ଆସାମ ଗୋଲାଘାଟରେ ପଲିପ୍ରପଲିନ ପ୍ଲାଂଟ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 14th, 03:30 pm
ଭାରତ ମାତାଙ୍କର ଜୟ ହେଉ । ଆସାମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା, କେନ୍ଦ୍ର କ୍ୟାବିନେଟ ସହଯୋଗୀ ସର୍ବାନନ୍ଦ ସୋନୱାଲ, ହରଦୀପ ସିଂ ପୁରୀ, ରାଜ୍ୟ ସରକାରଙ୍କ ମନ୍ତ୍ରିବର୍ଗ, ସାଂସଦ, ବିଧାୟକ ବନ୍ଧୁ, ଏଇଠି ଅଧିକ ସଂଖ୍ୟାରେ ସମବେତ ଭାଇ ଓ ଉଭଣୀମାନେ ।ଆସାମର ଗୋଲାଘାଟରେ ବାୟୋ-ଇଥାନଲ ପ୍ଲାଣ୍ଟ ଉଦଘାଟନ ଓ ପଲିପ୍ରୋପାଇଲିନ ୟୁନିଟ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
September 14th, 03:00 pm
ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରତା କମ୍ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ଆସାମର ଗୋଲାଘାଟ ସ୍ଥିତ ନୁମାଲିଗଡ଼ ରିଫାଇନାରୀ ଲିମିଟେଡ (ଏନଆରଏଲ)ରେ ଆସାମ ବାୟୋ ଇଥାନଲ ପ୍ଲାଣ୍ଟର ଉଦଘାଟନ ପଲିପ୍ରୋପାଇଲିନ ୟୁନିଟର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆସାମର ସମସ୍ତ ଜନସାଧାରଣଙ୍କୁ ଶାରଦୀୟ ଦୁର୍ଗାପୂଜାର ହାର୍ଦ୍ଦିକ ଶୁଭକାମନା ଜଣାଇଥିଲେ । ସେ ମହାନ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଶ୍ରୀମନ୍ତ ଶଙ୍କରଦେବଙ୍କ ଜୟନ୍ତୀର ମହତ୍ୱକୁ ସ୍ୱୀକାର କରିଥିଲେ ଏବଂ ପୂଜ୍ୟ ଗୁରୁଜନଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।