On the occasion of National Youth Day, PM to participate in the Viksit Bharat Young Leaders Dialogue 2025 on 12th January

January 10th, 09:21 pm

On the occasion of National Youth Day, commemorating the birth anniversary of Swami Vivekananda, Prime Minister Shri Narendra Modi will participate in the Viksit Bharat Young Leaders Dialogue 2025 on 12th January, at around 10 AM, at Bharat Mandapam, New Delhi. He will engage with 3,000 dynamic young leaders from across India. He will also address the gathering on the occasion.

ବିକଶିତ ଭାରତ ଯୁବା ନେତା ଆଲୋଚନା ଆମ ଯୁବଶକ୍ତି, ସେମାନଙ୍କ ସ୍ୱପ୍ନ, ଦକ୍ଷତା ଏବଂ ଆକାଂକ୍ଷାରେ ଉତ୍ସାହ ଆଣିଛି: ପ୍ରଧାନମନ୍ତ୍ରୀ

January 10th, 07:24 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିକଶିତ ଭାରତ ଯୁବା ନେତା ଆଲୋଚନା ଆମ ଯୁବଶକ୍ତି, ସେମାନଙ୍କ ସ୍ୱପ୍ନ, ଦକ୍ଷତା ଏବଂ ଆକାଂକ୍ଷାରେ ଉତ୍ସାହ ଆଣିଛି । ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି, ୨୦୨୫ ଜାନୁଆରୀ ୧୨ ତାରିଖରେ ଯୁବଶକ୍ତିଙ୍କ ସହ ଭାବ ବିନିମୟ କରିବାକୁ ସେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ।

ଅହମ୍ମଦାବାଦର ରାମକୃଷ୍ଣ ମଠ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 09th, 01:30 pm

ଗୁଜରାଟର ଜଣେ ପୁତ୍ର ହିସାବରେ ମୁଁ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଛି, ଅଭିନନଦନ ଜଣାଉଛି । ମୁଁ ମା ଶାରଦା, ଗୁରୁଦେବ ରାମକୃଷ୍ଣ ପରମହଂସ ଏବଂ ସ୍ୱାମୀ ବିବେକାନନ୍ଦଜୀଙ୍କୁ, ସେମାନଙ୍କ ଚରଣରେ ପ୍ରଣାମ କରୁଛି । ଶ୍ରୀମତ୍ ସ୍ୱାମୀ ପ୍ରେମାନନ୍ଦ ମହାରାଜଙ୍କ ଜୟନ୍ତୀ ଅବସରରେ ଆଜିର ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ମୁଁ ତାଙ୍କ ଚରଣରେ ପ୍ରଣାମ ମଧ୍ୟ କରୁଛି।

ଗୁଜରାଟରେ ରାମକୃଷ୍ଣ ମଠ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 09th, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ରାମକୃଷ୍ଣ ମଠରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ଦେଶ ବିଦେଶର ରାମକୃଷ୍ଣ ମଠ ଓ ମିଶନର ସମ୍ମାନଜନକ ସନ୍ଥ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶ୍ରୀ ମୋଦୀ ଦେବୀ ଶାରଦା, ଗୁରୁଦେବ ରାମକୃଷ୍ଣ ପରମହଂସ ଏବଂ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀମତ ସ୍ୱାମୀ ପ୍ରେମାନନ୍ଦ ମହାରାଜଙ୍କ ଜୟନ୍ତୀ ଅବସରରେ ଆଜିର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ମନ୍ କୀ ବାତ୍ ନଭେମ୍ବର 2024

November 24th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ମନର କଥା, ଅର୍ଥାତ, ଦେଶର ମିଳିତ ପ୍ରୟାସର କଥା, ଦେଶର ଉପଲବ୍ଧିଗୁଡ଼ିକର କଥା, ଲୋକମାନଙ୍କର ସାମର୍ଥ୍ୟର କଥା । ମନର କଥା ଅର୍ଥାତ, ଦେଶର ଯୁବବର୍ଗଙ୍କ ସ୍ୱପ୍ନ, ଦେଶର ନାଗରିକମାନଙ୍କ ଆକାଂକ୍ଷାର କଥା । ମୁଁ ମାସକଯାକ ‘ମନ୍ କି ବାତ୍’କୁ ଅପେକ୍ଷା କରିଥାଏ, ଯାହାଦ୍ୱାରା ଆପଣମାନଙ୍କ ସହିତ ସିଧା କଥାବାର୍ତ୍ତା କରିପାରିବି । କେତେ କେତେ ବାର୍ତ୍ତା, କେତେ ମେସେଜ୍! ଅଧିକରୁ ଅଧିକ ବାର୍ତ୍ତାଗୁଡ଼ିକୁ ପଢ଼ିବା, ଆପଣମାନଙ୍କ ପରାମର୍ଶ ଉପରେ ଚିନ୍ତା କରିବା ପାଇଁ ମୁଁ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା କରିଥାଏ ।