ପ୍ରଧାନମନ୍ତ୍ରୀ ନଭେମ୍ବର ୨୭ ତାରିଖରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କରିବେ
November 25th, 04:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ନଭେମ୍ବର ସକାଳ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ମହାକାଶ ଷ୍ଟାର୍ଟଅପ ସ୍କାଏରୁଟର ଇନଫିନିଟି କ୍ୟାମ୍ପସର ଉଦ୍ଘାଟନ କରିବେ । ସେ ସ୍କାଏରୁଟର ପ୍ରଥମ ଅରବିଟାଲ (କକ୍ଷପଥ) ରକେଟ, ବିକ୍ରମ-୧ ମଧ୍ୟ ଉନ୍ମୋଚନ କରିବେ, ଯାହା କକ୍ଷପଥକୁ ଉପଗ୍ରହ ଉତ୍କ୍ଷେପଣ କରିବାର କ୍ଷମତା ରଖିବ ।