ମାଷ୍ଟର ପ୍ଲାନକୁ କ୍ୟାବିନେଟ ମଞ୍ଜୁରି
June 25th, 03:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ଝରିଆ ମାଷ୍ଟର ପ୍ଲାନକୁ ଅନୁମୋଦନ କରାଯାଇଛି । ଝରିଆ କୋଇଲା କ୍ଷେତ୍ରରେ ଅଗ୍ନିକାଣ୍ଡ ଓ ଭୂସ୍ଖଳନ ମୁକାବିଲା ଏବଂ ପ୍ରଭାବିତ ପରିବାରର ପୁନର୍ବାସ ଲାଗି ଏହି ମାଷ୍ଟର ପ୍ଲାନକୁ ମଞ୍ଜୁରି ମିଳିଛି। ସଂଶୋଧିତ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମୋଟ ୫,୯୪୦ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟ କରାଯିବ। ଯୋଜନା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବା ଦ୍ୱାରା ଅଗ୍ନିକାଣ୍ଡ ଏବଂ ଭୂସ୍ଖଳନ ରୋକିବା ଏବଂ ପ୍ରଭାବିତ ପରିବାରଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସବୁଠାରୁ କଷ୍ଟକର ସ୍ଥାନରୁ ନେଇ ସୁରକ୍ଷିତ ସ୍ଥାନରେ ଥଇଥାନ କରିବା ସୁନିଶ୍ଚିତ ହେବ।ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 20th, 04:16 pm
ଓଡ଼ିଶାର ରାଜ୍ୟପାଳ ହରି ବାବୁ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଜୀ, ପ୍ରଭାତୀ ପରିଡା ଜୀ, ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ତଥା ଓଡ଼ିଶାର ମୋର ସମସ୍ତ ଭାଇ ଓ ଭଉଣୀମାନେ!ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 20th, 04:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟସ୍ତରୀୟ ସମାରୋହରେ ଅଧ୍ୟକ୍ଷତା କରିଛନ୍ତି। ଓଡ଼ିଶାର ସାମଗ୍ରିକ ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ପାନୀୟ ଜଳ, ଜଳସେଚନ, କୃଷି ଭିତ୍ତିଭୂମି, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ରାସ୍ତା ଏବଂ ସେତୁ, ଜାତୀୟ ରାଜପଥର କେତେକ ଖଣ୍ଡ ଏବଂ ଏକ ନୂତନ ରେଳ ଲାଇନ ସମେତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ।ଉଦୀୟମାନ ଉତ୍ତର-ପୂର୍ବ ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 23rd, 11:00 am
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ସୁକାନ୍ତା ମଜୂମଦାର ଜୀ, ମଣିପୁରର ରାଜ୍ୟପାଳ ଅଜୟ ଭଲ୍ଲା ଜୀ, ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଜୀ, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଜୀ, ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାଣିକ ସାହା ଜୀ, ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଜୀ, ସିକିମର ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଜୀ, ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ନେଫିଉ ରିଓ ଜୀ, ମିଜୋରାମର ମୁଖ୍ୟମନ୍ତ୍ରୀ ଲାଲଦୁହୋମା ଜୀ, ସମସ୍ତ ଶିଳ୍ପପତି, ନିବେଶକ, ଭଦ୍ର ମହିଳା ଏବଂ ଭଦ୍ରଲୋକ!ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀ ୨୦୨୫କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 23rd, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀ ୨୦୨୫କୁ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବାଞ୍ଚଳର ଭବିଷ୍ୟତ ପ୍ରତି ଗର୍ବ, ଉତ୍ସାହ ଏବଂ ଅପାର ବିଶ୍ୱାସ ପ୍ରକାଶ କରିଥିଲେ। ଭାରତ ମଣ୍ଡପମରେ ଅନୁଷ୍ଠିତ ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ମନେ ପକାଇ ସେ ଉଲ୍ଲେଖ କରିଥିଲେ ଯେ ଆଜିର କାର୍ଯ୍ୟକ୍ରମ ଉତ୍ତର-ପୂର୍ବରେ ନିବେଶର ଉତ୍ସବ। ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଶିଳ୍ପ ନେତାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତିକୁ ଉଲ୍ଲେଖ କରିଥିଲେ ଏବଂ ଏହି କ୍ଷେତ୍ରରେ ସୁଯୋଗ ବିଷୟରେ ସେମାନଙ୍କର ଉତ୍ସାହ ବିଷୟରେ ଆଲୋଚନା କରିଥିଲେ। ସମସ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଏକ ଅନୁକୂଳ ନିବେଶ ପରିବେଶ ସୃଷ୍ଟି କରିବାରେ ସେମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ନିଜର ଶୁଭକାମନା ଜଣାଇ ପ୍ରଧାନମନ୍ତ୍ରୀ ରାଇଜିଂ ନର୍ଥ ଇଷ୍ଟ ନିବେଶକ ସମ୍ମିଳନୀକୁ ପ୍ରଶଂସା କରିଥିଲେ ଏବଂ ଏହି ଅଞ୍ଚଳର ନିରନ୍ତର ଅଭିବୃଦ୍ଧି ଏବଂ ସମୃଦ୍ଧି ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।ଆସନ୍ତା ମେ ୨୨ରେ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
May 20th, 01:06 pm
ଆସନ୍ତା ୨୨ ତାରିଖରେ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବାହ୍ନ ୧୧ଟାରେ ସେ ବିକାନେର ଯାଇ ଦେଶନୋକେଠାରେ ରହିଥିବା କର୍ଣ୍ଣି ମଠ ପରିଦର୍ଶନ କରିବେ । ପରେ ସାଢେ ୧୧ଟା ବେଳକୁ ଅମ୍ରିତ ଭାରତ ଷ୍ଟେସନ ସ୍କିମ ଯୋଜନା ଅଧୀନରେ ପୁନର୍ଗଠିତ ଦେଶନୋକେ ଷ୍ଟେସନର ଲୋକାର୍ପଣ କରିବେ ଓ ସବୁଜ ପତାକା ଦେଖାଇ ବିକାନେର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ । ପରେ ପଲାନାରେ ୨୬ ହଜାର କୋଟି ଟଙ୍କାର ବିଭିନ୍ନ ବହୁମୁଖୀ ଯୋଜନାର ଶିଳାନ୍ୟାସ, ଭିତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି ।କେରଳର ତିରୁବନନ୍ତପୁରମଠାରେ ଭିଝିଞ୍ଜମ ଅନ୍ତର୍ଜାତୀୟ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
May 02nd, 02:06 pm
କେରଳର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ପି. ବିଜୟନ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀଗଣ, ମଞ୍ଚରେ ଉପସ୍ଥିତ ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ଏବଂ କେରଳର ମୋର ଭାଇ ଓ ଭଉଣୀମାନେ।କେରଳରେ ୮୮୦୦ କୋଟି ଟଙ୍କା ମୂଲ୍ୟର ଭିଜିଞ୍ଜାମ ଅନ୍ତର୍ଜାତୀୟ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 02nd, 01:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ତିରୁଅନନ୍ତପୁରମରେ ୮,୮୦୦ କୋଟି ଟଙ୍କା ମୂଲ୍ୟର ଭିଜିଞ୍ଜାମ ଅନ୍ତର୍ଜାତୀୟ ଗଭୀର ଜଳ ବହୁମୁଖୀ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଭଗବାନ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମବାର୍ଷିକୀର ପବିତ୍ର ଅବସରରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତିନି ବର୍ଷ ପୂର୍ବେ ସେପ୍ଟେମ୍ବର ମାସରେ, ସେ ଆଦି ଶଙ୍କରାଚାର୍ଯ୍ୟଙ୍କ ପୂଜ୍ୟ ଜନ୍ମସ୍ଥାନ ପରିଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ। ତାଙ୍କ ସଂସଦୀୟ କ୍ଷେତ୍ର କାଶୀର ବିଶ୍ୱନାଥ ଧାମ ପରିସରରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ପ୍ରତିଷ୍ଠିତ ହୋଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ। ଏହି ପ୍ରତିଷ୍ଠାନ ଆଦି ଶଙ୍କରାଚାର୍ଯ୍ୟଙ୍କ ବ୍ୟାପକ ଆଧ୍ୟାତ୍ମିକ ଜ୍ଞାନ ଏବଂ ଶିକ୍ଷା ପ୍ରତି ଏକ ଶ୍ରଦ୍ଧାଞ୍ଜଳିର ସ୍ୱରୂପ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ତାଙ୍କୁ ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ଧାମରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦିବ୍ୟ ପ୍ରତିମା ଉନ୍ମୋଚନ କରିବାର ଗୌରବ ମଧ୍ୟ ମିଳିଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଆଉ ଏକ ସ୍ୱତନ୍ତ୍ର ଅବସର, କାରଣ ଆଜି କେଦାରନାଥ ମନ୍ଦିରର ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲାଯାଇଛି। କେରଳରୁ ଜନ୍ମିତ ଆଦି ଶଙ୍କରାଚାର୍ଯ୍ୟ ଦେଶର ବିଭିନ୍ନ କୋଣରେ ମଠ ପ୍ରତିଷ୍ଠା କରିଥିଲେ, ଯାହା ଦ୍ୱାରା ଜାତୀୟ ଚେତନା ଜାଗ୍ରତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଆଦି ଶଙ୍କରଙ୍କ ପ୍ରୟାସ ଏକ ସୁସଂହତ ଏବଂ ଆଧ୍ୟାତ୍ମିକ ଭାବରେ ପ୍ରବୁଦ୍ଧ ଭାରତ ପାଇଁ ମୂଳଦୁଆ ସ୍ଥାପନ କରିଥିଲା।୪୬ତମ ପ୍ରଗତି ଆଲୋଚନାରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ
April 30th, 08:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନେଇ ସକ୍ରିୟ ଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟକାରିତା ପାଇଁ ଆଇସିଟି ଆଧାରିତ ମଲ୍ଟି-ମୋଡାଲ୍ ପ୍ଲାଟଫର୍ମ ପ୍ରଗତିର ୪୬ତମ ସଂସ୍କରଣର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ ।ଫଳାଫଳ ତାଲିକା : ପ୍ରଧାନମନ୍ତ୍ରୀଙ୍କ ଥାଇଲାଣ୍ଡ ଗସ୍ତ
April 03rd, 08:36 pm
ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ଥାଇଲାଣ୍ଡର ଡିଜିଟାଲ୍ ଅର୍ତନୀତି ଏବଂ ସମାଜ ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାବିଭିନ୍ନ ରେଳ ପ୍ରକଳ୍ପର ଉଦ୍ ଘାଟନ ଓ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 06th, 01:00 pm
ତେଲେଙ୍ଗାନାର ରାଜ୍ୟପାଳ ଶ୍ରୀ ଜିଷ୍ଣୁ ଦେବ ବର୍ମାଜୀ, ଓଡ଼ିଶାର ରାଜ୍ୟପାଳ ଶ୍ରୀ ହରି ବାବୁ ଜୀ, ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଜୀ, ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଶ୍ରୀ ଓମାର ଅବଦୁଲ୍ଲା ଜୀ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଶ୍ରୀ ରେବନ୍ତ ରେଡ୍ଡୀ ଜୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ ଜୀ, ଜି କିଶନ ରେଡ୍ଡୀ ଜୀ, ଜିତେନ୍ଦ୍ର ସିଂହ ଜୀ, ଭି ସୋମୈୟା ଜୀ, ରବନୀତ ସିଂ ବିଟ୍ଟୁ ଜୀ, ବନ୍ଦୀ ସଞ୍ଜୟ କୁମାର ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦ, ବିଧାୟକଗଣ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ ।ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 06th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନୂତନ ଜାମ୍ମୁ ରେଳ ଡିଭିଜନର ଉଦଘାଟନ କରିଥିଲେ। ସେ ପୂର୍ବତଟ ରେଳବାଇର ରାୟଗଡ଼ା ରେଳ ଡିଭିଜନ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ତେଲଙ୍ଗାନାରେ ଚାରଲାପଲ୍ଲୀ ନୂତନ ଟର୍ମିନାଲ ଷ୍ଟେସନର ଉଦଘାଟନ କରିଥିଲେ।ଡିସେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ
December 16th, 03:19 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୭ ତାରିଖରେ ରାଜସ୍ଥାନ ଗସ୍ତରେ ଯିବେ । ଏହି ଅବସରରେ ରାଜସ୍ଥାନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ‘ଏକ ବର୍ଷ-ପରିଣାମ ଉତ୍କର୍ଷ’ରେ ସେ ସାମିଲ ହେବେ । ଗସ୍ତ କାଳରେ ସେ ରାଜସ୍ଥାନର ଜୟପୁରଠାରେ ୪୬,୩୦୦ କୋଟି ଟଙ୍କାର ଶକ୍ତି, ସଡ଼କ, ରେଲୱେ ଏବଂ ଜଳ ସମ୍ପର୍କିତ ୨୪ଟି ପ୍ରକଳ୍ପର ଉଦଘାଟନ କିମ୍ବା ଶିଳାନ୍ୟାସ କରିବେ ।ଗୁଜରାଟର ଲୋଥାଲସ୍ଥିତ ନ୍ୟାସନାଲ୍ ମାରିଟାଇମ୍ ହେରିଟେଜ୍ କମ୍ପ୍ଲେକ୍ସ (ଏନଏମଏଚସି)ର ବିକାଶକୁ କ୍ୟାବିନେଟ୍ ମଞ୍ଜୁରୀ
October 09th, 03:56 pm
ସ୍ୱେଚ୍ଛାକୃତ ସମ୍ବଳ/ ଅବଦାନ ମାଧ୍ୟମରେ ପାଣ୍ଠି ସଂଗ୍ରହ କରି ଏବଂ ପାଣ୍ଠି ସଂଗ୍ରହ ପରେ ତାହାକୁ କାର୍ଯ୍ୟକାରୀ କରି ମାଷ୍ଟର ପ୍ଲାନ୍ ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପାଇଁ କ୍ୟାବିନେଟ୍ ନୀତିଗତ ଅନୁମୋଦନ ପ୍ରଦାନ କରିଛି।ତିନୋଟି ବନ୍ଦେ ଇଣ୍ଡିଆ ଟ୍ରେନ୍ ର ପତାକା ଉତ୍ତୋଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 31st, 12:16 pm
କେନ୍ଦ୍ର ସରକାରରେ ମୋର ସାଥୀ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଜୀ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲଜୀ, ତାମିଲନାଡୁର ରାଜ୍ୟପାଳ ଆରଏନ ରବି, କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ, ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମନ୍ତ୍ରୀମଣ୍ଡଳର ମୋର ଅନ୍ୟ ସହଯୋଗୀ, ରାଜ୍ୟର ଉପମୁଖ୍ୟମନ୍ତ୍ରୀଗଣ, ମନ୍ତ୍ରୀ, ସାଂସଦଗଣ ... ଦେଶର ବିଭିନ୍ନ ସ୍ଥାନ ସହ ଜଡ଼ିତ ଅନ୍ୟ ଜନପ୍ରତିନିଧିଗଣ ... ଭଦ୍ର ମହିଳା ଓ ପୁରୁଷ ମାନେଭିଡିଓ କନଫରେନ୍ସିଂ ଜରିଆରେ ୩ଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
August 31st, 11:55 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ତିନୋଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରି ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ୍ ମେରଠ-ଲକ୍ଷ୍ନୌ, ମଦୁରାଇ-ବେଙ୍ଗାଲୁରୁ ଏବଂ ଚେନ୍ନାଇ-ନାଗରକୋଇଲ ଭଳି ତିନୋଟି ମାର୍ଗରେ ଯୋଗାଯୋଗରେ ଉନ୍ନତି ଆଣିବ। ଏହି ଟ୍ରେନ୍ ଗୁଡ଼ିକ ଉତ୍ତରପ୍ରଦେଶ, ତାମିଲନାଡୁ ଏବଂ କର୍ଣ୍ଣାଟକରେ ଯୋଗାଯୋଗକୁ ପ୍ରୋତ୍ସାହିତ କରିବ।