ଓଡ଼ିଶାରେ ଏନଏଚ-326ର ପ୍ରଶସ୍ତିକରଣ ଏବଂ ସୁଦୃଢ଼ିକରଣକୁ କ୍ୟାବିନେଟ୍‌ ମଞ୍ଜୁରି

December 31st, 03:11 pm

ଓଡ଼ିଶା ଦେଇ ଯାଇଥିବା 326 ନମ୍ବର ଜାତୀୟ ରାଜପଥ (ଏନଏଚ୍‌)ର ସମ୍ପ୍ରସାରଣ ଏବଂ ସୁଦୃଢ଼ିକରଣ କରାଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ ଏହି ପ୍ରକଳ୍ପକୁ ଅନୁମୋଦନ କରିଛି। ବର୍ତ୍ତମାନର 2 ଲେନରୁ 2 ଲେନ୍‌ ଏନଏଚ-326ର 68.600 କିମିରୁ 311.700କିମି ପର୍ଯ୍ୟନ୍ତ ସେକ୍ସନକୁ ଇପିସି ମୋଡ଼ରେ ପେଭଡ୍‌ ଶୋଲଡର ସହିତ ଉନ୍ନତିକରଣ କରାଯିବ।

ବିଶାଖାପଟନମରେ ଗୁଗୁଲ ଏଆଇ ହବ୍ ଶୁଭାରମ୍ଭକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

October 14th, 02:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିକାଶ ପଥରେ ଦ୍ରୁତ ଗତିରେ ଅଗ୍ରସର ହେଉଥିବା, ଆନ୍ଧ୍ରପ୍ରଦେଶ ବିଶାଖାପଟନମଠାରେ ଗୁଗୁଲର ଏଆଇ ହବ୍ ଆରମ୍ଭ ହେବା ନେଇ ଖୁସି ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଗିଗାୱାଟ-ସ୍କେଲ ଡାଟା ସେଣ୍ଟର ଭିତ୍ତଭୂମି ଅନ୍ତର୍ଭୁକ୍ତ ଏହି ବହୁମୁଖୀ ନିବେଶ, ଏକ ବିକଶିତ ଭାରତ ନିର୍ମାଣ ପାଇଁ ଆମ ଦୃଷ୍ଟିକୋଣର ଅନୁରୂପ । ଶ୍ରୀ ମୋଦୀ ମଧ୍ୟ କହିଛନ୍ତି “ଏହା ପ୍ରଯୁକ୍ତିବିଦ୍ୟାର ଗଣତନ୍ତ୍ରୀକରଣରେ ପ୍ରଭାବଶାଳୀ ହେବ । ଏହା ସମସ୍ତଙ୍କ ପାଇଁ ଏଆଇ ମଧ୍ୟ ସୁନିଶ୍ଚିତ କରିବ, ନାଗରିକମାନଙ୍କୁ ଅତ୍ୟାଧୁନିକ ଉପକରଣ ପ୍ରଦାନ କରି, ଆମର ଡିଜିଟାଲ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ ସହ ବିଶ୍ୱସ୍ତରରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଣୀ ଭାବରେ ଭାରତର ସ୍ଥାନ ସୁରକ୍ଷିତ କରିବ!”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

June 29th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ, ଅଭିନନ୍ଦନ। ଆପଣମାନେ ଏବେ ଯୋଗର ଶକ୍ତି ଏବଂ ‘ଆନ୍ତର୍ଜାତିକ ଯୋଗଦିବସ’ର ସ୍ମୃତିରେ ପରିପୂର୍ଣ୍ଣ ଥିବ । ଏଥର ମଧ୍ୟ ଜୁନ୍ ୨୧ ତାରିଖ ଦିନ ଦେଶ-ଦୁନିଆର କୋଟି କୋଟି ଲୋକେ ‘ଆନ୍ତର୍ଜାତିକ ଯୋଗ ଦିବସ’ରେ ଅଂଶଗ୍ରହଣ କଲେ । ଆପଣମାନଙ୍କର ମନେଥିବ, ୧୦ ବର୍ଷ ପୂର୍ବେ ଏହାର ଶୁଭାରମ୍ଭ ହୋଇଥିଲା । ଏବେ ୧୦ ବର୍ଷରେ ଏହି ପରମ୍ପରା ପୂର୍ବବର୍ଷ ଅପେକ୍ଷା ଅଧିକରୁ ଅଧିକ ଭବ୍ୟ ହୋଇଚାଲିଛି । ଏହା ଏ ଦିଗକୁ ମଧ୍ୟ ସଂକେତ କରୁଛି କି ଅଧିକରୁ ଅଧିକ ଲୋକ ନିଜ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାଉଛନ୍ତି । ଆମେମାନେ ଏଥର ମଧ୍ୟ ଯୋଗ ଦିବସର ଅନେକ ଚିତ୍ତାକର୍ଷକ ଛବି ଦେଖିଛୁ । ବିଶାଖାପାଟନମର ସମୁଦ୍ରକୂଳରେ ୩ ଲକ୍ଷ ଲୋକ ଏକାଠି ଯୋଗାଭ୍ୟାସ କଲେ । ବିଶାଖାପାଟନମଠାରୁ ହିଁ ଆଉ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଲା । ଦୁଇ ହଜାରରୁ ଅଧିକ ଆଦିବାସୀ ଛାତ୍ରମାନେ ୧୦୮ ମିନିଟ୍ ପର୍ଯ୍ୟନ୍ତ ୧୦୮ ଥର ସୂର୍ଯ୍ୟ ନମସ୍କାର କଲେ । ଚିନ୍ତା କରନ୍ତୁ ତ, କେତେ ଶୃଙ୍ଖଳା, କେତେ ସମର୍ପଣ ଭାବ ରହିଥିବ ତାଙ୍କର । ଆମର ନୌବାହିନୀର ଜାହାଜ ଉପରେ ମଧ୍ୟ ଯୋଗର ଭବ୍ୟ ଦୃଶ୍ୟମାନ ଦେଖିବାକୁ ମିଳିଲା । ତେଲଙ୍ଗାନାରେ ୩ ହଜାର ଦିବ୍ୟାଙ୍ଗ ସାଥୀମାନେ ଏକସଙ୍ଗେ ଯୋଗ ଶିବିରରେ ଅଂଶଗ୍ରହଣ କଲେ । ସେମାନେ ଦେଖାଇଦେଲେ ଯେ ଯୋଗ କେଉଁଭଳି ଭାବରେ ସଶକ୍ତିକରଣର ମଧ୍ୟ ଗୋଟିଏ ମାଧ୍ୟମ । ଦିଲ୍ଲୀର ଜନସାଧାରଣ ଯୋଗକୁ ସ୍ୱଚ୍ଛ ଯମୁନା ସଂକଳ୍ପ ସହ ସଂଯୁକ୍ତ କଲେ ଏବଂ ଯମୁନା କୂଳରେ ଯାଇ ଯୋଗାଭ୍ୟାସ କଲେ । ଜମ୍ମୁ କାଶ୍ମୀରରେ ଚେନ୍ନାବ ପୋଲ ଯାହା ବିଶ୍ୱର ସବୁଠାରୁ ଉଚ୍ଚତା ବିଶିଷ୍ଟ ରେଳପୋଲ, ସେଠାରେ ମଧ୍ୟ ଲୋକେ ଯୋଗାଭ୍ୟାସ କଲେ । ହିମାଳୟର ବରଫାବୃତ ଶିଖର ଏବଂ ITBPର ଯବାନ, ସେଠାରେ ମଧ୍ୟ ଯୋଗାଭ୍ୟାସ ଦେଖିବାକୁ ମିଳିଲା, ସାହାସ ଏବଂ ସାଧନା ଏକାଠି ଦେଖିବାକୁ ମିଳିଲା । ଗୁଜୁରାଟର ଜନସାଧାରଣ ମଧ୍ୟ ଏକ ନୂତନ ଇତିହାସ ସୃଷ୍ଟି କଲେ । ୱଡନଗରରେ ୨୧୨୧ (ଦୁଇହଜାର ଶହେ ଏକୋଇଶ) ଜଣ ଏକସଙ୍ଗେ ଭୁଜଙ୍ଗାସନ କଲେ ଏବଂ ନୂତନ ରେକର୍ଡ ସୃଷ୍ଟି କଲେ । ନ୍ୟୁୟର୍କ, ଲଣ୍ଡନ, ଟୋକିଓ, ପ୍ୟାରିସ୍, ବିଶ୍ୱର ପ୍ରତ୍ୟେକ ବଡ଼ ସହରରୁ ଯୋଗର ଛବି ଆସିଲା ଏବଂ ପ୍ରତ୍ୟେକ ଛବିରେ ଗୋଟିଏ ବିଶେଷ କଥା ଦେଖିବାକୁ ମିଳିଲା ତାହା ହେଉଛି ଶାନ୍ତି, ସ୍ଥିରତା ଏବଂ ସନ୍ତୁଳନ । ଏଥରର ଥିମ୍ ମଧ୍ୟ ବହୁତ ସ୍ୱତନ୍ତ୍ର ଥିଲା, ‘Yoga for One Earth, One Health’, ଅର୍ଥାତ୍, ‘ଏକ ପୃଥିବୀ – ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ । ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ଦିଗ ଯାହା ଆମକୁ ‘ବସୁଧୈବ କୁଟୁମ୍ବକମ୍’ର ଅନୁଭୂତି ପ୍ରଦାନ କରୁଛି । ଏଥରର ଯୋଗ ଦିବସର ଭବ୍ୟତା ଅଧିକରୁ ଅଧିକ ଲୋକଙ୍କ ଦ୍ୱାରା ଯୋଗକୁ ଆପଣାଇବାକୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି ମୋର ବିଶ୍ୱାସ ।

ଯୋଗ ଆନ୍ଦୋଳନକୁ ସୁଦୃଢ଼ କରିବା ପାଇଁ ଆନ୍ଧ୍ରପ୍ରଦେଶର ଯୋଗାନ୍ଧ୍ରା ପଦକ୍ଷେପର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

June 22nd, 02:10 pm

ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ସହ ସେମାନଙ୍କର ପ୍ରେରଣାଦାୟ ପ୍ରତି ବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପଦେଶର ଲୋକମାନଙ୍କର ପ୍ରଶଂସା କରିଛନ୍ତି । ଏହା ଦ୍ୱାରା ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଦେଶବ୍ୟାପୀ ଆନ୍ଦୋଳନକୁ ଆହୁରି ପ୍ରେରଣା ମିଳିବ ବୋଲି ସେ କହିଛନ୍ତି ।

Let this Yoga Day mark the beginning of Yoga for Humanity 2.0, where Inner Peace becomes Global Policy: PM Modi

June 21st, 07:06 am

PM Modi addressed the 11th International Day of Yoga event in Visakhapatnam, Andhra Pradesh and took part in the Yoga session. The PM recalled the moment when India proposed the idea of International Yoga Day at the UN. He noted that more than two crore people have joined the Yogandhra Abhiyan, reflecting a vibrant spirit of public participation. He remarked that Yoga transitions inpiduals from Me to We.

ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

June 21st, 06:30 am

ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିଓ୍ୱାଇ) ଅବସରରେ, ପ୍ରଧାନମନ୍ତ୍ରୀ ବିଶାଖାପାଟଣାରୁ ଜାତୀୟ ସମାରୋହର ନେତୃତ୍ୱ ନେଇଥିଲେ । ସେ ପ୍ରାୟ ୫ ଲକ୍ଷ ଅଂଶଗ୍ରହଣକାରୀଙ୍କ ସହିତ ବିଶାଖାପାଟଣାର ବେଳାଭୂମିରେ ସାଧାରଣ ଯୋଗ ପ୍ରୋଟୋକଲ (ସିଓ୍ୱାଇପି) ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏହା ସହିତ ଦେଶକୁ ଏକ ସୁସଙ୍ଗତ ଯୋଗ ପ୍ରଦର୍ଶନରେ ନେତୃତ୍ୱ ଦେଇଥିଲେ । ସାରା ଭାରତରେ ୩.୫ ଲକ୍ଷରୁ ଅଧିକ ସ୍ଥାନରେ ଏକକାଳୀନ ଯୋଗ ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବର୍ଷ, ମାଇଗଭ୍‌ ଏବଂ ମାଇ ଭାରତ ଭଳି ପ୍ଲାଟଫର୍ମରେ ଯୋଗ ଅନପ୍ଲଗଡ୍‌ ଅଧୀନରେ ପରିବାର ସହିତ ଯୋଗ ଏବଂ ଯୁବ-କୈନ୍ଦ୍ରିକ ପଦକ୍ଷେପ ଭଳି ବିଶେଷ ପ୍ରତିଯୋଗିତା ଆରମ୍ଭ କରାଯାଇଛି, ଯାହା ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରୁଛି ।

୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

June 19th, 05:48 pm

19.06.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ। ସେ ୨୦ ଜୁନରେ ବିହାରର ସିୱାନ ଗସ୍ତ କରିବେ ଏବଂ ମଧ୍ୟାହ୍ନ ପ୍ରାୟ ୧୨ ଟାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

May 25th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ସାରା ଦେଶ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ, ଆକ୍ରୋଶରେ ପୂର୍ଣ୍ଣ ଏବଂ ସଂକଳ୍ପବଦ୍ଧ । ଆଜି ପ୍ରତ୍ୟେକ ଭାରତୀୟର ସଂକଳ୍ପ ହେଉଛି, ଆମକୁ ଆତଙ୍କବାଦର ଅନ୍ତ ଘଟାଇବାକୁ ପଡ଼ିବ । ବନ୍ଧୁଗଣ, ଅପରେଶନ୍ ସିନ୍ଦୂର ସମୟରେ ଆମ ସେନାବାହିନୀ ଯେଉଁ ବୀରତ୍ୱ ପ୍ରଦର୍ଶନ କରିଛନ୍ତି, ତାହା ପ୍ରତ୍ୟେକ ଭାରତୀୟକୁ ଗର୍ବିତ କରିଛି । ଯେଉଁ ସଠିକତା ସହିତ ଆମ ସେନାବାହିନୀ ସୀମା ଆରପାରିରେ ରହିଥିବା ଆତଙ୍କବାଦୀ ଆଡ୍ଡାସ୍ଥଳୀଗୁଡ଼ିକୁ ଧ୍ୱଂସ କଲେ ତାହା ବେଶ୍ ଚମତ୍କାର । ଅପରେଶନ୍ ସିନ୍ଦୂର ସାରା ବିଶ୍ୱରେ ଆତଙ୍କ ବିରୁଦ୍ଧରେ ହେଉଥିବା ସଂଗ୍ରାମକୁ ନୂତନ ବିଶ୍ୱାସ ଏବଂ ଉତ୍ସାହରେ ଭରିଦେଇଛି ।

ଆସନ୍ତାକାଲି ଠାରୁ ଦୁଇ ଦିନିଆ ମହାରାଷ୍ଟ୍ର, କେରଳ ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

April 30th, 03:42 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଏବଂ ୨ ତାରିଖରେ ମହାରାଷ୍ଟ୍ର, କେରଳ ଏବଂ ଆନ୍ଧ୍ରପ୍ରଦେଶକୁ ଦୁଇ ଦିନିଆ ଗସ୍ତ କରିବେ। ସେ ଆସନ୍ତାକାଲି ମୁମ୍ବାଇ ଯାତ୍ରା କରିବେ ଏବଂ ସକାଳ ପ୍ରାୟ ସାଢ଼େ ୧୦ ଟାରେ, ସେ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ୱେଭ୍ସ)କୁ ଉଦଘାଟନ କରିବେ।

ଆନ୍ଧ୍ର ପ୍ରଦେଶର ବିଶାଖାପଟ୍ଟନମରେ କାନ୍ଥ ପଡ଼ି ଲୋକଙ୍କ ଜୀବନ ହାନି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

April 30th, 09:53 am

ଆନ୍ଧ୍ର ପ୍ରଦେଶର ବିଶାଖାପଟ୍ଟନମରେ କାନ୍ଥ ପଡ଼ି ଲୋକଙ୍କ ଜୀବନ ହାନି ଘଟଣାରେ ଆଜି ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏ ଏବଂ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ।

ଆନ୍ଧ୍ର ପ୍ରଦେଶର ଲୋକଙ୍କ ହୃଦୟ ଓ ମନରେ ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟର ସ୍ଥାନ ସ୍ୱତନ୍ତ୍ର: ପ୍ରଧାନମନ୍ତ୍ରୀ

January 17th, 05:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ଆନ୍ଧ୍ର ପ୍ରଦେଶର ଲୋକଙ୍କ ହୃଦୟ ଓ ମନରେ ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟର ସ୍ଥାନ ସ୍ୱତନ୍ତ୍ର । ଶ୍ରୀ ମୋଦୀ କହିଛନ୍ତି, “ଗତକାଲିର କ୍ୟାବିନେଟ ବୈଠକରେ ପ୍ଲାଣ୍ଟ ପାଇଁ ୧୦ ହଜାର କୋଟି ଟଙ୍କାର ଅଂଶଧନ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି ।”

ପ୍ରଧାନମନ୍ତ୍ରୀ ୮ ଓ ୯ ତାରିଖରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଗସ୍ତ କରିବେ

January 06th, 06:29 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୮ରୁ ୯ ଜାନୁଆରି ୨୦୨୫ ପର୍ଯ୍ୟନ୍ତ ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଗସ୍ତ କରିବେ। ନିରନ୍ତର ବିକାଶ, ଶିଳ୍ପ ଅଭିବୃଦ୍ଧି ଓ ଭିତ୍ତିଭୂମି ସଂପ୍ରସାରଣ ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ପ୍ରଧାନମନ୍ତ୍ରୀ ଆସନ୍ତା ୮ ଜାନୁଆରି ଅପରାହ୍ଣ ୫ଟା ୩୦ ମିନିଟ ସମୟରେ ବିଶାଖାପାଟଣାଠାରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଓ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେ ମଧ୍ୟ ୯ ଜାନୁଆରି ପୂର୍ବାହ୍ଣ ୧୦ଟା ସମୟରେ ଭୁବନେଶ୍ବରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ( ପିବିଡି) ସମାରୋହର ଉଦଘାଟନ କରିବେ ।

PM Modi addresses public meetings in Telangana’s Kamareddy & Maheshwaram

November 25th, 02:15 pm

Ahead of the Telangana assembly election, PM Modi addressed emphatic public meetings in Kamareddy and Maheshwaram today. He said, “Whenever I come to Telangana, I see a wave of hope among the people here. This wave is the wave of expectation. It is the wave of change. It is the wave of the sentiment that Telangana should achieve the height of development that it deserves.”

ଗ୍ଲୋବାଲ୍ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 17th, 11:10 am

ନମସ୍କାର, ସମଗ୍ର ବିଶ୍ୱରୁ ଆସିଥିବା ସମସ୍ତ ଅତିଥିଗଣ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ, ମହାରାଷ୍ଟ୍ର, ଗୋଆର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ

ବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ କୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

October 17th, 10:44 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁମ୍ବାଇ ଠାରେ ଅନୁଷ୍ଠିତ ବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ର ତୃତୀୟ ସଂସ୍କରଣକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ସାମୁଦ୍ରିକ ନୀଳ ଅର୍ଥନୀତି ପାଇଁ ଏକ ବ୍ଲୁ ପ୍ରିଣ୍ଟ 'ଅମୃତ କାଳ ଭିଜନ ୨୦୪୭' କୁ ଉନ୍ମୋଚନ କରିଥିଲେ । ଆଗାମୀ ଭବିଷ୍ୟତରେ ଭାରତରେ ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ‘ଅମୃତ କାଳ ଭିଜନ ୨୦୪୭' ସହିତ ସଂଯୁକ୍ତ ୨୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଗୁଡିକର ଉଦ୍‌ଘାଟନ କରିବା ସହ ତାହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ l ଦେଶର ସାମୁଦ୍ରିକ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଏହି ଶିଖର ସମ୍ମିଳନୀ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରୁଛି ।

ତେଲଙ୍ଗାନାର ମହବୁବନଗରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସମାରୋହ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 01st, 02:43 pm

ତେଲଙ୍ଗାନାର ରାଜ୍ୟପାଳ ତମିଲସାଇ ସୌନ୍ଦରାରାଜନ ମହୋଦୟା, କେନ୍ଦ୍ର ସରକାରରେ ମୋର ସହଯୋଗୀ ମନ୍ତ୍ରୀ, ଜି. କିଶନ ରେଡ୍ଡୀ ମହାଶୟ, ସଂସଦରେ ମୋର ସାଥୀ ଶ୍ରୀମାନ ସଂଜୟ କୁମାର ବଣ୍ଡୀ ମହାଶୟ, ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ, ନମସ୍କାର !

ତେଲଙ୍ଗାନାର ମହବୁବନଗରରେ ପ୍ରଧାନମନ୍ତ୍ରୀ ୧୩,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି

October 01st, 02:42 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନାର ମହବୁବନଗରରେ ୧୩,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ସେସବୁକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ସଡ଼କ, ରେଳ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ଏବଂ ଉଚ୍ଚ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଏହି ବିକାଶ ପ୍ରକଳ୍ପ ଗୁଡିକରେ ଅନ୍ତର୍ଭୁକ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ଅବସରରେ , ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏକ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଛତିଶଗଡ଼ର ରାୟଗଡରେ ରେଳବାଇ କ୍ଷେତ୍ରର ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 14th, 03:58 pm

ଆଜି ଛତିଶଗଡ଼ ବିକାଶ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ଉଠାଉଛି। ଆଜି ଛତିଶଗଡ଼କୁ 6400 କୋଟି ଟଙ୍କାରୁ ଅଧିକ ରେଳ ପ୍ରକଳ୍ପର ଉପହାର ମିଳୁଛି । ଛତିଶଗଡ଼ର ସାମର୍ଥ୍ୟ ଉର୍ଜ୍ଜା ଉତ୍ପାଦନରେ ବୃଦ୍ଧି ପାଇଁ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଆହୁରି ସୁଧାର ପାଇଁ ଆଜି ଅନେକ ନୂତନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଆଜି ଏଠାରେ ସିକଲ ସେଲ ପରାମର୍ଶ କାର୍ଡ ମଧ୍ୟ ବିତରଣ କରାଯାଇଛି ।

ଛତିଶଗଡର ରାୟଗଡରେ ପ୍ରାୟ 6,350 କୋଟି ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପକୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ

September 14th, 03:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡର ରାୟଗଡରେ ପ୍ରାୟ 6,350 କୋଟି ଟଙ୍କା ମୂଲ୍ୟର ଅନେକ ରେଳ ପ୍ରକଳ୍ପକୁ ଦେଶକୁ ଉତ୍ସର୍ଗ କରିଛନ୍ତି। ସେ ଛତିଶଗଡର 9 ଟି ଜିଲ୍ଲାରେ 50 ଟି ଶଯ୍ୟା ବିଶିଷ୍ଟ ‘କ୍ରିକେଟ୍ କେୟାର ବ୍ଲକ୍’ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଏବଂ ସ୍କ୍ରିନ ହୋଇଥିବା ଜନସଂଖ୍ୟାକୁ 1 ଲକ୍ଷ ସିକିଲ୍ ସେଲ୍ କାଉନସେଲିଂ କାର୍ଡ ବଣ୍ଟନ କରିଥିଲେ। ଏହି ରେଳ ପ୍ରକଳ୍ପରେ ଛତିଶଗଡ ଇଷ୍ଟ ରେଲ ପ୍ରୋଜେକ୍ଟ ର ପ୍ରଥମ ପର୍ଯ୍ୟାୟ, ଚମ୍ପା ଠାରୁ ଜାମଗା ମଧ୍ୟରେ 3ୟ ରେଳ ଲାଇନ, ପେଣ୍ଡ୍ରା ରୋଡରୁ ଅନୁପପୁର ମଧ୍ୟରେ 3ୟ ରେଳ ଲାଇନ୍ ଏବଂ ତଲାଇପାଲି କୋଇଲା ଖଣିକୁ ଏନଟିପିସି ଲାରା ସୁପର ଥର୍ମାଲ୍ ପାୱାର ଷ୍ଟେସନ ସହିତ ସଂଯୁକ୍ତ କରୁଥିବା ଏମଜିଆର (ମେରି-ଗୋ-ରାଉଣ୍ଡ) ପ୍ରଣାଳୀ ସାମିଲ୍ ରହିଛି।

ଇଣ୍ଡିଆ ଟୁଡେ କନକ୍ଲେଭ୍ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 18th, 11:17 pm

ଇଣ୍ଡିଆ ଟୁଡେ କନକ୍ଲେଭ୍ ସହିତ ସଂଶ୍ଳିଷ୍ଟ ସମସ୍ତ ମହାନୁଭବମାନଙ୍କୁ ମୋର ନମସ୍କାର । ଦେଶ- ବିଦେଶରୁ ଯେଉଁ ଦର୍ଶକ- ପାଠକ, ଡିଜିଟାଲ ମାଧ୍ୟମ ଆମ ସହିତ ଯୋଡ଼ି ହୋଇଛନ୍ତି, ସେମାନଙ୍କୁ ମଧ୍ୟ ଅଭିନନ୍ଦନ । ମୋତେ ଏହା ଦେଖି ଅତ୍ୟନ୍ତ ଖୁସି ଲାଗୁଛି ଯେ ଏହି କନକ୍ଲେଭ୍ ଯାହା ରଖାଯାଇଛି - ଦି ଇଣ୍ଡିଆ ମୁମେଣ୍ଟ୍ - ଅର୍ଥାତ୍ ଆଜି ବିଶ୍ୱର ବଡ଼ ବଡ଼ ଅର୍ଥନୀତିଜ୍ଞ, ବିଶ୍ଳେଷକ, ଚିନ୍ତକ ସମସ୍ତେ ଏଇ କଥା କହୁଛନ୍ତି ଏବଂ ସମ ସ୍ୱରରେ କହୁଛନ୍ତି “ଏହା ହେଉଛି ଭାରତର ସମୟ”। କିନ୍ତୁ ଯେତେବେଳେ ଇଣ୍ଡିଆ ଟୁଡେ ଗ୍ରୁପ୍ ଏହି ସକାରାତ୍ମକ ମାନସିକତା ଦେଖାଉଛନ୍ତି, ସେତେବେଳେ ଏହାର କିଛି ଅଧିକ ବିଶେଷତା ରହିଛି । ଏମିତିରେ ତ ମୁଁ ୨୦ ମାସ ପୂର୍ବରୁ ଲାଲକିଲ୍ଲାର ମଞ୍ଚ ଉପଯୁ କହିଥିଲା- ଏହା ହେଉଛି ଉପଯୁକ୍ତ ଅବସର, ଏହା ହେଉଛି ପ୍ରକୃଷ୍ଟ ସମୟ । କିନ୍ତୁ ସେହି ବାର୍ତ୍ତା ଏଠାରେ ପହଞ୍ଚôବାକୁ ୨୦ ମାସ ସମୟ ଲାଗିଗଲା । ସେଇ ଏକା ଭାବନା ଥିଲା – ଦିସ୍ ଇଜ୍ ଇଣ୍ଡିଆସ୍ ମୁମେଣ୍ଟ୍ ।