ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ରୁଷର ବୈଦେଶିକ ମନ୍ତ୍ରୀ
May 14th, 04:43 pm
ଋଷ ସଂଘର ବୈଦେଶିକ ମନ୍ତ୍ରୀ, ମହାମହିମ ଶ୍ରୀ ସର୍ଗେ ଲାଭରୋଭ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।First Deputy PM of Russia Denis Manturov calls on PM Modi
April 02nd, 07:17 pm
The First Deputy Prime Minister of the Russian Federation, Denis Manturov, called on PM Modi and briefed him on the progress in various areas of mutually beneficial cooperation. The PM expressed satisfaction at the sustained efforts being made by both sides and extended warm greetings to President Putin.ରୁଷ ରାଷ୍ଟ୍ରପତିଙ୍କ ଆବାସ ଉପରେ ଆକ୍ରମଣ ଖବରକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ
December 30th, 12:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତିଙ୍କ ଆବାସକୁ ଲକ୍ଷ୍ୟ କରି ହୋଇଥିବା ଆକ୍ରମଣ ଖବରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।ଆସାମର ନାମରୂପରେ ୟୁରିଆ ପ୍ଲାଣ୍ଟର ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 21st, 04:25 pm
ଆସାମର ରାଜ୍ୟପାଳ ଶ୍ରୀ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା, କେନ୍ଦ୍ର ସରକାରରେ ମୋର ସାଥୀ ଏବଂ ଏଠାରେ ଉପସ୍ଥିତ ଆପଣମାନଙ୍କର ପ୍ରତିନିଧି, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଆସାମ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକବୃନ୍ଦ, ଅନ୍ୟ ମହାନୁଭବଗଣ, ଏବଂ ବିଶାଳ ସଂଖ୍ୟାରେ ଆମକୁ ଆଶୀର୍ବାଦ ଦେବା ପାଇଁ ଆସିଥିବା ମୋର ସମସ୍ତ ଭାଇ ଓ ଭଉଣୀମାନେ । ମୁଁ ସେଠାରେ ଏହାଠାରୁ ଅଧିକ ଉତ୍ସାହୀ ଲୋକମାନଙ୍କୁ ଦେଖିପାରୁଛି ।ଆସାମ ଭ୍ୟାଲି ଫର୍ଟିଲାଇଜର ଆଣ୍ଡ କେମିକାଲ କମ୍ପାନୀ ଲିମିଟେଡର ଆମୋନିଆ-ୟୁରିଆ ସାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 21st, 12:00 pm
ଶ୍ରୀ ମୋଦୀ କହିଥିଲେ ଯେ ସେ ଦେଖୁଛନ୍ତି ଯେ, ଆଗକୁ ବହୁ ସଂଖ୍ୟାରେ ଲୋକମାନେ ଏକାଠି ହୋଇ ସେମାନଙ୍କ ଭଲପାଇବାକୁ ବଢାଉଛନ୍ତି । ସେ ବିଶେଷ କରି ମାଆ ଏବଂ ଭଉଣୀମାନଙ୍କ ଉପସ୍ଥିତି ଉପରେ ଆଲୋକପାତ କରି କହିଥିଲେ ଯେ ସେମାନେ ଆଣିଥିବା ପ୍ରେମ ଏବଂ ଆଶୀର୍ବାଦ ଅସାଧାରଣ ଥିଲା। ସେ କହିଥିଲେ ଯେ ଅନେକ ଭଉଣୀ ଆସାମର ଚା' ବଗିଚାର ସୁଗନ୍ଧ ନେଇ ଆସିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସୁଗନ୍ଧ ଆସାମ ସହିତ ତାଙ୍କର ସମ୍ପର୍କରେ ଏକ ଅନନ୍ୟ ଅନୁଭବ ସୃଷ୍ଟି କରିଥାଏ। ସେ ଉପସ୍ଥିତ ସମସ୍ତଙ୍କୁ ପ୍ରଣାମ କରିଥିଲେ ଏବଂ ସେମାନଙ୍କ ସ୍ନେହ ଓ ଭଲପାଇବା ପାଇଁ କୃତଜ୍ଞତା ବ୍ୟକ୍ତ କରିଥିଲେ।ରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତର ପରିଣାମଗୁଡ଼ିକର ତାଲିକା
December 05th, 05:53 pm
ଭାରତ ଏବଂ ରୁଷ ସରକାରଙ୍କ ମଧ୍ୟରେ ଗୋଟିଏ ଦେଶର ନାଗରିକଙ୍କ ଅନ୍ୟ ଦେଶର ଅଞ୍ଚଳରେ ଅସ୍ଥାୟୀ ଶ୍ରମ କାର୍ଯ୍ୟକଳାପ ଉପରେ ରାଜିନାମା।23ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀ ପରେ ମିଳିତ ବକ୍ତବ୍ୟ
December 05th, 05:43 pm
ଭାରତ ଏବଂ ରୁଷ ମଧ୍ୟରେ ସ୍ୱତନ୍ତ୍ର ଏବଂ ବିଶେଷାଧିକାରପ୍ରାପ୍ତ ରଣନୀତିକ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ଦୁଇ ଦେଶର ନେତାମାନେ ସେମାନଙ୍କର ସମର୍ଥନକୁ ଦୋହରାଇଛନ୍ତି। ଚଳିତ ବର୍ଷ ଭାରତ ଏବଂ ରୁଷ ମଧ୍ୟରେ ରଣନୀତିକ ଭାଗିଦାରୀ ଘୋଷଣାର 25ତମ ବାର୍ଷିକୀ ଯାହାକି ଅକ୍ଟୋବର 2000 ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ପ୍ରଥମ ଭାରତ ଗସ୍ତ ସମୟରେ ପ୍ରତିଷ୍ଠା କରାଯାଇଥିଲା।ନୂଆଦିଲ୍ଲୀର ଭାରତ ମଣ୍ଡପମରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଭାରତ-ରୁଷ ବ୍ୟବସାୟ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 05th, 03:45 pm
ପୀୟୁଷ ଜୀ ଯେପରି ଉଲ୍ଲେଖ କରିଥିବା ବିଭିନ୍ନ ବିଷୟଗୁଡ଼ିକୁ ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା ବର୍ଣ୍ଣିତ ସମ୍ଭାବନାଗୁଡ଼ିକୁ ବିଚାର କରି, ଆମେ ବହୁତ କମ୍ ସମୟ ମଧ୍ୟରେ ବିଶାଳ ଲକ୍ଷ୍ୟ ମଧ୍ୟ ହାସଲ କରିପାରିବା। ବ୍ୟବସାୟ ହେଉ କିମ୍ବା କୂଟନୀତି, ଯେକୌଣସି ସହଭାଗୀର ମୂଳଦୁଆ ହେଉଛି ପାରସ୍ପରିକ ବିଶ୍ୱାସ। ଏହି ବିଶ୍ୱାସ ହେଉଛି ଭାରତ-ରୁଷ ସମ୍ପର୍କର ସବୁଠାରୁ ବଡ଼ ଶକ୍ତି। ଏହା ଆମର ମିଳିତ ପ୍ରୟାସକୁ ଦିଗଦର୍ଶନ ଏବଂ ଗତି ପ୍ରଦାନ କରେ। ଏହା ହେଉଛି ଲଞ୍ଚ ପ୍ୟାଡ୍ ଯାହା ଆମକୁ ନୂତନ ସ୍ୱପ୍ନ ଏବଂ ଆକାଂକ୍ଷାକୁ ଆଗକୁ ବଢାଇବା ପାଇଁ ପ୍ରେରଣା ଦିଏ। ଗତ ବର୍ଷ, ରାଷ୍ଟ୍ରପତି ପୁଟିନ ଏବଂ ମୁଁ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟରେ ୧୦୦ ବିଲିୟନ ଡଲାର ଅତିକ୍ରମ କରିବାର ଲକ୍ଷ୍ୟ ରଖିଥିଲୁ। କିନ୍ତୁ ଗତକାଲିଠାରୁ ରାଷ୍ଟ୍ରପତି ପୁଟିନଙ୍କ ସହ ମୋର ଆଲୋଚନା ଏବଂ ଆମେ ଦେଖୁଥିବା ସମ୍ଭାବନାକୁ ଆଧାର କରି, ମୁଁ ଭାବୁନାହିଁ ଯେ, ଆମକୁ ଆଉ ୨୦୩୦ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ମୁଁ ତାହା ସ୍ପଷ୍ଟ ଭାବରେ ଦେଖିପାରୁଛି। ଆମେ ନିର୍ଦ୍ଧାରିତ ସମୟ ପୂର୍ବରୁ ସେହି ଲକ୍ଷ୍ୟ ହାସଲ କରିବା ପାଇଁ ଦୃଢ଼ ସଂକଳ୍ପ ସହିତ ଆଗକୁ ବଢ଼ୁଛୁ, ଏବଂ ମୋର ଆତ୍ମବିଶ୍ୱାସ ବୃଦ୍ଧି ପାଉଛି। ଶୁଳ୍କ ଏବଂ ଅଣ-ଶୁଳ୍କ ବାଧା ହ୍ରାସ କରାଯାଉଛି।ଭାରତ - ରୁଷିଆ ବ୍ୟବସାୟିକ ଫୋରମରେ ରୁଷ ରାଷ୍ଟ୍ରପତିଙ୍କ ସହ ମିଳିତ ବିବୃତ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 05th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ଭାରତ – ରୁଷ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରିଥିଲେ। ତାଙ୍କର ବକ୍ତବ୍ୟ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ମହାମହିମ ରାଷ୍ଟ୍ରପତି ପୁଟିନ, ଭାରତ ଏବଂ ବିଦେଶରୁ ଆସିଥିବା ନେତୃବୃନ୍ଦ ତଥା ସମସ୍ତ ମାନ୍ୟବର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ରୁଷ ବ୍ୟବସାୟିକ ଫୋରମ ରାଷ୍ଟ୍ରପତି ପୁଟିନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ପ୍ରତିଫଳିତ କରୁଛି, ଯିଏ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଏକ ବୃହତ୍ ପ୍ରତିନିଧିମଣ୍ଡଳୀକୁ ସାଙ୍ଗରେ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ ଉପସ୍ଥିତ ଲୋକଙ୍କୁ ତାଙ୍କର ହୃଦୟସ୍ପର୍ଶୀ ସ୍ୱାଗତକୁ ଆଲୋକପାତ କରି ପ୍ରକାଶ କରିଥିଲେ ଯେ, ସେମାନଙ୍କ ଗହଣରେ ରହିବା ଏକ ଅତ୍ୟନ୍ତ ଆନନ୍ଦର ମୁହୂର୍ତ୍ତ। ଶ୍ରୀ ମୋଦୀ ଫୋରମରେ ଯୋଗଦାନ କରି ତାଙ୍କର ଅମୂଲ୍ୟ ଚିନ୍ତାଧାରା ବାଣ୍ଟି ଥିବାରୁ ତାଙ୍କ ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କୁ ଗଭୀର କୃତଜ୍ଞତା ଜଣାଇଥିଲେ। ସେ ଜୋର ଦେଇଥିଲେ ଯେ, ବ୍ୟବସାୟ ପାଇଁ ସରଳୀକୃତ ଏବଂ ପୂର୍ବାନୁମାନଯୋଗ୍ୟ ବ୍ୟବସ୍ଥା ସୃଷ୍ଟି କରାଯାଉଛି ଏବଂ ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଭାରତ ଏବଂ ୟୁରେସିଆନ ଅର୍ଥନୈତିକ ସଂଘ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ଆରମ୍ଭ ହୋଇଛି।ରୁଷ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
December 05th, 02:00 pm
ଆଜି ଭାରତ - ରୁଷ ୨୩ତମ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ପୁଟିନଙ୍କୁ ସ୍ୱାଗତ କରି ମୁଁ ବହୁତ ଖୁସି ଅନୁଭବ କରୁଛି। ଆମର ଦ୍ୱିପାକ୍ଷିକ ସମ୍ପର୍କ ଅନେକ ଐତିହାସିକ ମାଇଲଖୁଣ୍ଟ ଦେଇ ଗତି କରୁଥିବା ସମୟରେ ସେ ଭାରତ ଗସ୍ତରେ ଆସିଛନ୍ତି। ଠିକ୍ ୨୫ ବର୍ଷ ପୂର୍ବେ, ରାଷ୍ଟ୍ରପତି ପୁଟିନ ଆମର ରଣନୈତିକ ସହଭାଗୀତାର ମୂଳଦୁଆ ସ୍ଥାପନ କରିଥିଲେ। ୧୫ ବର୍ଷ ପୂର୍ବେ, ୨୦୧୦ ମସିହାରେ, ଆମର ସହଭାଗୀତାକୁ ସ୍ୱତନ୍ତ୍ର ଏବଂ ବିଶେଷାଧିକାର ପ୍ରାପ୍ତ ରଣନୀତିକ ଭାଗିଦାରୀର ମାନ୍ୟତା ମିଳିଥିଲା।PM Modi’s remarks during the joint press meet with Russian President Vladimir Putin
December 05th, 01:50 pm
PM Modi addressed the joint press meet with President Putin, highlighting the strong and time-tested India-Russia partnership. He said the relationship has remained steady like the Pole Star through global challenges. PM Modi announced new steps to boost economic cooperation, connectivity, energy security, cultural ties and people-to-people linkages. He reaffirmed India’s commitment to peace in Ukraine and emphasised the need for global unity in the fight against terrorism.ଋଷ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ
December 05th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭାରତକୁ ସ୍ୱାଗତ କରିଛନ୍ତି।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଋଷ ରାଷ୍ଟ୍ରପତିଙ୍କ ସହଯୋଗୀ
November 18th, 09:02 pm
ଋଷ ସାମୁଦ୍ରିକ ବୋର୍ଡର ଅଧ୍ୟକ୍ଷ ତଥା ରାଷ୍ଟ୍ରପତିଙ୍କ ସହଯୋଗୀ ମାନ୍ୟବର ନିକୋଲାଇ ପାତ୍ରୁଶେଭ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।ରାଷ୍ଟ୍ରପତି ପୁତିନଙ୍କୁ ୭୩ତମ ଜନ୍ମଦିନରେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
October 07th, 06:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁତିନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ରୁଷର ଉପପ୍ରଧାନମନ୍ତ୍ରୀ ଦିମିତ୍ରୀ ପାତ୍ରୁଶେଭ
September 25th, 08:56 pm
ରୁଷର ଉପ ପ୍ରଧାନମନ୍ତ୍ରୀ ଦିମିତ୍ରୀ ପାତ୍ରୁଶେଭ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।President Putin conveys warm wishes on Prime Minister’s birthday
September 17th, 07:14 pm
Prime Minister Shri Narendra Modi received a telephone call today from the President of the Russian Federation, H.E. Mr. Vladimir Putin.ରୁଷ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ସମୟରେ, ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବିବୃତ୍ତି
September 01st, 01:24 pm
ଆପଣଙ୍କୁ ସାକ୍ଷାତ କରି ବହୁତ ଖୁସି ଲାଗୁଛି ଏବଂ ମୁଁ ପ୍ରତି ମୁହୂର୍ତ୍ତରେ ଅନୁଭବ କରେ ଯେ, ଆପଣଙ୍କୁ ସାକ୍ଷାତ କରିବା ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇଥାଏ । ଆମକୁ ଅନେକ ପ୍ରସଙ୍ଗରେ ସୂଚନା ଆଦାନପ୍ରଦାନ କରିବାର ସୁଯୋଗ ମଧ୍ୟ ମିଳିଥାଏ ।ରୁଷ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ
September 01st, 01:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚୀନର ତିଆନଜିନ୍ ଠାରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ଅବସରରେ ରୁଷ ରାଷ୍ଟ୍ରପତି ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିଛନ୍ତି।ରୁଷ୍-ୟୁକ୍ରେନ୍ ବିବାଦର ଅନ୍ତ ଘଟାଇବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ବୟାନ
September 01st, 12:48 pm
ଚୀନର ତିଆନଜିନରେ ଏସସିଓ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ବୈଠକ କରିଥିଲେ, ଯେଉଁଠାରେ ୟୁକ୍ରେନ ବିବାଦ ଆଲୋଚନାର କେନ୍ଦ୍ରବିନ୍ଦୁ ଥିଲା । ଶାନ୍ତି ଦିଗରେ ସାମ୍ପ୍ରତିକ ପ୍ରୟାସକୁ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ କରିଥିଲେ ଏବଂ ଆଶା ବ୍ୟକ୍ତ କରିଥିଲେ ଯେ ସମସ୍ତ ପକ୍ଷ ଗଠନମୂଳକ ଭାବରେ ଆଗକୁ ବଢ଼ିବେ । ସଂଘର୍ଷକୁ ଯଥାଶୀଘ୍ର ଶେଷ କରିବା ର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିବା ସହ ସ୍ଥାୟୀ ଶାନ୍ତିର ବାଟ ଖୋଜିବା ଜରୁରୀ ବୋଲି ଗୁରୁତ୍ୱାରୋପ କରିଥିଲେ । ବୃହତ୍ତର ମାନବିକ ଦିଗ ଉପରେ ଗୁରୁତ୍ଵାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା କେବଳ ଏକ ଆଞ୍ଚଳିକ ଚିନ୍ତା ନୁହେଁ ବରଂ ମାନବିକତାର ଆହ୍ୱାନ ।ଚୀନର ତିଆନଜିନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
August 30th, 04:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ଚୀନରେ ପହଞ୍ଚିଥିଲେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିମନ୍ତ୍ରଣକ୍ରମେ ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗଦେବେ । ସେ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଜି ଜିନପିଙ୍ଗ, ରାଷ୍ଟ୍ରପତି ପୁଟିନ ଏବଂ ଅନ୍ୟ ନେତାମାନଙ୍କୁ ସାକ୍ଷାତ କରିବେ।