ଭିଡିଓ କନଫରେନ୍ସିଂ ମାଧ୍ୟମରେ ଖେଲୋ ଇଣ୍ଡିଆ ସମ୍ଵାଦ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 27th, 11:15 am
ଖେଲୋ ଇଣ୍ଡିଆ ଡାଏଲଗ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ସେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରୀଡ଼ା ସମ୍ପର୍କକୁ ସୁଦୃଢ଼ କରିବାରେ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦ ଜୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ । 2036 ଅଲିମ୍ପିକ୍ସ ପୂର୍ବରୁ କ୍ରୀଡ଼ା ବିଭାଗରେ ଭାରତର ଅଂଶଗ୍ରହଣକୁ ବ୍ୟାପକ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ଫିଟନେସକୁ ପ୍ରୋତ୍ସାହନ ଦେବା, ସ୍ଥିରତା ସୃଷ୍ଟି କରିବା ଏବଂ ଯୁବକମାନଙ୍କୁ ନିଶା କବଳରୁ ଦୂରେଇ ରଖିବାରେ କ୍ରୀଡ଼ାର ଭୂମିକା ଉପରେ ଆଲୋକପାତ କରିଥିଲେ ।ଖେଲୋ ଇଣ୍ଡିଆ ଡାଏଲଗରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ ମୋଦୀ
August 27th, 11:00 am
ଖେଲୋ ଇଣ୍ଡିଆ ଡାଏଲଗ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ସେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରୀଡ଼ା ସମ୍ପର୍କକୁ ସୁଦୃଢ଼ କରିବାରେ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦ ଜୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ । 2036 ଅଲିମ୍ପିକ୍ସ ପୂର୍ବରୁ କ୍ରୀଡ଼ା ବିଭାଗରେ ଭାରତର ଅଂଶଗ୍ରହଣକୁ ବ୍ୟାପକ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ଫିଟନେସକୁ ପ୍ରୋତ୍ସାହନ ଦେବା, ସ୍ଥିରତା ସୃଷ୍ଟି କରିବା ଏବଂ ଯୁବକମାନଙ୍କୁ ନିଶା କବଳରୁ ଦୂରେଇ ରଖିବାରେ କ୍ରୀଡ଼ାର ଭୂମିକା ଉପରେ ଆଲୋକପାତ କରିଥିଲେ ।140 କୋଟି ଲୋକ ଅନେକ ପରିବର୍ତ୍ତନ କରୁଛନ୍ତି : ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
November 26th, 11:30 am
ମୋର ପରିବାରଜନ, ନଭେମ୍ବର ୨୬ ତାରିଖର ଆଜିର ଦିନଟି ଅନ୍ୟ ଏକ କାରଣରୁ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । ୧୯୪୯ ମସିହାରେ ଆଜିର ଦିନରେ ହିଁ ସମ୍ବିଧାନ ସଭା ଭାରତର ସମ୍ବିଧାନ ପ୍ରଣୟନ କରିଥିଲେ । ମୋର ମନେଅଛି, ୨୦୧୫ରେ ଯେତେବେଳେ ଆମେ ବାବା ସାହେବ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଥିଲୁ, ସେତେବେଳେ ମନକୁ ଗୋଟିଏ କଥା ଆସିଥିଲା ଯେ, ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯିବା ଉଚିତ । ସେହିଦିନ ଠାରୁ ଆଜିର ଦିନଟିକୁ ପ୍ରତିବର୍ଷ ସମ୍ବିଧାନ ଦିବସ ରୂପେ ଆମେ ପାଳନ କରିଆସୁଛୁ । ମୁଁ ସମସ୍ତ ଦେଶବାସୀଙ୍କୁ ସମ୍ବିଧାନ ଦିବସ ଉପଲକ୍ଷେ ଶୁଭକାମନା ଜଣାଉଛି । ଆଉ ଆମେ ସବୁ ମିଶି ନାଗରିକର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ, ବିକଶିତ ଭାରତର ସଂକଳ୍ପକୁ ନିଶ୍ଚିତ ଭାବେ ପୂରଣ କରିବା ।ଆଜି ଆମେ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ସ୍ୱପ୍ନ ନେଇ ଆଗକୁ ବଢ଼ୁଛୁ ଏବଂ ତାହା ସର୍ଦ୍ଦାର ପଟେଲଙ୍କ ଦ୍ଵାରା ହିଁ ସମ୍ଭବ ହୋଇପାରିଛି :ପ୍ରଧାନମନ୍ତ୍ରୀ ମୋଦୀ
September 17th, 12:26 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଗୁଜରାଟର ଧାବୋଇଠାରେ 'ଜାତୀୟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ' ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବକ ଏକ ଫଳକ ଅନାବରଣ କରିଛନ୍ତି । ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ,'' ଆମେ ଆଦିବାସୀ ସମୁଦାୟ ସହିତ ଜଡିତ ଆମର ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରୁଛୁ ଯେଉଁମାନେ ଉପନିବେଶବାଦ ବିରୋଧରେ ନିଜର ସ୍ୱର ଉତ୍ତୋଳନ କରିଥିଲେ ।ସର୍ଦ୍ଦାର ସରୋବର ନଦୀବନ୍ଧକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ; ଦାଭୋଇ ନର୍ମଦା ମହୋତ୍ସବର ଉଦ୍ଯାପନୀ ଉତ୍ସବରେ ଯୋଗଦାନ
September 17th, 12:25 pm
ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ଦ୍ଦାର ସରୋବର ନଦୀବନ୍ଧ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । କେଭାଡିଆ ଠାରେ ମନ୍ତ୍ର ଉଚ୍ଚାରଣ କରାଯାଇ ଏହି ସମାରୋହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଏହି ଅବସରକୁ ସ୍ମରଣୀୟ କରିବା ଲାଗି ଏକ ଫଳକ ଅନାବରଣ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ‘ଷ୍ଟେଚ୍ୟୁ ଅଫ୍ ୟୁନିଟି’ ନିର୍ମାଣସ୍ଥଳୀ ପରିଦର୍ଶନରେ ଯାଇଥିଲେ । ସାଧୁ ବେଟ୍ ଠାରେ ଥିବା ଏହି ସ୍ଥାନରେ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି, ଯାହା ସର୍ଦ୍ଦାର ସରୋବର ନଦୀବନ୍ଧ ଠାରୁ କିଛି ଦୂରରେ ଅବସ୍ଥିତ । ପ୍ରଧାନମନ୍ତ୍ରୀ ସେଠାରେ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟର ଅଗ୍ରଗତି ନିରୀକ୍ଷଣ କରିଥିଲେ ।