ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 23rd, 05:15 pm
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଆଡମିରାଲ ଡି.କେ. ଜୋଶୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଇଏନ୍ଏ ଟ୍ରଷ୍ଟର ଅଧ୍ୟକ୍ଷ, ବ୍ରିଗେଡିୟର ଆର୍.ଏସ୍. ଛିକାରା ଜୀ, ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣକାରୀ ଏବଂ ଆଇଏନ୍ଏର ଜଣେ ଚିରନ୍ତରନ ବ୍ୟକ୍ତିତ୍ୱ ଲେଫ୍ଟନାଣ୍ଟ ଆର୍. ମାଧବନ ଜୀ,ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପରାକ୍ରମ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 23rd, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଆୟୋଜିତ ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, ଜାନୁଆରୀ 23 ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଗୌରବମୟ ଜୟନ୍ତୀର ତାରିଖ। ନେତାଜୀଙ୍କ ବୀରତ୍ୱ ଓ ସାହସ ଆମକୁ ପ୍ରେରଣା ଦିଏ ଏବଂ ତାଙ୍କ ପ୍ରତି ଆମ ମନରେ ସମ୍ମାନ ଭରିଦେଇଥାଏ। ସେ ଜୋର ଦେଇ କହିଛନ୍ତି, ସାମ୍ପ୍ରତିକ ବର୍ଷଗୁଡ଼ିକରେ ପରାକ୍ରମ ଦିବସ ରାଷ୍ଟ୍ରର ଭାବନାକୁ ପ୍ରତିଫଳିତ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ପାଲଟିଛି। ଏହା ଏକ ଖୁସିର ଘଟଣା ଯେ ପରାକ୍ରମ ଦିବସ 23 ଜାନୁଆରୀରେ, ଜାତୀୟ ଭୋଟର ଦିବସ 25 ଜାନୁଆରୀରେ, ଗଣତନ୍ତ୍ର ଦିବସ 26 ଜାନୁଆରୀରେ, 29 ଜାନୁଆରୀରେ ବିଟିଂ ରିଟ୍ରିଟ୍ ଏବଂ 30 ଜାନୁଆରୀରେ ପୂଜ୍ୟ ବାପୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରିବାର ଏକ ନୂତନ ପରମ୍ପରା ସୃଷ୍ଟି ହୋଇଛି । ସେ ପରାକ୍ରମ ଦିବସରେ ସମସ୍ତ ନାଗରିକଙ୍କୁ ଶୁଭକାମନା ଜଣାଇଥିଲେ।India must not only fulfill its own needs but also emerge as a global food supplier: PM Modi
May 29th, 06:45 pm
The Prime Minister Shri Narendra Modi addressed the Viksit Krishi Sankalp Abhiyan via video conferencing today. Delivering his remarks on the occasion, he remarked that the launch of the Viksit Krishi Sankalp Abhiyan as a significant initiative for farmers and an unique effort to support agricultural development.ବିକଶିତ କୃଷି ସଂକଳ୍ପ ଅଭିଯାନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 29th, 06:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବିକଶିତ କୃଷି ସଂକଳ୍ପ ଅଭିଯାନକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ନିଜର ବକ୍ତବ୍ୟ ପ୍ରଦାନ କରି ସେ କହିଥିଲେ ଯେ କୃଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ କୃଷି ବିକାଶକୁ ସହାୟତା କରିବା ଲାଗି ଏକ ଅନନ୍ୟ ପ୍ରୟାସ ଭାବେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ମୌସୁମୀ ଋତୁ ପାଖେଇ ଆସୁଥିବା ବେଳେ ଏବଂ ଖରିଫ ଋତୁ ପାଇଁ ପ୍ରସ୍ତୁତି ଆରମ୍ଭ ହେବା ସହିତ ଆଗାମୀ ୧୨ ରୁ ୧୫ ଦିନ ମଧ୍ୟରେ ବୈଜ୍ଞାନିକ, ବିଶେଷଜ୍ଞ, ଅଧିକାରୀ ଏବଂ ପ୍ରଗତିଶୀଳ କୃଷକମାନଙ୍କୁ ନେଇ ଗଠିତ ୨୦୦୦ ଦଳ ୭୦୦ ରୁ ଅଧିକ ଜିଲ୍ଲାରେ ଯାତ୍ରା କରିବେ ଏବଂ ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ କୃଷକଙ୍କ ନିକଟରେ ପହଞ୍ଚିବେ। ଭାରତର କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେମାନଙ୍କର ଉତ୍ସର୍ଗୀକୃତତାକୁ ସ୍ୱୀକାର କରି ସେହି ସମସ୍ତ କୃଷକ ଏବଂ ଏହି ଦଳର ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।