'ମନ୍ କୀ ବାତ୍' ପାଇଁ ଲୋକମାନେ ଯେଉଁ ସ୍ନେହ ଦେଖାଇଛନ୍ତି ତାହା ଅଭୂତପୂର୍ବ: ପ୍ରଧାନମନ୍ତ୍ରୀ ମୋଦୀ
May 28th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ । ଏଥର ‘ମନ୍ କି ବାତ୍’ର ଏହି ଅଧ୍ୟାୟ, ଦ୍ୱିତୀୟ ଶତକର ଶୁଭାରମ୍ଭ । ଗତ ମାସରେ ଆମେ ସମସ୍ତେ ଏହାର ସ୍ୱତନ୍ତ୍ର ଶତକକୁ ଆନନ୍ଦରେ ପାଳନ କଲୁ । ଆପଣମାନଙ୍କ ଅଂଶଗ୍ରହଣ ହିଁ ଏହି କାର୍ଯ୍ୟକ୍ରମର ସବୁଠାରୁ ବଡ଼ ଶକ୍ତି । ୧୦୦ତମ ଅଧ୍ୟାୟର ପ୍ରସାରଣ ସମୟରେ ସାରା ଦେଶ ଏକ ପ୍ରକାର ଗୋଟିଏ ସୂତ୍ରରେ ବାନ୍ଧି ହୋଇଯାଇଥିଲା । ସଫେଇ କାର୍ଯ୍ୟରେ ଲିପ୍ତ ଆମ ଭାଇଭଉଣୀ ହୁଅନ୍ତୁ କିମ୍ବା ଭିନ୍ନ ଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ମହାରଥିମାନେ, ‘ମନ୍ କି ବାତ୍’ ସମସ୍ତଙ୍କୁ ଏକାଠି କରିପାରିଛି । ଆପଣମାନେ ସମସ୍ତେ ‘ମନ୍ କି ବାତ୍’ ପ୍ରତି ଯେଉଁ ଆତ୍ମୀୟତା ଏବଂ ସ୍ନେହଭାବ ପ୍ରଦର୍ଶିତ କରିଛନ୍ତି, ତାହା ଅଭୁତପୂର୍ବ ଏବଂ ଭାବବିହ୍ୱଳକାରୀ । ଯେତେବେଳେ ‘ମନ୍ କି ବାତ୍’ର ପ୍ରସାରଣ ହେଲା, ସେତେବେଳେ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଅଲଗା ଅଲଗା ଟାଇମ୍ ଜୋନ୍ ଥିଲା, କେଉଁଠି ସଞ୍ଜ ନଇଁ ଆସୁଥିଲା, ତ କେଉଁଠି ଥିଲା ରାତ୍ରିର ବିଳମ୍ବିତ ପ୍ରହର । ଏହାସତ୍ୱେ ଲୋକେ ୧୦୦ତମ ଅଧ୍ୟାୟଟି ଶୁଣିବାକୁ ସମୟ ବାହାର କଲେ । ମୁଁ ହଜାର ହଜାର ମାଇଲ ଦୂରରେ ଥିବା ନ୍ୟୁଜିଲାଣ୍ଡର ସେହି ଭିଡିଓଟି ଦେଖିଲି, ଯେଉଁଥିରେ ଜଣେ ଶତାୟୂ ମାତା ତାଙ୍କ ଆଶୀର୍ବାଦ ପ୍ରଦାନ କରୁଥାନ୍ତି । ‘ମନ୍ କି ବାତ୍’କୁ ନେଇ ଦେଶବିଦେଶର ଲୋକେ ସେମାନଙ୍କ ମତ ଉପସ୍ଥାପିତ କରିଛନ୍ତି । ଅନେକ ଲୋକେ ଏହାର ଗଠନମୂଳକ ବିଶ୍ଲେଷଣ ମଧ୍ୟ କରିଛନ୍ତି । ‘ମନ୍ କି ବାତ୍’ରେ ଦେଶ ଏବଂ ଦେଶବାସୀଙ୍କ ଉପଲବ୍ଧି ବିଷୟରେ ହେଉଥିବା ଆଲୋଚନାକୁ ଲୋକେ ପସନ୍ଦ କରିଛନ୍ତି । ଆପଣମାନଙ୍କର ଏହି ଆଶୀର୍ବାଦ ପାଇଁ ମୁଁ ପୁଣିଥରେ ଆପଣମାନଙ୍କୁ ସାଦର ଧନ୍ୟବାଦ ଅର୍ପଣ କରୁଛି ।ନୂଆଦିଲ୍ଲୀରେ କର୍ତବ୍ୟ ପଥର ଉଦଘାଟନତ୍ତଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳ ପାଠ
September 08th, 10:41 pm
ଆଜିର ଏହି ଐତିହାସିକ କାର୍ଯ୍ୟକ୍ରମ ଉପରେ ସମଗ୍ର ଦେଶର ଦୃଷ୍ଟି ନିବିଦ୍ଧ ରହିଛି, ସମସ୍ତ ଦେଶବାସୀ ଏବେ ଏହି କାର୍ଯ୍ୟକ୍ରମ ସହ ଯୋଡି ହୋଇଛନ୍ତି । ଏହି ଐତିହାସିକ ମୁହୂର୍ତର ସାକ୍ଷୀ ପାଲଟୁଥିବା ସମସ୍ତ ଦେଶବାସୀଙ୍କୁ ମୁଁ ହୃଦୟରୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି । ଏହି ଐତିହାସିକ ମୁହୂର୍ତରେ ମୋ ସହ ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ହରଦୀପ ପୁରୀ ଜୀ, ଶ୍ରୀ ଜୀ କିଶନ ରେଡ୍ଡୀ ଜୀ, ଶ୍ରୀ ଅର୍ଜୁନ ରାମ ମେଘୱାଲ ଜୀ, ଶ୍ରୀମତି ମିନାକ୍ଷୀ ଲେଖି ଜୀ, ଶ୍ରୀ କୌଶଲ କିଶୋର ଜୀ, ଆଜି ମୋ ସହ ମଧ୍ୟ ମଂଚ ଉପରେ ଉପସ୍ଥିତ ଅଛନ୍ତି । ଦେଶର ଅନେକ ମାନ୍ୟଗଣ୍ୟ ଅତିଥି ଗଣ, ସେମାନେ ମଧ୍ୟ ଆଜି ଏଠାରେ ଉପସ୍ଥିତ ଅଛନ୍ତି ।PM inaugurates 'Kartavya Path' and unveils the statue of Netaji Subhas Chandra Bose at India Gate
September 08th, 07:00 pm
PM Modi inaugurated Kartavya Path and unveiled the statue of Netaji Subhas Chandra Bose. Kingsway i.e. Rajpath, the symbol of colonialism, has become a matter of history from today and has been erased forever. Today a new history has been created in the form of Kartavya Path, he said.ଜଳ ସଞ୍ଚୟ ପାଇଁ ଆମକୁ ସମସ୍ତ ପ୍ରୟାସ କରିବାକୁ ପଡିବ: ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ
March 27th, 11:00 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଗତ ସପ୍ତାହରେ ଆମେ ଏଭଳି ଗୋଟିଏ ଉପଲବ୍ଧି ହାସଲ କଲୁ, ଯାହା ଆମ ସମସ୍ତଙ୍କୁ ଗର୍ବରେ ପରିପୂର୍ଣ୍ଣ କରିଦେଲା । ଆପଣ ଶୁଣିଥିବେ ଯେ, ଭାରତ ଗତ ସପ୍ତାହରେ ୪୦୦ ବିଲିୟନ୍, ଅର୍ଥାତ, ୩୦ ଲକ୍ଷ କୋଟି ଟଙ୍କାର ରପ୍ତାନୀ ଲକ୍ଷ୍ୟ ହାସଲ କରିଛି । ପ୍ରଥମ ଦୃଷ୍ଟିରେ ଏହା ଅର୍ଥନୀତି ସହ ଜଡ଼ିତ ଖବର ପରି ମନେହୁଏ, କିନ୍ତୁ ଏହା ଅର୍ଥନୀତିଠାରୁ ବଳି ଭାରତର ସାମର୍ଥ୍ୟ, ଭାରତର ଦକ୍ଷତା ସହ ଜଡ଼ିତ । ଏକଦା ଭାରତରୁ ରପ୍ତାନୀ କାରବାର ୧୦୦ ବିଲିୟନ, ଦେଢ଼ ଶହ ବିଲିୟନ ଆଉ ବେଳେବେଳେ ୨୦୦ ବିଲିୟନ ପର୍ଯ୍ୟନ୍ତ ହେଉଥିଲା । ଆଜି ଭାରତ ୪୦୦ ବିଲିୟନ ଡଲାର ଯାଏଁ ପହଂଚିଯାଇଛି । ଏହାର ଗୋଟିଏ ଅର୍ଥ ହେଲା ଯେ, ସାରା ବିଶ୍ୱରେ ଭାରତରେ ନିର୍ମିତ ଦ୍ରବ୍ୟଗୁଡ଼ିକର ଚାହିଦା ବଢ଼ିଚାଲିଛି । ଅନ୍ୟ ଅର୍ଥଟି ହେଲା, ଭାରତର ସପ୍ଲାଏ ଚେନ୍ ଦିନକୁ ଦିନ ଆହୁରି ସୁଦୃଢ଼ ହୋଇଚାଲିଛି ଏବଂ ଏହାର ଆଉ ଗୋଟିଏ ବହୁତ ବଡ଼ ବାର୍ତ୍ତା ମଧ୍ୟ ରହିଛି । ଦେଶ ସେତିକିବେଳ ବିରାଟ ପଦକ୍ଷେପ ଗ୍ରହଣ କରେ, ଯେତେବେଳେ ସଂକଳ୍ପ ସ୍ୱପ୍ନଠାରୁ ବିଶାଳ ହୋଇଥାଏ । ସେହି ସଂକଳ୍ପକୁ ନେଇ ଯେତେବେଳେ ରାତିଦିନ ନିଷ୍ଠାର ସହିତ ଉଦ୍ୟମ କରାଯାଇଥାଏ, ସେତେବେଳେ ସେହି ସଂକଳ୍ପ ସାକାର ମଧ୍ୟ ହୋଇଥାଏ । ଆପଣ ଲକ୍ଷ୍ୟ କରିଥିବେ ଯେ ବ୍ୟକ୍ତିର ଜୀବନରେ ମଧ୍ୟ ଏହାହିଁ ଘଟିଥାଏ । ଯଦି ଜଣକର ସଂକଳ୍ପ, ତା’ର ପ୍ରଚେଷ୍ଟା, ତା’ର ସ୍ୱପ୍ନ ଠାରୁ ବି ବଡ଼ ହୋଇଯାଏ, ତାହେଲେ ସଫଳତା ସ୍ୱୟଂ ତା’ ପାଖକୁ ଚାଲିଆସେ ।କୋଲକାତାର ଭିକ୍ଟୋରିଆ ମେମୋରିଆଲ ହଲରେ ବିପ୍ଳବୀ ଭଗତ ଗ୍ୟାଲେରୀର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 23rd, 06:05 pm
ପଶ୍ଚିମ ବଙ୍ଗର ରାଜ୍ୟପାଳ ଶ୍ରୀମାନ ଜଗଦୀପ ଧନଖଡ ମହାଶୟ, କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ କିଶନ ରେଡ୍ଡୀ ମହାଶୟ, ଭିକ୍ଟୋରିଆ ମେମୋରିଆଲ ହଲ୍ ସହିତ ଯୋଡ଼ି ହୋଇଥିବା ସମସ୍ତ ମହାନୁଭବ, ବିଶ୍ୱବିଦ୍ୟାଳୟର ଉପ କୁଳପତି, କଳା ଏବଂ ସଂସ୍କୃତି ଜଗତର ପ୍ରତିଷ୍ଠିତ ବ୍ୟକ୍ତିଗଣ, ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ !ସହିଦ ଦିବସ ଅବସରରେ କୋଲକାତାସ୍ଥିତ ଭିକ୍ଟୋରିଆ ମେମୋରିଆଲ୍ ହଲ୍ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିପ୍ଲବୀ ଭାରତ ଗ୍ୟାଲେରୀ ଉଦ୍ଘାଟିତ
March 23rd, 06:00 pm
ଆଜି ସହିଦ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନସିଂ ଦ୍ୱାରା କୋଲକାତାର ଭିକ୍ଟୋରିଆ ମେମୋରିଆଲ୍ ହଲ୍ ଠାରେ ବିପ୍ଲୋବୀ ଭାରତ ଗ୍ୟାଲେରୀକୁ ଉଦ୍ଘାଟନ କରିଛନ୍ତି । ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀ ଜଗଦୀପ ଧନକର ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଷାନ ରେଡ୍ଡୀ ମଧ୍ୟ ଏହି ଅବସରରେ ମଧ୍ୟ ଉପସ୍ଥିତ ଥିଲେ ।ପ୍ରଧାନମନ୍ତ୍ରୀ ସହୀଦ ଦିବସ ଅବସରରେ କୋଲକାତାର ଭିକ୍ଟୋରିଆ ମେମୋରିଆଲ୍ ହଲରେ ବିପ୍ଳବୀ ଭାରତ ଗ୍ୟାଲେରିର ଉଦ୍ଘାଟନ କରିବେ
March 22nd, 11:45 am
ସହୀଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଲକାତାର ଭିକ୍ଟୋରିଆ ମେମୋରିଆଲ୍ ହଲ ସ୍ଥିତ ବିପ୍ଳବୀ ଭାରତ ଗ୍ୟାଲେରିକୁ 23 ମାର୍ଚ୍ଚର ସନ୍ଧ୍ୟା ଛଅ ଘଟିକା ସମୟରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ବ୍ୟକ୍ତିମାନଙ୍କୁ ସମ୍ବୋଧିତ ମଧ୍ୟ କରିବେ।ଭାରତରେ ହେଉଥିବା ସକାରାତ୍ମକ ପରବର୍ତନକୁ ଦେଖି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବେଶ ଗର୍ବିତ ଅନୁଭବ କରୁଥିବେ: ପ୍ରଧାନମନ୍ତ୍ରୀ
January 23rd, 11:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶନିବାର ନେତାଜୀ ସୁଭାଷ ବୋଷଙ୍କ ଉକ୍ତିକୁ ମନେ ପକାଇ କହିଥିଲେ ଆମର ଏପରି ଲକ୍ଷ୍ୟ ଓ ଶକ୍ତି ରହିବା ଉଚିତ ଯାହା ଆମକୁ ସାହସର ସହିତ ଶାସନ ପରିଚାଳନା କରିବାକୁ ପ୍ରେରଣା ଯୋଗାଇବ । ଆଜିର ଆତ୍ମନିର୍ଭର ଭାରତରେ ଆମ ପାଖରେ ଲକ୍ଷ୍ୟ ଓ ଶକ୍ତି ରହିଛି । ଆତ୍ମନିର୍ଭର ଭାରତର ଲକ୍ଷ୍ୟ ଆମେ ଆତ୍ମଶକ୍ତି ଓ ଦୃଢ ସଂକଳ୍ପ ମାଧ୍ୟମରେ ହାସଲ କରିପାରିବା । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉକ୍ତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ରକ୍ତ ଓ ସ୍ୱେଦ ବୁହାଇ ଦେଶ ପାଇଁ କିଛି କରିବା ଆମର ଲକ୍ଷ୍ୟ ହେବା ଉଚିତ ।ଜାନୁୟାରୀ 23 ତାରିଖରେ ଆସାମ ଓ ପଶ୍ଚିମ ବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
January 21st, 02:01 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ 23 ତାରିଖ, 2021 ରେ କୋଲକାତା ଗସ୍ତରେ ଯିବା ସହିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ଜନ୍ମ ବାର୍ଷିକୀ ଅବସରରେ ପାଳନ ହେବାକୁ ଥିବା ‘ପରାକ୍ରମ ଦିବସ’ ରେ ସମ୍ବୋଧନ କରିବେ । ଏଥି ସହିତ ପ୍ରଧାନମନ୍ତ୍ରୀ ଆସାମର ଶିବସାଗର ଅର୍ନ୍ତଗତ ଜିରାଙ୍ଗ ପଥର ଗସ୍ତ କରି 1 . 06 ଲକ୍ଷ ଜମି ପଟ୍ଟା/ଆବଣ୍ଟନ ପ୍ରମାଣପତ୍ର ବଣ୍ଟନ କରିବେ ।କୋଲକାତାରେ ପୁନରୁଦ୍ଧାର ହୋଇଥିବା 4ଟି ଐତିହ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 11th, 05:31 pm
ଆଜି ଯେତେବେଳେ ଆପଣଙ୍କ ଗହଣରେ ଥିଲି, ଏହିସବୁ କଥାକୁ ଦେଖୁଥିଲି ତ ମନ ସେହି ସବୁ ଭାବରେ ଭରିଯାଉଥିଲା । ଆଉ ଏହି ପ୍ରଦର୍ଶନୀ, ଏପରି ଲାଗୁଥିଲା ଯେପରି ସେହିକ୍ଷଣ ମଧ୍ୟରେ ମୁଁ ସ୍ୱୟଂ ଜୀଇଁଛି ଯାହା ସେହି ମହାନ ଚିତ୍ରକରମାନେ, ରଙ୍ଗକାରମାନେ, କଳାକାରମାନେ ରଚନା କରିଛନ୍ତି, ଜୀଇଁଛନ୍ତି । ବଙ୍ଗଳା ଭୂମିର, ବଙ୍ଗଳା ମାଟିର ଏହି ଅଦ୍ଭୁତ ଶକ୍ତି, ମୋହିତ କରିବା ଭଳି । ମହକକୁ ପ୍ରଣାମ କରିବାର ଇଏ ହେଉଛି ମୋ ପାଇଁ ଅବସର । ଏହା ସହିତ ଜଡିତ ଅତୀତ ଏବଂ ବର୍ତ୍ତମାନର ସମସ୍ତ ଲୋକଙ୍କୁ ମଧ୍ୟ ମୁଁ ଶ୍ରଦ୍ଧାସୁମନ ଅର୍ପଣ କରୁଛି ।କୋଲକାତାରେ ପୁନରୁଦ୍ଧାର ହୋଇଥିବା 4ଟି ଐତିହ୍ୟ ଅଟ୍ଟାଳିକା ରାଷ୍ଟ୍ରକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
January 11th, 05:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାରେ ପୁନରୁଦ୍ଧାର କରାଯାଇଥିବା 4ଟି ଐତିହାସିକ ଅଟ୍ଟାଳିକାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏଥିରେ ଓଲ୍ଡ କରେନ୍ସିଂ ବିଲ୍ଡିଂ, ବେଲଭେଡିଅର ହାଉସ, ଭିକ୍ଟୋରିଆ ମେମୋରିଆଲ ହଲ ଏବଂ ମେଟକାଫେ ହାଉସ ସାମିଲ ରହିଛି ।