ନୂଆଦିଲ୍ଲୀର ଭାରତ ମଣ୍ଡପମରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଭାରତ-ରୁଷ ବ୍ୟବସାୟ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 05th, 03:45 pm

ପୀୟୁଷ ଜୀ ଯେପରି ଉଲ୍ଲେଖ କରିଥିବା ବିଭିନ୍ନ ବିଷୟଗୁଡ଼ିକୁ ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା ବର୍ଣ୍ଣିତ ସମ୍ଭାବନାଗୁଡ଼ିକୁ ବିଚାର କରି, ଆମେ ବହୁତ କମ୍ ସମୟ ମଧ୍ୟରେ ବିଶାଳ ଲକ୍ଷ୍ୟ ମଧ୍ୟ ହାସଲ କରିପାରିବା। ବ୍ୟବସାୟ ହେଉ କିମ୍ବା କୂଟନୀତି, ଯେକୌଣସି ସହଭାଗୀର ମୂଳଦୁଆ ହେଉଛି ପାରସ୍ପରିକ ବିଶ୍ୱାସ। ଏହି ବିଶ୍ୱାସ ହେଉଛି ଭାରତ-ରୁଷ ସମ୍ପର୍କର ସବୁଠାରୁ ବଡ଼ ଶକ୍ତି। ଏହା ଆମର ମିଳିତ ପ୍ରୟାସକୁ ଦିଗଦର୍ଶନ ଏବଂ ଗତି ପ୍ରଦାନ କରେ। ଏହା ହେଉଛି ଲଞ୍ଚ ପ୍ୟାଡ୍ ଯାହା ଆମକୁ ନୂତନ ସ୍ୱପ୍ନ ଏବଂ ଆକାଂକ୍ଷାକୁ ଆଗକୁ ବଢାଇବା ପାଇଁ ପ୍ରେରଣା ଦିଏ। ଗତ ବର୍ଷ, ରାଷ୍ଟ୍ରପତି ପୁଟିନ ଏବଂ ମୁଁ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟରେ ୧୦୦ ବିଲିୟନ ଡଲାର ଅତିକ୍ରମ କରିବାର ଲକ୍ଷ୍ୟ ରଖିଥିଲୁ। କିନ୍ତୁ ଗତକାଲିଠାରୁ ରାଷ୍ଟ୍ରପତି ପୁଟିନଙ୍କ ସହ ମୋର ଆଲୋଚନା ଏବଂ ଆମେ ଦେଖୁଥିବା ସମ୍ଭାବନାକୁ ଆଧାର କରି, ମୁଁ ଭାବୁନାହିଁ ଯେ, ଆମକୁ ଆଉ ୨୦୩୦ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ମୁଁ ତାହା ସ୍ପଷ୍ଟ ଭାବରେ ଦେଖିପାରୁଛି। ଆମେ ନିର୍ଦ୍ଧାରିତ ସମୟ ପୂର୍ବରୁ ସେହି ଲକ୍ଷ୍ୟ ହାସଲ କରିବା ପାଇଁ ଦୃଢ଼ ସଂକଳ୍ପ ସହିତ ଆଗକୁ ବଢ଼ୁଛୁ, ଏବଂ ମୋର ଆତ୍ମବିଶ୍ୱାସ ବୃଦ୍ଧି ପାଉଛି। ଶୁଳ୍କ ଏବଂ ଅଣ-ଶୁଳ୍କ ବାଧା ହ୍ରାସ କରାଯାଉଛି।

ଭାରତ - ରୁଷିଆ ବ୍ୟବସାୟିକ ଫୋରମରେ ରୁଷ ରାଷ୍ଟ୍ରପତିଙ୍କ ସହ ମିଳିତ ବିବୃତ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 05th, 03:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ଭାରତ – ରୁଷ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରିଥିଲେ। ତାଙ୍କର ବକ୍ତବ୍ୟ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ମହାମହିମ ରାଷ୍ଟ୍ରପତି ପୁଟିନ, ଭାରତ ଏବଂ ବିଦେଶରୁ ଆସିଥିବା ନେତୃବୃନ୍ଦ ତଥା ସମସ୍ତ ମାନ୍ୟବର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ରୁଷ ବ୍ୟବସାୟିକ ଫୋରମ ରାଷ୍ଟ୍ରପତି ପୁଟିନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ପ୍ରତିଫଳିତ କରୁଛି, ଯିଏ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଏକ ବୃହତ୍‌ ପ୍ରତିନିଧିମଣ୍ଡଳୀକୁ ସାଙ୍ଗରେ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ ଉପସ୍ଥିତ ଲୋକଙ୍କୁ ତାଙ୍କର ହୃଦୟସ୍ପର୍ଶୀ ସ୍ୱାଗତକୁ ଆଲୋକପାତ କରି ପ୍ରକାଶ କରିଥିଲେ ଯେ, ସେମାନଙ୍କ ଗହଣରେ ରହିବା ଏକ ଅତ୍ୟନ୍ତ ଆନନ୍ଦର ମୁହୂର୍ତ୍ତ। ଶ୍ରୀ ମୋଦୀ ଫୋରମରେ ଯୋଗଦାନ କରି ତାଙ୍କର ଅମୂଲ୍ୟ ଚିନ୍ତାଧାରା ବାଣ୍ଟି ଥିବାରୁ ତାଙ୍କ ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କୁ ଗଭୀର କୃତଜ୍ଞତା ଜଣାଇଥିଲେ। ସେ ଜୋର ଦେଇଥିଲେ ଯେ, ବ୍ୟବସାୟ ପାଇଁ ସରଳୀକୃତ ଏବଂ ପୂର୍ବାନୁମାନଯୋଗ୍ୟ ବ୍ୟବସ୍ଥା ସୃଷ୍ଟି କରାଯାଉଛି ଏବଂ ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଭାରତ ଏବଂ ୟୁରେସିଆନ ଅର୍ଥନୈତିକ ସଂଘ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ଆରମ୍ଭ ହୋଇଛି।

ଅକ୍ଟୋବର ୨୯ରେ ମୁମ୍ବାଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

October 27th, 10:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୯ ଅକ୍ଟୋବରରେ ମୁମ୍ବାଇ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୪ଟା ସମୟରେ ମୁମ୍ବାଇର ନେସ୍କୋ ପ୍ରଦର୍ଶନୀ କେନ୍ଦ୍ରରେ ଅନୁଷ୍ଠିତ ‘ଇଣ୍ଡିଆ ମାରିଟାଇମ ୱିକ୍-୨୦୨୫’ରେ ସେ ମାରିଟାଇମ ଲିଡର୍ସ କନକ୍ଲେଭକୁ ସମ୍ବୋଧିତ କରିବା ସହ ଗ୍ଲୋବାଲ ମାରିଟାଇମ ସିଇଓ ଫୋରମରେ ଅଧ୍ୟକ୍ଷତା କରିବେ ।

Prime Minister marks 11 Years of Make in India initiative

September 25th, 01:01 pm

Prime Minister Shri Narendra Modi today marked the 11th anniversary of the Make in India initiative, celebrating its transformative impact on India’s economic landscape and entrepreneurial ecosystem. Shri Modi hailed the impetus provided by Make in India to India's entrepreneurs, thus creating a global impact.

ଶ୍ରୀ ନାରାୟଣଙ୍କ ଜୟନ୍ତୀରେ, ତାଙ୍କ ଦୃଷ୍ଟିକୋଣକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

September 07th, 04:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀ ନାରାୟଣଙ୍କ ଜୟନ୍ତୀଅବସରରେ ତାଙ୍କ ଦୃଷ୍ଟିକୋଣ ଏବଂ ଆମ ସାମାଜିକ ତଥା ଆଧ୍ୟାତ୍ମିକପରିଦୃଶ୍ୟ ଉପରେ ଏହାର ପ୍ରଭାବକୁ ସ୍ମରଣ କରିଛନ୍ତି । ଶ୍ରୀ ମୋଦୀକହିଛନ୍ତି, “ସମାନତା, କରୁଣା ଏବଂ ବିଶ୍ୱ ଭ୍ରାତୃତ୍ୱର ତାଙ୍କର ଶିକ୍ଷାବ୍ୟାପକ ଭାବରେ ପ୍ରତିଫଳିତ ହୋଇଥାଏ ।”

ପରବର୍ତ୍ତୀ ଦଶନ୍ଧି ପାଇଁ ଭାରତ- ଜାପାନ ମିଳିତ ପରିକଳ୍ପନା : ଏହି ସ୍ୱତନ୍ତ୍ର ରଣନୀତିକ ଏବଂ ବୈଶ୍ୱିକ ସହଭାଗିତା ବୃଦ୍ଧି ନିମନ୍ତେ ଆଠଗୋଟି ଦିଗ

August 29th, 07:11 pm

ଆଇନର ଶାସନ ଉପରେ ଆଧାରିତ ଏକ ମୁକ୍ତ, ଶାନ୍ତିପୂର୍ଣ୍ଣ ସମୃଦ୍ଧି ଏବଂ ବଳପୂର୍ବକ ଦଖଲମୁକ୍ତ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସମାନ ଦୃଷ୍ଟିକୋଣ ସହିତ ଭାରତ ଏବଂ ଜାପାନ, ପରିପୂରକ ସମ୍ବଳ ପ୍ରଦାନ, ପ୍ରଯୁକ୍ତିବିଦ୍ୟାର ଶକ୍ତି ଏବଂ ମୂଲ୍ୟ ପ୍ରତିଯୋଗିତା ସହିତ ଦୁଇ ଦେଶର ଅର୍ଥନୀତି ଏବଂ ବନ୍ଧୁତା ତଥା ପାରସ୍ପରିକ ସଦ୍ଭାବନାର ଦୀର୍ଘ ପରମ୍ପରା ସହିତ ଉଭୟ ରାଷ୍ଟ୍ର, ଆଗାମୀ ଏକ ଦଶନ୍ଧି ମଧ୍ୟରେ ନିଜ ନିଜର ରାଷ୍ଟ୍ର ଏବଂ ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ତଥା ସୁଯୋଗମାନଙ୍କୁ ମିଳିତ ଭାବରେ ସନ୍ଧାନ କରିବା ନିମନ୍ତେ ପରସ୍ପରର ଅଭିପ୍ରାୟ ବ୍ୟକ୍ତ କରୁଛ, ଯାହା ଉଭୟ ରାଷ୍ଟ୍ରର ଘରୋଇ ଲକ୍ଷ୍ୟ ହାସଲ କରିବା ଦିଗରେ ସହାୟକ ଏବଂ ନିଜ ନିଜ ରାଷ୍ଟ୍ର ଏବଂ ପରବର୍ତ୍ତୀ ପିଢ଼ିର ଲୋକମାନଙ୍କୁ ପୂର୍ବାପେକ୍ଷା ଅଧିକ ନିକଟତର କରାଇବ ।

ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ କର୍ତ୍ତବ୍ୟ ଭବନର ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 06th, 07:00 pm

କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସହଯୋଗୀଗଣ, ଉପସ୍ଥିତ ମାନ୍ୟବର ସାଂସଦଗଣ, ସରକାରଙ୍କ ସମସ୍ତ କର୍ମଚାରୀଗଣ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ, ମହିଳା ଓ ଭଦ୍ରବ୍ୟକ୍ତିଗଣ!

ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ କର୍ତ୍ତବ୍ୟ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

August 06th, 06:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ କର୍ତ୍ତବ୍ୟ ଭବନ-୩ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ଅଗଷ୍ଟ ମାସ ହେଉଛି ବିପ୍ଳବର ମାସ। ଅଗଷ୍ଟ ୧୫ ତାରିଖ ପୂର୍ବରୁ ଆଉ ଏକ ଐତିହାସିକ ମାଇଲଖୁଣ୍ଟ ଆସିଛି। ଭାରତ ଏକ ଆଧୁନିକ ଭାରତ ଗଠନ ସହିତ ଜଡିତ ଅନେକ ପ୍ରମୁଖ ସଫଳତାକୁ ଦେଖୁଛି। ନୂଆଦିଲ୍ଲୀ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ ନିକଟରେ ହୋଇଥିବା ଭିତ୍ତିଭୂମି ସମ୍ବନ୍ଧୀୟ ସ୍ଥାନଗୁଡ଼ିକର ତାଲିକା ଦେଇଥିଲେ। କର୍ତ୍ତବ୍ୟ ପଥ, ନୂତନ ସଂସଦ ଭବନ, ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ କମ୍ପ୍ଲେକ୍ସ, ଭାରତ ମଣ୍ଡପମ୍, ଯଶୋଭୂମି, ସହିଦମାନଙ୍କ ପାଇଁ ଉତ୍ସର୍ଗୀକୃତ ଜାତୀୟ ଯୁଦ୍ଧ ସ୍ମାରକୀ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଏବଂ ବର୍ତ୍ତମାନର କର୍ତ୍ତବ୍ୟ ଭବନ ବିଷୟରେ ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏଗୁଡ଼ିକ କେବଳ ନୂତନ କୋଠା କିମ୍ବା ନିୟମିତ ଭିତ୍ତିଭୂମି ନୁହେଁ । ଅମୃତ କାଳରେ, ଏକ ବିକଶିତ ଭାରତକୁ ଗଢ଼ି ତୋଳିବା ପାଇଁ ନୀତିଗୁଡ଼ିକ ଏହି ଢାଞ୍ଚାଗୁଡ଼ିକରେ ପ୍ରସ୍ତୁତ କରାଯିବ ଏବଂ ଆଗାମୀ ଦଶନ୍ଧିରେ ଦେଶର ଗତିପଥ ଏହି ଅନୁଷ୍ଠାନଗୁଡ଼ିକରୁ ସ୍ଥିର କରାଯିବ। ସେ କର୍ତ୍ତବ୍ୟ ଭବନର ଉଦ୍‌ଘାଟନରେ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହାର ନିର୍ମାଣରେ ସମ୍ପୃକ୍ତ ଥିବା ଇଞ୍ଜିନିୟର ଏବଂ ଶ୍ରମଜୀବୀମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

ଯୁକ୍ତରାଜ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

July 24th, 04:20 pm

ସର୍ବପ୍ରଥମେ, ମୁଁ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କୁ ତାଙ୍କର ଭବ୍ୟ ସ୍ୱାଗତ ପାଇଁ ଆନ୍ତରିକତାର ସହିତ କୃତଜ୍ଞତା ଜ୍ଞାପନ କରୁଛି । ଆଜି ହେଉଛି ଆମ ସମ୍ପର୍କର ଏକ ଐତିହାସିକ ଦିନ । ମୁଁ ଅତ୍ୟନ୍ତ ଖୁସି ଯେ ଅନେକ ବର୍ଷର ପରିଶ୍ରମ ପରେ, ଆଜି ଦୁଇ ଦେଶ ମଧ୍ୟରେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା ସମ୍ପନ୍ନ ହୋଇଛି ।

ଯୁକ୍ତରାଜ୍ୟର ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସହ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

July 24th, 04:00 pm

ଏହି ସ୍ୱାଗତ ପାଇଁ, ଏହି ଭବ୍ୟ ସମ୍ମାନ ପାଇଁ ମୁଁ ଆପଣଙ୍କ ପ୍ରତି ହୃଦୟର ଗଭୀରତାରୁ ବହୁତ କୃତଜ୍ଞତା ପ୍ରକାଶ କରୁଛି । ଆଜି ଆମେ ଚେକର୍ସରେ ଏକ ନୂତନ ଇତିହାସ ସୃଷ୍ଟି କରିବାକୁ ଯାଉଛେ। ଉଭୟ ଭାରତ ଏବଂ ଯୁକ୍ତରାଜ୍ୟ ଏକାଠି ଏକ ନୂତନ ଇତିହାସର ମୂଳଦୁଆ ସ୍ଥାପନ କରୁଛନ୍ତି।

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

July 24th, 03:59 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନକୁ ତାଙ୍କର ସରକାରୀ ଗସ୍ତ କାଳରେ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ସମ୍ମାନନୀୟ ସାର୍ କୀର୍‍ ଷ୍ଟାରମରଙ୍କୁ ଭେଟିଛନ୍ତି। ବକିଂହାମଶାୟରର ଚେକର୍ସସ୍ଥିତ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଷ୍ଟାରମର ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଦୁଇ ନେତା ଦ୍ୱିପାକ୍ଷିକ ବୈଠକ କରିବା ସହିତ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା କରିଥିଲେ।

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ବିଶ୍ୱ ବିମାନ ପରିବହନ ଶିଖର ସମ୍ମିଳନୀର ପୂର୍ଣ୍ଣାଙ୍ଗ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 02nd, 05:34 pm

ଆଇ. ଏ. ଟି. ଏ. ର 81ତମ ବାର୍ଷିକ ସାଧାରଣ ସଭାରେ, ଏବଂ ବିଶ୍ୱ ବିମାନ ପରିବହନ ଶିଖର ସମ୍ମିଳନୀରେ, ମୁଁ ଆପଣ ସମସ୍ତ ଅତିଥିଙ୍କୁ ଭାରତକୁ ସ୍ୱାଗତ କରୁଛି ଏବଂ ଆପଣଙ୍କୁ ଅଭିନନ୍ଦନ ଜଣାଉଛି। 4 ଦଶନ୍ଧି ପରେ ଭାରତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି 4 ଦଶନ୍ଧି ମଧ୍ୟରେ ଭାରତରେ ଅନେକ କିଛି ବଦଳିଛି। ଆଜିର ଭାରତ ପୂର୍ବ ଅପେକ୍ଷା ଅଧିକ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ। ଆମେ କେବଳ ବିଶ୍ୱ ବିମାନ ଚଳାଚଳ ଇକୋ-ସିଷ୍ଟମରେ ଏକ ବିଶାଳ ବଜାର ନୁହେଁ, ବରଂ ନୀତିଗତ ନେତୃତ୍ୱ, ନବସୃଜନ ଏବଂ ସମାବେଶୀ ବିକାଶର ପ୍ରତୀକ ମଧ୍ୟ ଅଟେ । ଆଜି ଭାରତ ବିଶ୍ୱ ମହାକାଶ-ବିମାନ ଚଳାଚଳ କ୍ଷେତ୍ରରେ ଏକ ଉଦୀୟମାନ ନେତୃତ୍ୱ ନେଉଛି। ବିଗତ ଦଶନ୍ଧିରେ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଯେଉଁ ଐତିହାସିକ ସଫଳତା ମିଳିଛି, ତାହା ଆପଣମାନେ ସମସ୍ତେ ଜାଣନ୍ତି।

ଆଇଏଟିଏ ର ୮୧ତମ ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବାୟୁ ପରିବହନ ସମ୍ମିଳନୀର ଅଧିବେଶନକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

June 02nd, 05:00 pm

ବିଶ୍ୱସ୍ତରୀୟ ବିମାନ ଭିତ୍ତିଭୂମି ବିକାଶ ଏବଂ ସଂଯୋଗ ବୃଦ୍ଧି ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଟରନାସନାଲ୍ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ (ଆଇଏଟିଏ)ର ୮୧ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ଏବଂ ୱାର୍ଲଡ୍ ଏୟାର ଟ୍ରାନ୍ସପୋର୍ଟ ସମିଟ୍ (ଡବ୍ଲୁଏଟିଏସ)ର ଅଧିବେଶନରେ ଉଦବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅତିଥିମାନଙ୍କୁ ସ୍ୱାଗତ କରି ଚାରି ଦଶନ୍ଧି ପରେ ଭାରତକୁ ଫେରିବା ଘଟଣାଟିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଏହି ସମୟ ମଧ୍ୟରେ ଭାରତ ଯେଉଁ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି ତାହା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଆଜିର ଭାରତ ପୂର୍ବାପେକ୍ଷା ଅଧିକ ଆତ୍ମବିଶ୍ୱାସୀ। କେବଳ ଏକ ବିଶାଳ ବଜାର ଭାବରେ ନୁହେଁ ବରଂ ନୀତି ନେତୃତ୍ୱ, ନବସୃଜନ ଏବଂ ସମନ୍ବିତ ବିକାଶର ପ୍ରତୀକ ଭାବରେ ସେ ବିଶ୍ୱ ବିମାନ ଚଳାଚଳ ଇକୋସିଷ୍ଟମରେ ଭାରତର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଜି, ଭାରତ ମହାକାଶ-ବିମାନ ଚଳାଚଳ କ୍ଷେତ୍ରରେ ଏକ ବିଶ୍ୱ ନେତା ଭାବରେ ଉଭା ହେଉଛି, ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ। ସେ ଏହି ଅବସରରେ ଉଲ୍ଲେଖ କରିଥିଲେ ଯେ ବେସାମରିକ ବିମାନ ଚଳାଚଳ କ୍ଷେତ୍ର ଗତ ଦଶନ୍ଧିରେ ଐତିହାସିକ ଉନ୍ନତି ଦେଖିଛି, ଯାହାକୁ ସ୍ୱୀକୃତି ମିଳିପାରିଛି।

ଚଳିତ ସପ୍ତାହରେ ଭାରତ ଉପରେ ବିଶ୍ଵ

April 22nd, 12:27 pm

କୂଟନୈତିକ ଫୋନ୍ କଲ୍ ଠାରୁ ଆରମ୍ଭ କରି ବୈଜ୍ଞାନିକ ଆବିଷ୍କାର ପର୍ଯ୍ୟନ୍ତ, ଚଳିତ ସପ୍ତାହରେ ବିଶ୍ୱ ସ୍ତରରେ ଭାରତର ଉପସ୍ଥିତି ସହଯୋଗ, ଉଦ୍ଭାବନ ଏବଂ ସାଂସ୍କୃତିକ ଗୌରବ ଦ୍ୱାରା ପରିଚିତ ଥିଲା ।

ମରିସସ୍ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

March 10th, 06:18 pm

ମୋର ବନ୍ଧୁ, ପ୍ରଧାନମନ୍ତ୍ରୀ ଡକ୍ଟର ନବୀନଚନ୍ଦ୍ର ରାମଗୁଲାମଙ୍କ ନିମନ୍ତ୍ରଣ କ୍ରମେ, ମୁଁ ମରିସସର ୫୭ତମ ଜାତୀୟ ଦିବସ ସମାରୋହରେ ଭାଗ ନେବା ପାଇଁ ମରିସସକୁ ଦୁଇ ଦିନିଆ ସରକାରୀ ଗସ୍ତରେ ବାହାରିଛି।

୫ ମାର୍ଚ୍ଚରେ ରୋଜଗାର ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

March 04th, 05:09 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୫ ମାର୍ଚ୍ଚ ତାରିଖ ଦିନ ପ୍ରାୟ ୧:୩୦ ସମୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରୋଜଗାର ଉପରେ ବଜେଟ୍ ପରବର୍ତ୍ତୀ ୱେବିନାର୍‌ରେ ଅଂଶଗ୍ରହଣ କରିବେ । ୱେବିନାରର ମୁଖ୍ୟ ବିଷୟବସ୍ତୁଗୁଡିକ ହେଉଛି ଜନସାଧାରଣ, ଅର୍ଥନୀତି ଏବଂ ନବାଚାରରେ ନିବେଶ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।

Government, society and saints are all united in the fight against cancer: PM Modi in Madhya Pradesh

February 23rd, 06:11 pm

PM Modi laid the foundation stone of Bageshwar Dham Medical and Science Research Institute in Chhatarpur, Madhya Pradesh. He remarked that when the country entrusted him with the opportunity to serve, he made the mantra ‘Sabka Saath, Sabka Vikas’ as the Government's resolution. He highlighted that a major foundation of ‘Sabka Saath, Sabka Vikas’ was ‘Sabka Ilaaj, Sabko Aarogya’ meaning Healthcare for all and underscored the focus on disease prevention at various levels.

ବାଗେଶ୍ୱର ଧାମ ଚିକିତ୍ସା ଓ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

February 23rd, 04:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଗଡ଼ା ଗ୍ରାମରେ ବାଗେଶ୍ୱର ଧାମ ଚିକିତ୍ସା ଓ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନର ଶିଳାନ୍ୟାସ କରିଛନ୍ତି । ଅଳ୍ପ ସମୟ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବୁନ୍ଦେଲଖଣ୍ଡକୁ ଫେରିବା ତାଙ୍କ ସୌଭାଗ୍ୟ ବୋଲି ମନ୍ତବ୍ୟ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଆଧ୍ୟାତ୍ମିକ କେନ୍ଦ୍ର ଥିବା ବାଗେଶ୍ୱର ଧାମ ଖୁବଶୀଘ୍ର ଏକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପରିଣତ ହେବ । ବାଗେଶ୍ୱର ଧାମ ମେଡିକାଲ ଆଣ୍ଡ ସାଇନ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ୧୦ ଏକର ଜମିରେ ନିର୍ମାଣ କରାଯିବ ଏବଂ ପ୍ରଥମ ପର୍ଯ୍ୟାୟରେ ୧୦୦ ଶଯ୍ୟା ବିଶିଷ୍ଟ ସୁବିଧା ପ୍ରସ୍ତୁତ କରାଯିବ । ସେ ଶ୍ରୀ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଏହି ମହାନ କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇବା ସହ ବୁନ୍ଦେଲଖଣ୍ଡବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଭାରତୀୟ ପାଣିପାଗ ବିଭାଗ ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 14th, 10:45 am

କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସହଯୋଗୀ ଡକ୍ଟର ଜିତେନ୍ଦ୍ର ସିଂହ ଜୀ, ଡବ୍ଲୁଏମଓ ର ମହାସଚିବ ପ୍ରଫେସର ସେଲେସ୍ତେ ସାଓଲୋ ଜୀ, ବିଦେଶରୁ ଆସିଥିବା ଆମର ଅତିଥିବୃନ୍ଦ, ଆର୍ଥ ସାଇନ୍ସ ମନ୍ତ୍ରଣାଳୟର ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ ଜୀ, ଆଇଏମଡିର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଜୀ, ଅନ୍ୟ ମହାନୁଭବ, ସମସ୍ତ ବୈଜ୍ଞାନିକ ଓ ବିଭିନ୍ନ ବିଭାଗ ଏବଂ ସଂସ୍ଥାନର ଅଧିକାରୀ, ସଜ୍ଜନ ମଣ୍ଡଳୀ …

ଭାରତୀୟ ପାଣିପାଗ ବିଭାଗର ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 14th, 10:30 am

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଛନ୍ତି । ଉତ୍ସବରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମ୍ପୃକ୍ତ ବିଭାଗର ଦେଢ ଶହତମ ଯାତ୍ରା କେବଳ ବିଭାଗର ସଫଳ ଯାତ୍ରାକୁ ବଖାଣୁନାହିଁ ବରଂ ଏହା ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସଫଳ ଗାଥା ପ୍ରକାଶ କରୁଛି । ଏତେ ଦିନ ଭିତରେ ଆଇଏମଡି ଲକ୍ଷ ଲକ୍ଷ ଭାରତୀୟଙ୍କ ସେବା କରିଆସିଛି ଓ ଏହା ବିଜ୍ଞାନର ଅଗ୍ରଗତିର ଏକ ପ୍ରତୀକ । ଆଇଏମଡିର ସଫଳତା ପାଇଁ ଏହି ଅବସରରେ ଏକ କଏନ ଓ ପୋଷ୍ଟାଲ ଷ୍ଟାମ୍ପ ଉନ୍ମୋଚିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୪୭ରେ ଭାରତର ଶହେତମ ବର୍ଷ ପୂର୍ତି ଉପଲକ୍ଷେ ଆଇଏମଡିର ଭବିଷ୍ୟତ ରୂପରେଖ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏହି ଅବସରରେ ସାରା ଦେଶର ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଅଭିବାଦନ ଜଣାଇଥିଲେ ।