Chhattisgarh is rapidly advancing on the path of development:PM Modi at Chhattisgarh Rajat Mahotsav

November 01st, 03:30 pm

In his address at the Chhattisgarh Rajat Mahotsav, PM Modi said that participating in the Silver Jubilee celebrations was a matter of great fortune for him. Launching multiple developmental projects worth over ₹14,260 crore across key sectors such as roads, industry, healthcare and energy, the PM remarked that Chhattisgarh is now emerging as an industrial state. He noted that regions like Bastar are now witnessing an atmosphere of celebration, free from the shadow of Maoist terrorism.

ଛତିଶଗଡ଼ ରଜତ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 01st, 03:26 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୟା ରାୟପୁରରେ ଛତିଶଗଡ଼ ରାଜ୍ୟ ଗଠନର ୨୫ ବର୍ଷ ପୂର୍ତ୍ତି ଅବସରରେ ଛତିଶଗଡ଼ ରଜତ ମହୋତ୍ସବରେ ଉଦବୋଧନ ଦେଇଛନ୍ତି। ସେ ରାସ୍ତା, ଶିଳ୍ପ, ସ୍ୱାସ୍ଥ୍ୟସେବା ଏବଂ ଶକ୍ତି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକୁ ଅନ୍ତର୍ଭୁକ୍ତ କରି ୧୪,୨୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ଏବଂ ପରିବର୍ତ୍ତନକାରୀ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଆଜି ଛତିଶଗଡ଼ ରାଜ୍ୟ ଗଠନର ୨୫ ବର୍ଷ ପୂରଣ କରିଛି। ଏହି ଅବସରରେ, ସେ ଛତିଶଗଡ଼ର ସମସ୍ତ ଜନସାଧାରଣଙ୍କୁ ହୃଦୟର ସହିତ ଅଭିନନ୍ଦନ ଏବଂ ଶୁଭକାମନା ଜଣାଇଛନ୍ତି।

ନୟା ରାୟପୁରରେ ଛତିଶଗଡ଼ ବିଧାନ ସଭାର ନୂତନ ଭବନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 01st, 01:30 pm

ଛତିଶଗଡ଼ର ରାଜ୍ୟପାଳ ରମଣ ଡେକା ଜୀ, ଲୋକସଭା ବାଚସ୍ପତି ଓମ ବିର୍ଲା ଜୀ, ଛତିଶଗଡ଼ ବିଧାନସଭାର ଅଧ୍ୟକ୍ଷ ମୋର ବନ୍ଧୁ ରମଣ ସିଂହ ଜୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ଜୀ, କେନ୍ଦ୍ର ସରକାରରେ ଥିବା ମୋର ସହଯୋଗୀ ମନ୍ତ୍ରୀ ତୋଖନ ସାହୁ ଜୀ, ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଜୀ, ଅରୁଣ ସାୱ ଜୀ, ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଜୀ, ଉପସ୍ଥିତ ଅନ୍ୟ ମନ୍ତ୍ରୀଗଣ, ଜନ ପ୍ରତିନିଧିଗଣ ଏବଂ ଏଠାରେ ଥିବା ମହିଳା ଏବଂ ଭଦ୍ରବ୍ୟକ୍ତିଗଣ !

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡର ନୟା ରାୟପୁରରେ ଛତିଶଗଡ ବିଧାନସଭାର ନୂତନ ଭବନକୁ ଉଦଘାଟନ କରିଛନ୍ତି

November 01st, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ର ନୟା ରାୟପୁରରେ ରାଜ୍ୟ ବିଧାନସଭାର ନୂତନ କୋଠା ଉଦଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଛତିଶଗଡ଼ର ବିକାଶ ଯାତ୍ରା ପାଇଁ ଏକ ସୁବର୍ଣ୍ଣ ଆରମ୍ଭ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ, ବ୍ୟକ୍ତିଗତ ଭାବର ଏହା ତାଙ୍କ ପାଇଁ ଏକ ଅତ୍ୟନ୍ତ ଆନନ୍ଦଦାୟକ ଏବଂ ଗୁରୁତ୍ୱପୂର୍ଣ୍ଣ ଦିନ। ଏହି ଭୂମି ସହିତ ତାଙ୍କର ଗଭୀର ଭାବପ୍ରବଣ ସମ୍ପର୍କ ଉପରେ ମତ ଦେଇଥିଲେ, ଯାହା ଦଶନ୍ଧି ଧରି ପାଳିତ ହୋଇଥିଲା। ଜଣେ ଦଳୀୟ କର୍ମୀ ଭାବରେ ତାଙ୍କ ସମୟକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ, ସେ ଛତିଶଗଡ଼ରେ ବହୁତ ସମୟ ବିତାଇଥିଲେ ଏବଂ ବହୁତ କିଛି ଶିଖିଥିଲେ। ସେ ଛତିଶଗଡ଼ର ଦୃଷ୍ଟିକୋଣ, ଏହାର ସୃଷ୍ଟି ପାଇଁ ସଂକଳ୍ପ ଏବଂ ସେହି ସଂକଳ୍ପର ପୂରଣକୁ ଆହୁରି ମନେ ପକାଇ କହିଥିଲେ ଛତିଶଗଡ଼, ପରିବର୍ତ୍ତନର ପ୍ରତ୍ୟେକ ମୁହୂର୍ତ୍ତର ସେ ସାକ୍ଷୀ ଅଛନ୍ତି। ରାଜ୍ୟ ଏହାର ୨୫ ବର୍ଷର ଯାତ୍ରାରେ ଏକ ପ୍ରମୁଖ ମାଇଲଖୁଣ୍ଟରେ ପହଞ୍ଚିବା ସହିତ, ଏହି ମୁହୂର୍ତ୍ତର ଅଂଶ ହେବାର ସୁଯୋଗ ପାଇଁ ସେ କୃତଜ୍ଞତା ପ୍ରକାଶ କରିଥିଲେ। ରୌପ୍ୟ ଜୟନ୍ତୀ ପାଳନ ଅବସରରେ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟବାସୀଙ୍କ ପାଇଁ ନୂତନ ବିଧାନସଭା କୋଠା ଉଦଘାଟନ କରିବାର ସୁଯୋଗ ତାଙ୍କୁ ମିଳିଛି। ଏହି ଅବସରରେ ସେ ଛତିଶଗଡ଼ର ଜନସାଧାରଣ ଏବଂ ରାଜ୍ୟ ସରକାରଙ୍କୁ ତାଙ୍କର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ।

ଛତିଶଗଡ଼ର ବିଳାସପୁରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 30th, 06:12 pm

ଛତିଶଗଡ଼ର ରାଜ୍ୟପାଳ, ଶ୍ରୀ ରମେନ ଡେକା ଜୀ, ରାଜ୍ୟର ଲୋକପ୍ରିୟ ଏବଂ ସକ୍ରିୟ ମୁଖ୍ୟମନ୍ତ୍ରୀ, ଶ୍ରୀ ବିଷ୍ଣୁଦେବ ସାଇ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ, ମନୋହର ଲାଲ ଜୀ, ଏହି ଅଞ୍ଚଳର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ, ତୋଖାନ ସାହୁ ଜୀ, ଛତିଶଗଡ଼ ବିଧାନସଭାର ବାଚସ୍ପତି ଏବଂ ମୋର ପ୍ରିୟ ବନ୍ଧୁ, ରମଣ ସିଂହ ଜୀ, ଉପମୁଖ୍ୟମନ୍ତ୍ରୀ, ବିଜୟ ଶର୍ମା ଜୀ, ଅରୁଣ ସାହୁ ଜୀ, ଛତିଶଗଡ଼ ସରକାରଙ୍କ ସମସ୍ତ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ, ଏବଂ ଦୂର ଦୂରାନ୍ତରୁ ଏଠାକୁ ଆସିଥିବା ମୋର ଭାଇ ଓ ଭଉଣୀମାନେ !

ଛତିଶଗଡର ବିଳାସପୁରରେ ୩୩,୭୦୦ କୋଟିରୁ ଅଧିକ ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

March 30th, 03:30 pm

ଭିତ୍ତିଭୂମି ବିକାଶ ଏବଂ ସ୍ଥାୟୀ ଜୀବିକା ବୃଦ୍ଧି ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ର ବିଳାସପୁର ଠାରେ ୩୩,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ, କାର୍ଯ୍ୟ ଆରମ୍ଭ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଆଜି ନୂଆ ବର୍ଷର ଶୁଭ ଆରମ୍ଭ ଏବଂ ନବରାତ୍ରିର ପ୍ରଥମ ଦିନରେ ସେ ମା' ମହାମାୟାଙ୍କ ଭୂମି ଏବଂ ମାତା କୌଶଲ୍ୟାଙ୍କ ମାତୃଭୂମି ଭାବେ ଛତିଶଗଡ଼ର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ପାଇଁ ଦେବୀଙ୍କ ପ୍ରତି ସମର୍ପିତ ଏହି ନଅ ଦିନର ବିଶେଷ ମହତ୍ତ୍ୱ ଉପରେ ସେ ଆଲୋକପାତ କରିଥିଲେ। ନବରାତ୍ରିର ପ୍ରଥମ ଦିନରେ ଛତିଶଗଡ଼ରେ ରହିବାର ସୌଭାଗ୍ୟ ସମ୍ପର୍କରେ ଉଲ୍ଲେଖ କରିବା ସହ ଭକ୍ତ ଶିରୋମଣି ମାତା କର୍ମାଙ୍କ ସମ୍ମାନରେ ନିକଟରେ ଡାକ ଟିକଟ ଜାରି ହୋଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ନବରାତ୍ରି ପର୍ବ ରାମନବମୀ ପାଳନ ସହିତ ଶେଷ ହେବ , ଏହା ସହିତ ଯେ ଛତିଶଗଡ଼ରେ ଭଗବାନ ରାମଙ୍କ ପ୍ରତି ଅନନ୍ୟ ଭକ୍ତି, ବିଶେଷ କରି ରାମନାମୀ ସମାଜର ଅସାଧାରଣ ସମର୍ପଣ, ଯିଏ କି ଭଗବାନ ରାମଙ୍କ ନାମରେ ନିଜର ସମଗ୍ର ଅସ୍ତିତ୍ୱ ଉତ୍ସର୍ଗ କରିଛନ୍ତି, ତାହା ଉପରେ ଆଲୋକପାତ କରିଥିଲେ। ସେ ଛତିଶଗଡ଼ବାସୀଙ୍କୁ ଭଗବାନ ରାମଙ୍କ ମାମୁଁ ଘର ପରିବାର ବୋଲି ଦର୍ଶାଇ ଶୁଭେଚ୍ଛା ଜଣାଇଥିଲେ।

Our government is dedicated to tribal welfare in Chhattisgarh: PM Modi in Surguja

April 24th, 10:47 pm

Ahead of the impending Lok Sabha elections, Prime Minister Narendra Modi was accorded a splendid welcome by the people of Surguja as he addressed a public rally in Chhattisgarh. He thanked Ambikapur for showering blessings on him, with voices reiterating, 'Fir ek Baar Modi Sarkar.'

Surguja's splendid welcome for PM Modi as he addresses a rally in Chhattisgarh

April 24th, 10:49 am

Ahead of the impending Lok Sabha elections, Prime Minister Narendra Modi was accorded a splendid welcome by the people of Surguja as he addressed a public rally in Chhattisgarh. He thanked Ambikapur for showering blessings on him, with voices reiterating, 'Fir ek Baar Modi Sarkar.'

ଫେବୃୟାରୀ ୨୪ ରେ ପ୍ରଧାନମନ୍ତ୍ରୀ 'ବିକଶିତ ଭାରତ ବିକଶିତ ଛତିଶଗଡ଼' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ

February 22nd, 05:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୪ ତାରିଖ ଦିନ ଅପରାହ୍ନ ୧୨:୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ 'ବିକଶିତ ଭାରତ ବିକଶିତ ଛତିଶଗଡ଼' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୩୪,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ସଡ଼କ, ରେଳବାଇ, କୋଇଲା, ଶକ୍ତି ଏବଂ ସୌର ଶକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଅନ୍ତଭୁକ୍ତ ।