ଆନ୍ଧ୍ର ପ୍ରଦେଶ କୁର୍ଣ୍ଣୁଲରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 16th, 03:00 pm
ଆନ୍ଧ୍ର ପ୍ରଦେଶର ମହାମହିମ ରାଜ୍ୟପାଳ ଏସ. ଅବଦୁଲ ନଜିରଜୀ, ଲୋକପ୍ରିୟ ଓ କର୍ମଠ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କେନ୍ଦ୍ରମନ୍ତ୍ରୀ କେ. ରାମମୋହନ ନାଇଡୁଜୀ, ଚନ୍ଦ୍ରଶେଖର ପ୍ରେମାସାନିଜୀ, ଭୂପତିରାଜୁ ଶ୍ରୀନିବାସ ବର୍ମାଜୀ, ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଜୀ, ରାଜ୍ୟ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ନାରା ଲୋକେଶଜୀ, ସମସ୍ତ ମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ପି.ଭି.ଏନ ମାଧବଜୀ, ସମସ୍ତ ସାଂସଦ, ବିଧାୟକଗଣ ଓ ଏଠାରେ ଆମକୁ ଆଶୀର୍ବାଦ କରିବାକୁ ଆସିଥିବା ମୋର ସମସ୍ତ ପ୍ରିୟ ଭାଇ ଓ ଉଭଣୀମାନେ ।ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲରେ 13,430 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 16th, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲଠାରେ ପ୍ରାୟ 13,430 କୋଟି ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଅହୋବିଲମର ଭଗବାନ ନରସିଂହ ସ୍ୱାମୀ ଏବଂ ମହାନନ୍ଦିର ଶ୍ରୀ ମହାନନ୍ଦିଶ୍ୱର ସ୍ୱାମୀଙ୍କୁ ପ୍ରଣାମ କରିଥିଲେ। ସେ ସମସ୍ତଙ୍କ ମଙ୍ଗଳ ପାଇଁ ମନ୍ତ୍ରାଳୟମର ଗୁରୁ ଶ୍ରୀ ରାଘବେନ୍ଦ୍ର ସ୍ୱାମୀଙ୍କଠାରୁ ଆଶୀର୍ବାଦ ମଧ୍ୟ ଲୋଡ଼ିଥିଲେ।