କ୍ରୀଡା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

July 10th, 08:21 am

ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନି ଅଲବାନିଜ ଏବଂ ଭିକ୍ଟୋରିଆର ପ୍ରିମିୟର ସୁଶ୍ରୀ ଜେସିଣ୍ଟା ଆଲାନଙ୍କ ସହ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ପରିଦର୍ଶନ କରିଛନ୍ତି । ଭାରତ-ଅଷ୍ଟ୍ରେଲିଆ କ୍ରୀଡା ସମ୍ପର୍କର ଉତ୍ସବ ପାଳନ କରିବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଏହି ପରିଦର୍ଶନ ହୋଇଥିଲା । ଷ୍ଟିଭ ୱ ଏବଂ ଶ୍ରୀମତୀ ଲିସା ସ୍ଥାଲେକରଙ୍କ ସମେତ ଅନେକ ଅଷ୍ଟ୍ରେଲିୟ କ୍ରୀଡା କିମ୍ବଦନ୍ତୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଗସ୍ତ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ସହଭାଗୀତାର ସ୍ତମ୍ଭ ଭାବରେ କ୍ରୀଡା, ସାଂସ୍କୃତିକ ଆଦାନପ୍ରଦାନ ଏବଂ ଲୋକସମ୍ପର୍କର ବୃଦ୍ଧି ପାଉଥିବା ଗୁରୁତ୍ୱକୁ ରେଖାଙ୍କିତ କରିଥିଲା ।

ସେଚେଲ୍ସର ୫୦ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

June 29th, 08:00 am

ସେଚେଲ୍ସର ମହାମହିମ ରାଷ୍ଟ୍ରପତି ଡଃ ପାଟ୍ରିକ୍ ହର୍ମିନିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେଚେଲ୍ସର ୫୦ତମ ସ୍ୱାଧୀନତା ଦିବସ ପୂର୍ତ୍ତି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ସେଚେଲ୍ସର ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇଥିବା ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ଭାରତ-ସେସେଲ୍ସ ଉଚ୍ଚ ସ୍ତରୀୟ ଭର୍ଚୁଆଲ କାର୍ଯ୍ୟକ୍ରମ (ଏପ୍ରିଲ୍ ୮, ୨୦୨୧)

April 07th, 06:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ସେସେଲ୍ସର ମହାମହିମ ରାଷ୍ଟ୍ରପତି ୱାଭେଲ ରାମକାଲାୱାନଙ୍କ ସହିତ ୮ ଏପ୍ରିଲ ୨୦୨୧ ରେ ସେସେଲ୍ସରେ ବିଭିନ୍ନ ଭାରତୀୟ ପ୍ରକଳ୍ପର ଉଦଘାଟନ କରିବେ ।