ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 01st, 10:15 am
ଏହି ଶୀତ କାଳୀନ ଅଧିବେଶନ, ଏହା କେବଳ ଏକ ରୀତିନୀତି ନୁହେଁ। ମୋର ବିଶ୍ୱାସ ଯେ, ଏହି ଶୀତକାଳୀନ ଅଧିବେଶନ ଦେଶକୁ ଦ୍ରୁତ ଗତିରେ ଆଗକୁ ନେବା ପାଇଁ ଚାଲିଥିବା ପ୍ରୟାସକୁ ଶକ୍ତି ଯୋଗାଇବା ପାଇଁ ମଧ୍ୟ କାର୍ଯ୍ୟ କରିବ। ଭାରତ ଗଣତନ୍ତ୍ରରେ ବଞ୍ଚିଛି, ସମୟ ସମୟରେ ଗଣତନ୍ତ୍ରର ଉତ୍ସାହ ଏବଂ ଉଦ୍ଦୀପନାକୁ ଏପରି ଭାବରେ ପ୍ରକାଶ କରିଛି ଯେ ଗଣତନ୍ତ୍ରରେ ବିଶ୍ୱାସ ଦୃଢ ହେବାରେ ଲାଗିଛି। ନିକଟରେ ବିହାରରେ ହୋଇଥିବା ନିର୍ବାଚନରେ ମତଦାନର ରେକର୍ଡ, ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି। ମାଆ ଏବଂ ଭଉଣୀମାନଙ୍କର ବର୍ଦ୍ଧିତ ଯୋଗଦାନ ଏକ ନୂତନ ଆଶା ସୃଷ୍ଟି କରୁଛି, ନିଜ ଉପରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି ହେଉଛି । ଗୋଟିଏ ପଟେ, ଗଣତନ୍ତ୍ରର ଶକ୍ତି ଏବଂ ଏହି ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଅର୍ଥବ୍ୟବସ୍ଥାର ଶକ୍ତି ଉପରେ ମଧ୍ୟ ବିଶ୍ୱର ତୀକ୍ଷଣ ନଜର ରହିଛି। ଭାରତ ପ୍ରମାଣ କରିଛି-ଗଣତନ୍ତ୍ର କାର୍ଯ୍ୟକ୍ଷମ କରିପାରିବ। ଯେଉଁ ଗତିରେ ଭାରତର ଅର୍ଥବ୍ୟବସ୍ଥା ଆଜି ନୂଆ ଶିଖର ଛୁଇଁଛି। ଏହା ଆମକୁ କେବଳ ନୂତନ ଆତ୍ମବିଶ୍ୱାସ ଦିଏ ନାହିଁ, ବରଂ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଅଗ୍ରସର ହେବାରେ ନୂତନ ଶକ୍ତି ମଧ୍ୟ ଦେଇଥାଏ।ଶୀତକାଳୀନ ଅଧିବେଶନ-୨୦୨୫ ଆରମ୍ଭରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ
December 01st, 10:00 am
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ନିରନ୍ତର ଭାବରେ ଏହାର ଗଣତାନ୍ତ୍ରିକ ପରମ୍ପରାର ଗତିଶୀଳତା ଏବଂ ଆତ୍ମାକୁ ପ୍ରଦର୍ଶନ କରିଚାଲିଛି। ସାମ୍ପ୍ରତିକ ବିହାର ନିର୍ବାଚନର ଉଦାହରଣ ଦେଇ, ସେ ସେଠାରେ ହୋଇଥିବା ରେକର୍ଡ ମତଦାନକୁ ପ୍ରଶଂସା କରିଥିଲେ । ସେ ଏହାକୁ ଦେଶର ଗଣତାନ୍ତ୍ରିକ ଶକ୍ତିର ଏକ ଶକ୍ତିଶାଳୀ ପ୍ରମାଣ ବୋଲି କହିଥିଲେ। ସେ ମହିଳା ଭୋଟରଙ୍କ ବୃଦ୍ଧି ପାଉଥିବା ଅଂଶଗ୍ରହଣକୁ ମଧ୍ୟ ଏକ ଉଲ୍ଲେଖନୀୟ ଏବଂ ଉତ୍ସାହଜନକ ଧାରା ବୋଲି କହିଥିଲେ ଯାହା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନୂତନ ଆଶା ଏବଂ ନୂତନ ଆତ୍ମବିଶ୍ୱାସ ଆଣୁଛି । ସେ ଉଲ୍ଲେଖ କରିଥିଲେ ଯେ ଭାରତର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ମଜବୁତ ହେବା ସହିତ, ଏହି ଗଣତାନ୍ତ୍ରିକ ବ୍ୟବସ୍ଥାଗୁଡ଼ିକ କିପରି ଦେଶର ଅର୍ଥନୈତିକ କ୍ଷମତାକୁ ମଧ୍ୟ ମଜବୁତ କରିଚାଲିଛି ତାହା ଉପରେ ବିଶ୍ୱ ନଜର ରଖିଛି। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ପ୍ରମାଣ କରିଛି ଯେ ଗଣତନ୍ତ୍ର ସଫଳ ପରିଣାମ ପ୍ରଦାନ କରିପାରିବ। ଯେଉଁ ଗତିରେ ଭାରତର ଅର୍ଥନୈତିକ ଅବସ୍ଥା ନୂତନ ଉଚ୍ଚତାକୁ ଆରୋହଣ କରୁଛି ତାହା ନୂତନ ଆତ୍ମବିଶ୍ୱାସ ପ୍ରଦାନ କରୁଛି ଏବଂ ଆମେ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଥିବାବେଳେ ଏହା ଆମକୁ ନୂଆ ଶକ୍ତି ପ୍ରଦାନ କରୁଛି ।“ପ୍ରଧାନମନ୍ତ୍ରୀ ତ୍ରିନିଦାଦ ଏବଂ ଟୋବେଗୋରେ ନିର୍ବାଚନ ବିଜୟୀ ହୋଇଥିବାରୁ ସୁଶ୍ରୀ କମଳା ପ୍ରସାଦ-ବିଶେଶରଙ୍କୁ ଅଭିନନ୍ଦନ ଜଣାଇଛନ୍ତି
April 29th, 03:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନରେ ସୁଶ୍ରୀ କମଳା ପ୍ରସାଦ-ବିଶେଶରଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ ଭାରତ ଏବଂ ତ୍ରିନିଦାଦ ଏବଂ ଟୋବେଗୋ ମଧ୍ୟରେ ଐତିହାସିକ ରୂପରେ ଘନିଷ୍ଠ ଏବଂ ପାରିବାରିକ ସମ୍ପର୍କ ଉପରେ ଜୋର୍ ଦେଇଛନ୍ତି ।ପଡକାଷ୍ଟରେ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପର ଓଡ଼ିଆ ଅନୁବାଦ
March 16th, 11:47 pm
ମୋର ଶକ୍ତି ମୋଦୀ ହେବାରେ ନୁହେଁ; ଏହା ୧୪୦ କୋଟି ଭାରତୀୟଙ୍କ ଠାରୁ ଆସିଛି, ହଜାର ହଜାର ବର୍ଷର ଆମ ଦେଶର ସମୃଦ୍ଧ ସାଂସ୍କୃତିକ ଏବଂ ଐତିହାସିକ ପରମ୍ପରାରୁ ଆସିଛି। ଏହା ହିଁ ମୋର ପ୍ରକୃତ ଶକ୍ତି । ମୁଁ ଯେଉଁଠିକୁ ବି ଯାଏ, ମୁଁ ମୋଦୀ ଭାବେ ଯାଏ ନାହିଁ- ବେଦ ଠାରୁ ଆରମ୍ଭ କରି ବିବେକାନନ୍ଦ ପର୍ଯ୍ୟନ୍ତ ଆମ ସଭ୍ୟତାର ହଜାର ହଜାର ବର୍ଷ ପୁରୁଣା ମହାନ ପରମ୍ପରାକୁ ମୁଁ ସାଙ୍ଗରେ ନେଇ ଯାଇଥାଏ। ମୁଁ ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ବ କରୁଛି, ସେମାନଙ୍କ ସ୍ୱପ୍ନ ଏବଂ ସେମାନଙ୍କ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛି । ସେଥିପାଇଁ ଯେତେବେଳେ ମୁଁ ବିଶ୍ୱର କୌଣସି ନେତାଙ୍କ ସହ ହାତ ମିଳାଉଛି, ତାହା କେବଳ ମୋଦୀଙ୍କ ହାତ ନୁହେଁ- ଏହା ୧୪୦ କୋଟି ଭାରତୀୟଙ୍କ ହାତ। ମୋର ଶକ୍ତି ମୋର ନୁହେଁ; ଏହା ହେଉଛି ଭାରତର ଶକ୍ତି । ଯେତେବେଳେ ବି ଆମେ ଶାନ୍ତି କଥା କହୁଛୁ, ବିଶ୍ୱ ଶୁଣେ, କାରଣ ଏହା ମହାତ୍ମା ଗାନ୍ଧୀଙ୍କ ଦେଶ ବୁଦ୍ଧଙ୍କ ଭୂମି। ଆମେ ସଂଘର୍ଷକୁ ନୁହେଁ; ଆମେ ଶାନ୍ତିକୁ ସମର୍ଥନ କରୁଛୁ। ଆମେ ପ୍ରକୃତି ସହିତ ସଂଘର୍ଷ ଚାହୁଁନାହୁଁ କିମ୍ବା ଜାତି ମାନଙ୍କ ମଧ୍ୟରେ ସଂଘର୍ଷ ଚାହୁଁନାହୁଁ - ଆମେ ଏପରି ଦେଶ ଯିଏ ସହଯୋଗରେ ବିଶ୍ୱାସ କରୁ । ଶାନ୍ତି ପ୍ରତିଷ୍ଠା ଦିଗରେ ଯଦି ଆମେ କୌଣସି ପ୍ରକାର ଅବଦାନ ଦେଇପାରିବା, ତେବେ ଆମେ ସବୁବେଳେ ତାହା କରିବାକୁ ଚେଷ୍ଟା କରୁଛୁ। ମୋ ଜୀବନ ଅତ୍ୟଧିକ ଦାରିଦ୍ର୍ୟରୁ ବାହାରିଥିଲା, ତଥାପି ଆମେ କେବେ ବି ଏହା ଦ୍ୱାରା ବୋଝ ଅନୁଭବ କରିନଥିଲୁ। ସାରା ଜୀବନ ଜୋତା ପିନ୍ଧିଥିବା ବ୍ୟକ୍ତି ଯଦି ହଠାତ୍ ଏହାକୁ ହରାଇଥାନ୍ତି, ତେବେ ସେମାନେ ହୁଏତ ସଂଘର୍ଷ କରିପାରନ୍ତି। କିନ୍ତୁ ଯେଉଁମାନେ କେବେ ଜୋତା ପିନ୍ଧି ନାହାନ୍ତି, ସେମାନଙ୍କ ପାଇଁ ଏଥିରୁ ବଞ୍ଚିତ ହେବାର କୌଣସି ଭାବନା ନଥାଏ- ଆମେ କେବଳ ସେମାନଙ୍କ ଭଳି ଜୀବନ ଅତିବାହିତ କରୁଛୁ।ଏକ ପଡ୍କାଷ୍ଟରେ ଲେକ୍ସ ଫ୍ରିଡ୍ମ୍ୟାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର
March 16th, 05:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପଡ୍କାଷ୍ଟରେ ଲେକ୍ସ ଫ୍ରିଡ଼ମ୍ୟାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ମନଖୋଲା ଆଲୋଚନାରେ କାହିଁକି ସେ ଉପବାସ କରନ୍ତି ଓ ଉପବାସ କରିବାରେ କିପରି ସକ୍ଷମ ହୁଅନ୍ତି ବୋଲି ପ୍ରଶ୍ନ କରାଯିବାରୁ ଉପବାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ସମ୍ମାନ ଭାବେ ଗ୍ରହଣ କରିଥିବାରୁ ଲେକ୍ସ ଫ୍ରିଡମ୍ୟାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ପ୍ରଧାନମନ୍ତ୍ରୀ। ଶ୍ରୀ ମୋଦୀ କହିଥିଲେ, ଭାରତରେ ଧାର୍ମିକ ପରମ୍ପରା ଦୈନନ୍ଦିନ ଜୀବନ ସହିତ ଓତଃପ୍ରୋତ ଭାବେ ଜଡ଼ିତ। ଭାରତର ସୁପ୍ରିମକୋର୍ଟଙ୍କ ବ୍ୟାଖ୍ୟା ଅନୁସାରେ ହିନ୍ଦୁ ଧର୍ମ କେବଳ ଧାର୍ମିକ ବିଧି ବିଧାନ ନୁହେଁ। ବରଂ ଏହା ହେଉଛି ମଣିଷ ଜୀବନକୁ ପଥ ପ୍ରଦର୍ଶନ କରୁଥିବା ଏକ ଦର୍ଶନ। ସେ କହିଥିଲେ ଯେ, ଶୃଙ୍ଖଳିତ ଜୀବନ ପାଇଁ ଉପବାସ ହେଉଛି ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହା ଜଣକର ଅନ୍ତଃ ଓ ବାହ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ, ଉପବାସ ଜଣକର ଇନ୍ଦ୍ରିୟଗୁଡ଼ିକୁ ଆହୁରି ଶକ୍ତିଶାଳୀ କରିଥାଏ, ସେମାନଙ୍କୁ ଆହୁରି ସମ୍ବେଦନଶୀଳ ଓ ସଚେତନ କରିଥାଏ। ସେ ନିଜ ଅନୁଭବରୁ କହିଥିଲେ ଯେ, ଉପବାସ ସମୟରେ କୌଣସି ଟିକିଏ ସୂକ୍ଷ୍ମ କଥାକୁ ମଧ୍ୟ ଜଣେ ସ୍ପଷ୍ଟ ଭାବେ ମନେ ରଖିପାରେ। ସେ ଆହୁରି କହିଥିଲେ, ଚିନ୍ତନ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଥାଏ ଉପବାସ। ଏହା ନୂଆ ଦୃଷ୍ଟିକୋଣ ପ୍ରଦାନ କରିବା ସହିତ ଅଭିନବ ଚିନ୍ତନ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଥାଏ। ଶ୍ରୀ ମୋଦୀ ସ୍ପଷ୍ଟ କରିଥିଲେ ଯେ, କେବଳ ଖାଦ୍ୟ ନ ଖାଇବା ଉପବାସ ନୁହେଁ, ଏହା ହେଉଛି ପ୍ରସ୍ତୁତି ଓ ବିଶୁଦ୍ଧିକରଣର ଏକ ବୈଜ୍ଞାନିକ ପ୍ରକ୍ରିୟା। ସେ କହିଥିଲେ ଯେ, ଉପବାସ କରିବା ପୂର୍ବରୁ ବେଶ୍ କିଛି ଦିନ ଆୟୁର୍ବେଦିକ୍ ଓ ଯୋଗ ଜରିଆରେ ସେ ନିଜ ଶରୀରକୁ ଉପବାସ ପାଇଁ ପ୍ରସ୍ତୁତ କରନ୍ତି। ଏହି ସମୟରେ ନିୟମିତ ଓ ପର୍ଯ୍ୟାପ୍ତ ଭାବେ ପାଣି ପିଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଉପବାସ ଆରମ୍ଭ ହେବା ମାତ୍ରେ ଏହାକୁ ସେ ସମର୍ପଣ ଓ ଆତ୍ମଶୃଙ୍ଖଳା ଏକ କାମ ବୋଲି ବିଚାର କରନ୍ତି। ଏହା ସହିତ ଗଭୀର ଆତ୍ମଚିନ୍ତନ ଓ ଧ୍ୟାନକୁ ଗୁରୁତ୍ୱ ଦିଅନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପବାସ କରିବାର ଏହି ଅଭ୍ୟାସ ତାଙ୍କର ନିଜ ଜୀବନର ଏକ ଘଟଣାରୁ ଆରମ୍ଭ ହୋଇଥିଲା। ସ୍କୁଲରେ ପଢୁଥିବା ବେଳେ ମହାତ୍ମା ଗାନ୍ଧିଙ୍କ ପ୍ରେରଣାରୁ ହୋଇଥିବା ଏକ ଅଭିଯାନରୁ ଏହା ଆରମ୍ଭ ହୋଇଥିଲା। ଯେତେବେଳେ ସେ ପ୍ରଥମ ଥର ଉପବାସ କରିଥିଲେ, ତାଙ୍କ ଶରୀରରେ ଅଧିକ ଶକ୍ତି ଓ ଚେତନା ଆସିଥିବାର ସେ ଅନୁଭବ କରିଥିଲେ। ଏଥିରୁ ସେ ନିଶ୍ଚିତ ହେଲେ ଯେ, ଉପବାସର ଏକ ବଡ଼ ପରିବର୍ତ୍ତନକାରୀ ଶକ୍ତି ଅଛି। ସେ ଉଲ୍ଲେଖ କରିଥିଲେ, ଉପବାସ ତାଙ୍କୁ ମାନ୍ଦା କରିନଥାଏ, ବରଂ ଏହା ତାଙ୍କ କାର୍ଯ୍ୟଦକ୍ଷତାକୁ ଆହୁରି ବୃଦ୍ଧି କରିଥାଏ। ଉପବାସ ସମୟରେ ତାଙ୍କ ମନକୁ ସ୍ୱତଃପ୍ରବୃତ୍ତ ଭାବେ ସକରାତ୍ମକ ଚିନ୍ତନ ଓ ସୃଜନଶୀଳତା ଆପେ ଆପେ ଆସିଥାଏ। ନିଜକୁ ପରିପ୍ରକାଶ କରିବାରେ ଏହା ଏକ ଅତୁଳନୀୟ ଅନୁଭବ ପ୍ରଦାନ କରିଥାଏ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।ଆର୍ଜେଣ୍ଟିନା ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଜାଭିଅର ମିଲେଇଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
November 20th, 05:00 pm
ଆର୍ଜେଣ୍ଟିନା ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଜାଭିଅର ମିଲେଇଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।ଏସୀୟ ପାରା କ୍ରୀଡା ୨୦୨୨ରେ ଭାରତକୁ ପ୍ରତିନିଧିତ୍ୱ କରିଥିବା କ୍ରୀଡ଼ାବିତମାନଙ୍କ ସହିତ ଭାବବିନିମୟ ସମୟରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 01st, 07:00 pm
ଆପଣ ସମସ୍ତଙ୍କ ସହିତ ସାକ୍ଷାତ କରିବାର ସୁଯୋଗକୁ ମୁଁ ଖୋଜି ଚାଲିଥାଏ ଆଉ ଅପେକ୍ଷା ମଧ୍ୟ କରିଥାଏ, କେତେବେଳେ ଦେଖା କରିବି, କେତେବେଳେ ଆପଣଙ୍କର ଅନୁଭବର କଥା ଶୁଣିବି, ଆଉ ମୁଁ ଦେଖିଛି ଯେ ପ୍ରତ୍ୟେକ ଥର ଆପଣ ନୂତନ ଉନ୍ମାଦନା ସହିତ ଆସନ୍ତି, ନୂତନ ଉତ୍ସାହର ସହିତ ଆସନ୍ତି । ଆଉ ଏହା ମଧ୍ୟ ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ ପ୍ରୋତ୍ସାହନ ହୋଇ ଯାଇଥାଏ । ତେବେ ସର୍ବପ୍ରଥମେ ତ’ ମୁଁ ଆପଣ ସସସ୍ତଙ୍କ ଗହଣକୁ ଗୋଟିଏ ହିଁ କାର୍ଯ୍ୟ ପାଇଁ ଆସିଛି, ଆଉ ତାହା ହେଉଛି ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଇବା ପାଇଁ । ଆପଣମାନେ ଭାରତ ବାହାରେ ଥିଲେ, ଚୀନରେ ଖେଳୁଥିଲେ, କିନ୍ତୁ ବୋଧହୁଏ ଆପଣମାନଙ୍କୁ ଜଣା ନ ଥିବ, ମୁଁ ମଧ୍ୟ ଆପଣମାନଙ୍କ ସହିତ ଥିଲି । ମୁଁ ପ୍ରତ୍ୟେକ କ୍ଷଣରେ ଆପଣମାନଙ୍କର ପ୍ରତ୍ୟେକ ଗତିବିଧିକୁ, ଆପଣମାନଙ୍କର ପ୍ରୟାସକୁ, ଆପଣମାନଙ୍କର ଦୃଢ଼ ଇଚ୍ଛାଶକ୍ତିକୁ, ମୁଁ ଏଠାରେ ବସି, ବସିକରି ତାହାକୁ ହିଁ ମର୍ମେ ମର୍ମେ ଅନୁଭବ କରୁଥିଲି । ଆପଣ ସମସ୍ତେ ଯେଉଁଭଳି ଭାବେ ଦେଶର ସୁନାମ ବୃଦ୍ଧି କରିଛନ୍ତି, ତାହା ବାସ୍ତବରେ ହେଉଛି ବହୁତ ଅଦ୍ଭୂତପୂର୍ବ । ଆଉ ଏଥିପାଇଁ ଆପଣମାନଙ୍କୁ, ଆପଣମାନଙ୍କର ପ୍ରଶିକ୍ଷକଙ୍କୁ, ଆପଣମାନଙ୍କର ପରିବାରର ଲୋକମାନଙ୍କୁ ଯେତେ ଶୁଭେଚ୍ଛା ଜଣାଇଲେ ମଧ୍ୟ, ତାହା କମ୍ ହେବ । ଆଉ ମୁଁ ଏହି ଐତିହାସିକ ସଫଳତା ପାଇଁ ଆପଣ ସମସ୍ତଙ୍କୁ ଦେଶବାସୀଙ୍କ ତରଫରୁ ବହୁତ- ବହୁତ ଅଭିନନ୍ଦନ ଜଣାଉଛି, ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।ଏସୀୟ ପାରା ଗେମ୍ସ ୨୦୨୨ ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ ଦଳକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
November 01st, 04:55 pm
ଦିବ୍ୟାଙ୍ଗ କ୍ରୀଡାବିତ୍ ମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ସର୍ବଦା ସେମାନଙ୍କୁ ଭେଟିବା ଏବଂ ସେମାନଙ୍କର ଅନୁଭୂତି ଶୁଣିବା ପାଇଁ ବହୁତ ଆଗ୍ରହୀ । ପ୍ରଧାନମନ୍ତ୍ରୀ କହିଥିଲେ, ଆପଣମାନେ ଯେତେବେଳେ ବି ଏଠାକୁ ଆସନ୍ତି, ନୂଆ ଆଶା ଏବଂ ନୂତନ ଉତ୍ସାହ ସାଙ୍ଗରେ ନେଇ ଆସିଥାନ୍ତି । ସେ କହିଥିଲେ ଯେ, ସେ କେବଳ ଗୋଟିଏ କଥା ପାଇଁ ଏଠାକୁ ଆସିଛନ୍ତି ଏବଂ ତାହା ହେଉଛି ଦିବ୍ୟାଙ୍ଗ କ୍ରୀଡାବିତ ମାନଙ୍କୁ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇବା । ପାରା ଏସିଆନ୍ ଗେମ୍ସରେ ଘଟୁଥିବା ଘଟଣାକୁ ସେ କେବଳ ଅତି ନିକଟରୁ ଅନୁଧ୍ୟାନ କରୁନଥିଲେ, ବରଂ ଏହା ମାଧ୍ୟମରେ ମଧ୍ୟ ବଞ୍ଚୁଥିଲେ ବୋଲି ସେ କହିଥିଲେ । ସେ ସେମାନଙ୍କ ଅବଦାନକୁ ପ୍ରଶଂସା କରିବା ସହ ସେମାନଙ୍କ ପ୍ରଶିକ୍ଷକ ଏବଂ ସେମାନଙ୍କ ପରିବାରକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଦେଶର ୧୪୦ କୋଟି ନାଗରିକ ମାନଙ୍କ ତରଫରୁ ଶ୍ରୀ ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।ଏଫ୍ଆଇଡିଇ ବିଶ୍ୱ ଜୁନିଅର ରାପିଡ୍ ଚେସ୍ ଚାମ୍ପିଅନସିପ୍ରେ ଉଲ୍ଲେଖନୀୟ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ରୌନକ ସାଧୱାନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି
October 14th, 01:55 pm
ଏଫ୍ଆଇଡିଇ ବିଶ୍ୱ ଜୁନିଅର ରାପିଡ୍ ଚେସ୍ ଚାମ୍ପିଅନସିପ୍ ୨୦୨୩ରେ ଉଲ୍ଲେଖନୀୟ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୌନକ ସାଧୱାନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଏସିଆ କପ୍ ୨୦୨୨ରେ ପାକିସ୍ତାନ ବିପକ୍ଷରେ ବିଜୟ ପାଇଁ ଭାରତୀୟ କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 28th, 11:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସିଆ କପ୍ ୨୦୨୨ରେ ପାକିସ୍ତାନ ବିପକ୍ଷରେ ବିଜୟ ପାଇଁ ଭାରତୀୟ କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।The government’s motto will be to be with everyone and for everyone’s development.
May 20th, 12:38 pm
The government’s motto will be to be with everyone and for everyone’s development.Grand welcome for Narendra Modi in Delhi!
May 17th, 04:44 pm
Grand welcome for Narendra Modi in Delhi!World Leaders greet Narendra Modi on record win
May 17th, 03:11 pm
World Leaders greet Narendra Modi on record winPeople of India have voted for development, and this election has laid the foundation of Adhunik Bharat.
May 16th, 07:55 pm
People of India have voted for development, and this election has laid the foundation of Adhunik Bharat.India Has Won!
May 16th, 01:02 pm
India Has Won!Historic victory for NDA in 2014 Elections. Narendra Modi Tweets, "India has won! भारत की विजय। अच्छे दिन आने वाले हैं।" He seeks blessings from his Mother.
May 16th, 12:56 pm
Historic victory for NDA in 2014 Elections. Narendra Modi Tweets, India has won! भारत की विजय। अच्छे दिन आने वाले हैं। He seeks blessings from his Mother.Shri Narendra Modi seeks blessings from mother
May 16th, 10:32 am
Shri Narendra Modi seeks blessings from motherV for Varanasi, Vadodara and Victory!
March 23rd, 06:07 pm
V for Varanasi, Vadodara and Victory!Triumph of good governance & pro-people policies: BJP emerges victorious in Nagarpalika elections
February 12th, 11:06 am
Triumph of good governance & pro-people policies: BJP emerges victorious in Nagarpalika electionsShri Narendra Modi in New Delhi at BJP National Headquarter on Gujarat Victory
December 27th, 03:38 pm
Shri Narendra Modi in New Delhi at BJP National Headquarter on Gujarat Victory